Sunday , October 1 2023
Home / ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ

ଅଜଣା ରୋଗକୁ ନେଇ ଆତଙ୍କ ଘଟଣା : ଗାଁରେ ପହଞ୍ଚିଲେ ଡାକ୍ତର ଦଳ

ବାଲିଗୁଡା,୩୦/୯/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଦେଖାଯାଇଛି। ଏ ନେଇ ବିଭିନ୍ନ ଗଣ ମାଧ୍ୟମରେ  ଖବର ପ୍ରକାଶିତ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଯାଇଛି। ଖବର ପାଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଭ୍ରାମ୍ୟମାଣ ଚିକିତ୍ସା ଦଳ ଡାକ୍ତର ଅମ୍ବିକା ପ୍ରସାଦ ଶତପଥିଙ୍କ ନେତୃତ୍ୱରେ ଉକ୍ତ ଗାଁରେ ଆକ୍ରାନ୍ତଙ୍କୁ ଚିକିତ୍ସା କରିଛନ୍ତି । ଆକ୍ରାନ୍ତ ୧୭ ଜଣଙ୍କୁ ଚିକିତ୍ସା କରାଯାଇ ଏକ ସପ୍ତାହ …

Read More »

ଅବ୍ୟବସ୍ଥା ଘେରରେ ଓଳସିଂହ ସ୍ବାସ୍ଥ୍ୟ କେନ୍ଦ୍ର

  ବେଲଗାମ ଡାକ୍ତର ,ଫାର୍ମାସିଷ୍ଟ : ରୋଗୀ ହନ୍ତସନ୍ତ ନିରାକାରପୁର, ୩୦/୦୯/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ ସେବା କେନ୍ଦ୍ର ବର୍ତ୍ତମାନ ସ୍ବୟଂ ଚାଳିତ ସଂସ୍ଥାରେ ପରିଣତ ହୋଇଛି। ଏସବୁ କେନ୍ଦ୍ରକୁ ଡାକ୍ତର ଓ କର୍ମଚାରୀ କେତେବେଳେ ଆସୁଛନ୍ତି , କେତେବେଳେ ଯାଉଛନ୍ତି ସେ କଥା ତାଙ୍କୁ ହିଁ ଜଣା। ଯଦି ଜନସାଧାରଣ କିଛି ପ୍ରତିବାଦ କରୁଛନ୍ତି ତେବେ ଡାକ୍ତର ବିଭିନ୍ନ ଆଳ ଦେଖାଇ ଛୁଟିରେ ରହୁଛନ୍ତି କିମ୍ବା ଡେପୁଟେଶନରେ ଅନ୍ୟତ୍ର ପଳାଇବା ଏକ ପ୍ରକାର …

Read More »

କଲେଜ ଅଫ ନର୍ସିଂରେ ମେଗା କ୍ୟାମ୍ପସ୍ ନିଯୁକ୍ତି

ଭୁବନେଶ୍ୱର, ୨୮/୦୯/୨୦୨୩ (ଓଡ଼ିଶା ସମାଚାର)-ବିଶ୍ବାସ ସ୍କୁଲ ଓ କଲେଜ ଅଫ୍ ନର୍ସିଂ ପକ୍ଷରୁ କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଅଛି। କଲେଜରେ ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ ଲାଗି ନାମୀଦାମୀ ଚିକିତ୍ସାଳୟ ଦାୟିତ୍ଵ ଗ୍ରହଣ କରିଥିବା ‘ବିଶ୍ବାସ’ ପରିଚାଳନା କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଥିଲେ। ଆପୋଲୋ ଚିକିତ୍ସାଳୟର ମାନବ ସମ୍ବଳ ମୂଖ୍ୟ ବି. ଶଙ୍କର ରାଓ, ଓ୍ବାଇ. ଶଙ୍କର, ବି. ରାଏ, କ୍ଲିନିକାଲ୍ ନିର୍ଦ୍ଦେଶିକା ଦେବଶ୍ରି ରାଏ, ସହକାରୀ ନର୍ସିଂ ଅଧ୍ୟାପିକା ଜୟନ୍ତୀ ପରିଜା, ନର୍ସିଂ ସୁପରଭାଇଜର ସୁଜାତା ତ୍ରିପାଠୀ, ତପସ୍ବିନି ଜେନା, …

Read More »

ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି

ବାଲିଗୁଡା,୨୮/୯/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା ଘା ହେଇଯାଉଛି। ପ୍ରଚଣ୍ଡ ଯନ୍ତ୍ରଣାରେ ରୋଗୀ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ଏଭଳି ଦିନେ କି ଦୁଇ ଦିନ ନୁହଁ ପ୍ରାୟ ମାସେ ହେଲା ଉକ୍ତ ଅଞ୍ଚଳରେ ଜଣକ ପରେ ଜଣଙ୍କୁ ଏହି ରୋଗରେ ପୀଡିତ …

Read More »

ପରମେଶ୍ବର ଧାମ ସେବା ସଂସ୍ଥାନ ତରଫରୁ  ମାଗଣା ସ୍ବାସ୍ଥ୍ୟ ଶିବିର 

ନିରାକାରପୁର, ୨୪/୦୯/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଗୋଡିପଡ଼ା ପଞ୍ଚାୟତ ମୋଟା ବଡ ମଠ ପରିସରରେ ମହାମଣ୍ଡଳେଶ୍ଵର ଶ୍ରୀ ମହନ୍ତ ଗୋବିନ୍ଦ ଦାସ ମହାରାଜୀ ଙ୍କ ଉଦ୍ୟମରେ ପରମେଶ୍ବର ଧାମ ସେବା ସଂସ୍ଥାନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ମାଗଣା ସ୍ବାସ୍ଥ୍ୟ ଶିବିର ପ୍ରତି ମାସରେ ଏହି ମଠ ପରିସରରେ ଅନୁଷ୍ଠିତ ହେଉଛି। ଆଜିର ଏହି ଶିବିରରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ରୋଗୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଆଜି ଏହି …

Read More »

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅର୍ଥନୈତିକ ଅବରୋଧ ସଫଳ

ସମର୍ଥନ ଦେଲେ ସମସ୍ତ ରାଜନୈତିକ ଦଳ ଓ ଗଣସଂଗଠନ କେନ୍ଦ୍ରାପଡ଼ା, ୨୩/୦୯/୨୦୨୩ (ଓଡ଼ିଶା ସମାଚାର)- ଦୀର୍ଘଦିନ ହେବ କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦଳମତ ନିର୍ବିଶେଷରେ କେନ୍ଦ୍ରାପଡା ଜିଲା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଚାଲିଥିବା ଆନ୍ଦୋଳନ ସହିତ ଗତ ଗୁରୁଦିବସ ଠାରୁ ଗରାପୁରସ୍ଥିତ ଜିଲାପାଳଙ୍କ ଆବାସିକ କାର୍ଯ୍ୟଳୟ ସନ୍ନିକଟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ସମ୍ମୁଖରେ ୧୮ଦିନ ଧରି ଚାଲିଥିବା ଗଣଧାରଣା ଆଜି ଶୀର୍ଷ ରୂପ ନେଇଛି । ମିଳିତ କ୍ରୀୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ, …

Read More »

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ୧୭ଦିନରେ

ଆନ୍ଦୋଳନକୁ ନେତୃତ୍ୱ ଦେଲା ରାଜକନିକା ବ୍ଲକ, ଦିନକ ପରେ ମହାସଂଗ୍ରାମ କେନ୍ଦ୍ରାପଡ଼ା, ୨୧/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଚାଲିଥିବା ଗଣଧାରଣା ୧୭ଦିନରେ ପହଂଚିଛି । ଜିଲା ପ୍ରଶାସନର ଆନ୍ଦୋଳନକାରୀଙ୍କ ଦାବି ପ୍ରତି ସହାନୁଭୂତି ଥିଲେ ମଧ୍ୟ ସରକାରଙ୍କ ଠାରୁ କୌଣସି ସେଙ୍କତ ମିଳୁନଥିବାରୁ ଚୁପ ହୋଇ ବସିଛି । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ସରକାରଙ୍କୁ ଚାପଗ୍ରସ୍ତ କରି ଦାବି ହାସଲକୁ ନିଶ୍ଚିତ କରିବା ନିମନ୍ତେ ପ୍ରତିକୂଳ ପାଗ ସତ୍ୱେ ପୁରା ଦମ୍ ଲଗାଇ ଦେଇଛି …

Read More »

ମହାବିନାୟକ ଯୁବକ ସଂଘ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

କଟକ,୨୧/୦୯/୨୦୨୩ (ଓଡ଼ିଶା ସମାଚାର) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ତ୍ରିନାଥପୁର ନାଲବେଗିକଇଥା ଗ୍ରାମର ମହାବିନାୟକ ଯୁବକ ସଂଘ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କଟକର ମେଲଭିନ ଯୋନସ ଲୟେନସ ଚକ୍ଷୁ ଚିକିତ୍ସାଳୟ ସହାୟତାରେ ବରିଷ୍ଠ ଡାକ୍ତରଙ୍କ ଦ୍ୱାର ୪୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହ ବାରଜଣଙ୍କ ଅସ୍ତ୍ରୋପ୍ରଚାର ନିମନ୍ତେ ଚିହ୍ନଟ କରାଯାଇଛି । ଉକ୍ତ ଶିବିରରେ ଯୁବକ ସଂଘର ସଭାପତି ନଗେନ୍ଦ୍ର ବେହେରା, ସମ୍ପାଦକ ମାନସ ପାଳ,ପୂର୍ବ ସମ୍ପାଦକ ଶସଧର ନାୟକ,କୈଳାସ ବେହେରା,କେଦାରେଶ୍ୱର ବେହେରା,ହୃଷୀକେଶ ବେହେରା, ଅର୍ଜୁନ …

Read More »

କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ୧୫ଦିନରେ ପହଂଚିଲା

୨୩ରେ ଦିନିକିଆ ଅର୍ଥନୈତିକ ଅବରୋଧ, ସାରା ଜିଲାରେ ଆନ୍ଦୋଳନ ପ୍ରତି ସମର୍ଥନ ବଢୁଛି କେନ୍ଦ୍ରାପଡ଼ା,୧୯/୦୯/୨୦୨୩ (ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ସମ୍ମୁଖରେ ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଚାଲିଥିବା ଗଣଧାରଣାକୁ ଆଜି ୧୫ଦିନ ପୁରିଲା । କେନ୍ଦ୍ରାପଡା ଜିଲା ମେଡିକାଲ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ଏହି ଗଣଧାରଣା ଚାଲିଥିବା ବେଳେ ସାରା ଜିଲାରୁ ସମସ୍ତ ରାଜନୈତିକ ଦଳ, ରାଜନୈତିକ ବ୍ୟକ୍ତି ବିଶେଷ, ଗଣସଂଗଠନ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଛାତ୍ର, …

Read More »

୧୫ଦିନରେ କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

କେନ୍ଦ୍ରାପଡ଼ା,୧୯/୦୯/୨୦୨୩ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ୧୪ଦିନ ଧରି କ୍ରିୟାନୁଷ୍ଠାନ କମିଟି ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ସମ୍ମୁଖରେ ଗଣଧାରଣା ଚଳାଇ ଆସୁôଛି । ଦୀର୍ଘ ବର୍ଷ ଧରି ଲଗାତର ଭାବେ ବିଭିନ୍ନ ମହଲରୁ ଜିଲାବାସୀଙ୍କ ଏହି ନ୍ୟାୟପୂର୍ଣ୍ଣ ଦାବି ପ୍ରତି ସ୍ୱର ଉଠୁଥିବା ବେଳେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଏହାକୁ ନେଇ ଜିଲାରେ ପ୍ରବଳ ପ୍ରତିକ୍ରୀୟା ସୃଷ୍ଟି ହେଉଛି । କ୍ରିୟାନୁଷ୍ଠାନ କମିଟି ଦାବି ହାସଲ ପାଇଁ …

Read More »