Wednesday , January 19 2022
Breaking News
Home / କ୍ରୀଡ଼ା (page 19)

କ୍ରୀଡ଼ା

ଆଠଗଡ ଉପଖଣ୍ଡ ପ୍ରଶାସନ ଓ ଗଣମାଧ୍ୟମ ଏକାଦଶ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ – ଗଣମାଧ୍ୟମ ଏକାଦଶ ୨-୧ରେ ବିଜୟୀ

ଆଠଗଡ, ୧୮/୦୮/୨୦୧୯(ଓଡ଼ିଶା ସମାଚାର)- ୭୩ତମ ସ୍ୱାଧୀନତା ଦିବସ ଅବସରରେ ଆଠଗଡ ଉପଖଣ୍ଡ ପ୍ରଶାସନ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଛି । ମହାକାଳବସ୍ତ ପଂଚାୟତର ସ୍କୁଲ ନିକଟସ୍ଥ ପଡିଆରେ ଅନୁଷ୍ଠିତ ଖେଳରେ ଗଣମାଧ୍ୟମ ଏକାଦଶ ୨- ୧ ଗୋଲରେ ଉପଖଣ୍ଡ ପ୍ରଶାସନକୁ ପରାସ୍ତ କରି ବିଜୟୀ ହୋଇଥିଲା । ଉପଖଣ୍ଡ ପ୍ରଶାସନର ଅଧିନାୟକ ଉପଜିଲାପାଳ ଅମୀୟକୁମାର ସାହୁ ହୋଇଥିବା ବେଳେ ଗଣମାଧ୍ୟମ ଏକାଦଶର …

Read More »

କେନ୍ଦ୍ରାପଡା ହାଇସ୍କୁଲ ପଡିଆରେ ପ୍ରଶାସନ ଓ ପୋଲିସ ମଧ୍ୟରେ ପ୍ରଦର୍ଶନୀ ଫୁଟବଲ ମ୍ୟାଚ

କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା କ୍ରୀଡା ବିଭାଗ ଆନୁକୁଲ୍ୟରେ ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲା ପ୍ରଶାସନ ଓ ଫୁଟବଲ ଆସୋସିଏସନ ସହିତ ଜିଲ୍ଲା ପୋଲିସର  ଗୁରୁବାର ଅପରାହ୍ନରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀ ଫୁଟବଲ ମ୍ୟାଚରେ ଜିଲ୍ଲା ପ୍ରଶାସନ ଓ ଫୁଟବଲ ଆସୋସିଏସନର ଖେଳାଳିମାନେ ଜିଲ୍ଲା ପୋଲିସ ଟିମକୁ ୧-୦ ଗୋଲରେ ପରାସ୍ତ କରି …

Read More »

ପ୍ରଥମ ଢେଙ୍କାନାଳ କପ୍ ସ୍କୁଲ୍ ଚେସ୍ ଟୁର୍ଣ୍ଣାମେଂଟ ଉଦଘାଟିତ

ଢେଙ୍କାନାଳ, ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲା ଚେସ୍ ଆସୋସିଏସନ୍ ପକ୍ଷରୁ ସେଂଟ ଜାର୍ଭିୟସ ହାଇସ୍କୁଲରେ ପ୍ରଥମ ଢେଙ୍କାନାଳ କପ୍ ସ୍କୁଲ ଚେସ୍ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଓଜେଏସରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଇପସିତା ଅଭିନନ୍ଦିତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଜିଲ୍ଲା ଚେସ୍ ଆସୋସିଏସନ୍ ସଭାପତି ନବୀନଚନ୍ଦ୍ର ନାରାୟଣ ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ । ସଂପାଦକ ଦେବବ୍ରତ ଭଟ୍ଟ ବିବରଣୀ …

Read More »

ବିଜୁ ପଟ୍ଟନାୟକ ଷ୍ଟାଡିୟମର ନବୀକରଣ ପାଇଁ ଜିଲ୍ଲାପାଳ ଚିଠି ଲେଖିଲେ

କେନ୍ଦ୍ରାପଡା ୧୩/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଇଛାପୁର ନିକଟସ୍ଥ ସାରଙ୍ଗ ଠାରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମର ନବୀକରଣ ନିମନ୍ତେ ଜିଲ୍ଲାପାଳ ସମର୍ଥ ବର୍ମା ରାଜ୍ୟ କ୍ରୀଡା ବିଭାଗକୁ ଆବଶ୍ୟକ ସରକାରୀ ଅନୁଦାନ ତୁରନ୍ତ ମଞ୍ଜୁର ନିମନ୍ତେ ପତ୍ର ଲେଖିଥିବା ଜଣାପଡିଛି । ପୂର୍ତ ଡିଭିଜନ ପକ୍ଷରୁ ଷ୍ଟାଡିୟମର ଭିତର ଓ ବାହାରର ବିଦ୍ୟୁତକରଣ ନିମନ୍ତେ ପ୍ରସ୍ତୁତ ୯ଲକ୍ଷ ୬୧ହଜାର ୧୧୩ଟଙ୍କାର ଅଟକଳକୁ ଜିଲ୍ଲାପାଳ ଅନୁମୋଦନକରି ରାଜ୍ୟ କ୍ରୀଡା ନିର୍ଦେଶକଙ୍କୁ …

Read More »

ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତା ରେ ଭୁବନ ଟିମ ରନର୍ସ ଅପ

     ସ୍ଥିତିପ୍ରଜ୍ଞା ସାହୁ,ସୁଧାଂଶୁ ମହାନ୍ତ ପାଇଲେ ସ୍ୱର୍ଣ୍ଣପଦକ ଭୁବନ,୧୧/୦୮/୨୦୧୯(ଓଡ଼ିଶା ସମାଚାର)-ସୁଦୂର ପଂଜାବ ପ୍ରଦେଶ ର ପଠାନକୋଟ ଠାରେ ଗତ ୩ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ଭୁବନ ଟିମ ରନର୍ସଅପ ହୋଇ ସଫଳତା ହାସଲ କରିଛି । ନାଟ୍ୟକାର ସନ୍ତୋଷ କୁମାର ସାହୁ ଙ୍କ ଝିଅ ସ୍ଥିତିପ୍ରଜ୍ଞା ସାହୁ ପ୍ରଥମେ ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ  ସୁଧାଂଶୁ ମହାନ୍ତ ମଧ୍ୟ ସ୍ୱର୍ଣ୍ଣ …

Read More »

ରୌପ୍ୟ ଜିତିଲେ ଓଡ଼ିଆ ଝିଅ ପାର୍ବତୀ

ଭୁବନେଶ୍ୱର,୦୩/୦୮/୨୦୧୯ ( ଓଡ଼ିଶା ସମାଚାର)-ଓଡ଼ିଆ ଆଥଲେଟ ପାର୍ବତୀ ସେଠୀ ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସ୨୦୧୯ରେ ରୌପ୍ୟ ପଦକ ପାଇଛନ୍ତି । ଡିସକସ ଥ୍ରୋ ରେ ସେ ଏହି ସଫଳତା ପାଇଛନ୍ତି । ତିନିଦିନ ତଳେ ସେ ଏହି ପ୍ରତିଯୋଗିତାରେ ସଟପଫଟ ରେ ମଧ୍ୟ କାଂସ୍ୟପଦକ ପାଇଥିଲେ । ପାର୍ବତୀଙ୍କ ଏହି ସଫଳତାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ନିଜର ଅଭିନନ୍ଦନ ବାର୍ତାରେ …

Read More »

କବାଡ଼ି ଖେଳକୁ ଲୋକପ୍ରିୟ କରିବାକୁ ପଦକ୍ଷେପ

  ଭୁବନେଶ୍ୱର ,୨୬/୦୭/୨୦୧୯(ଓଡ଼ିଶା ସମାଚାର)-ଗ୍ରାମାଂଚଳରେ କବାଡ଼ି ଖେଳକୁ ଲୋକପ୍ରିୟ କରିବା ପାଇଁ ପ୍ରତିଭାବାନ କବାଡ଼ି ଖେଳାଳୀମାନଙ୍କୁ ଚୟନ କରି ପୁରୀଠାରେ ଥିବା କ୍ରୀଡ଼ା ଛାତ୍ରାବାସରେ ରଖାଯାଇ ତାଲିମ୍ପ୍ରାପ୍ତ ପ୍ରଶିକ୍ଷକମାନଙ୍କ ଦ୍ୱାରା ଉତମ ତାଲିମ୍ ସହ ଆନୁସଙ୍ଗିକ ସୁବିଧାସୁଯୋଗ ପ୍ରଦାନ କରାଯିବା ସମେତ ରାଜ୍ୟ କବାଡ଼ି ସଂଘକୁ ରାଜ୍ୟ ସରକାର ପ୍ରତିବର୍ଷ ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି ବୋଲି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ଲିଖିତ ପ୍ରଶ୍ନ …

Read More »

ଆଂଚଳିକ କବାଡ଼ି ପ୍ରତିଯୋଗିତା ଉଦଘାଟିତ

କୁଜଙ୍ଗ, ୨୫/୦୭/୨୦୧୯(ଓଡ଼ିଶା ସମାଚାର)- ରାହାମା ସାଇଲୋ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଆଜି ନବୋଦୟ ବିଦ୍ୟାଳୟ ଭୋପାଳ ରିଜିଅନର ୧୧ଟି କ୍ଲଷ୍ଟରକୁ ନେଇ ଆଂଚଳିକସ୍ତରର କବାଡ଼ି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟଅତିଥି ଜିଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାଶ ଉଦଘାଟନ କରି କ୍ରୀଡ଼ା ମୈତ୍ରୀ, ସଂହତି ଓ ଭାତୃଭାବ ସୃଷ୍ଟି କରିଥାଏ ଯାହା ଦେଶ ଓ ରାଜ୍ୟକୁ ସବୁକ୍ଷେତ୍ରରେ ସମୃଦ୍ଧ କରିବା ସହ ଯୁବବର୍ଗଙ୍କ ମଧ୍ୟରେ …

Read More »

କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ବୈଠକ

ଗଣଶିକ୍ଷାମନ୍ତ୍ରୀଙ୍କୁ ଦୁଃଖ ଜଣାଇବେ ୬ ହଜାର କଳା ଓ କ୍ରୀଡ଼ା ଶିକ୍ଷକ ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )- ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ବୈଠକ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର କର୍ମକର୍ତାମାନେ ଯୋଗଦେଇ ୬ ବର୍ଷ ଧରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାର୍ଟ ଟାଇମ୍ ଭାବେ ନିଯୁକ୍ତି ପାଇଥିବା କଳା ଓ …

Read More »

ଦୂତୀଙ୍କ ନାଁରେ ଆଥଲେଟିକ ଟ୍ରାକ୍ – କିଟ ଓ କିସ ପକ୍ଷରୁ ଦୂତୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ଖୁବ ଶୀଘ୍ର ଭାରତୀୟ ଦ୍ରୁତ ଧାବିକା ଓ କିଟ ଛାତ୍ରୀ ଦୂତୀ ଚାନ୍ଦଙ୍କ ଏକ ଆଥଲେଟିକ ଟ୍ରାକ ନାମିତ ହେବ । ଏହି ଆଥଲେଟିକ ଟ୍ରାକ କାମ ସଂପୂର୍ଣ୍ଣ ହେବା ପରେ ଏହା ‘ଦୂତୀ ଚାନ୍ଦ ଆଥଲେଟିକ ଟ୍ରାକ’ ନାମରେନାମିତ କରାଯିବ ବୋଲି ମଙ୍ଗଳବାର କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଭବିଷ୍ୟତରେ କିଟ ଓ …

Read More »