ଆହତ ମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଦେଖା ଦେଇଛି । ଲୋକମାନଙ୍କ ଜୀବନ ବଂଚାଇବା ପାଇଁ ରକ୍ତ ଦେବାକୁ ବାଲେଶ୍ୱର ହସପିଟାଲରେ ସ୍ୱେଛାସେବୀ ମାନେ ଲମ୍ବା ଧାଡ଼ି ଲଗାଇଛନ୍ତି । ରକ୍ତ ଦେବା ପାଇଁ ଏହି ଧାଡ଼ି ନୁହେଁ , ଏହା ମାନବିକତାର ଧାଡ଼ି ।
Read More »Blog Layout
କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍ ଦୂର୍ଘଟଣା ଚିତ୍ର
ଲୋ ଭୋଲଟେଜକୁ ବାରମ୍ବାର ବିଜୁଳି କାଟ: ଲୋକେ ଅସ୍ତବ୍ୟସ୍ତ
ନିରାକାରପୁର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ବିଦ୍ୟୁତ୍ ଉପଖଣ୍ଡରେ ବାରମ୍ବାର ଅଘୋଷିତ ବିଜୁଳି କାଟ ସହିତ ଲୋ ଭୋଲଟେଜ ଜନଜୀବନ କୁ ଅସ୍ତବ୍ୟସ୍ତ କରି ପକାଇଛି। ବିଦ୍ୟୁତ୍ ବିଭାଗ ମନଇଚ୍ଛା ଦିନ ରାତି ବିଭିନ୍ନ ଆଳ ଦେଖାଇ ବିଦ୍ୟୁତ୍ କାଟ କରୁଥିବାରୁ ସରକାରଙ୍କ ପ୍ରତିଶ୍ରୁତି ଓ ବିଭାଗ ମଧ୍ୟରେ କିଛି ତାଳ ମେଳ ନ ରହୁଥିବା ଭଳି ମନେହେଉଛି। ଗରମ ଦିନ ପୂର୍ବରୁ ଠିକ୍ ରୂପେ ପୂର୍ବ ପ୍ରସ୍ତୁତିର ଅଭାବ ଓ ବିଭିନ୍ନ ସ୍ଥାନ ରେ କାମଚଳା କାମ ଯୋଗୁ ବିଦ୍ୟୁତ୍ …
Read More »ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ
ଖୋର୍ଦ୍ଧା,୨/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ- ଖୋର୍ଦ୍ଧା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଅଭିଯାନ ୨୦୨୩ ର ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶିଶୁ ଶ୍ରମିକ ନିରାକରଣ ରଥର ଆୟୋଜନ କରାଯାଇଥିଲା। ଶ୍ରମ କମିଶନର ଡ଼ ଏନ୍ ତିରୁମାଲା ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଶିଶୁ ଶ୍ରମ ନିରାକରଣ ନିମନ୍ତେ ବିଭିନ୍ନ ବାର୍ତ୍ତା, ସ୍ଲୋଗାନ ଓ ପଚାର ପ୍ରସାର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ର ଏକ ସଫଳ ପ୍ରଚେଷ୍ଟା ଜିଲ୍ଲା ଶ୍ରମ ବିଭାଗ ତରଫରୁ …
Read More »ଆହତ ଙ୍କ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍ ବାହାନଗା ଠାରେ ଦୂର୍ଘଟଣାଗ୍ରସ୍ତ ହୋଇଛି । ବର୍ତମାନ ସୁଦ୍ଧା ୫୦ ରୁ ଅଧିକ ମୃତ୍ୟୁ ବରଣ କରିଥିବା ଓ ୩୫୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଟ୍ରୋଲ ରୁମ ରୁ ପରିସ୍ଥିତି ଉପରେ ନଜର ପକାଇଛନ୍ତି । ଆସନ୍ତା କାଲି ସେ ଘଟଣାସ୍ଥଳକୁ ଯିବେ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଆସୁଛନ୍ତି । ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା, …
Read More »ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ: ଜଣେ ଗୁରୁତର
ନିରାକାରପୁର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଲେଣ୍ଡୁ ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମ ନିକଟରେ ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଜଣେ ଜଣଙ୍କୁ ଏକ ମାରଣାସ୍ତ୍ର ରେ ମରଣାନ୍ତକ ଆକ୍ରମଣ କରିବା ଫଳରେ ପୁରୀ ଜିଲ୍ଲା ଗଡିଶଗଦା ଥାନା ରାଇଗରପୁର ଗ୍ରାମର ପ୍ରକାଶ ନାୟକ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିବା ଜଣାପଡିଛି। ସୂଚନା ଯୋଗ୍ୟ କି ଗଡିଶଗଦା ଥାନା ରାଇଗରପୁର ଗ୍ରାମର ବିଜୟ ସାହୁ ଓ ପ୍ରକାଶ ନାୟକ ଙ୍କ ଜମି ନିରାକାରପୁର ଥାନା ସିଦ୍ଧେଶ୍ୱର ଗ୍ରାମରେ …
Read More »ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ କେନ୍ଦ୍ର ସରକାର
ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍ ବାହାନଗା ଠାରେ ଦୂର୍ଘଟଣାଗ୍ରସ୍ତ ହୋଇଛି । ବର୍ତମାନ ସୁଦ୍ଧା ୫୦ ରୁ ଅଧିକ ମୃତ୍ୟୁ ବରଣ କରିଥିବା ଓ ୩୫୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଟ୍ରୋଲ ରୁମ ରୁ ପରିସ୍ଥିତି ଉପରେ ନଜର ପକାଇଛନ୍ତି । ଆସନ୍ତା କାଲି ସେ ଘଟଣାସ୍ଥଳକୁ ଯିବେ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଆସୁଛନ୍ତି । ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା, …
Read More »ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରେନ୍ ଦୂର୍ଘଟଣା ସ୍ଥଳ କୁ ଯିବେ
ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଂଟ୍ରୋଲ ରୁମ ରେ ପହଂଚି ସ୍ଥିତି ଉପରେ ନଜର କରିଛନ୍ତି । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ କରମଣ୍ଡଳ ଏକ୍ସପ୍ରେସ ଦୂର୍ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି । ରେଳ ଦୂର୍ଘଟଣା ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୂ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସଫଳ ଉଦ୍ଧାର କାର୍ଯ୍ୟ ଓ ଆହତ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ରେଳ ଦୂର୍ଘଟଣା ସମ୍ପର୍କରେ ପ୍ରଧାନ …
Read More »କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା : ୫୦ ରୁ ଅଧିକ ମୃତ୍ୟୁ ବରଣ କରିଥିବା ଓ ୨୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା, ମୃତାହତ ସଂଖ୍ୟା ବଢ଼ିବା ଆଶଙ୍କା
କଂଟ୍ରୋଲ ରୁମ୍ ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ହୋଇଛନ୍ତି। ସେ ସ୍ବତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି), ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଏସଆରସି କଂଟ୍ରୋଲ ରୁମ କୁ ଯାଇ ସ୍ଥିତି ଉପରେ ନଜର ରଖିବେ ବୋଲି ଜଣାଯାଇଛି । ବର୍ତମାନ ସୁଦ୍ଧା ୫୦ ରୁ ଅଧିକ ମୃତ୍ୟୁ ବରଣ …
Read More »କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା : ବର୍ତମାନ ସୁଦ୍ଧା ୩୦ ଜଣ ଙ୍କର ମୃତ୍ୟୁ , ୨୦୦ ରୁ ଅଧିକ ଆହତ ହୋଇଥିବା ସୂଚନା
ବାଲେଶ୍ବର ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୪୧-ଅପ୍) ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହୋଇଛନ୍ତି।ବର୍ତମାନ ସୁଦ୍ଧା ୩୦ ଜଣ ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତାହତ ସଂଖ୍ୟା ବଢ଼ିବା ଆଶଙ୍କା । ଆହତ ଏବଂ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବାହାନଗା, ସୋର ଓ ବାଲେଶ୍ବର ଡାକ୍ତରଖାନାକୁ ଆମ୍ବୁଲାନ୍ସ ମାଧ୍ୟମରେ …
Read More »