Sunday , September 24 2023
Breaking News

Blog Layout

ଧୁମଧାମରେ ପାଳିତ ହେଲା ବିଶ୍ଵକର୍ମା ପୂଜା

ନିରାକାରପୁର, ୧୭/୦୯/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାପାଖି ଅଞ୍ଚଳରେ ବିଶ୍ଵକର୍ମା ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ନିରାକାରପୁର ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିଶ୍ଵକର୍ମା ପୂଜାରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ପୂଜାରେ କନିଷ୍ଠ ଯନ୍ତ୍ରୀ ରିତେଶ ସିଂ, କନିଷ୍ଠ ଯନ୍ତ୍ରୀ ଜଗଦୀଶ ପରିଡ଼ା, ବିଭୂତି ଭୁଷଣ ସାମନ୍ତରାୟ, ସତ୍ୟଜିତ ପ୍ରଧାନ, ନବକିଶୋର ବରାଡ ଓ ପ୍ରତ୍ୟୁଷ କୁମାର ସାମନ୍ତରାୟ, ଗୋପାଳକୃଷ୍ଣ ପ୍ରଧାନ, କାଳୁ ବିଶ୍ଵାଳ ପ୍ରମୁଖଙ୍କ ସମେତ ସମସ୍ତ …

Read More »

ଟାଟା ପାଓ୍ବାର ବିଦ୍ୟୁତ୍ ବିଭାଗର ବିଶ୍ବକର୍ମା ପୂଜା

ଖୋର୍ଦ୍ଧା,୧୭/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଟାଟା ପାଓ୍ବାର ବିଦ୍ୟୁତ୍ ଡିଭିଜନ ଜଂକିଆ ସବଡିଭିଜନ ଅଧିନ ନିରାକାରପୁର ସେସ୍କନ ଅଫିସ ରେ ଆଜି ଶିଳ୍ପୀଶାସ୍ତ୍ର ବିଶାରଦ  ବିଶ୍ବ କର୍ମଗୁରୁ ବିଶ୍ବକର୍ମା ଙ୍କ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଅଛି। କନିଷ୍ଠ ଯନ୍ତ୍ରୀ ରିତେଶ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଧି ମୂତାବକ ପୂଜା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରକ୍ଷଣାବେକ୍ଷଣ ଯନ୍ତ୍ରୀ ଯଗଦିଶ ପରିଡା,କ୍ଳର୍କ ବିଭୁତି ଭୂଷଣ ସାମନ୍ତରାୟ,ସୁପରଭାଇଜର ନବ କିଶୋର ବରାଡ,ଲାଇନସମ୍ୟାନ ଗୋପାଳ କ୍ରୁଷ୍ଣ ପ୍ରଧାନ,ସତ୍ୟଜିତ ପ୍ରଧାନ,ସନ୍ତୋଷ ମହାପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରୀୟ ଯୋଗଦାନ କରିଥିଲେ।

Read More »

ଚାରା ରୋପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ପାଳନ କଲା କଟକ ସଦର ବିଜେପି

କଟକ ସଦର , ୧୭/୦୯/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପବିତ୍ର ବିଶ୍ୱକର୍ମା ପୂଜା ଦିନ ଜନ୍ମଗ୍ରହଣ କରିଥିବା ନବ ଭାରତର ବିଶ୍ୱକର୍ମା ଭାବେ ପରିଚିତ ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ରବିବାର ବିଶ୍ୱକର୍ମା ପୂଜା ଅବସରରେ କଟକ ସଦର ବିଜେପି ପକ୍ଷରୁ ‘ଗୋଟିଏ ମଣିଷ ଗୋଟିଏ ଗଛ’ ମିଶନ ଜରୀଆରେ ଚାରା ରୋପଣ କରାଯାଇ ଜନ୍ମଦିନ ପାଳନ କରାଯାଇଛି। ଏହି ଉପଲକ୍ଷେ କଟକ ସଦରର ବିଜେପି ସଂଯୋଜକ ତଥା ଵିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନାଙ୍କ ତତ୍ତ୍ୱାବଧାନରେ …

Read More »

ଜନଶିକ୍ଷଣ ସଂସ୍ଥାନର ପରିଚାଳନା ପରିଷଦ ବୈଠକ

କେନ୍ଦ୍ରାପଡ଼ା, ୧୬/୦୯/୨୦୨୩ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ଜିଲାରେ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟରତ ଜନଶିକ୍ଷଣ ସଂସ୍ଥାନର ଦ୍ୱିତୀୟ ବର୍ଷର ପ୍ରଥମ ପରିଚାଳନା ପରିଷଦ ବୈଠକ ସଂସ୍ଥାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂସ୍ଥାନର ଭବିଷ୍ୟତ କାର୍ଯ୍ୟପନ୍ଥା ସହିତ ତାଲିମ ନେଉଥିବା ସମସ୍ତ ହିତାଧିକାରୀଙ୍କୁ ରୋଜଗାର କ୍ଷମ କରାଇବା ଦିଗରେ ଆଲୋଚନା ହୋଇଥିଲା । ଏଥିସହିତ ତାଲିମ ମାଧ୍ୟମରେ ଉତ୍ପାଦିତ ସାମଗ୍ରୀର ମାର୍କେଟିଂ ଏବଂ ତାଲିମ ପାଇଥିବା ଛାତଛାତ୍ରୀଙ୍କୁ ପି.ଏମ.ଇ.ଜି.ପି. ଏବଂ ପି.ଏମ.ଏଫ. ଏମ.ଇ. ଯୋଜନାରେ ସାମିଲ କରାଯିବା ଉପରେ ଗୁରୁତ୍ୱାରୋପ …

Read More »

ଧର୍ମପରାୟଣା ମହିଳାଙ୍କ ପରଲୋକ

କେନ୍ଦ୍ରାପଡ଼ା, ୧୬/୦୯/୨୦୨୩ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର କଂସାର ଗ୍ରାମର ଗୋବିନ୍ଦ ଚନ୍ଦ୍ର ସେଠୀଙ୍କ ଧର୍ମପତ୍ନୀ ସରସ୍ୱତୀ ସେଠୀଙ୍କର ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ । ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ସାଧୁ ମୁଖାଗ୍ନି ଦେଇଥିଲେ । ଅମୀୟ ସେଠୀ, ଭ୍ରମର ସେଠୀ, କାଳିଆ …

Read More »

ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଚୁନେଇ ଗିରଫ

କେନ୍ଦ୍ରାପଡ଼ା, ୧୬/୦୯/୨୦୨୩ (ଓଡ଼ିଶା ସମାଚାର)-  ଗ୍ୟାଙ୍ଗଷ୍ଟର ସ୍ୱର୍ଗତ ହାଇଦରର ପୁଅ ଚୁନେଇ ଓରଫ ସେକ ନାସିରକୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଟାଉନ ଥାନା କେଶ ନମ୍ବର ୧୨୯/୨୦୨୦ରେ ଚୁନେଇ ଫେରାର ଥିଲା । ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇ ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ସ୍ୱର୍ଗତ ହାଇଦରର ପୁଅ ଚୁନେଇ ଓରଫ ସେକ ନାସିରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ତାର ଜାମିନ ନାମଞ୍ଜୁର ହେବାରୁ …

Read More »

ଭୁବନ ଏନ୍ ଏ ସି ରେ ଅପୂର୍ବ ରଞ୍ଜନ ଆଏଚ ନୂଆ ନିର୍ବାହୀ ଅଧିକାରୀ

ଭୁବନ ୧୬/୦୯/୨୦୨୩ (ଓଡ଼ିଶା ସମାଚାର)-ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଅପୂର୍ବ ରଞ୍ଜନ ଆଏଚ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ।ଶ୍ରୀଯୁକ୍ତ ଆଏଚ ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ତହସିଲ ରେ ଅତିରିକ୍ତ ତହସିଲଦାର ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ପବ୍ଲିକ ଅଫିସରେ କାର୍ଯ୍ୟ କରିବା ତାଙ୍କ ପାଇଁ ନୂଆ ହୋଇଥିଲେ ମଧ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଯେମିତି ପ୍ରତ୍ୟେକ ଲୋକ ଉପକୃତ ହେବେ ଏହା ତାଙ୍କର ମୂଳ …

Read More »

ଓଭରଲୋଡ ଯୋଗୁ ଲକ୍ଷାଧିକ ଟଙ୍କା ତଣ୍ଡ ଗଣିଲେ ଦୁଇଟି ହାଉଓ୍ବା

ଖୋର୍ଦ୍ଧା,୧୬/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ରାମେଶ୍ବର ଛକ ନୁଆ ଜଗନ୍ନାଥ ସଡ଼କ ରୁ ଦୁଇଟି ହାଇୱା ଗାଡି ଓଭରଲୋଡିଂ ଚିପ୍ସ ବୋଝେଇ କରି ନେଉଥିବା ବେଳେ ନିରାକାର ପୁର ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ତାଠାରୁ ଫାଇନ ଆଦାୟ କରିଛି। ଗାଡି ନମ୍ବର ଓଡି ୦୨ ଏଭି ୯୯୨୪ ଠାରୁ ୬୫ ହଜାର ଛଅଶହ ଏଵଂ ଓଡି ୦୨ ଏଭି ୧୬୭୩ ଠାରୁ ୫୪ ହଜାର ୨୦୦ ଟଙ୍କା ଫାଇନ ଆଦାୟ କରାଯାଇଛି।  ଦୁଇଟି ଗାଡ଼ି କୁ ପୋଲିସ ଖୋର୍ଦ୍ଧା ଏମଭିଆଇ କୁ …

Read More »

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭଉଣୀ ଜାତୀୟ ସ୍ତରର ଲେଖିକା ଗୀତା ମେହେଟାଙ୍କର ପରଲୋକ

ଭୁବନେଶ୍ୱର,୧୬/୦୯/୨୦୨୩ (ଓଡ଼ିଶା ସମାଚାର)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଜାତୀୟ ସ୍ତରର ଲେଖିକା ଗୀତା ମେହେଟାଙ୍କର ପରଲୋକ ଘଟିଛି । ନୂଆଦିଲୀସ୍ଥିତ ତାଙ୍କ ବାସ ଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗୀତା ମେହେଟା ଗତ ୨୦୧୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଚର୍ଚ୍ଚାରେ ଥିଲେ । ୩ ବର୍ଷ ତଳେ ତାଙ୍କ ସ୍ୱାମୀ ସୋନୀ ମେହେଟାଙ୍କର ପରଲୋକ ଘଟିଥିଲା । ସ୍ୱାମୀ ଙ୍କ ବିୟୋଗ ପରେ ଆମେରିକା ଛାଡ଼ି ଦିଲୀ …

Read More »

ଜଗତସିଂହପୁର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ 5 T  ବିଦ୍ୟାଳୟ ରୂପାନ୍ତରିକରଣ ବିଷୟରେ ଆଲୋଚନା

ଜଗତସିଂହପୁର, ୧୬/୦୯/୨୦୨୩ (ଓଡ଼ିଶା ସମାଚାର)- ଆଜି 5 T  ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ.ପାଣ୍ଡିଆନ୍ ଙ୍କ ଦ୍ବାରା ଭିଡିଓ କନଫରେନ୍ସ ମାଧ୍ୟମ ରେ ରାଜ୍ୟର ଚତୁର୍ଥ ପର୍ଯ୍ୟାୟ 5 T ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କ ରେ ବିଦ୍ୟାଳୟ ଅଂଶୀଦାର ମାନଙ୍କ ସହିତ ଆଲୋଚନା ହୋଇଥିଲା।ଏଥିରେ ଜଗତସିଂହପୁର ଜିଲ୍ଲାର 8ଟି ବ୍ଲକର 57 ଟି ବିଦ୍ୟାଳୟ ଅନ୍ତର୍ଭୁକ୍ତ।ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ ଭିସି ହଲ୍ ଠାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ 5 T …

Read More »