Friday , June 9 2023

Blog Layout

Breaking News : କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ; ୮ ବଗି ଲାଇନଚ୍ୟୁତ, ୫୦ ରୁ ଅଧିକ ଯାତ୍ରୀ ଆହତ,

ବାହାନଗା, ସୋର ଓ ବାଲେଶ୍ୱର ହସପିଟାଲ ରେ ଭର୍ତି –  ଉଦ୍ଧାର କାର୍ଯ୍ୟ ଜାରି , ଜରୁରୀ କାଳିନ ଫୋନ୍ ନମ୍ବର ଜାରି ବାଲେଶ୍ବର,୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନସନ୍ଧ୍ୟା ପ୍ରାୟ ୭ଟା ୦୫ ମିନିଟ୍ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଟେନ୍ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣା …

Read More »

ହେମଲତା-ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ଗରଦପୁର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ପାଟକୁରା ସରକାରୀ ହାଇସ୍କୁଲ ପରିସରରେ ଆଜି ହେମଲତା-ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ମାର୍ଶାଘାଇ ବ୍ଳକ୍ର୨ଜଣ  ଓ ଗରଦପୁର ବ୍ଳକ୍ର ୩ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବାଦିକ ନବଘନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଜିର ଦିନରେ ସବୁ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଖବ୍ ତୀବ୍ର ଭାବରେ ହେଉଛି,ଏଥିରେ ଯେଉଁଛାତ୍ରଛାତ୍ରୀମାନେ ଯେପରି ଭାବରେ ପରିଶ୍ରମ କରିଛନ୍ତି ,ସେମାନେ ସେହି ପରି ଭାବରେ …

Read More »

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

କ୍ରିଷ୍ଣାନନ୍ଦପୁର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- କୃଷ୍ଣାନନ୍ଦପୁର ପଂଚାୟତ ମିର ମହଲା ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ମହମ୍ମଦ ଫଜଲ ହକ୍ ୮୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଗତ ବୁଧବାର ଦିନ ୧୦ ଘଟିକା ସମୟରେ ଘର କାମରେ ବ୍ୟସ୍ତ ଥିବାବେଳେ ନିଜକୁ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ କ୍ରିଷ୍ଣାନନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତ୍ର ୧.୧୦ ମିନିଟ …

Read More »

କଳା ପଲସର ଆତଙ୍କ – ଲୁଟିନେଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଅଳଙ୍କାର

ଖଣ୍ଡାରେ ଆକ୍ରମଣ କରି ଲୁଟିନେଲେ ରୂପା ଅଳଙ୍କାର ଖୋର୍ଦ୍ଧା,୨/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା କୋଲସାହି ନିକଟ ଗୋଳାପୋଖରୀ ଠାରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ରୂପା ବ୍ୟବସାୟୀ ଙ୍କୁ ଖଣ୍ଡାରେ ଆକ୍ରମଣ କରି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଅଳଙ୍କାର ବ୍ୟାଗ ଲୁଟ୍ କରିନେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ନିରାକାରପୁର ର ଗହଣା ବ୍ୟବସାୟୀ ସନ୍ତୋଷ କୁମାର ନାୟକ ତାଙ୍କ ସ୍କୁଟିରେ ବ୍ୟବସାୟ ଉଦ୍ଦେଶ୍ୟ ରେ …

Read More »

ହୋଟେଲ କର୍ମଚାରୀଙ୍କୁ ଗଳା କାଟି ହତ୍ୟା ଘଟଣା : ପ୍ରେମ ବ୍ୟାପାରକୁ ନେଇ ଘଟିଛି ହତ୍ୟାକାଣ୍ଡ

ପାରାଦ୍ଵୀପ, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)-  ପ୍ରେମ ବ୍ୟାପାରକୁ ନେଇ ହୋଟେଲ କର୍ମଚାରୀଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ପରବର୍ତି ସମୟରେ ଜଣାପଡ଼ିଛି। ସେହି ହୋଟେଲରେ କାମ କରୁଥିବା ଅନ୍ୟ ଜଣେ ଯୁବକ ରମେଶ ଜେନା ମୃତ ଟୁବୁଲି ଜେନା କୁ ହତ୍ୟା  କରିଛି । ଅଭିଯୁକ୍ତ ରମେଶ ଜେନାର ଶାଳୀକୁ ଟୁବୁଲି ଜେନା ଭଲ ପାଉଥିଲା । ରମେଶ ଓ ଟୁବୁଲି ଉଭୟଙ୍କ ଘର ଗୋଟିଏ ଗ୍ରାମରେ । ପୋଲିସ ନିକଟରେ ଅଭିଯୁକ୍ତ ରମେଶ ଜେନା ହତ୍ୟାକାଣ୍ଡକୁ ସ୍ବୀକାର କରିଥିବା ସୂଚନା  । ହତ୍ୟାକାଣ୍ଡରେ …

Read More »

କମିଶନରେଟ ପୁଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- କମିଶନରେଟ ପୁଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍ । ଏହି ୧୩ ଜଣିଆ ଗ୍ୟାଙ୍ଗ୍ ରୁ ୯ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଏହି ମହିଳାମାନେ ବୁଲି ବୁଲି ସପିଂ ମଲଗୁଡ଼ିକରୁ ଲୁଟ୍ କରୁଥିଲେ । ରଜ ବଜାରରେ ଭିଡ଼ ର ସୁଯୋଗ ନେଇ ଗ୍ରାହକ ବେଶରେ ଯାଇ ନିଜ ପିନ୍ଧା ପୋଷାକ ଭିତରେ ପୁରାଇ ଜିନିଷ ଚୋରି କରୁଥିଲେ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । …

Read More »

ହୋଟେଲ କର୍ମଚାରୀ ଙ୍କୁ ଗଳା କାଟି ହତ୍ୟା

ପାରାଦୀପ, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ପାରାଦୀପରେ ଜଣେ ହୋଟେଲ କର୍ମଚାରୀ ଙ୍କୁ ଗଳା କାଟି ହତ୍ୟା କରାଯାଇଛି । ବଡପଡିଆ ମାର୍କେଟରେ ଥିବା ରେବିକା ହୋଟେଲ ପଛପଟୁ ହୋଟେଲ କର୍ମଚାରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାମ ଟୁବୁଲୁ ଜେନା ଓ ତାଙ୍କ ଘର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଗଣ୍ଡାଖିଆ ଲୋକନାଥ ପୁର ଗାଁରେ । ସେ ରେବିକା ବାରରେ କିଛି ଦିନ ହେବ କାର୍ୟ୍ୟ କରୁଥିଲେ ଜଣାପଡ଼ଛି। ଗତକାଲି ବିଳମ୍ବିତ ରାତିରେ …

Read More »

ବିମଳେନ୍ଦୁ ରାୟ ଙ୍କୁ ସୋନପୁର ଜିଲାପାଳ ନିଯୁକ୍ତି

ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ପୂର୍ତ ବିଭାଗ ସ୍ୱତନ୍ତ୍ର ସଚିବ ବିମଳେନ୍ଦୁ ରାୟ ଙ୍କୁ ସୋନପୁର ର ନୂତନ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏ ନେଇ ଜେନେରାଲ ଆଡ଼ମିନିଷ୍ଟ୍ରେସନ୍ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୋନପୁର ଜିଲାପାଳ ଥିଲେ ସୂର୍ଯ୍ୟନାରାୟଣ ଦାସ ।

Read More »

କଟକ ବଡ଼ ଡ଼ାକ୍ତରଖାନାରୁ କଏଦି ଚମ୍ପଟ ଛୁ

କଟକ, ୦୧/୦୬/୨୦୨୩ (ଓଡ଼ିଶା ସମାଚାର)- କଟକ ଏସସିବି ରୁ ଚମ୍ପଟ ମାରିଛନ୍ତି କଏଦି । ଜଗତସିଂହପୁର ଜିଲାର ଜଣେ ଏକଦି ଚୌଦ୍ୱାର ଜେଲ ରୁ ଏସସିବି ରେ ଗତ ୨୯ ତାରିଖରେ ଚିକିତ୍ସା ପାଇଁ ଭର୍ତି ହୋଇଥିବାବେଳେ ଏସସିବି ରୁ ଚମ୍ପଟ ଛୁ ମାରିଛନ୍ତି । ସାଜନ ଦାସ ନାମକ ଅପରାଧୀକୁ ଗତ ୨୯ ତାରିଖରେ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ଚକମା ଦେଇ ମେଡ଼ିକାଲ ରୁ ସେ କୁଆଡେ ଖସି ପଳାଇଥିଲା । ତେବେ ତାକୁ …

Read More »