ଗରଦପୁର,୩୧/୧୦/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ଚାଉଳିଆ ବାମରା ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ନନ୍ଦ ଆଜି ଅବସର ଗ୍ରହଣ କରୁଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉସôବରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସ୍ୱାଇଁ, ଶ୍ରୀଯୁକ୍ତ ଗୁରୁ ଚରଣ ମିଶ୍ର, ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ ଏବଂ ଅନ୍ତେଇ ହାଇସ୍କୁଲ ର …
Read More »Blog Layout
ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା
ଗରଦପୁର,୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା କରାଯାଉଥିବାବେଳେ ଗତକାଲି ଗରଦପୁର ବ୍ଲକ୍ରେ ବିଜେପି ପକ୍ଷରୁ ଏହି ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗରଦପୁର ବ୍ଲକ୍ର ୩ଟି ଜୋନ୍ରୁ ଏହି ଗାନ୍ଧୀ ସଂକଳ୍ପ ଶୋଭାଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ୯ ନଂ ଜୋନ୍ ର ତଳକୁସୁମା ଚାରିଛକ ଠାରୁ ଶୋଭାଯାତ୍ରା ଆରମ୍ଭ କରାଯାଇଥିବାବେଳେ ୧୦ ନଂ. ଜୋନ୍ ର ମାହାଳ ଠାରୁ ଓ ୧୧ …
Read More »ଭିନ୍ନକ୍ଷମ ଋଣ ଆବେଦନ ଶିବିର
ଗରଦପୁର,୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଏକ ଭିନ୍ନକ୍ଷମ ଋଣ ଆବେଦନ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ସ୍ୱାଭିମାନ କାର୍ଯ୍ୟକ୍ରମ ଅଧିନରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଗରଦପୁର ବିଡ଼ିଓ ଧରଣୀଧର ବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ବ୍ଲକ୍ ର ସାମାଜିକ କଲ୍ୟାଣ ଅଧିକାରୀ ଖଗେଶ୍ୱର ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ଶତାଧିକ ଭିନ୍ନକ୍ଷମ ଯୋଗଦେଇ ଋଣ ପାଇବା ପାଇଁ ଆବେଦନ କରିଥିଲେ । କାଗଜାତ ମଧ୍ୟ ଦାଖଲ କରିଥିଲେ । ଉଲେଖନୀୟ …
Read More »ସାମ୍ବାଦିକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଫନୀ ଦୁର୍ନୀତି ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ଅଛିି – ଧର୍ମେନ୍ଦ୍ର ପ୍ରଧାନ ପୁରୀ, ୩୧/୧୦/୨୦୧୯(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନରେନ୍ଦ୍ର ମୋଦି ସରକାରଙ୍କ ଗୋଟିଏ ମହତ୍ୱକାଂକ୍ଷୀ ଯୋଜନା । ଏହି ଯୋଜନାରେ ରାଜ୍ୟ ସରକାରଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଗଣମାଧ୍ୟମର ଏ ସମ୍ପର୍କିତ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଛୋଟ ମନ କଲେ କାମ ହୁଏନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ୬୦ ଭାଗ …
Read More »ଡିଏଭି ପୋଖରୀପୁଟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)-ଡିଏଭି ପୋଖରୀପୁଟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଲୌହମାନବ ସର୍ଦ୍ଧର୍ାର ବଲ୍ଲଭଭାଇ ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ ଦେଇଥିଲେ । ଛାତ୍ରଛାତ୍ରୀମାନେ ଏକତା ଦିବସର ମହତ୍ୱ ସମ୍ପର୍କରେ ଶପଥ ପାଠ କରିଥିଲେ । ଏକ୍ ଭାରତ ଶ୍ରେଷ୍ଠ ଭାରତ ବିଷୟବସ୍ତୁ ଆଧାରରେ ଚିତ୍ରକଳା ଓ ପ୍ରବନ୍ଧ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍କାଉଟ୍, ଗାଇଡ୍, …
Read More »ଆଇବିଏମ ଝିଅ ମାନଙ୍କ ପାଇଁ ଷ୍ଟେମ ଆରମ୍ଭ କରିବାକୁ ଓଡି଼ଶା ସରକାରଙ୍କ ସହିତ ଏମଓୟୁ ହସ୍ତାକ୍ଷର କରିଛନ୍ତି
ଭୁବନେଶ୍ୱର, ୩୧/୧୦/୨୦୧୯(ଓଡ଼ିଶା ସମାଚାର)-: ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଙ୍ଗ ଏବଂ ଗଣିତ (ଷ୍ଟେମ) ଆଦି କ୍ଷେତ୍ରରେ ୨୦,୦୦୦ଛାତ୍ର ଏବଂ ୧୦,୦୦୦ ପୁଅଙ୍କର କୌଶଳ ଏବଂ କ୍ୟାରିୟର ବୃଦ୍ଧି କରିବା ପାଇଁ ବିଭିନ୍ନ ଜିଲ୍ଲାରେ ୧୦୦+ଉଚ୍ଚ ମାଧ୍ୟମିକ ସ୍କୁଲରେ ‘ଝିଅମାନଙ୍କ ପାଇଁ ଆଇବିଏମ ଷ୍ଟେମ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଓଡି଼ଶା ସରକାରଙ୍କ ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ ସହିତ ଏକ ବୁଝାମଣା ଜ୍ଞାପନ (ଏମଓୟୁ) ହସ୍ତାକ୍ଷର କରିଛି ବୋଲି ଆଇବିଏମ) ଆଜି ଘୋଷଣା କରିଛନ୍ତି । ଷ୍ଟେମ କ୍ୟାରିୟରରେ ଝିଅ ଏବଂ ମହିଳା ମାନଙ୍କର …
Read More »ଅସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍ରେ ଆଉ ମିଳିବନି ସ୍ଥାୟୀ ନିଯୁକ୍ତି
ଭୁବନେଶ୍ୱର ,୩୧/୧୦/୨୦୧୯(ଓଡ଼ିଶା ସମାଚାର)-୍: ରାଜ୍ୟ ସରକାର ବିଳମ୍ବରେ ହେଉ ନା କାହିଁ ଭିନ୍ନକ୍ଷମଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି । ଏଣିକି ଆଉ ଅସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍ ଦେଇ ସରକାରୀ କ୍ଷେତ୍ରରେ ସ୍ଥାୟୀ ଚାକିରି କରିପାରିବେ ନାହିଁ । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ସବୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଓ ସବୁ ଜିଲ୍ଲାପାଳଙ୍କୁ …
Read More »ପହିଲାରୁ ଖରିଫ୍ ଧାନ ସଂଗ୍ରହ – ୬୦ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ
ଭୁବନେଶ୍ୱର ,୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ କରାଯିବ । ଚଳିତ ବର୍ଷ ୬୦ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଧାନ କିଣା କମିଟି ବୈଠକରେ ନିଷ୍ପତି ହୋଇଛି । ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରି ଧାନ କିଣାର ୪୮ ଘଂଟା ମଧ୍ୟରେ ଧାନର ମୂଲ୍ୟ ସମ୍ପୃକ୍ତ ଚାଷୀମାନଙ୍କର ବ୍ୟାଙ୍କ୍ ଖାତାରେ ସିଧାସଳଖ ଜମା କରିବା …
Read More »ଆବଶ୍ୟକତା ଦୃଷ୍ଟିରୁ ମିଳିବ ଅଧିକ ୧୦ ଲକ୍ଷ
ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନ ଗୁଡ଼ିକର ଉନ୍ନତି ଓ ପିଲାମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ, ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନ ଗୁଡ଼ିକର ଶିଶୁମାନଙ୍କ ମଙ୍ଗଳ ପାଇଁ ରେଡକ୍ରସ୍ ସୋସାଇଟି ଜରିଆରେ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଂଠିରୁ ପ୍ରଦାନ କରାଯିବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ୬ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନକୁ ଅଧିକ ସହାୟତା …
Read More »ଜାତୀୟ ଦୁର୍ବିପାକ ପ୍ରଶମନ ଦିବସ ପାଳିତ
ପୁରୀ, ୩୧/୧୦/୨୦୧୯(ଓଡ଼ିଶା ସମାଚାର)- ୧୯୯୯ର ପ୍ରଳୟଙ୍କରୀ ମହାବାତ୍ୟାକୁ ପୂରିଛି ୨୦ବର୍ଷ । ଏହି ଅବସରରେ ଓଡ଼ିଶା ଦୁର୍ବିପାକ ପ୍ରସ୍ତୁତି ଦିବସ ଓ ଜାତୀୟ ଦୁର୍ବିପାକ ପ୍ରଶମନ ଦିବସ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ସଦଭାବନା ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଳ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମାନସିକ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ବାତ୍ୟା ଭଳି ଦୁର୍ବିପାକ ସମୟରେ ଠିକ୍ ସୂଚନା …
Read More »