ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୨୪ – ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ – ୨୦୨୩’ର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ପର୍ବର ଆୟୋଜକ …
Read More »Blog Layout
ଭୁବନ ମହିଳା ମହାବିଦ୍ୟାଳୟରେ ବର୍ଷାଜଳ ସଂରକ୍ଷଣ ଆଲୋଚନା ଚକ୍ର
ଭୁବନ ୨୪/୦୩/୨୦୨୩ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ବର୍ଷାଜଳ ସଂରକ୍ଷଣ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଓ ପଥ ସଂଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବୋହିଯାଉଥିବା ବର୍ଷାଜଳକୁ କିଭଳି ଭାବେ ସଂରକ୍ଷଣ କରାଯାଇ ପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ନେହେରୁ …
Read More »ମୋଟର ସାଇକେଲକୁ ପଛରୁ ଧକ୍କା ଦେଲା ଟ୍ରକ , ଝିଅ ମୃତ , ବାପା ଗୁରୁତର ଆହତ
ଭୁବନ ୨୪/୦୩/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଆଜି ମଧ୍ୟାହ୍ନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ କୁ ପଛପଟୁ ପିଟିଥିଲା ଟ୍ରକ ଆଉ ଏହି ଦୁର୍ଘଟଣାରେ ବାଇକ ପଛରେ ବସିଥିବା ଝିଅର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ବାପା ଗୁରୁତର ଆହତ ହୋଇଥିଲେ । ପ୍ରାପ୍ତଖବରରୁ ପ୍ରକାଶ ଯେ , ପର୍ଜଙ୍ଗ ଥାନା ପାଣିଭଣ୍ଡାର ଗ୍ରାମରୁ ବାପା-ଝିଅ ଦୁହେଁ ଓଡି୧୯ଇ-୯୬୧୯ ନମ୍ବର ବିଶିଷ୍ଟ ମୋଟର ସାଇକେଲରେ …
Read More »ରମଜାନ ମାସ ଆରମ୍ଭରେ ଚାନ୍ଦ ତାରା ଙ୍କ ଅପୂର୍ବ ଦୃଶ୍ୟ
ନିରାକାରପୁର,୨୪/୦୩/୨୦୨୩ (ଓଡ଼ିଶା ସମାଚାର)-ଆଜି ମୁସଲମାନଙ୍କ ରମଜାନ ମାସ ଆରମ୍ଭ ହେଉଥିବାବେଳେ ଅପରାହ୍ନରେ ଏକ ସୁନ୍ଦର୍ ଅପୂର୍ବ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ଆଜି ଆକାଶରେ ଅର୍ଦ୍ଧ ଚନ୍ଦ୍ରଙ୍କ ତଳେ ଶୁକ୍ର ତାରା ଝୁଲିକି ଥିବା ଭଳି ଦେଖାଯାଉଥିଲା। ଅନ୍ୟ ପଟେ ହିନ୍ଦୁ ମାନେ ଏହାକୁ ଶୁଭଙ୍କର ମନେ କରୁଥିବା ସହିତ ଜଗନ୍ନାଥଙ୍କ ନାକ ଚଣା ସଦୃଶ୍ୟ ତାରା ଦେଖାଯାଉଥିବାରୁ ସମସ୍ତଙ୍କ ମନରେ ଏକ ଆଧ୍ୟାତ୍ମିକ ଭାବ ମଧ୍ୟ ଜାଗ୍ରତ କରିଥିଲା। ମୁସଲମାନ ଭାଇଭଉଣୀ ମାନେ ଏହାକୁ ମଧ୍ୟ ଶୁଭ ସଂକେତ ବୋଲି ମନେ କରିଛନ୍ତି।
Read More »କେନ୍ଦ୍ରାପଡା ଜିଲାରେ ୨ଜଣ ଭିନ୍ନକ୍ଷମଙ୍କୁ ମିଳିଲା ତିନିଚକିଆ ସ୍କୁଟର
କେନ୍ଦ୍ରାପଡ଼ା, ୨୪/୦୩/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେତେକ ଭିନ୍ନକ୍ଷମଙ୍କୁ ସେମାନଙ୍କ ଚଳାଚଳ ପାଇଁ ତିନିଚକିଆ ସ୍କୁଟି ପ୍ରଦାନ କରିଛନ୍ତି । ଭୁବନେଶ୍ୱର ପୋଖରୀପୁଟସ୍ଥିତ ଏହି ବିଭାଗ ପରିସରରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟର ୪୮ଜଣଙ୍କୁ ଏହି ସ୍କୁଟି ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡା ଜିଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ-ଇନ୍ଦୁପୁର ଗ୍ରାମର ନୀଳମଣି ସୂତାରଙ୍କ ପୁଅ ନକୁଳ ସୂତାର(୭୫ଭାଗ ଭିନ୍ନକ୍ଷମ) ଓ ରାଜନଗର ବ୍ଲକ …
Read More »ଜିଲାରେ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ମୋବାଇଲ ମେଡିକାଲ ୟୁନିଟ ଉଦ୍ଘାଟିତ
କେନ୍ଦ୍ରାପଡ଼ା, ୨୪/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ଅଧିନରେ କେନ୍ଦ୍ରାପଡା ଜିଲାରେ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗଇଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅଟଳ ବାୟୋ ଅଭୁଦୟ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନକଲ୍ୟାଣ ସେବା ସଂସ୍ଥାନ ଦ୍ୱାରା ଏହି ରଥ ଅତିରିକ୍ତ ଜିଲାପାଳ ପିତାମ୍ବର ସାମଲଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜନକଲ୍ୟାଣ ସେବା ସଂସ୍ଥାର ମୁଖ୍ୟ ପରିଚାଳକ ପବିତ୍ର …
Read More »କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜିଲା ସ୍ତରୀୟ ପ୍ରତିଯୋଗିତା
କେନ୍ଦ୍ରାପଡ଼ା, ୨୪/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବାସଂସ୍ଥା ଆନୁକୂଲ୍ୟରେ ଏକ ଜିଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ପ୍ରମୋଦ କୁମାର ବେହେରାଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଜିଲା ଜାତୀୟ ସେବା ଯୋଜନା ଅଧିକାରୀ ପଦ୍ମଜା କବି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଜିଲାର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ …
Read More »ଅବଧି ଶେଷ ପରେବି ଦାୟିତ୍ୱ ହସ୍ତାନ୍ତର କରୁନି ଶିଶୁମଙ୍ଗଳ ସମିତି
କେନ୍ଦ୍ରାପଡ଼ା,୨୪/୦୩/୨୦୨୩ (ଓଡ଼ିଶା ସମାଚାର)- ଶିଶୁମାନଙ୍କ ଅଧିକାର, ଯତ୍ନ ଓ ସୁରକ୍ଷା ନିମନ୍ତେ ପ୍ରତ୍ୟେକ ଜିଲାରେ ସରକାର ଗୋଟିଏ ଗୋଟିଏ ଶିଶୁ ମଙ୍ଗଳ ସମିତି ଗଠନ କରିଛନ୍ତି । ଏହି କମିଟିରେ ଜଣେ ଅଧ୍ୟକ୍ଷ ଓ ୪ଜଣ ସଦସ୍ୟଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ସମିତି ସେହି ଜିଲାରେ ଆବଶ୍ୟକ କରୁଥିବା ଶିଶୁମାନଙ୍କର ଯତ୍ନ, ସୁରକ୍ଷା ଓ ଅଧିକାର ରକ୍ଷା ନିମନ୍ତେ କାର୍ଯ୍ୟ କରିବା ସହ ସେହି ଶିଶୁମାନଙ୍କୁ ଯତ୍ନ, ସୁରକ୍ଷା, ଚିକିତ୍ସା, ବିକାଶ ଓ ପୁନଃ ଥଇଥାନ ପାଇଁ କାର୍ଯ୍ୟ କରିବେ …
Read More »୧୭ ଦିନ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ ରବିନ ଦାସ
ଭୁବନ ୨୪/୦୩/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ବାଲିବୋ ଅଂଚଳର ଯୁବ ସାମ୍ବାଦିକ ରବିନ ଦାସ ମାଫିଆ ଙ୍କ ଚକ୍ରାନ୍ତର ଶୀକାର ହୋଇ ଗତ ୭ ତାରିଖ ଦୋଳ ପୂର୍ଣ୍ଣମୀ ଦିନ ଭୁବନ ପୋଲିସ ଦ୍ୱାରା ଗିରଫ ହୋଇ ଜେଲକୁ ଯଇଥିଲେ । ଦୀର୍ଘ ୧୭ ଦିନ ପରେ ଆଜି ଜାମିନରେ ଆସିଛନ୍ତି । ରବିନ ଙ୍କୁ ସ୍ୱାଗତ କରିବା ପାଇଁ ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଂଜନ ନନ୍ଦ , ସଂଗଠନ ସଂପାଦକ ସଂଜୟ କୁମାର ନାଏକ , ସଭ୍ୟ ମାତାଜୀ …
Read More »ଗଞ୍ଜେଇ ଚାଲାଣ ବେଳେ ଜବତ: ବୋଲେରୋ ପିକଅପ ଭ୍ୟାନ ସହ ଜଣେ ଗିରଫ
ବାଲିଗୁଡା,୨୪/୩/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ପୋଲିସ ଶୁକ୍ରବାର ପାଟ୍ରୋଲିଂ କରୁଥିବା ସମୟରେ ସୁଡୁରା ପଞ୍ଚାୟତ ଟିକରବାଜୁ ଗ୍ରାମରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢଉ କରି ୨୬୦ କେଜି ୯୧୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରିବା ସହ ଏକ ବୋଲେରୋ ପିକଅପ ଭ୍ୟାନ ନଂ. ଓଡି-୦୧-ଏଲ -୦୬୫୦ କୁ ମଧ୍ୟ ଜବତ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କେରେବେଡା ଗ୍ରାମର ଶିବ …
Read More »