Saturday , December 3 2022
Breaking News
Home / ଶିକ୍ଷା (page 99)

ଶିକ୍ଷା

ବନ୍ତଳା ପଂଚାୟତ ହାଇସ୍କୁଲରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଗରଦପୁର,୧୮/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ବନ୍ତଳା ପଂଚାୟତ ହାଇସ୍କୁଲରେ ସ୍ୱାଧୀନତା ଦିବସ ଅବସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ମଧୁସୂଦନ ଜେନା ସଭାପତିତ୍ୱ କରିଥିବାବେଳେ ସମାଜସେବୀ ଅନ୍ନଦା ପ୍ରସାଦ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲାପରିଷଦ ସଭ୍ୟ ତଥା ପ୍ରକୃତିବନ୍ଧୁ ସନ୍ତୋଷ ଜେନା ଯୋଗଦାନ କରିଥିବାବେଳେ ସମ୍ମାନୀୟ ଅତିଥି ଭାବେ ବନ୍ତଳା ପଂଚାୟତର ପୂର୍ବତନ ସରପଂଚ ରତ୍ନାକର ବେହେରା, କବି ପ୍ରଭାତ ପରିଡା ଯୋଗଦେଇଥିଲେ । ବାର୍ଷିକ ଉତ୍ସବ …

Read More »

ପାଟକୁରା ହାଇସ୍କୁଲରେ ବୃତି ପରୀକ୍ଷା    

ଗରଦପୁର,୧୮/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ହାଇସ୍କୁଲରେ ଆଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ବୃତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପାଟକୁରା ପରିକ୍ଷା କେନ୍ଦ୍ରରେ ୧୦୫ ଜଣ ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା କରା ଯାଇଥିବାବେଳେ,ଏହି ପରୀକ୍ଷା କେନ୍ଦ୍ରରେ ମୋଟ ୯୨ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଂଟ୍ ମଳୟ କୁମାର ପାଣି ପ୍ରକାଶ କରିଛନ୍ତି । ସୁପରିଟେନଣ୍ଡେଂଟ୍  ଶ୍ରୀ ପାଣି ଆହୁରୀ ମଧ୍ୟ ପ୍ରକାଶ କରିଛନ୍ତି ଯେ,କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ …

Read More »

ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା – ଅଧ୍ୟକ୍ଷଙ୍କ ବଦଳି ଓ ସାଏନଡାଏ ପ୍ରତ୍ୟାହାର ଦାବି

ରାଜକନିକା,୧୮/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଗତ ୧୦ ତାରିଖଠାରୁ ସାଏନଏ ଡ଼ାଏ ଘୋଷଣା ହୋଇଛି । ଏହି ଘଟଣାକୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ହୋଇପାରି ନାହିଁ । ଏ ନେଇ ଶନିବାର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିରହିଥିଲେ । ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର, ଧମକ ଦେବା ସହିତ ଜୋରଜବରଦସ୍ତ କୋର୍ଟ ପିନ୍ଧିବାକୁ ବାଧ୍ୟ କରିବା ଘଟଣାକୁ ସେମାନେ ତୀବ୍ର ପ୍ରତିବାଦ କରିଥିଲେ । ଅଧ୍ୟକ୍ଷଙ୍କ ଏଭଳି ବ୍ୟବହାର …

Read More »

ସରସ୍ୱତୀଶିଶୁମନ୍ଦିରରେବିଜ୍ଞାନମେଳା ଅନୁଷ୍ଠିତ

ଭୁବନ,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଭୁବନ ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଲତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲବର୍ଗ, ଶିଶୁବର୍ଗ, କନିଷ୍ଠବର୍ଗରେ ସମୁଦାୟ ୫୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ମନିତା ସାହୁ, ନମିତା ମହାନ୍ତି, ନୂଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ରେଣୁବାଳା ସାହୁ ବିଚାରକଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ଏହି ବିଜ୍ଞାନମେଳାକୁ ସରସ୍ୱତୀ ଶିଶୁ ମନ୍ଦିର ର …

Read More »

ଓଡିଶା ଷ୍ଟେଟ୍ ବିଗ୍ରେଡ୍ ସ୍କୁଲ’ରେ ପୁରଷ୍କାର ବିତରଣ ଉତ୍ସବ 

ଗରଦପୁର ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ପରକଣା ଗ୍ରାମରେ ଥିବା ‘ଓଡିଶା ଷ୍ଟେଟ୍ ବିଗ୍ରେଡ୍ ସ୍କୁଲ’ରେ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ମେଧାବି ଛାତ୍ରଛାତ୍ରୀ, ନୃତ୍ୟ, ଦଳଗତ ନୃତ୍ୟ ଓ ଅନ୍ୟ ପ୍ରତିଭାଧାରୀ କୃତୀଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରମାଣ ପତ୍ର ଦିଆଯାଇ ପୁରଷ୍କୃତ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ପୁରଷ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପ୍ରଧାନ ସଭାପତିତ୍ୱ କରିଥିବାବେଳେ,ଏହି ଉତ୍ସବରେ ଶ୍ରୀଜଗନ୍ନାଥ ସଂକିର୍ତନ ମହାସଂଘର ସଭାପତି ନବଘନ ନାୟକ …

Read More »

ସାହାସପୁର ମହାବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଉତ୍ସବ

ବାଲିଚନ୍ଦ୍ରପୁର, ୧୭/୦୮/୨୦୧୯ (ଓଡିଶା ସମାଚାର / ଅମରେନ୍ଦ୍ର ସିଂହ) -ବାଲିଚନ୍ଦ୍ରପୁର ସ୍ଥିତ  ସାହସପୁର ମାହବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ମହାବିଦ୍ୟାଳୟ ପରିସରରେ  ପାଳିତ ହୋଇଯାଇଛି ।  ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ  ଅମର ପ୍ରସାଦ ଶତପଥୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ପ୍ରଧ୍ୟାପକ ମନୋରଞ୍ଜନ ମହାନ୍ତି, ସମ୍ମାନିତ ଅତିଥୀ ଭାବେ ଏସ୍.ଏନ୍.ଏମ୍ ଗୃପର ପରିଚାଳନା ନିର୍ଦେଶକ ପ୍ରବୋଧ କୁମାର ମହାନ୍ତି,ବୌଦ୍ଧ ଗବେଷକ …

Read More »

   ଜେନିଥ ଇଂଟରନାସନାଲ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

  କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ଇଛାପୁର ନିକଟସ୍ଥ ଜେନିଥ ଇଂଟରନାସନାଲ ସ୍କୁଲରେ ୭୩ତମ ସ୍ୱାଧୀନତା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ପରିସରରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟାପକ ପ୍ରଭାତରଞ୍ଜନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗେ ଦେଇ ପତାକା ଉତୋଳନ କରିଥିଲେ । ଛାତ୍ରଛାତ୍ରୀମାନେ ସମବେତ ଭାବେ ଜାତୀୟ ସଂଗୀତ ଗାନ କରିବା ପରେ ମାର୍ଚ୍ଚପାଷ୍ଟ ଅନୁଷ୍ଠିତ ହୋଇଥିଲା । ଏହାପରେ ସ୍କୁଲ ପରିଚାଳନା କମିଟି ସଭାପତି ଇଂ ଚିତରଂଜନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍କୁଲ ପରିଚାଳନାକମିଟି …

Read More »

ଗୋବର୍ଦ୍ଧନ ବିଦ୍ୟାପୀଠରେ ପୋଷାକ ବୀତରଣ ଉତ୍ସବ

କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ନାନକାର ଗ୍ରାମସ୍ଥିତ ଗୋବର୍ଦ୍ଧନ ବିଦ୍ୟାପୀଠରେ ପୋଷାକ ବୀତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବଳଦେବ ପ୍ରସାଦ ଉପାଧ୍ୟାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଚକ୍ରୋଡା ପଂଚାୟତର ସରପଂଚ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବଶିକ୍ଷା ଅଭିଯାନର ଏହାଏକ ଉତ୍ତମ ଯୋଜନା ବୋଲି ଅଭିହିତ କରି ବିଦ୍ୟାଳୟର ଉତରୋତରତ୍ତର ଉନ୍ନତି କାମନା କରି  ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବୀତରଣ କରିଥିଲେ । ତରାପୁର କ୍ଲଷ୍ଟରର ସି.ଆର.ସି.ସି.ଶ୍ରୀଧର ବେହେରା ଯୋଗଦେଇ ଏହାଦ୍ୱାରା ବିଦ୍ୟାଳୟରେ …

Read More »

  କେନ୍ଦ୍ରାପଡା କଲେଜରେ ସ୍ୱାଧୀନତା ଦିବସ ପାଳିତ

 କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)-୭୩ତମ ସ୍ୱାଧୀନତା ଦିବସ ଅବସରରେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜାତୀୟ ପତାକା ଉତୋଳନ କରିଥିଲେ । ମହାବିଦ୍ୟାଳୟର ଉଭୟ ବାଳକ ଓ ବାଳିକା କ୍ୟାଡେଟମାନେ କ୍ୟାପଟେନ ମନୋରଞ୍ଜନ ମହାନ୍ତି ଓ ଲେଫଟନାଂଟ ସୀମା ମହାନ୍ତିଙ୍କ ନେତୃତ୍ୱରେ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ଅଧ୍ୟାପକ ରଞ୍ଜିତ କୁମାର ଦାସ, ପୂର୍ଣ୍ଣମାସୀ ପଣ୍ଡା, …

Read More »

ରେଢ଼ୁଆ ବିସି କଲେଜରେ ସ୍ୱାସ୍ଥ୍ୟ ସଚେତନତା ଓ କୃମି ନାଶକ ଦିବସ ପାଳିତ

ରଘୁନାଥପୁର, ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟରେ  ଯୁବ ରେଡ଼କ୍ରସ ଓ ରଘୁନାଥପୁର  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ  ଜାତୀୟ କୃମି ନାଶକ ଦିବସ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି ।  କଲେଜ ଅଧ୍ୟକ୍ଷ ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଏହି ଉତ୍ସବରେ  ଡ଼ାକ୍ତର ସୁକାନ୍ତ କୁମାର ଦଳେଇ,  ଡ଼ାକ୍ତର ପ୍ରଭାସ ଚନ୍ଦ୍ର ସ୍ୱାଇଁ,  ଡ଼ାକ୍ତର ସୁକୁମାର ଦାସ,  ବିପିଓ ପ୍ରଭାସ ଚନ୍ଦ୍ର ତ୍ରିପାଠୀ ଓ ବସନ୍ତ କୁମାର ବିଶ୍ୱାଳ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ …

Read More »