Thursday , December 1 2022
Home / ପର୍ଯ୍ୟଟନ ଓ ସଂସ୍କୃତି (page 2)

ପର୍ଯ୍ୟଟନ ଓ ସଂସ୍କୃତି

ଭିତରକନିକାର ସୁରକ୍ଷା ପାଇଁ ଆହ୍ୱାନ ପକ୍ଷରୁ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, ୦୮/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାଡାର ପରିବେଶ ଓ ସମାଜ ସଂସ୍କାର ମଂଚ ଆହ୍ୱାନ ପକ୍ଷରୁ ପରିବେଶ ଓ ଭିତରକନିକାର ସୁରକ୍ଷା ସମ୍ପର୍କରେ ଏକ ଆଲୋଚନାଚକ୍ର ସମାଜସେବୀ ତଥା ଆହ୍ୱାନର ସଭାପତି ଆଦିକନ୍ଦ ରାଉଳଙ୍କ ପୌରହିତ୍ୟରେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ମଂଚରେ ପ୍ରଥମ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ପରିବେଶବିତ ହେମନ୍ତ ରାଉତ ଯୋଗଦେଇ ପ୍ରତି ୩ ଘଂଟାରେ ଗୋଟିଏ ଦିନ ବିଶ୍ୱରୁ ଲୋପ ପାଇଯାଉଛି ବୋଲି କହିଥିଲେ । ସମୟ ଆସିବ ଜୀବଜନ୍ତୁ ଲୋପ ପାଇଯିବେ । ଦିନ ଆସିବ ସାରା …

Read More »

ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଦଯିବିତ ରଖାଯାଉ

ବୋଇତ ବନ୍ଦାଣ ଉତ୍ସବର ୫୪ତମ ସ୍ୱନକ୍ଷତ୍ର ଦିବସ କେନ୍ଦ୍ରାପଡ଼ା, ୦୮/୧୧/୨୦୨୨(ଓଡ଼ିଶା ସମାଚାର)-  ଜିଲ୍ଲା ବୋଇତ ବନ୍ଦାଣ ସମିତି, କେନ୍ଦ୍ରାପଡା ଆନୁକୂଲ୍ୟରେ ଟାଉନ ହଲ ପରିସରରେ ୫୪ତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆମର ପୂର୍ବସୂରୀମାନେ ଜାଭା, ସୁମାତ୍ରା, ବାଲି ଓ ଇଣ୍ଡୋନେସିଆ ପ୍ରଭୃତି ସ୍ଥାନକୁ ନୌବାଣିଜ୍ୟ କରିବାକୁ …

Read More »

ଯାଜପୁରରେ ଜିଲ୍ଲାସ୍ତରୀୟ ବୋଇତବନ୍ଦାଣ ଉତ୍ସବ ପାଳିତ

ଯାଜପୁର,୦୮/୧୧/୨୦୨୨ (ଓଡ଼ିଶା ସମାଚାର): ଯାଜପୁରର ଜଗନ୍ନାଥ ମନ୍ଦିର ବେଢ଼ା ସମ୍ମୁଖରେ ଗୀତାଜାଗରଣ ପରିଷଦ ଆନୁକୂଲ୍ୟରେ ଆୟୋଜିତ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୀତାଜାଗରଣ ପରିଷଦର ସଭାପତି ଆଇନଜୀବୀ ପ୍ରତିମା କରଙ୍କ ସଭାପତିତ୍ୱରେ ଉଦଘାଟକଭାବେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି । ଅନ୍ୟତମ ଅତିଥିଭାବେ ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତ ମୁଖ୍ୟ ଅତିଥିଭାବେ ଯାଗଦେଇଥିଲେ । ଅନ୍ୟତମ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର …

Read More »

କେନ୍ଦ୍ରାପଡା ବାଲିଯାତ୍ରା ଅତୀତର ଗୌରବକୁ  ବଜାୟ ରଖୁ

କେନ୍ଦ୍ରାପଡ଼ା,୦୮/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ଉତ୍ସବରେ  ଶିଳ୍ପ, ଶକ୍ତି ଓ ଏମ.ଏସ.ଏମ.ଇ. ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ କେନ୍ଦ୍ରାପଡାର ଅତୀତ ଗୌରବ  ସୁମାହନ୍ତ ଥିଲା ।  ଏଠିକାର ସାଧବମାନେ ଦେଶ ବିଦେଶରେ ବାଣିଜ୍ୟ ବେପାର କରି ମାଲିକାନା ଜାହିର  କରି ନିଜେ ସମୃଦ୍ଧ ହେବା ସହିତ ଅଂଚଳକୁ ସମୃଦ୍ଧ କରିଥିଲେ ବୋଲି ବାଲିଯାତ୍ରା ମହୋତ୍ସବ କମିଟି ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ । ପ୍ରଥମେ ଶିବାନନ୍ଦ ଆଶ୍ରମର ଶ୍ରୀମା …

Read More »

ଚିତ୍ରୋତ୍ପଳା ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ 

ଗରଦପୁର, ୦୮/୧୧/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବ୍ରଜଗଦାଧର ମହାପୁରୁଷ ପର୍ଯ୍ୟଟନସ୍ଥଳୀ ପରିସରରେ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଏହି ପିଠ ସଂଲଗ୍ନ ଚିତ୍ରୋତ୍ପଳା ନଦୀରେ ସର୍ବ ପ୍ରଥମେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥିଲା । ଏହି ବୋଇତ ବନ୍ଦାଣ ଉତ୍ସବରେ ୭ ଜଣ ସାଧବ ପୁଅ ମାନଙ୍କୁ ୭ ଜଣ ସାଧବାଣୀମାନେ ବନ୍ଦାପନା କରିଥିଲେ । ସଂକୀର୍ତନ ଘଂଟ ଘଂଟା ନାଦ ଓ ହରିବୋଲ ହୁଳ ହୁଳି ମଧ୍ୟରେ ଏକ ସୁଶୋଭିତ ବୋଇତରେ ସାଧବ ପୁଅ ମାନେ …

Read More »

କାର୍ତିକେଶ୍ୱର ପୂଜା ଉତ୍ସବ ଉଦଯାପିତ 

ଗରଦପୁର, ୦୮/୧୧/୨୦୨୨(ଓଡ଼ିଶା ସମାଚାର)- ନଡ଼ିଆବରାଇ ପଂଚାୟତସ୍ଥିତ ଓଉପଡ଼ା ଗ୍ରାମର ବଟ ମହାପୁରୁଷ କାର୍ତିକେଶ୍ୱର ପୂଜା କମିଟି ପକ୍ଷରୁ ୪୨ତମ ପୂଜା ଉତ୍ସବ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କମିଟିର ସଭାପତି ରଶ୍ମିରଂଜନ ପ୍ରଧାନ ସଭାପତିତ୍ୱ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା ଯୋଗଦେଇ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ଶେଖର ପରିଡ଼ା, …

Read More »

ବାବୁଜଙ୍ଗ ରେ ବୋଇତ ବନ୍ଦାଣ ଉତ୍ସବ

ନିଶ୍ଚିନ୍ତକୋଇଲି, ୦୮/୧୧/୨୦୨୨(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ବାବୁଜଙ୍ଗ ପଂଚାୟତରେ ୩୧ତମ କାର୍ତିକେଶ୍ୱର ପୂଜା ସହିତ ପବିତ୍ର ଚିତ୍ରୋତ୍ପଳା ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ୨୧ ନମ୍ବର ଜୋନ୍ ଜିଲା ପରିଷଦ ସଭ୍ୟା ଶ୍ରୀମତୀ ଶୁଭଶ୍ରୀ ମହାନ୍ତି ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତକଳର କଳା ସଂସ୍କୃତିକୁ ବଂଚାଇ ରଖିଥିବା ଏହି ଅନୁଷ୍ଠାନକୁ ପ୍ରସଂଶା କରିବା ସହିତ ଉତ୍କଳର …

Read More »

ନିରାକାରପୁର ସାଂସ୍କୃତିକ ଝଲକ କାର୍ଯ୍ୟକ୍ରମରେ ଝୁଲିରେ ଦର୍ଶକ

ନିରାକାରପୁର, ୦୮/୧୧/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଡ଼ ବଜାରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସାଂସ୍କୃତିକ ଝଲକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳ ର ବରିଷ୍ଠ ଉପସଭାନତ୍ରୀ ବାସନ୍ତୀ ମହାପାତ୍ର ଯୋଗଦେଇ ଓଡ଼ିଶାର ଯୁବକ ସମାଜ ଅତୀତର କଥା ମାନେ ପକାଇ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ବାକୁ ଆହ୍ବାନ କରିଥିଲେ। ଏହି …

Read More »

ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଖୋର୍ଦ୍ଧା, ୦୮/୧୧/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଚଳିତ ବର୍ଷ ପ୍ରଥମଥର ପାଇଁ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ସ୍ଥିତ ମନ୍ଦାକିନି ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନଙ୍କ ପୈ।ରହିତ୍ୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି।ମନ୍ଦାକିନୀ ନଦୀରେ ନର୍ମଦା ଓ ଗଗାଂ ଜଳ ପକାଇ ପବିତ୍ର ହୋଇଥିଲା। ଆଜି ସକାଳେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହୋଇଛି।ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଓଡ଼ିଶାର ପରମ୍ପରା କୁ ମନେପକାଇ ସାଧବ ବୋହୁମାନେ ରୀତିନୀତି ଅନୁଯାୟୀ ସାଧବ ଵୋହୁମାନେ …

Read More »

ଚନ୍ଦ୍ରଗ୍ରହଣ ପାଇଁ ରାତି ଅଧରେ କଟକ ସଦର ଅଞ୍ଚଳରେ ଡଙ୍ଗା ଭସା ଓ ଦେବନୀତି ସମ୍ପନ୍ନ

କଟକ ସଦର, ୦୮/୧୧/୨୦୨୨ (ଓଡ଼ିଶା ସମାଚାର ଵିଷ୍ଣୁ ବେହେରା):ଆଜି ମଙ୍ଗଳବାର ଚଳିତ ଵର୍ଷର ଶେଷ ଚନ୍ଦ୍ରଗ୍ରହଣ। ଦୃଶ୍ୟମାନ ହେଵ ଶେଷପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ସଂଧ୍ୟା ୫.୫ ମିନିଟ୍ ରେ ଦୃଶ୍ୟମାନ ହୋଇ ୬.୧୮ ମିନିଟ୍ ପର୍ଯ୍ୟନ୍ତ ରହିଵ। ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିହେଵ । ଏଥିପାଇଁ ଭୂଵନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ହୋଇଛି ସ୍ୱତନ୍ତ୍ର ଆୟୋଜନ। ଏଥିପାଇଁ ଶାସ୍ତ୍ର ମତରେ ଆଜି ଭୋର ପୂର୍ବରୁ ଅର୍ଥାତ୍ ଅଧ ରାତିରେ କଟକ ସଦର ର କନ୍ଦରପୁର ,ଵୈୟାଳିଶମୈ।ଜା, କିଶନନଗର, ନେମାଳ,ଵିଲହାଟ ପ୍ରଭୃତି ଅଞ୍ଚଳରେ ଦେବନୀତି …

Read More »