Sunday , February 5 2023
Breaking News
Home / ଶିକ୍ଷା (page 85)

ଶିକ୍ଷା

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଲା

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)-  ଆଜି ସନ୍ଧ୍ୟାରେ  ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଛି । ଶିକ୍ଷାବର୍ଷ ୨୦୨୦-୨୧ରେ ବିଜ୍ଞାନ ବିଷୟରେ ୯୪ ହଜାର ୫୩୨ ଜଣଙ୍କ ମଧ୍ୟରୁ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥିରେ ଫାଷ୍ଟ ଡିଭିଜନରେ ୫୫ ହଜାର ୪୬୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ବାଣିଜ୍ୟ ବିଷୟରେ ୨୪ ହଜାର ୫୨୬ ଜଣ ପିଲାଙ୍କ ମଧ୍ୟରୁ ୯୪.୯୬ ପ୍ରତିଶତ ପିଲା ପାସ କରିଛନ୍ତି । ରାତି ୮ଟାରେ …

Read More »

ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପାଟକୁରା ଗସ୍ତ : ଛାତ୍ରଛାତ୍ରୀମାନଙ୍କ ପାଠପଢା ଅନୁଧ୍ୟାନ

 ଗରଦପୁର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- କୋଭିଡ୍ କଟକଣାରେ ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲାଯାଇଥିବା ସ୍କୁଲଗୁଡିକରେ କିପରି ଭାବରେ ଶିକ୍ଷାଦାନ କରାଯାଉଛି ସେ ସମ୍ପର୍କରେ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଆଲୋକ କୁମାର କର ଆଜି ପାଟକୁରା ଗସ୍ତରେ ଆସି ପାଟକୁରା ହାଇସ୍କୁଲ ର ଛାତ୍ରଛାତ୍ରୀମାନଙ୍କ ପାଠପଢା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଆଜି ମଧ୍ୟାହ୍ନ ରେ ସ୍ୱତନ୍ତ୍ର ସଚିବ ଶ୍ରୀ କର ପାଟକୁରା ହାଇସ୍କୁଲରେ ପହଂଚି ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢାଯାଉଥିବା ଶ୍ରେଣୀ ଗୃହକୁ ପରିଦର୍ଶନ …

Read More »

ଜିଲ୍ଲାର ୧୧ଟି ପରୀକ୍ଷା କେନ୍ଦ୍ରରେ ଅଫଲାଇନ ମାଟ୍ରିକ ପରୀକ୍ଷା ଚାଲିଛି : ୩୭୮ ପରୀକ୍ଷାର୍ଥୀ

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ୧୧ଟି ପରୀକ୍ଷା କେନ୍ଦ୍ରରେ ଶୁକ୍ରବାର ଠାରୁ ଅଫଲାଇନରେ ୩୭୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ରର ତଦାରଖ ପାଇଁ ଦୁଇଟି ସ୍କ୍ୱାର୍ଡ ଗଠନ କରାଯାଇଛିି । ବୋର୍ଡ ପକ୍ଷରୁ ଗୋଟିଏ ସ୍କ୍ୱାର୍ଡ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅନ୍ୟ ସ୍କ୍ୱାର୍ଡଟି ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ତଦାରଖ କରୁଛନ୍ତି । ଜିଲ୍ଲାର୧୧ଟି ପରୀକ୍ଷା କେନ୍ଦ୍ରରେ ନିୟମିତ ପରୀକ୍ଷାର୍ଥୀ ୪୦, ଏକ୍ସ ରେଗୁଲାର ୪୨ ଓ ବୋର୍ଡରେ ସିଧାସଳଖ ଫର୍ମପୂରଣ କରି ୧୦୪ ପରୀକ୍ଷା ଦେଉଥିବା …

Read More »

ମାଟ୍ରିକ ଅଫଲାଇନ୍ ପରୀକ୍ଷା ଆରମ୍ଭ ଆଜି – ୫୦୪ ଟି ସେଣ୍ଟର ରେ ୧୫ ହଜାର ୧୫୧ ଜଣ ପରୀକ୍ଷା ଦେବେ

ଭୁବନେଶ୍ୱର,୩୦/୦୭/୨୦୨୧(ଓଡ଼ିଶା ସମାଚାର)- ମାଟ୍ରିକ ଅଫଲାଇନ୍ ପରୀକ୍ଷା ଆଜି ଠାରୁ ଆରମ୍ଭ ହେବ । ରେଗୁଲାରରେ ୬ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ମଧ୍ୟମାରେ ୬୧ ଜଣ ଏବଂ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବେ ୮ ହଜାର ୪ଶହ ୯୩ ଜଣ ପରୀକ୍ଷାର୍ଥୀ । ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ ୫୦୪ଟି ସେଣ୍ଟର କରାଯାଇଛି । ସେଥିରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୨୭୮ଟି ସେଣ୍ଟର ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ସକାଳ ୯ଟାରେ ଛାତ୍ରଛାତ୍ରୀ …

Read More »

ସ୍କୁଲ ଗୃହ ପୂର୍ଣ୍ଣାଙ୍ଗ କରିବାକୁ ବିଧାୟକ ଶଶିଭୂଷଣଙ୍କୁ ଅଳପୁଆ ଗ୍ରାମବାସୀଙ୍କ ଦାବିପତ୍ର

କେନ୍ଦ୍ରାପଡ଼ା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ନୋଡାଲ ସରକାରୀ ହାଇସ୍କୁଲର ଅପୂର୍ଣ୍ଣାଙ୍ଗ ଥିବା ଗୃହକୁ ପୂର୍ଣ୍ଣାଙ୍ଗ କରିବାକୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରାପଡା ବିଧାୟକ ତଥା ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଳପୁଆ ଗ୍ରାମପଂଚାୟତରେ ଏକମାତ୍ର ସରକାରୀ ନୋଡାଲ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହର ଅଭାବ ଅନେକ ଦିନ ହେବ ରହିଛି । ତେଣୁ ଆବଶ୍ୟକତାକୁ ଉପଲବ୍ଧି କରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗୃହ ନିର୍ମାଣ …

Read More »

କେନ୍ଦ୍ରାପଡାରେ ଖୋଲିଲା ବିଦ୍ୟାଳୟ

କେନ୍ଦ୍ରାପଡ଼ା, ୨୭/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ସୋମବାର ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକ ଖୋଳିଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦେଶ ଅନୁଯାଇ ଦଶମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକ ଖୋଲିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ପୌରାଂଚଳ, ବାରିମୂଳ, କପାଳେଶ୍ୱର ଓ ଜମଧର ପଂଚାୟତରେ ଜିଲ୍ଲା ପ୍ରଶାସନ ଦ୍ୱାରା ୧୪୪ଧାରା ଜାରି ହୋଇଥିବାରୁ ସେହି ଅଂଚଳକୁ ଛାଡି ଅନ୍ୟ ସବୁଠାରେ ବିଦ୍ୟାଳୟ ଗୁଡିକ ଖୋଲିଛି । ସେହିସବୁ ବିଦ୍ୟାଳୟ ପରିସରକୁ ସଫାସୁତୁରା କରାଯିବା …

Read More »

ଗରଦପୁର ବ୍ଲକ୍ ରେ ସ୍କୁଲ ଖୋଲିଲା – ପାଠ ପଢ଼ିବାକୁ ପିଲା ଆସିଲେ

ଗରଦପୁର, ୨୬/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଥିବା ୧୫ ଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ସଂସ୍କୃତ ଟୋଲ ଆଜି ଖୋଲିଛି । ବିଦ୍ୟାଳୟକୁ ଆଗ୍ରହର ସହ ପିଲମାନେ ମଧ୍ୟ ପାଠ ପଢ଼ିବାକୁ ଆସିଛନ୍ତି । ପାଟକୁରା ନୋଡ଼ାଲ ସରକାରୀ ହାଇସ୍କୁଲ ର ଗେଟ ସମ୍ମୁଖରେ ଆଜି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକର୍ଷିତ କରିବା ପାଇଁ ବିଦ୍ୟାଳୟ ଗେଟ କୁ ବେଲୁନ୍ ରେ ସଜାଇ ଦିଆଯାଇଥିଲା । ସକାଳ୯ ଟା ବେଳକୁ ପାଟକୁରା ହାଇସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ …

Read More »

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଆଭାସି ବୈଠକ

କେନ୍ଦ୍ରାପଡ଼ା, ୨୬/୦୭/୨୦୨୧(ଓଡ଼ିଶା ସମାଚାର)- ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଦୁହୁରିଆସ୍ଥିତ ଶିକ୍ଷକ ଭବନ ପରିସରରେ ଏକ ଆଭାସି କନଭେନସନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓଷ୍ଟା ସଭାପତି କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସି କନଭେନସନର ପ୍ରାରମ୍ଭରେ ସମ୍ପାଦକ ତପନ କୁମାର ସିଂ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି କନଭେନସନର ଉଦେଶ୍ୟ ଜ୍ଞାପନ କରିଥିଲେ । ରାଜ୍ୟ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଆଭାସି …

Read More »

ଜୟପ୍ରକାଶ ଶିକ୍ଷା ନିକେତନରେ ପୋଷାକ ବିତରଣ ଉତ୍ସବ

ତାରପୁର, ୨୩/୦୭/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ରାମଚନ୍ଦ୍ରପୁରସ୍ଥିତ ଜୟପ୍ରକାଶ ଶିକ୍ଷା ନିକେତନରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଇଂ ବାବାଜୀ ଚରଣ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ସଭ୍ୟା ତଥା ଜିଲା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷା ଶ୍ରୀମତୀ ଡ଼େଜାଲିନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ଡ଼ ସୁରେନ୍ଦ୍ର ନାଥ ମହାପାତ୍ର, ଏସଏମଡ଼ିସି ଅଧ୍ୟକ୍ଷ ପଂଚାନନ ବାରିକ, ୱାର୍ଡ଼ …

Read More »

ଘରୋଇ ସ୍କୁଲରେ ପ୍ରଶିକ୍ଷଣ ନେବେ ସରକାରୀ ଶିକ୍ଷକ

ଭୁବନେଶ୍ୱର,୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଏଣିକି ଘରୋଇ ସ୍କୁଲରେ ପାଠପଢ଼ିବେ ସରକାରୀ ସ୍କୁଲ ଶିକ୍ଷକ । ଏଭଳି ପଦକ୍ଷେପ ନେଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଲାଙ୍କୁ କିପରି ସହଜ ଓ ସରଳ ଭାବେ ଶିକ୍ଷାଦାନ କରାଯିବ ସେନେଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଘରୋଇ ସ୍କୁଲ ଶିକ୍ଷକ ପ୍ରଶିକ୍ଷଣ ଦେବେ । ରାଜ୍ୟର ଘରୋଇ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପାଠପଢ଼ା ଶୈଳୀ ଏବଂ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ସରକାରୀ ସ୍କୁଲର ଶିକ୍ଷକଙ୍କୁ ଅବଗତ କରାଗଲେ ଶିକ୍ଷାର ମାନରେ ଉନ୍ନତ ହୋଇପାରିବ ବୋଲି ଆକଳନ କରାଯାଇଛି …

Read More »