Wednesday , September 28 2022
Breaking News
Home / ଶିକ୍ଷା (page 92)

ଶିକ୍ଷା

କେନ୍ଦ୍ରାପଡା କଲେଜରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

କେନ୍ଦ୍ରାପଡା, ୨୯/୦୭/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା କଲେଜ ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନରେ +୨ ପ୍ରଥମ ବର୍ଷ କଳା,ବାଣିଜ୍ୟ ଓ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତାକରି   ଶୃଙ୍ଖଳାର ସହିତ ପାଠପଢାରେ ମନୋନିବେଶ କରିଲେ ଭବିଷ୍ୟତ କିଭଳି ଉଜ୍ଜ୍ୱଳମୟ ହୋଇପାରିବ ସେ  ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସାହାବୁଦ୍ଦିନ ଅଲ୍ଲୀ ଉପସ୍ଥିତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ …

Read More »

ପଂଚାୟତ ବାଣୀପୀଠରେ ଚାରାରୋପଣ

ନାଉଗାଁ. ୨୯/୦୭/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଦଣ୍ଡା ବାଣୀପୀଠ ଉ.ପ୍ରା.ବିଦ୍ୟାଳୟ ରେ ପରିବେଶ  ସଚେତନା ପାଇଁ ଉକ୍ତ ସ୍ଲୁଲ ରେ ମାସେ ଧରି ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ? ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀୟୁକ୍ତ ଚିତରଂଜନ  ଗୋଛାୟତ ଚାରାରୋପଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜନିଜ ବାଡି ବଗିଚାରେ ଚାରାରୋପଣ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିସରରେ ପଣସ, ବେ. ବଉଳ, ଦେବଦାର. ଲିମ୍ବ ଆଦି ଚାରାରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ …

Read More »

୧୭୬୦ ପ୍ରାଥମିକ ସ୍କୁଲରେ ଝୁଲିବ ତାଲା

ଭୁବନେଶ୍ୱର,୨୯/୭/୨୦୧୯(ଓଡ଼ିଶା ସମାଚାର)-ପୁଣି ରାଜ୍ୟରେ ୧୭୬୦ଟି ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବାକୁ ଯାଉଛି । ପୂର୍ବ ନିଷ୍ପତିି ଅନୁଯାୟୀ ଏହି ସ୍କୁଲଗୁଡ଼ିକ ଏକ କିଲୋମିଟର ଅଂଚଳ ମଧ୍ୟରେ ରହିଥିବା ବେଳେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି । ଯାହାଫଳରେ ସ୍କୁଲ ଚଳାଇବା ସହିତ ସରକାର ଶିକ୍ଷକଙ୍କୁ ଅଯଥାରେ ବସାଇ ଦରମା ଦେଉଛନ୍ତି । ଏହିସବୁ କାରଣକୁ ଭିତିକରି ୧୭୬୦ ସ୍କୁଲ ବନ୍ଦ କରିବା ସହିତ ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପାଖ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାର ଯୋଜନା ରଖାଯାଇଛି । ପୂର୍ବରୁ ରାଜ୍ୟରେ ପ୍ରାୟ …

Read More »

ସିଓଆର କୁ ନେଇ ପ୍ରାଇଭେଟ ସ୍କୁଲ ଆସୋସିଏସନ୍ ର ଉଦବେଗ

ରଘୁନାଥପୁର,୨୮/୦୭/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁରସ୍ଥିତ ମା ନାରାୟଣୀ ମନ୍ଦିର ପରିସରରେ ପ୍ରାଇଭେଟ ସ୍କୁଲ ଆସୋସିଏସନ୍ ପକ୍ଷରୁ  ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଘରୋଇ ବିଦ୍ୟାଳୟ ଗୁଡ଼ିକୁ  ସରକାରୀ ସ୍ତରରେ ପ୍ରଦାନ କରାଯାଉଥିବା ସିଓଆର (ସାର୍ଟିଫିକେଟ ଅଫ ରେକଗନାଇଜେସନ୍)  ନେଇ ଉଦବେଗ ପ୍ରକାଶ ପାଇଛି ।  ଜିଲା ସଂଘର ସଭାପତି ଚିତରଂଜନ ରାଉତ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଜ୍ୟୋତିରଂଜନ ସାହୁ,ଯୁଗ୍ମ ସମ୍ପାଦକ ଅମୂଲ୍ୟ ଦେବଦାସ ଉପସ୍ଥିତ ରହି  ଜିଲାରେ ଥିବା ବିଭିନ୍ନ ଘରୋଇ ବିଦ୍ୟାଳୟ ପ୍ରତି  ସରକାରଙ୍କ ବୈମାତୃକ ମନୋଭାବ ଉପରେ …

Read More »

ଘରୋଇ ସ୍କୁଲରେ ଗରିବ ପିଲାଙ୍କୁ ନାଁ! 

ସରକାରଙ୍କ ୨୫ ପ୍ରତିଶତ ଆଡ଼ମିସନ୍ କୋଟାକୁ ବେଖାତିର ସାଲେପୁର, ୨୪/୦୭/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା ) – ସରକାରୀ ଓ ବେସରକାରୀ ସ୍କୁଲରେ ନାମ ଲେଖା ହୋଇ ପାଠ ପଢ଼ା ଆରମ୍ଭ ହୋଇଯାଇଛି । ପିଲାମାନଙ୍କୁ କିପରି ଭଲ ସ୍କୁଲରେ ପାଠ ପଢ଼ାଯିବ ସେଥିପାଇଁ ଅଭିଭାବକଙ୍କ ମହଲରେ ବ୍ୟଗ୍ରତା ପ୍ର୍ରକାଶ ପାଇଛି । ହେଲେ ସାଲେପୁର ବ୍ଳକ୍ ର ରାଇସୁଙ୍ଗୁଡ଼ା , ମିର୍ଜାପୁର, ଭୀମଦାସପୁର. ପିକୋଳ, ରାମେଶ୍ୱର, ମାଳଶାସନ, କଟରପା, ଓଡ଼ାସିଂହ, ଛାଣିପୁର, ସଉରୀ ଆଦି ପଂଚାୟତ ମାନଙ୍କରେ ଥିବା କିଛି …

Read More »

‘ମୋ ସ୍କୁଲ’ ଯୋଜନାରେ ଆଉ ୫୦୮ ସ୍କୁଲ ସାମିଲ

ଭୁବନେଶ୍ୱର ,୨୪/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ପ୍ରକଳ୍ପ ଅଧୀନରେ ୧୬ଟି ଜିଲ୍ଲାରେ ଆଉ ୫୦୮ଟି ସ୍କୁଲର ସାମଗ୍ରିକ ବିକାଶ ପାଇଁ ସ୍ଥିର କରାଯାଇଛି । ଏହି ସବୁ ଜିଲ୍ଲାରେ ମୋ ସ୍କୁଲ ଯୋଜନାରେ ସମୁଦାୟ ୫କୋଟି ୮୨ଲକ୍ଷ ୭୬ହଜାର ୫୧୮ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରାଯିବ । ଏଥିରୁ ରାଜ୍ୟ ସରକାର ୩କୋଟି ୮୮ଲକ୍ଷ ୫୧ହଜାର ୧୨ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ବେଳେ ଜନସାଧାରଣଙ୍କଠାରୁ ଅବଶିଷ୍ଟ ପାଙଋି ୧କୋଟି ୯୪ଲକ୍ଷ ୨୫ହଜାର ୫୦୬ଟଙ୍କା …

Read More »

ମଧ୍ୟାହ୍ନଭୋଜନ ପାଚିକା-ସହାୟିକା ସଂଘର ବିକ୍ଷୋଭ

ଭୁବନେଶ୍ୱର,୨୪/୦୭/୨୦୧୯(ଓଡ଼ିଶା ସମାଚାର)-ବିଭିନ୍ନ ଦାବିରେ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକାସହାୟିକା ସଂଘ(ସିଆଇଟିୟୁ) ପକ୍ଷରୁ ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୦୧୮ ଜାନୁଆରୀରୁ ୨ହଜାର ଟଙ୍କା ଭତ। ପ୍ରଦାନ, ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି, ୨୮ ମାସର ବକେୟା ଭତା ପ୍ରଦାନ, ବର୍ଷକୁ ୨ଖଣ୍ଡ ଶାଢ଼ି, ଇପିଏଫ୍, ପେନସନ୍ ଓ ବିଡିଓଙ୍କ ପାଖରେ ରହିଥିବା ଟଙ୍କା ଶିକ୍ଷା ବିଭାଗକୁ ଆସିବା ଆଦି ଦାବି କରିଥିଲେ । ଏହି ବିକ୍ଷୋଭବେଳେ ସାଧାରଣ ସମ୍ପାଦକ ରାଧାରମଣ ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦିକା ଇଷାନୀ ଷଡ଼ଙ୍ଗୀ, କ୍ଷୀରମଣି ମହନ୍ତ, କନକ ଦାସ, …

Read More »

ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ : କ୍ଲାସରେ ବସିବେ ସର୍ବାଧିକ ୫୫ ପିଲା

ଏଣିକି ବିଷୟଭିତିକ ଶିକ୍ଷକ ନିଯୁକ୍ତି ହେବ ବାଧ୍ୟତାମୂଳକ – ଅଧିକ ଛାତ୍ର ଥିବା ସ୍କୁଲରେ ହେବ ଅତିରିକ୍ତ ଶ୍ରେଣୀଗୃହ – ୬୦%ରୁ ମାର୍କ ରଖୁଥିବା ପିଲାଙ୍କ ତଥ୍ୟ ସଂଗ୍ରହ ହେବ ଭୁବନେଶ୍ୱର,୨୩/୦୭/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟରେ ସମସ୍ତ ସରକାରୀ ସ୍କୁଲଗୁଡ଼ିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି କ୍ଲାସରେ ସର୍ବାଧିକ ୫୫ଜଣ ଛାତ୍ରଛାତ୍ରୀ ବସିବେ । ଚଳିତ ବର୍ଷ ଶିକ୍ଷା ବର୍ଷରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମଗ୍ର ଶିକ୍ଷା ଯୋଜନାରେ ଉଚ୍ଚ …

Read More »

ଜୟନ୍ତୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଂଚିତ – ଅଭିଭାବକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ

ସାଲେପୁର, ୨୩/୦୭/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ଶିକ୍ଷାଜିଲ୍ଳା ଅଧିନ ତେନ୍ତୋଲ ପଂଚାୟତରେ ୧୯୮୦ ମସିହାରୁ ସ୍ଥାପିତ ଜୟନ୍ତୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକଙ୍କ ଅଭାବ ଯୋଗୁ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ପ୍ରତିବାଦରେ ଆଜି ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତାମାନେ ପହଂଚି ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟରେ ଚଳିତ ଶିକ୍ଷାନିତୀରେ ପ୍ରାଥମିକ (ଅପଗ୍ରେଡ଼୍ ) ବିଦ୍ୟାଳୟ ସହ ମିଶ୍ରଣ ହୋଇଛି । ଅଧୁନା ଉକ୍ତ ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷରେ …

Read More »

କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ରାଜ୍ୟ ପୁରଷ୍କାର ଶିବର

ଭୁବନେଶ୍ୱର ,୨୨/୦୭/୨୦୧୯(ଓଡ଼ିଶା ସମାଚାର)-୫୧ଟି କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର ସମ୍ଭାଗ ଦ୍ୱାରା ରାଜ୍ୟ ପୁରଷ୍କାର ପରିକ୍ଷା ଶିବିର ପୋଖରୀପୁଟ୍ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୬ରେ ଆରମ୍ଭ ହୋଇଛି । ଏଥିରେ ୩୫ଜଣ ପ୍ରଶିକ୍ଷିତ ଗାଇଡ଼୍ ଶିକ୍ଷୟତ୍ରୀଙ୍କ ଦ୍ୱାରା ୧୩୧ଜଣ ଗାଉଡ଼୍ ଛାତ୍ରୀ ଯୋଗଦେଇ ଚରିତ୍ର ଗଠନ, ଆତ୍ମନିର୍ଭରଶୀଳ ଓ ଦକ୍ଷତା ବିକାଶ ସମ୍ପର୍କରେ ପରିକ୍ଷା ଦେଇଥିଲେ । ଶିବିର ଉଦ୍ଘାଟନ ଉତ୍ସବରେ ଜଗତ କୃଷ୍ଣ ଶିଶୁଗୋସ୍ୱାମୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ସହ ଏହାକୁ ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୋଖରିପୁଟ୍ …

Read More »