କେନ୍ଦ୍ରାପଡା ୦୫/୧୧/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲା ବୋଇତ ବନ୍ଦାଣ ସମିତି ଆନୁକୂଲ୍ୟରେ ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲାର ବିଭିନ୍ନ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ୨୮୦ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ପ୍ରତିଯୋଗିତାରେ ବିଚାରକଭାବେ ଅଧ୍ୟାପକ ରଣଜିତ ଦାସ, ହେମନ୍ତ ଜେନା, ସୁବାଶ ପାତ୍ର(ଗୀତିକାର), ପ୍ରଭାତ ଧଳ,ସୁଶ୍ରୀ ଅମିତା, ପ୍ରଫୁଲ୍ଲ ଦାସ, ଅମରେଶ ରଥ, ସୁଶ୍ରୀ ଲିପସା ଦାଶ, ସୌଭାଜନି ମହାପାତ୍ର, ଶୁଶିଲ ସୂତାର ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମିତି …
Read More »Blog Layout
ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଗରଦପୁର, ୦୫/୧୧/୨୦୧୯(ଓଡ଼ିଶା ସମାଚାର)-ନାମାଚାର୍ଯ୍ୟ ଶ୍ରୀମଦ୍ଧ୍ ବାୟାବାବାଙ୍କ ଜନ୍ମୋତ୍ସବ ପାଳନ କରାଯିବା ସମ୍ପର୍କରେ ଆଜି ଆଶ୍ରମ ବାଲିକୁଦାସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଆଶ୍ରମ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ମହନ୍ତ ବାବାଜୀ ପରମାନନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଡିସେମ୍ବର ମାସର୧୫ତାରିଖ ଠାରୁ୧୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମୋତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିବାବେଳେ,ଏଥି ପାଇଁ ଆଶ୍ରମ ପରିସରରେ ନବନିର୍ମିତ ନାମାଚାର୍ଯ୍ୟଙ୍କ ଯୋଗ ଓ ସ୍ମୃତି ହଲ୍ ମଧ୍ୟରେ ନାମାଚାର୍ଯ୍ୟଙ୍କ …
Read More »ନୂଆପଡା ବଜାରରେ ଲାଗିଥିବା ହାଇମାକ୍ସ ଲାଇଟ୍ ଭାଙ୍ଗିରୁଜି ଗଲାଣି
ଗରଦପୁର,୦୫/୧୧/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ନୂଆପଡା ବଜାର ଠାରେ ସ୍ଥାପନା କରାଯାଇଥିବା ହାଇମାକ୍ସ ଲାଇଟ୍ ଦୀର୍ଘ ଦିନ ଅଚଳ ହୋଇ ପଡି ରହିବା ଫଳରେ ଏବେ ଭାଙ୍ଗିରୁଜି ଗଲାଣି । ଏଥି ନେଇ କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ନଜର ଥିବା ପରି ମନେ ହେଉ ନାହିଁ । ଏ ନେଇ ବଜାରରେ ଥିବା ବ୍ୟବସାୟୀ ଓ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ନୂଆପଡା ବଜାର ଅନ୍ଧାର ରହୁଥିବା ନେଇ ଚିତ୍ରୋପôଳା ବଣିକ ସଂଘର ଅନୁରୋଧକ୍ରମେ …
Read More »ଚନ୍ଦ୍ରକାଟିଆ ବୋଡ଼ା ସାପ ଉଦ୍ଧାର
ମାର୍ଶାଘାଇ,୦୫/୧୧/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ ଆଖୁଆ ଗ୍ରାମର ନବଘନ ନାୟକଙ୍କ ବାଡ଼ିରୁ ଆଜି ଏକ ୪ ଫୁଟ ଲମ୍ବର ଚନ୍ଦ୍ରକାଟିଆ ବୋଡ଼ା ସାପ ଉଦ୍ଧାର କରାଯାଇଛି । ସାପଟି ଶ୍ରୀ ନାୟକଙ୍କ ବାଡ଼ିରେ ଥିବା ଫୁଲ ବଗିଚାର ଜାଲରେ ଫସିଯାଇଥିଲା । ଏହା ଦେଖି ଶ୍ରୀ ନାୟକ ସ୍ନେକ ମ୍ୟାନ୍ ଉଦୟନାଥ ଚୌଧୁରୀ ଙ୍କୁ ଖବର ଦେଇଥିଲେ । ଖବର ପାଇ ଶ୍ରୀ ଚୌଧୁରୀ ପହଂଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ସିଙ୍ଗିଟିଆ ଜଙ୍ଗଲରେ ଛାଡ଼ିଦେଇଥିଲେ । ଓଡ଼ିଶା ସମାଚାର
Read More »ମହାନଦୀକୁ ଡ଼େଇଁ ନିଖୋଜ
ତାରପୁର, ୦୫/୧୧/୨୦୧୯(ଓଡ଼ିଶା ସମାଚାର)-ଆଜି ସକାଳେ ଜଣେ ବ୍ୟକ୍ତି ମହାନଦୀକୁ ଡ଼େଇଁ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୯ ଟା ବେଳେ ତାରପୁର ନିକଟସ୍ଥ ମହାନଦୀ ପୋଲ ଉପରେ ସାଇକେଲ ରଖି ଜଣେ ବ୍ୟକ୍ତି ନଦୀକୁ ଡ଼େଇଁ ପଡ଼ିଲେ ବୋଲି ପ୍ରଚାର ହୋଇଗଲା । ଲୋକମାନେ ସେଙ୍ଗ ସେଙ୍ଗ ରଘୁନାଥପୁର ଦମକଳ କେନ୍ଦ୍ରକୁ ଫୋନ୍ କଲେ । ରଘୁନାଥପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ଆସି ମହାନଦୀରେ ଦିନ ସାରା ତଲାସି ଚଳାଇଥିଲେ ମଧ୍ୟ ମୃତ କିମ୍ବା ଜିବିତ ଅବସ୍ଥାରେ …
Read More »ଅନାବନା ଗଛଲତାରେ ଲୁଚିଗଲାଣି ରାଇସୁଙ୍ଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ
ସାଲେପୁର ୦୫/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ସାଲେପୁର ତହସିଲ ଅଧିନସ୍ଥ ରାଇସୁଙ୍ଗୁଡ଼ା ରାଜସ୍ୱନିରୀକ୍ଷକଙ୍କ କାର୍ଯ୍ୟଳୟ ଏବେ ଅନାବନା ଗଛଲତା ମାଡ଼ିଯାଇ ଲୁଚିଗଲାଣି । ଏହି କାର୍ଯ୍ୟାଳୟ ଉପରେ ରାଇସୁଙ୍ଗୁଡ଼ା, ଧୂଆଁସାହି, କେରଙ୍ଗା , କୁସମ୍ବୀ, ମଢ଼ଙ୍ଗା ରାଜସ୍ୱ ଗ୍ରାମର ଲୋକମାନେ ନିର୍ଭର କରନ୍ତି । ଏହି କାର୍ଯ୍ୟାଳୟଟି ଅଧୁନା ଅନାବନା ଗଛଲତାରେ ଲୁଚିଯାଇ ଥିବାରୁ କାର୍ଯ୍ୟାଳୟ ଉପରେ ଆବଶ୍ୟକ କରୁଥିବା ଜନସାଧାରଣ କାର୍ଯ୍ୟାଳୟକୁ ପାଉନାହାନ୍ତି । ଏହି କାର୍ଯ୍ୟାଳୟ ବଣବୁଦା ଯୋଗୁ ବିଶାକ୍ତ ସରୀସୃପଙ୍କ ବାସସ୍ଥାନ ପାଲଟିଛି । ଅପରପକ୍ଷେ ଏହି କାର୍ଯ୍ୟାଳୟ …
Read More »ଗତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ଯୋଗ୍ୟ ହତାଶ , ଅଯୋଗ୍ୟଙ୍କ ପୁଷମାସ
ସାଲେପୁର ୦୫/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ଗତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ସାଲେପୁର ବ୍ଲକ୍ ସଉରୀ ପଂଚାୟତର ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ବିଷୟ ସାଲେପୁର ମଣ୍ଡଳ ଉନ୍ନୟନଅଧିକାରୀଙ୍କ ଠାରେ ଲିଖିତ ଭାବେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଗତ ଫନୀ ବାତ୍ୟାରେ ଏହି ପଂଚାୟତର ବିଭିନ୍ନ ଗ୍ରାମର ଶତାଧିକ ଲୋକଙ୍କ ଘର ମାଟିରେ ମିଶିଯାଇଥିଲା । ବାସହରାମାନେ ଏବେ ମଧ୍ୟ ଭଙ୍ଗା କୁଡ଼ିଆ …
Read More »ଚାକିରି ଛଡାଇ ନେଲା ପ୍ରଶାସନ – ଇଚ୍ଛାମୃତୁ୍ୟ ପାଇଁ କିନ୍ନରଙ୍କ ଚିଠି
ଜୟପୁର,୦୫/୧୧/୨୦୧୯(ଓଡ଼ିଶା ସମାଚାର)- ଜୟପୁରରେ ୧୯ କିନ୍ନରଙ୍କୁ ଆତ୍ମନିର୍ଭରଶୀଳ କରାଯାଇଥିଲା । ସେମନଙ୍କୁ ଉପଖଣ୍ଡ କିକିତ୍ସାଳୟରେ ୨୦୧୬ରେ ଟେନିଂ ଦେଇ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଥିଲା । ବର୍ତମାନ ଜିଲା ଚିକିତ୍ସାଳୟ ଜୟପୁର ଆସିଥିବା ବେଳେ ଏହି କିନ୍ନରଙ୍କୁ ସୁରକ୍ଷା କର୍ମୀ ଦାୟୀତ୍ୱରୁ ବାହାର କରାଯାଇଛି । ଏ ନେଇ ୫ କିନ୍ନର ଅଖିଳ ତୃତୀୟ ଲିଙ୍ଗି ଟ୍ରଷ୍ଟର ଅଧ୍ୟକ୍ଷା ମୀରା ପରିଡାଙ୍କୁ ଏପରି ଜୀବନ ନରଖି ଇଚ୍ଛାମୃତୁ୍ୟ ପାଇଁ ଆବେଦନ କରିଥିବା ଜଣାଯାଇଛି । କିନ୍ନରମାନେ ଜଣାଇଛନ୍ତି, ସେମାନଙ୍କୁ ପ୍ରଶାସନ ତରଫରୁ ଟ୍ରେନିଂ ଦେଇ …
Read More »ଜିଲାସ୍ତରୀୟ ଶ୍ରୀ ସହସ୍ରାର୍ଜୁନଙ୍କ ଜୟନ୍ତୀ ପାଳିତ
ନବରଙ୍ଗପୁର , ୦୫/୧୧/୨୦୧୯(ଓଡ଼ିଶା ସମାଚାର)- ନବରଙ୍ଗପୁର ଜିଲା ଉମରକୋଟରେ ଜିଲାସ୍ତରୀୟ କଲାର ସମାଜର ଇଷ୍ଟଦେବ ଶ୍ରୀ ସହସ୍ରାର୍ଜୁନଙ୍କ ବାର୍ଷିକ ଜୟନ୍ତୀ ପାଳିତ ହୋଇଯାଇଛି । ଏହା ନୂଆ ବସଷ୍ଟାଣ୍ଡରୁ ଶୋଭାଯାତ୍ରାରୁ ଆସି ପୂଜାସ୍ଥଳ ରାମ ମନ୍ଦିର ନିକଟସ୍ଥ କଲ୍ୟାଣମଣ୍ଡପରେ ପହଂଚିଥିଲା । ମଣ୍ଡପରେ ଇଷ୍ଟଦେବଙ୍କ ନିକଟରେ ଥିବା ପୂଜା ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ପରେ ଆୟୋଜିତ ସଭାରେ ଜିଲା ସଭାପତି ପଦ୍ମନାଭ ପାଣ୍ଡେ ସଭାପତିତ୍ୱ କରିଥିଲେ । ସହସ୍ରବାହୁଙ୍କର କୀର୍ତି, ଗାଥା ଓ ବଂଶାବଳୀ ଉପରେ ବିଭିନ୍ନ ବକ୍ତା ଯଥା ଝରିଗାଁ …
Read More »ନାଲକୋରେ ଦୁର୍ନୀତି ନିବାରଣ ସପ୍ତାହ-୨୦୧୯ ପାଳନ
ଦାମନଯୋଡ଼ି,୦୫/୧୧/୨୦୧୯(ଓଡ଼ିଶା ସମାଚାର)- ଦାମନଯୋଡିସ୍ଥିତ ନାଲକୋ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ୨୦୧୯ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଲୁସାନ୍ତା ସ୍କୁଲ, ଆଲୁମିନା ଗାର୍ଲସ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଅରବିନ୍ଦ ସ୍କୁଲ, ଡିପିଏସ ଓ ଏସଭିଏମ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଦୁର୍ନୀତି ବିପକ୍ଷରେ ଅବଗତ କରାଇ ପୋଷ୍ଟର ଓ ବକ୍ତୃତା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ସେହିପରି କୋରାପୁଟ ସରକାରୀ କଲେଜ, ଏଲିମ ଆଦିବାସୀ କଲେଜ ସେମିଳିଗୁଡା କଲେଜ ଓ ସାମନ୍ତ ଚନ୍ଦ୍ରଶେଖର ଇନଷ୍ଟିଚ୍ୟୁଟ ଓ ମ୍ୟାନେଜମେଂଟମାନଙ୍କରେ ବକ୍ତୃତା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା …
Read More »