Thursday , June 17 2021
Breaking News

Blog Layout

ପୋଲିସ ପନ୍ଝାରେ ୪ଜଣ ନକଲି ମାଓବାଦୀ : ଟଙ୍କା ଓ ସୁନା ସହ ବିଭିନ୍ନ ମାରଣାସ୍ତ୍ର ଜବତ

ବାଲିଗୁଡ଼ା,୧୬/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ୍ ପନ୍ଝାରେ ୪ଜଣ ଫେକ୍ ମାଓବାଦୀ ବୁଧବାର ଧରାପଡିଛନ୍ତି । ପ୍ରକାଶ ଯେ, ଚଳିତ ମାସ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା, ସୁନା ଡାଲି, ଚାଉଳ ଲୁଟି ନେଇଥିଲେ …

Read More »

ଶିଶୁ ପ୍ରତିଭା କୁମାରୀ ଦେବସ୍ମିତା ପରିଡ଼ାଙ୍କ ମାନବୀୟ କାର୍ଯ୍ୟ

  କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ବ୍ଲକ କନ୍ଦରପୁର ପଂଚୟତର ବମ୍ବୁରୀ ଗ୍ରାମର ପିତା ସମାଜସେବୀ ଦୁର୍ଗା ପ୍ରସାଦ ପରିଡା ଓ ମାତା ଶ୍ରଦ୍ଧାଞ୍ଜଳୀ ପରିଡାଙ୍କ ସୁକନ୍ୟା କୁମାରୀ ଦେବସ୍ମିତା ପରିଡା କରୋନା ମହାମାରୀ ସମୟରେ ନିଜର ସ୍ୱଳ୍ପସଂଚିତ ଅର୍ଥରାଶିକୁ ବିଭିନ୍ନ ସଂଗଠନ ଦ୍ଵାରା ଅନୁଷ୍ଠିତ ହେଉଥିବା ସେଵାକାର୍ଯ୍ୟ ନିମନ୍ତେ ପ୍ରଦାନ କରିଛନ୍ତି ଯାହାକି ଖୁବ ଗୌରବର ପରିଭାଷା ଏଥିସହ ଛୋଟ ବୟସରୁ ସମାଜସେବା ପ୍ରତି ଆଗ୍ରହ ଅନ୍ୟ …

Read More »

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ କଟକ ଅର୍ବାନ ପୁଲିସ ଏକ ଅଭିଯାନ ଚଳାଇଛି । ଆଜି କଟକ ଅର୍ବାନ ପୁଲିସ କୁ ଏହି ଅଭିଯାନର ଏକ ବଡ଼ ସଫଳତା ମିଳିଛି । ପ୍ରାୟୋଜିତ ଅପରାଧକୁ ରୋକିବାକୁ ହେଲେ ଏଥିରେ ବ୍ୟବହୃତ ହେଉଥିବା ଚୋରା ମାରଣାସ୍ତ୍ର କାରବାର ରୋକିବା ଦରକାର। ସେଥିପାଇଁ ପୋଲିସ …

Read More »

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ ସଂକ୍ରମଣ ହୋଇଥିଲା ,ସେଠାରେ ସଂକ୍ରମଣ ହାର ଏବେ ଦ୍ରୁତ ହ୍ରାସ ହେଉଛି। କୋଭିଡ ସଂକ୍ରମଣ ଉପରେ ଲଗାମ ଲଗାଇବା ଲାଗି ସରକାର ଗତ ଦେଢମାସରୁ ଊର୍ଦ୍ଧ୍ୱ କାଳ ହେଲା ରାଜ୍ୟରେ ଜାରି କରିଥିବା ଲକଡାଉନ କଟକଣା ରେ କିଛି କୋହଳ କରିଛନ୍ତି। ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ବଦଳରେ ଆଂଶିକ …

Read More »

ଜମିବାଡ଼ି ମାମଲା କୁ ନେଇ  ବୃଦ୍ଧଙ୍କୁ  ପିଟି ପିଟି ହତ୍ୟା 

ସାଲେପୁର, ୧୬/୦୬/୨୦୨୧ (ଓଡିଶା ସମାଚାର / ଅଭୟ ଜେନା )-ଜମିବାଡ଼ିସୀମା ବିବାଦ  କୁ କେଦ୍ରକରି ଗଣ୍ଡଗୋଳଓ ମାଡ଼ ପିଟ ଘଟି ଜଣ କର ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି ।ସୀମାରେ ଥିବା ପଣସ ଗଛ ପାଇଁଏଭ ଳି ଅଭାବ ନୀୟ ଘଟଣା ଘଟି ଯାଇଛି. । ମୃତକ ହେଲେ ସାଲେପୁର ଥାନା ଅଞ୍ଚଳର ମାଣିତ୍ରୀ  ଗ୍ରାମର  ପଡା ଗାଁ ମଇଦିନପୁର ର ସେକ କରିମ ବକ୍ସ। କରିମ ବକ୍ସ ଓ …

Read More »

୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୬ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା ବେଳେ ୧୫୧୯ଜଣ ଲୋକାଲ୍ କେସ୍ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୦୭ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯୬ଜଣ, ବରଗଡ଼ ଜିଲ୍ଲାରୁ ୮୬ଜଣ, ଭଦ୍ରକ ଜିଲ୍ଲାରୁ ୧୮୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮ଜଣ, ବୌଦ୍ଧ …

Read More »

କେନ୍ଦ୍ରାପଡା ଉତ୍କଳ ସମ୍ମିଳନୀ ପକ୍ଷରୁ ବୃକ୍ଷରୋପଣ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ଆନୁକୁଲ୍ୟରେ ରଜସଂକ୍ରାନ୍ତୀ, ଶିବ ବିବାହ ଓ କବି ସମ୍ରାଟ ଫକିରମୋହନଙ୍କ ୧୦୩ତମ ଶ୍ରାଦ୍ଧଦିବସ ଉପଲକ୍ଷେ ଗରାପୁର ଭି. ଆଇ. ପି. ରୋଡ ନିକଟରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଏକ ବନ୍ଧୁ ମିଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରୁ କରପଲ୍ଲବ ଅଣାଯାଇ ମା’ ମଙ୍ଗଳା ଠାକୁରାଣୀଙ୍କୁ ପୂଜାର୍ଚ୍ଚନା …

Read More »

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୭୩ କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ୭୩ ଜଣ କରୋନା ପଜିଟିଭ ବାହାରିଥିବା  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ   ଆଳି ବ୍ଲକରେ ୧୨ଜଣ  କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୧୧,  ଗରଦପୁର ବ୍ଲକରେ ୪ଜଣ, କେନ୍ଦ୍ରାପଡା ବ୍ଲକରେ ୧୪, ମହାକାଳପଡା ବ୍ଲକରେ ୩, ମାର୍ଶାଘାଇ ବ୍ଲକର ୨, ପଟ୍ଟାମୁଣ୍ଡାଇ ବ୍ଲକରେ ୧୩, ରାଜକନିକା ବ୍ଲକରେ ୪, ରାଜନଗର …

Read More »

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ରାପଡାର ପୁର୍ବତନ ସାଂସଦ ତଥା ବିଜେପି ରଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡାଙ୍କ ପରାମର୍ଶ କ୍ରମେ ସାଧାରଣ ସଂପାଦକ ଅଭିମନୁ୍ୟ ଗୋଚ୍ଛାୟତଙ୍କ ନେତୃତ୍ୱରେ ପୁରୁଷୋତମପୁର ପଂଚାୟତର କୋରୁଆ ଗ୍ରାମର କର୍କଟ ରୋଗରେ ପିଡିତ ଥାଇ ଅକାଳ …

Read More »

ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ଗଲଓା୍ୱନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଅୟୋଜିତ ଶ୍ରଦ୍ଧାଞ୍ଜାଳୀ କାର୍ଯ୍ୟକ୍ରମରେ ମହମବତୀ ଜାଳି ୨ ମିିନିଟ ନିରବ ପ୍ରାର୍ଥନା କରାଯିବା ସହ ଶହୀଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ଅବସରରେ ଚୀନର …

Read More »