Thursday , December 1 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି (page 18)

ପର୍ଯ୍ୟଟନ ଓ ସଂସ୍କୃତି

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଖୋଲିଲା

ଭୁବନେଶ୍ୱର,୦୧/୧୧/୨୦୧୯(ଓଡ଼ିଶା ସମାଚାର)- ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଖୋଲିଲା । ଆଜି ସକାଳ ୬ ଟାରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କାଉଂଟର ଖୋଲିଛି । ଦୈନିକ ସର୍ବାଧିକ ପ୍ରଥମେ ଆସିଥିବା ଯଶିପୁର କାଳିଆଣି ଫାଟକ ଦେଇ ୩୫ ଟି ଗାଡ଼ି ଓ ପିଠାବଟା ଫାଟକ ଦେଇ ୨୫ ଟି ଗାଡ଼ି ଯିବା ପାଇଁ ଅନୁମତି ଦିଆଯିବ । ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ଟିକଟ ଦିଆଯିବ । ପ୍ରବେଶ ସମୟରେ ନୀୟମ ପାଳନ କରିବା ପାଇଁ ଲିଖିତ ଭାବେ ଅଣ୍ଡରଟେକିଙ୍ଗ …

Read More »

୩ ରେ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ବୃନ୍ଦାବନ ମହୋତ୍ସବ – ଗୋଟିଏ ମଂଚରେ ହରିପ୍ରସାଦ, ରସିଦ ଓ ଶୁଭଙ୍କର

ଭୁବନେଶ୍ୱର,୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ୩ ତାରିଖ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ବୃନ୍ଦାବନ ମହୋତ୍ସବର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ସୌଭାଗ୍ୟର କଥା ଗୋଟିଏ ମଂଚରେ ଶାସ୍ତ୍ରୀୟ ସଙ୍ଗୀତ ଜଗତର ବିଶିଷ୍ଟ ପ୍ରତିଭା ଏକାଠି ନଜର ଆସିବେ । ସେମାନଙ୍କ ମଧ୍ୟରେ ରହିଛନ୍ତି, ବିଶିଷ୍ଟ ବଂଶୀ ବାଦକ ପଦ୍ମ୍ମବିଭୂଷଣ ପଣ୍ଡିତ ଡ. ହରି ପ୍ରସାଦ ଚୌରାସିଆ, ଯିଏ ସେହି ସନ୍ଧ୍ୟାରେ ଉପସ୍ଥିତ ରହି ବଂଶୀ ବାଦନ କରିବେ । ତାଙ୍କ ସହିତ ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ପଦ୍ମଶ୍ରୀ ଉସ୍ତାଦ …

Read More »

ନନ୍ଦପୁର ଜୋନସ୍ତରୀୟ ପରବ ଉଦଘାଟିତ – ଢେମସା,ନାଚ,ଗିତରେ ଦୁଲୁକିଲା ପରବ ପଡିଆ

ନନ୍ଦପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ ଲୋକ ମହୋତ୍ସବ ପରବ ୨୦୧୯ ର ଶୁଭ ଉଦଘାଟନୀ ଉତ୍ସବ ନନ୍ଦପୁର ବ୍ଲକସ୍ତରୀୟ ଗ୍ରାମ ପଂଚାୟତ ମିଳିତ ଭାବେ ଆୟୋଜିତ ପରବ ୨୦୧୯ର ଜୋନ ସ୍ତରୀୟ ପରବ ଉଦଘାଟିତ ହୋଇଯାଇଛି । ଜୋନସ୍ତରୀୟ ପରବରେ ନନ୍ଦପୁର ବିଡିଓ କୈଳାସଚନ୍ଦ୍ର ସିଅଳ   ଜୋନ ସ୍ତରୀୟ ପରବ ଉଦଘାଟନ କରିଛନ୍ତି । ପ୍ରଥମେ ୧୩ଟି ପଂଚାୟତର ସରପଂଚ, ସମିତି ସଭ୍ୟ/ ସଭ୍ୟା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ନନ୍ଦପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ପରବ ମଶାଲ ଶୋଭାଯାତ୍ରାରେ ଆଣିବା ପରେ ହିକିମପୁଟ ପଂଚାୟତ …

Read More »

ରାଜ୍ୟ ପର୍ଯ୍ୟଟନକୁ ସହଯୋଗ କରିବେ ଜାତୀୟ ଟୁର୍ ଅପରେଟର

ଭୁବନେଶ୍ୱର,୨୨/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶିଳ୍ପ ଓ ବଣିକ ମହାସଂଘ(ଫିକି) ସହଯୋଗରେ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି)ର ତୃତୀୟ ସଂସ୍କରଣ ଉଦ୍ୟାପିତ ହୋଇଛି । ଏହି ଆନ୍ତର୍ଜାତୀୟ ମେଗା ଟ୍ରାଭେଲ ବଜାରରେ ଚଳିତ ବର୍ଷ ମୋଟ୍ ୧୬ଟି ରାଷ୍ଟ୍ରରୁ ୨୫ଜଣ ଆଗଧାଡ଼ିର ବିଦେଶୀ ଟୁର୍ ଅପରେଟର୍ ଙ୍କ ସହ ଭାରତର ୧୯ଟି ରାଜ୍ୟରୁ ୬୦ ଟୁର୍ ଅପରେଟର୍ ଯୋଗ ଦେଇଥିଲେ । ତେବେ ରାଜ୍ୟରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ସମେତ ଧାର୍ମିକ କ୍ଷେତ୍ର, ଆଦିବାସୀ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ …

Read More »

ଭଦ୍ରକରେ ପର୍ଯ୍ୟଟନ ପର୍ବ ପାଳିତ

ଭଦ୍ରକ, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସଂସ୍କୃତିଭବନ ପରିସରରେ ପର୍ଯ୍ୟଟନ ପର୍ବ ପାଳିତ ହୋଇଯାଇଅଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମର୧୫୦ବର୍ଷ ପୂର୍ତୀ ଉପଲକ୍ଷେ ଆୟୋଜିତ ଏହି ପର୍ଯ୍ୟଟନ ପର୍ବକୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ରୁପେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁ ଯୋଗ ଦେଇ ପର୍ଯ୍ୟଟନର ମହତ୍ୱ ଏବଂ ଗାନ୍ଧୀଙ୍କ ଆଗମନ ସହ ଭଦ୍ରକର ସଂପୃକ୍ତି ବିଷୟରେ ଆଲୋକପାତ କରିଥିଲେ …

Read More »

ଦଶନ୍ତପୁରରେ ପରବର ପ୍ରସ୍ତୁତି ବୈଠକ

ଦଶମନ୍ତପୁର, ୨୧/୧୦/୨୦୧୯(ଓଡ଼ିଶା ସମାଚାର)-ଦଶମନ୍ତପୁର ବ୍ଲକ ସଭାଗୃହରେ ବ୍ଲକ ଉପଦେଷ୍ଟା ନାରାୟଣ ବିଷୋୟୀଙ୍କ ଅଧ୍ୟକ୍ଷତାରେ ପରବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ଜିପିଇଓ ସଭାପତିତ୍ୱ କରିଥିଲେ । ତହସିଲଦାର ଅଜୟ ପ୍ରକାଶ ତିର୍କୀ, ଏଇ ଦାଶରଥି ମୂର୍ମୁ, ଜିଲା ପରିଷଦ ସଭ୍ୟା ମମତା କୁଳଦୀପ, ସିଡିପିଓ ନମିତା ପଣ୍ଡା, ତାପୟ ରାୟ, ବେଣୁଧର ପାତ୍ର, ଅତୁଲ ନାୟକ, ସମିତି ସଭ୍ୟ, ସରପଂଚ,ଜେଇ, ଜିଆରଏସଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ରତି ପଂଚାୟତରୁ ପିଇଓ, ସରପଂଚ, ସମିତିସଭ୍ୟ …

Read More »

ସଂକ୍ଷେପରେ ତାଜା ଖବର : ନନ୍ଦନକାନନ ରେ ମହାବଳ ବାଘ ର ମୃତ୍ୟୁ       

 ଭୁବନେଶ୍ୱର,୧୫/୧୦/୨୦୧୯ ( ଓଡ଼ିଶା ସମାଚାର)- ନନ୍ଦନକାନନ ରେ ଧଳା ମହାବଳ ବାଘ ସୁଭ୍ରାଂଶୁ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ଶନିବାର ହଠାତ ସେ ପଡ଼ିଯାଇଥିଲା । ସେହିଦିନ ଠାରୁ ସେ ଖାଦ୍ୟ ଗ୍ରହଣ କରୁନଥିଲା ।  ରୋଗରେ ପିଡ଼ିତ ସୁଭ୍ରାଂଶୁ ର ଚିକିତ୍ସା କରୁଥିଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ । ତେବେ ସେ ଆଜି ୧୦ଟା ୧୫ ରେ ମୃତ୍ୟୁ ବରଣ କରିଥିବା ନେଇ ଖବର ଆମ୍ଭର ହସ୍ତଗତ ହୋଇଛି । ବର୍ତମାନ ନନ୍ଦନକାନନରେ ୧୨ …

Read More »

ଚତୁର୍ଥ “ପର୍ଯ୍ୟଟନ ପର୍ବ” ଉଦଘାଟନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଦେଶର ପର୍ଯ୍ୟଟନକୁ ନୂଆ ପରିଚୟ ଦେବ “ପର୍ଯ୍ୟଟନ ପର୍ବ”-ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ଦେଶର ପ୍ରତି ଜିଲ୍ଲାରେ ଭିନ୍ନ ସଂସ୍କୃତି, ପର୍ଯ୍ୟଟନଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ରହିଛି । ଆଜି ଉଦଘାଟିତ ହୋଇଯାଇଥିବା ୪ର୍ଥ ପର୍ଯ୍ୟଟନ ପର୍ବ ଦେଶର ପର୍ଯ୍ୟଟନକୁ ନୂତନ ପରିଚୟ ଦେବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର …

Read More »

ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଜଗତସିଂହପୁର, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲା ସଦର ମହକୁମାଠାରେ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାକୁ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ ଉଦଘାଟନ କରିଥିଲେ  । ଏକ ଶୋଭାଯାତ୍ରା କଲେଜଛକ ଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଏସଭିଏମ କଲେଜ ଓ ଶ୍ରୀକୃଷ୍ଣ ଏକାଡେମୀର ଛାତ୍ରଛାତ୍ରୀ, ଏନସିସି ଛାତ୍ରଛାତ୍ରୀଙ୍କ ଦ୍ୱାରା ହାଟବଜାରରେ ସୋମନାଥ ମନ୍ଦିର ଓ ଆଖପାଖ ସଫାସୁତୁରା କରାଯାଇଥିଲା । …

Read More »

ବିଶ୍ୱ ପର୍ଯ୍ୟଟନ ଦିବସରେ ଚିଲିକା ସୁରକ୍ଷା ପାଇଁ ୧୦୦ ଗୀ୍ରନ୍ କମାଣ୍ଡା ଶପଥ ନେଲେ

ନିରାକାରପୁର/ଟାଙ୍ଗୀ,୨୭/୦୯/୨୦୧୯ ( ଓଡ଼ିଶା ସମାଚାର)-ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପ୍ରେରଣା ଇରନ୍ୟାସନାଲ ଗ୍ରୀନ ଆର୍ମି ଓ ର୍ମଙ୍ଗଳା ଯୋଡି ଉକୋ ଟୁରିଜିମ ଟ୍ରଷ୍ଟ ତଥା ଭାରତ ଗା୍ରମୀଣ ବିକାଶ ସଂସ୍ଥାନର ମିଳିତ ସହଯାଗରେ ଚିଲିକା କୂଳସ୍ଥ ମଂଗଳା ଯୋଡି ଠାରେ ସଭା ଶୋଭାଯାତ୍ରା ଶପଥ ପାଠ ଓ ସଂବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିଶୁ ସାହିତ୍ୟକ ପ୍ରଫେସର ଦାଶ ବେନୁହୁର ଯୋଗଦେଇ ଚିଲିକା ଆମର ସମ୍ପତିି ,ପକ୍ଷୀ ଆମର ଅତିଥି,ଏମାନଙ୍କୁ …

Read More »