Monday , October 18 2021
Breaking News
Home / ସ୍ୱାସ୍ଥ୍ୟ (page 70)

ସ୍ୱାସ୍ଥ୍ୟ

ରାଜ୍ୟ ଔଷଧ ନିଗମର ୨୩ତମ ବୋର୍ଡ ବୈଠକ -୬୨୫ କୋଟିର ସାମଗ୍ରୀ କିଣିବାକୁ ନିଷ୍ପତି

ଭୁବନେଶ୍ୱର,୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଚଳିତ ବର୍ଷ ଓଡିଶା ମେଡିକାଲ କର୍ପୋରେସନ ୬୨୫ କୋଟି ଟଙ୍କାର ସାମଗ୍ରୀ ଖରିଦ କରିବ । ଏଥିରେ ୩୦୦ କୋଟି ଟଙ୍କାର ଔଷଧ ଥିବାବେଳେ ୨୫୦ କୋଟି ଟଙ୍କାର ଡାକ୍ତରୀ ଯନ୍ତ୍ରପାତି ସହିତ ସାଜ ସରଞ୍ଜାମ ଓ ଖୁସି ଯୋଜନାରେ ୭୫ କୋଟି ଟଙ୍କାର ସାନିଟାରୀ ନାପକିନ ଖରିଦ କରାଯିବ । ନିଗମର ୨୩ତମ ବୋର୍ଡ ବୈଠକରେ ଏହି ନିଷ୍ପତିି ହୋଇଛି । …

Read More »

ଗ୍ରହଣ ଖଣ୍ଡିଆ ଚିହ୍ନଟ ଶିବିରର ଆୟୋଜନ

ଭୁବନେଶ୍ୱର ,୨୭/୦୭/୨୦୧୯(ଓଡ଼ିଶା ସମାଚାର)-ନିର୍ମଳା କୃତି ବିକାଶ ଟ୍ରଷ୍ଟ ପକ୍ଷରୁ ଗ୍ରହଣ ଖଣ୍ଡିଆ ଚିହ୍ନଟ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ପାଖାପାଖି ୪୦୦ରୁ ଉଦ୍ଧ୍ୱର୍ ଲୋକ ଯୋଗ ଦେଇଥିଲେ । ତନ୍ମଧ୍ୟରୁ ପର୍ଯ୍ୟାୟକ୍ରମେ ୨୦ଜଣ ରୋଗୀଙ୍କର ସଫଳତାର ସହ କ୍ଲେପ୍ଟ ଅସ୍ତ୍ରୋପଚାର ହୋଇଛି । ଏହି ଅସ୍ତ୍ରୋପଚାର ନିମନ୍ତେ ସେମାନଙ୍କ ରହିବା ଏବଂ ଯାତାୟାତ ବ୍ୟବସ୍ଥା ମଧ୍ୟ ଏହି ଟ୍ରଷ୍ଟ ପକ୍ଷରୁ ହୋଇଥିଲା । ପରେ ସେମାନଙ୍କ ସୁସ୍ଥ …

Read More »

କାମ କରୁନି ଗାଁ କଲ୍ୟାଣ ସମିତି

ପାଟକୁରା ୨୫/୭/୨୦୧୯(ଓଡ଼ିଶା ସମାଚାର)-  ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଗାଁ କଲ୍ୟାଣ ସମିତି’ ମାଧ୍ୟମରେ କୋଟି କୋଟି ଟଙ୍କା ବିନିଯୋଗ କରାଯାଉଛି । ଗ୍ରାମର ପରିବେଶକୁ ସ୍ୱଛ ରଖିବା ପାଇଁ ପ୍ରତ୍ୟେକ ଗାଁ କଲ୍ୟାଣ ସମିତିଗୁଡିକୁ ବର୍ଷକୁ ୧୦ ହଜାର ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି । କିନ୍ତୁ ଗରଦପୁର ବ୍ଲୂକ ଅଂଚଳରେ ଥିବା ପାଟକୁରା,ବେଡାରି ଓ ପଦ୍ମପୁର ଗ୍ରାମ ପଂଚାୟତମାନଙ୍କରେ …

Read More »

       ରୋଗୀ କଲ୍ୟାଣ ସମିତିର ବୈଠକ

ସାଲେପୁର, ୨୪/୦୭/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା ) – ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଳା ପରିଷଦର ଅଧ୍ୟକ୍ଷା ଜ୍ୟୋତିରେଖା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଅମିତ୍ କୁମାର କୁମାର ଜେନା ,ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଅକ୍ଷୟ କୁମାର ଦାଶ, ସ୍ଥାନୀୟ ସରପଂଚ ସସ୍ମିତା …

Read More »

  ଫାର୍ମାସୀ କଲେଜରେ ଜଳ ଦିବସ ପାଳିତ

    ସାଲେପୁର, ୨୪/୦୭/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା ) – ଜଳ ଦିବସ ଉପଲକ୍ଷେ ସାଲେପୁର ସ୍ଥିତ ଫାର୍ମାସୀ କଲେଜ ତରଫରୁ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ନେଇ ଏକ ସଚେତନତା ରାଲି ଓ ସଭା କଲେଜ ପରିସରରେ ଥିବା ଅଡ଼ିଟୋରିୟମ ହଲରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ କଲେଜର ଅଧ୍ୟକ୍ଷ ପ୍ରଫେସର ଡ଼ଃ ୟୁ ଲକ୍ଷ୍ମିନାରାୟଣମ୍ ସଭାପତିତ୍ୱ କରି ଆମ ଓଡ଼ିଶରେ …

Read More »

ମହିଳାମାନଙ୍କର ମୂତ୍ରାଶୟ ଜନିତ ରୋଗ ସମ୍ପର୍କରେ ସଚେତନତା

କଟକ,୨୩/୦୭/୨୦୧୯(ଓଡ଼ିଶା ସମାଚାର)- କେବେ କେବେ ସକ୍ରିୟ ମୂତ୍ରାଶୟ (ଓଏବି)ରୁ ଅଧିକ ବୟସ୍କ ଲୋକମାନଙ୍କର ଚିକିତ୍ସା ସ୍ତିତି ଉପରେ ବିଚାର କରାଯାଉଥିଲା, ଯେବେକି ଏହାବର୍ତମାନ ଉଭୟ ଯୁବ ପୁରୁଷ ଏବଂ ମହିଳା ମାନଙ୍କ କ୍ଷେତ୍ରରେ ଦେଖାଯାଉଛି । ଏହି ପରିବର୍ତନୀୟ ପରିସ୍ତିତି ସହିତ ଏକ ସାମାନ୍ୟ ସ୍ତିତି ଅଟେ, ଯେଉଁଥିରେ ବୟସ୍କ ମାନଙ୍କ କ୍ଷେତ୍ରରେ ଆନୁମାନିକ ୬ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ଏହା ବୟସଅନୁସାରେ ବୃଦ୍ଧି ପାଇଥାଏ । ସହର …

Read More »

ଯକ୍ଷ୍ମା ଚିହ୍ନଟ ପାଇଁ ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ଯକ୍ଷ୍ମା ରୋଗୀଙ୍କ ବାସ୍ତବ ସଂଖ୍ୟା ଜାଣିବାପାଇଁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ପରୀକ୍ଷା ବ୍ୟବସ୍ଥା । ଏହି ଗାଡିକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର), କେନ୍ଦ୍ରୀୟ ଯକ୍ଷ୍ମା ଡିଭିଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ ପୂର୍ବ …

Read More »

ଅଟିଜିମ ଓ ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ଶିଶୁଙ୍କ ସଚେତନତା କର୍ମଶାଳା

କେନ୍ଦ୍ରାପଡା ୨୨/୦୭/୨୦୧୯(ଓଡ଼ିଶା ସମାଚାର)- ଅଟିଜିମ ଓ ମସ୍ତିଷ୍କ ପକ୍ଷାଘାତ ଶିଶୁଙ୍କ ପଯତ୍ନ ଏକ ସମୟ ସାପେକ୍ଷ ବ୍ୟାପାର । ଏହି ଆକ୍ରାନ୍ତ ଶିଶୁମାନଙ୍କୁ ସଠିକ ଲାଳନପାଳନ ସହିତ ଅଭିଜ୍ଞ ଥେରାପିଷ୍ଟମାନଙ୍କ ଦ୍ୱାରା ଥେରାପି ସେବା ଯୋଗାଇ ଦିଆଗଲେ ସେମାନଙ୍କ ଅକ୍ଷମତା ଦୂର ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ଅଟିଜିମ ଓ ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ଶିଶୁମାନଙ୍କ ପିତାମାତାମାନଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏକ କର୍ମଶାଳା ଭିନ୍ନକ୍ଷମ ମାନଙ୍କ ସହାୟତା …

Read More »

ବେଦାନ୍ତ ହସ୍ପିଟାଲ ପକ୍ଷରୁ ଲାଞ୍ଜିଗଡ଼ରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଲାଞ୍ଜିଗଡ଼,୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିଃ. ୟୁନିଟ୍ ପକ୍ଷରୁ ହରେକୃଷ୍ଣପୁରଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ବେଦାନ୍ତ ହସ୍ପିଟାଲ ସହଯୋଗରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏହି ସ୍ୱାସ୍ଥ୍ୟ ଶିବିରର ମୂଳଲକ୍ଷ୍ୟ । ଏକ ୫ ଜଣିଆ ଡାକ୍ତରୀଦଳ ଏହି ଶିବିରରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥିଲେ । ସେମାନଙ୍କ ମଧ୍ୟରେ ଥିବା ଶିଶୁ ବିଶେଷଜ୍ଞ, ସ୍ତ୍ରୀରୋଗ ଓ ପ୍ରସୁତୀ …

Read More »

ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଯକୃତ ପ୍ରତିରୋପଣ ପ୍ରସ୍ତୁତି ସାରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ସମସ୍ତ ପ୍ରସ୍ତୁତି ସାରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଏଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯକୃତ ପ୍ରତିରୋପଣ ସଂକ୍ରାନ୍ତରେ ସମୀକ୍ଷା ଅବସରରେ ମନ୍ତ୍ରୀ ଏହା …

Read More »