Thursday , December 1 2022
Breaking News
Home / ଶିକ୍ଷା (page 87)

ଶିକ୍ଷା

ଓଡ଼ିଶାର ଗର୍ବ ଓ ଗୌରବ ଶୁଭଶ୍ରୀ ମହାପାତ୍ର

ଲଣ୍ଡନ ବିଜିନେସ୍ ସ୍କୁଲରେ ହେଲେ ଯୋଗ୍ୟ ବିବେଚିତ ଭୁବନେଶ୍ୱର,୧୭/୧୦/୨୦୧୯ ( ଓଡ଼ିଶା ସମାଚାର)- ଓଡ଼ିଶାର ଗର୍ବ ଗୌରବ ଶୁଭଶ୍ରୀ ମହାପାତ୍ର ଲଣ୍ଡନ ବିଜିନେସ୍ ସ୍କୁଲରେ ଯୋଗ୍ୟ ବିବେଚିତ ହୋଇ କୃତୀତ୍ୱ ହାସଲ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ପରି ସେ ପୋଖରୀପୁଟ୍ ଡିଏଭି ସ୍କୁଲରେ ସିବିଏସଇ ୧୦ମ ଶ୍ରେଣୀରେ ସ୍କୁଲରେ ପ୍ରଥମ ହେବା ସହ ଓଡ଼ିଶାରେ ୬ଷ୍ଠ ସ୍ଥାନ ହାସଲ କରିଥିଲେ । ସେ ଡିଏଭିରେ ଦ୍ୱାଦଶ ଶ୍ରେଣୀ ପାସ୍ କରି ଆଇଆଇଟି କରିଥିଲେ । ପରେ ସେ ଲଣ୍ଡନ ବିଜିନେସ୍ …

Read More »

କଟକ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିରେ ତୃଟି ଯୋଗୁ  କନିଷ୍ଠ କିରାଣୀ ବଦଳି ହୋଇ ପାରୁନାହାନ୍ତି

ସାଲେପୁର,୧୬/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ଶିକ୍ଷାମଣ୍ଡଳ ଅଧିନ ଛାଣିପୁର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀଙ୍କ ବଦଳି ଆଦେଶରେ ତୃଟି ଥିବା ଯୋଗୁ ତାହା ୨୬.୦୯.୨୦୧୯ ରୁ ହୋଇଥିବା ବଦଳି ଆଦେଶ ୨୦ଦିନ ହେଲା କାର୍ଯ୍ୟକାରୀ ହୋଇନଥିବା ଜଣାପଡ଼ିଛି । ଛାଣିପୁର ହାଇସ୍କୁଲରେ କନିଷ୍ଠ କିରାଣୀ ଭାବେ ଅରୁଣ କୁମାର ପରିଡ଼ା କାର୍ଯ୍ୟକରୁଛନ୍ତି । ଶ୍ରୀ ପରିଡ଼ା ବିଭିନ୍ନ ଦୁର୍ନିତୀ ମୂଳକ କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କଟକ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ …

Read More »

ଆସନ୍ତା ୧୯ରେ ବୋର୍ଡ଼କୁ ଘେରିବେ ଶିକ୍ଷକ

ଭୁବନେଶ୍ୱର,୧୧/୧୦/୨୦୧୯ ( ଓଡ଼ିଶା ସମାଚାର)- ବର୍ତମାନ ଶେଷ ହୋଇଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)ର ପ୍ରଶ୍ନପତ୍ରରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସିଲାବସ ବାହାରୁ ପ୍ରଶ୍ନ ଦିଆଯାଇଥିବାରୁ ଓଟିଇଟି ପରୀକ୍ଷାର୍ଥୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଆଜି ସ୍ଥାନୀୟ ଖାରବେଳ ନଗରସ୍ଥିତ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର) ମହାସଂଘର ସଭାପତି ଶରତ ଚନ୍ଦ୍ର ନାଏକ ବିଭିନ୍ନ ଅଭିଯୋଗ ଆଣିଛନ୍ତି । ଗତ ୨୦୧୮ ମସିହାରେ ଓଟିଇଟି ପରୀକ୍ଷା କରାଯାଇଥିଲା । …

Read More »

ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ କଟକ ପାରାଦୀପ ରାସ୍ତା ଅବରୋଧ

ରଘୁନାଥପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଆର୍ଥିକ ଅନଗ୍ରସର ଜନ ଜାତି ଓ ଉପଜାତି ଛାତ୍ର ଛାତ୍ରୀଙ୍କ ୨୫ ପ୍ରତିଶତ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ ଆଜି ରଘୁନାଥପୁର ବ୍ଲକ ଷ୍ଟେଟ ଆଇଡ଼ିଆଲ ପବ୍ଲିକ୍ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ କଟକ ପାରାଦୀପ ରାସ୍ତାର ବର୍ତିଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା । ବ୍ଲକ୍ ଅଂଚଳରେ ଥିବା ବିଭିନ୍ନ ବେସରକାରୀ ବିଦ୍ୟାଳୟର ଅଭିଭାବକ ଓ ଶିକ୍ଷକମାନେ ଏଥିରେ ସାମିଲ ଥିଲେ । ବେସରକାରୀ ବିଦ୍ୟାଳୟ ଅଭିଭାବକ ଓ ଶିକ୍ଷକ ସଂଗଠନ ପକ୍ଷରୁ …

Read More »

ଉତ୍କଳମଣି ଜୟନ୍ତୀରେ ଛାତ୍ରସଙ୍ଘ ପକ୍ଷରୁ ଆଲୋଚନାଚକ୍ର

କେନ୍ଦ୍ରାପଡା ୦୯/୧୦/୨୦୧୯ ( ଓଡ଼ିଶା ସମାଚାର)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜନ୍ମତିଥିରେ ଅଖିଳ ଭାରତ ଛାତ୍ର ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ “ଦେଶର ଶିକ୍ଷା ବ୍ୟବସ୍ଥା ଓ ପ୍ରସ୍ତାବିତ ଶିକ୍ଷା ଆଇନ -୨୦୧୯”ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଛାତ୍ରନେତା ସୂର୍ଯ୍ୟକାନ୍ତି ରାଉତଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋପଛକ ଠାରେ ଆୟୋଜିତ ଆଲୋଚନାଚକ୍ରକୁ ଶିକ୍ଷକନେତା ପ୍ରାଧ୍ୟାପକ ଅଜୟ କୁମାର ସାମଲ ଉଦଘାଟନ କରିଥିଲେ । ସଂଗଠିତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବେସରକାରୀ କଲେଜ ଶିକ୍ଷକ ସଂଘର  ସହ ସମ୍ପାଦକ …

Read More »

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୦୯/୧୦/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ଉଛରପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବୀଣାପାଣି ବିଶ୍ୱାଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।  ଏହି ଉପଲକ୍ଷେ ଉଛରପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ଭ୍ରମରବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ଉସôବରେ କେନ୍ଦ୍ରାପଡା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥୀ ନନ୍ଦ ମୁଖ୍ୟ ଅତିଥି,ମୁଖ୍ୟବକ୍ତା ଭାଷ୍କର ଚନ୍ଦ୍ର ଦାଶ,ସମ୍ମାନୀତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ରମେଶ ଚନ୍ଦ୍ର ମଲ୍ଲିକ,ସି.ଆର.ସି.ସି. ମହମ୍ମଦ ଜଲାଲଉଦ୍ଧିନ …

Read More »

କେନ୍ଦ୍ରୀୟ ବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ

ନବରଙ୍ଗପୁର, ୦୭/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରୀୟ ବିଦ୍ୟାଳୟରେ ରାଷ୍ଟ୍ରପିତା ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ଅଂଶଗ୍ରହଣ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ମଂଟୁକୁମାର ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ‘ଫିଟ ଇଣ୍ଡିଆ ଫ୍ଲାଗିଂରନ ର ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇ ବିଦ୍ୟାଳୟ ପରିସର ଓ ମୁଖ୍ୟରାସ୍ତାରେ ଥିବା ପ୍ଲାଷ୍ଟିକ ଆବର୍ଜନା ସଫା କରିଥିଲେ । ପ୍ଲାଷ୍ଟିକ ବନ୍ଦ୍ ପାଇଁ …

Read More »

ରାଜନୀତି ବିଭାଗର ପାଠଚକ୍ର

ସୁନାବେଡ଼ା, ୦୭/୧୦/୨୦୧୯ (ଓଡ଼ିଶା ସମାଚାର)- ସୁନାବେଡ଼ା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଭାରତୀୟ ସଂଘୀୟବାଦ କେନ୍ଦ୍ର ରାଜ୍ୟ ସମ୍ପର୍କ ଉପରେ ପାଠଚକ୍ର ତଥା ନବାଗତା ଛାତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ତଥା ରାଜନୀତି ବିଭାଗର ମୁଖ୍ୟ ଉଷାରାଣୀ ଦାସ ସଭା ପରିଚାଳନା କରିବା ସହ ସଂଘୀୟ ବାଦ ଏବଂ କେନ୍ଦ୍ର ରାଜ୍ୟ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ଉକ୍ତ ବିଭାଗର ଅଧ୍ୟାପିକା ସରିତା ପରିଡା ଉକ୍ତ ବିଷୟ ଉପରେ ନିଜର …

Read More »

କେନ୍ଦ୍ରାପଡା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ନଜୱାନ ୟୁନିଅନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

କେନ୍ଦ୍ରାପଡା ୦୫/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ନିମନ୍ତେ କେନ୍ଦ୍ରାପଡା ନଜୱାନ ୟୁନିଅନ ପକ୍ଷରୁ ସଭାପତି ମହମ୍ମଦ ମୀର ଅମୀରଙ୍କ ନେତୃତ୍ୱରେ ଯୁବକମାନେ ଭୁବନେଶ୍ୱରସ୍ଥିତ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶାର ସର୍ବପୁରାତନ ଓ ସର୍ବ ଶ୍ରେଷ୍ଠ ସୁନାମଧନ୍ୟ ବେସରକାରୀ ମହାବିଦ୍ୟାଳୟ ଭାବେ ସାରା ରାଜ୍ୟରେ ପରିଚିତି ହାସଲ କରିଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରାଗଲେ ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ନ …

Read More »

ନିଖିଳ ଉତ୍କଳ ବେସରକାରୀ ଶିକ୍ଷକ ସଙ୍ଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

କେନ୍ଦ୍ରାପଡା ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ନିଖିଳ ଉତ୍କଳ ବେସରକାରୀ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ବୁଧବାର ପୂର୍ବାହ୍ନରେ ଆଳି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ବୈକୁଣ୍ଠ ନାଥ ପରିଡା ବୈଠକରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଅଧ୍ୟାପକ ରଣଜିତ କୁମାର ଦାସ ଆଗାମୀ ନିଖିଳ ଭାରତ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ସଂଘ ସାମ୍ବିଧାନିକ ସମ୍ମିଳନୀ ବିଷୟରେ ବକ୍ତବ୍ୟ ରଖି ତା’ର ସଫଳତା ପାଇଁ ଜିଲ୍ଲାର ପ୍ରସ୍ତୁତି ଖସଡା ଉପସ୍ଥାପନା କରିଥିଲେ …

Read More »