ପାଟକୁରା ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-ପାଟକୁରାରେ ନିର୍ବାଚନ ଓ ନିର୍ବାଚନ ପରବର୍ତୀ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଥାନା ଅର୍ନ୍ତଗତ ବିଭିନ୍ନ ସ୍ଥାନମାନଙ୍କରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ବାକ୍, ବିତଣ୍ଡା, ଯୁକ୍ତିତର୍କ, ଧମକଚମକ ଓ ମାର୍ପିଟ୍ ଆଦି ଘଟଣାମାନ ଘଟିବାରେ ଲାଗିଛି । ଗତକାଲି ପାଟକୁରା ଥାନାରେ ୫ ଗୋଟି ନିର୍ବାଚନୀ ହିଂସା ମାମଲା ରୁଜୁ କରାଯାଇଥିବା ବେଳେ ଆଜି ତିନୋଟି ନିର୍ବାଚନୀ ହିଂସା ମାମଲାରୁଜୁ କରାଯାଇଛି । ଆଜି …
Read More »Blog Layout
ଭାଗବତ ସ୍ୱାଇଁଙ୍କ ବିୟୋଗରେ ଶୋକସଭା
କେନ୍ଦ୍ରାପଡା, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଂଚାୟତର ଦୁତିଆଳ ଗ୍ରାମରେ ଭାଗବତ ସ୍ୱାଇଁଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ପଣ୍ଡିତ ପ୍ରତାପ କୁମାର ପତି ପ୍ରଥମେ ଗୀତାପାଠ କରିଥିଲେ । ଏହାପରେ ଚିତରଂଜନ ସେନାପତି, ସୁରେନ୍ଦ୍ରନାଥ ବେହେରା, ଶାରଦା ପ୍ରସନ୍ନ ରାଉତ, ଶଚ୍ଚିଦାନନ୍ଦ ରାଉତ, ରାଜକିଶୋର ନାୟକ, ହାଇସ୍କୁଲର ପ୍ରଧାନଶିକ୍ଷକ ମନୋଜ କୁମାର ପଣ୍ଡା ପ୍ରମୁଖ ଭାଗବତ ସ୍ୱାଇଁଙ୍କ ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ …
Read More »ପାଟକୁରାରେ ମତଦାନ ଶେଷ,ସବୁ ପ୍ରାର୍ଥୀଙ୍କ ଭବିଷ୍ୟତ ଇଭିଏମରେ ବନ୍ଦ୍
କେନ୍ଦ୍ରାପଡା, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନର ମତଦାନ ଶନିବାର ଶେଷ ହୋଇଥିବା ବେଳେ ପ୍ରତିଦ୍ୱନ୍ଦିତା କରିଥିବା ସମସ୍ତ ପ୍ରାର୍ଥୀଙ୍କ ଭବିଷ୍ୟତ ଇଭିଏମ ମେସିନ ଭିତରେ ଲକ ହୋଇଯାଇଛି । ଭାରତୀୟ ଜନତା ପାର୍ଟିରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ରାଷ୍ଟ୍ରୀୟ କାର୍ଯ୍ୟକାରିଣି ସଦସ୍ୟ ବିଜୟ ମହାପାତ୍ର ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କଂଗ୍ରେସରୁ ଜୟନ୍ତ ମହାନ୍ତି ଓ ବିଜେଡିରୁ ପୂର୍ବତନ ମନ୍ତ୍ରୀ ତଥା ପାଟକୁରାର ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ …
Read More »ସଦସ୍ୟତା ଅଭିଯାନରେ ସବୁ ବର୍ଗର ଲୋକଙ୍କୁ ଯୋଡିବାକୁ ବିଜେପି କାର୍ଯ୍ୟକର୍ତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ବିଜେପିକୁ ଆହୁରି ସୁଦୃଢ କରିବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ / ଭୁବନେଶ୍ୱର, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-ଓଡିଶାରେ ବିଜେପି ଏକ ବଡ ରାଜନୈତିକ ଶକ୍ତି ଭାବେ ଠିଆ ହୋଇଥିବା ବେଳେ ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ବିଜେପିକୁ ଆହୁରି ଦୃଢ କରିବାକୁ ପଡିବ ଏବଂ ଏଥିପାଇଁ ବିଜେପିର ସଦସ୍ୟତା ଅଭିଯାନ ମାଧ୍ୟମରେ ସବୁ ବର୍ଗର ଲୋକଙ୍କୁ ଯୋଡିବାର ଆବଶ୍ୟକତା ରହିଛି ବୋଲି ସାମାଜିକ ଗଣମାଧ୍ୟମରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ …
Read More »ଇଭିଏମ୍ ଦୁର୍ନୀତି ହୋଇଛି: ବିଜୟ ମହାପାତ୍ର
କେନ୍ଦ୍ରାପଡ଼ା, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଇଭିିଏମ ଦୁର୍ନୀତି ନେଇ ଅଭିଯୋଗ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ନିର୍ବାଚନର ଫଳାଫଳ ସଂପର୍କରେ ପ୍ରତିପକ୍ଷ ଅବଗତ ଥିବାରୁ ଇଭିଏମ ଦୁର୍ନୀତିର ସାହାରା ନେଉଛନ୍ତି । ଏଥିିପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ୧୦୦ଟି ଇଭିଏମକୁ ପ୍ରସ୍ତୁତ କରି ରଖାଯାଇଥିଲା । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଏହି ଇଭିଏମ୍କୁ ବାହାରକରି ବିଭିନ୍ନ ଅଂଚଳକୁ ପଠାଇବା ପାଇଁ ସେକ୍ଟର ଅଫିସରଙ୍କୁ ସଜାଗ କରି ରଖାଯାଇଥିଲା । ସେଠାରୁ ଏହି ଇଭିଏମ ଗୁଡ଼ିକୁ …
Read More »ଇଭିଏମ୍ ବଦଳ ଅଭିଯୋଗରେ ପୁଲିଂ କର୍ମଚାରୀଙ୍କୁ ଆକ୍ରମଣ
କେନ୍ଦ୍ରାପଡା ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ପାଟକୁରା ଭୋଟିଂ ପରେ ଉତେଜନା । କେନ୍ଦ୍ରାପଡ଼ା କଲେଜପରିସରରେ ଥିବା ଇଭିଏମ୍ ଷ୍ଟ୍ରଂଗ ରୁମ୍ ନିକଟରେ ଇଭିଏମ୍ ବଦଳକୁ ନେଇ ଶନିବାର ରାତିରେ ଉତେଜନା ପ୍ରକାଶପାଇଥିଲା । ଏହାକୁ କେନ୍ଦ୍ର କରି ବିଜେପି ସମର୍ଥକମାନେ ଜନୈକ ପୁଲିଂ ଅଧିକାରୀ ବିଚିତ୍ର କୁମାର ଦାସଙ୍କୁ ଆକ୍ରମଣ କରିଥିଲେ । ପ୍ରକାଶ ଯେ, ଶନିବାର ପାଟକୁରା ବିଧାନସଭା ଆସନ ପାଇଁ ଭୋଟ ପଡ଼ିଥିଲା । କାଁ ଭାଁ କେତୋଟି ସ୍ଥାନରେ ଗଣ୍ଡଗୋଳକୁ ଛାଡ଼ିଦେଲେ ଭୋଟିଂ ଶାନ୍ତିଶୃଙ୍ଖଳାର ସହ ଶେଷ …
Read More »୩ ମାସରେ ୬୦୨ ଶିଶୁ ନିଖୋଜ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ରାଜ୍ୟରୁସମୁଦାୟ ୬୦୨ ଜଣ ଶିଶ୍ୁ ନିଖୋଜ ଅଛନ୍ତି । ନିଖୋଜ୫୦୨ ଜଣ ନାବାଳିକାଙ୍କ ମଧ୍ୟରୁ ୭୯ ଜଣଙ୍କର ଓ ୧୦୦ଜଣ ନାବାଳକ ମଧ୍ୟରୁ ୩୧ ଜଣଙ୍କର ସନ୍ଧାନ ମିଳିଛି ।ଏନେଇ ତିନି ମାସରେ ସମୁଦାୟ ୫୫୦ଟି ମାମଲା ରୁଜୁହୋଇଛି । ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନରଉତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦେଇଥିବା ସୂଚନା …
Read More »ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା
ସୁନ୍ଦରଗଡ଼, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମଧ୍ୟପ୍ରଦେଶ ଅନ୍ତର୍ଗତ ସାଗରରୁ ଗିରଫ ହୋଇଥିବା ସୁନୀଲ ଲୋଧୀ । ସେ ହାଜତ ଘର ଚୌକାଠରେ ନିଜ ପିନ୍ଧା ଲୁଗା ଦ୍ୱାରା ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ସଦର ଏସ୍ଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗତ ଜୁନ୍ ୨୬ରେ ଧରୁଆଡ଼ିହି ଥାନା ମାନମୁଣ୍ଡା ଗାଁର ଜଣେ ନାବାଳିକାଙ୍କୁ ଅଗରବତି କାରଖାନାରେ …
Read More »୪ର୍ଥ ଶନିବାର ଶିକ୍ଷାନୁଷ୍ଠାନ ଖୋଲା ରହିବ
ଭୁବନେଶ୍ୱର, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀଙ୍କ ଲାଗି ପ୍ରତିମାସ ଶେଷ ଶନିବାର ଛୁଟି ଘୋଷଣା କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲା ରହିବ ବୋଲି ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରଭାତ କୁମାର ଭୋଇ ଚିଠି ମାଧ୍ୟମରେ ରାଜ୍ୟର ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଚିଠିରେ ଦର୍ଶାଯାଇଛି ଯେ ବିଭିନ୍ନ ବିଭାଗର କର୍ମଚାରୀଙ୍କ ଲାଗି ମାସର ୪ର୍ଥ ଶନିବାର ଛୁଟି ଘୋଷଣା …
Read More »ଏସପିଙ୍କ ସାମ୍ବାଦିକଙ୍କୁ ମାଡ ଓ ଧମକ ଘଟଣା:ସାରାଜିଲ୍ଲାରେ ତୀବ୍ର ପ୍ରତିକ୍ରୀୟା
କେନ୍ଦ୍ରାପଡା ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ବାରିମୂଳ ପଂଚାୟତ ପଡିଆରେ ଏସପି ନୀତି ଶେଖରଙ୍କ ଦ୍ୱାରା ଏକ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ଅଜେଶ କୁମାର ମଲ୍ଲିକଙ୍କୁ ଗାଳିଗୁଲଜ କରିବା ମାଡ ମାରିବା ଓ ଧମକ ଦେବା ଘଟଣାକୁ ନେଇ କେବଳ କେନ୍ଦ୍ରାପଡା ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି । ଏସପି ଶ୍ରୀ ଶେଖରଙ୍କ ସଂପୃକ୍ତ ସାମ୍ବାଦିକଙ୍କ ପ୍ରତି ଏଭଳି ବ୍ୟବହାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଭିନ୍ନ ମହଲରେ ଏଥି ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ …
Read More »