Tuesday , February 7 2023
Breaking News
Home / ଶିକ୍ଷା (page 80)

ଶିକ୍ଷା

ବାଲିଗୁଡ଼ା: ଆଦିବାସୀ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ଓ ଫିଜ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅଶାନ୍ତ ତେଜିଲା

ବାଲିଗୁଡ଼ା, ୨୧/୦୯/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ର ସର୍ବ ପୁରାତନ ଆଦିବାସୀ ମହାବିଦ୍ୟାଳୟ ରେ ଦୀର୍ଘ ଦିନ ହେବ ସ୍ଥାୟୀ ଅଧ୍ୟକ୍ଷ ପଦ ଖାଲି ଥିବା ବେଳେ ଦିନକୁ ଦିନ ଫିଜ ବୃଦ୍ଧି ସାଙ୍ଗକୁ ମହାବିଦ୍ୟାଳୟ ର ପରିବେଶ ଓ ଶ୍ରେଣୀ କୋଠରୀ ଗୁଡ଼ିକ ଦିନକୁ ଦିନ ପୁରୁଣା ହେଉଥିବା ବେଳେ ମରାମତି ନ ହେବା ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବାରୁ ଦୀର୍ଘ ଦିନ ହେଲା ଛାତ୍ର ଅଶାନ୍ତି ଲାଗି ରହିଥିବା ବେଳେ ଆଜି ତାହା ଉଗ୍ର ରୂପ ନେଇଛି …

Read More »

ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ  ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା,୨୧/୦୯/୨୦୨୧(ଓଡ଼ିଶା ସମାଚାର)- ଏକ ନିପଟ ମଫସଲରେ ୩ଡି ଇ- ପାଠାଗାର ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଥିବାର ଦେଖାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁର ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ହୋଇଛି ଏହି  ୩ଡି ଇ- ପାଠାଗାର । ବଡବଡ ସହରରେ ଏହି ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ମିଳିଥାଏ । କିନ୍ତୁ ମେହେନ୍ଦିପୁର ଭଳି ଏକ ନିପଟ ମଫସଲ ଅଂଚଳରେ ସେଭଳି ସୁଯୋଗ ଗ୍ରାମାଂଚଳର ଛାତ୍ରାଛାତ୍ରୀମାନଙ୍କୁ ଯୋଗାଇଦେବା ଉଦେଶ୍ୟରେ  ଏଭଳି ଅତ୍ୟାଧୁନିକ ପାଠାଗାରର …

Read More »

ନେମାଳ କଲେଜ ଛାତ୍ର ଛାତ୍ରୀ ଙ୍କ ଆମରଣ ଅନଶନ

ସାଲେପୁର, ୨୦/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନେମାଳ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ କଲେଜ କର୍ତୃପକ୍ଷ ଙ୍କ ଅହେତୁକ ଭାବେ ନାମଲେଖା ସମେତ ଅନ୍ୟାନ୍ୟ ଫି ବୃଦ୍ଧି କରିଥିବା ପ୍ରତିବାଦ ରେ ଆମରଣ ଅନଶନ ରେ ବସିଛନ୍ତି । ଫି ବୃଦ୍ଧି ର ପୁନର୍ବିଚାର କରିବା ସହ କରୋନା ସମୟରେ ଛାତ୍ର ଛାତ୍ରୀ ମାନ ଙ୍କ ଉପରେ ଏଭଳି ଆର୍ଥିକ ବୋଝ କୁ ହ୍ରାସ କରିବାକୁ କଲେଜ ଅଧ୍ୟକ୍ଷ ଙ୍କ ଠାରେ ଦାବିକରି ଥିଲେହେଁ ସେ ଏହାର …

Read More »

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ,ପାସହାର ୯୮.୫ପ୍ରତିଶତ,ରାହୁଲ ଶତପଥୀ କଲେଜ ଟପ୍ପର

କେନ୍ଦ୍ରାପଡା, ୧୯/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି । ଏଥିରେ +୩ ବିଜ୍ଞାନ ବିଭାଗ ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ର ରାହୁଲ ଶତପଥୀ କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି କଳା ବିଭାଗର ମନସ୍ତତ୍ୱ ସମ୍ମାନର ଛାତ୍ରୀ ପ୍ରଜ୍ଞା ପରମିତା ଷଣ୍ଢ କଳା ବିଭାଗରେ ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ବିଭାଗ ସମ୍ମାନର ଛାତ୍ରୀ ଶୁଭଶ୍ରୀ ନାୟକ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି । ବିଜ୍ଞାନ ବିଭାଗର ଛାତ୍ର ରାହୁଲ ୯୨.୮୮ ପ୍ରତିଶତ ମାର୍କ …

Read More »

ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଆଭାସି ହିନ୍ଦୀ ଦିବସ ପାଳିତ

କେନ୍ଦ୍ରାପଡ଼ା,୧୯/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଆଭାସି ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ହେମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସି ହିନ୍ଦୀ ପଖୱାଡା କାର୍ଯ୍ୟକ୍ରମରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ସଭାପତି ତଥା ଭାରତୀୟ ଶିକ୍ଷା ସମାଜ ଅଧ୍ୟକ୍ଷ ଡଃ. ଯୁଧିଷ୍ଟିର ଖଟୁଆ ଉଦଘାଟକ, ହିନ୍ଦୀ ପ୍ରଶିକ୍ଷଣ ସଂସ୍ଥାନର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡଃ. ଅଜିତ ମହାପାତ୍ର ମୁଖ୍ୟ ଅତିଥି, ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଆରାଧନା ଦାଶ ମୁଖ୍ୟବକ୍ତା ଏବଂ ବିଶିଷ୍ଟ ଶିକ୍ଷାବିତ …

Read More »

ପରିବେଶ ସଚେତନତା କର୍ମଶାଳା – ବୃକ୍ଷକୁ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନତା ବାର୍ତା

କେନ୍ଦ୍ରାପଡ଼ା, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦା ପଂଚାୟତ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗୋପବନ୍ଧୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବର୍ତନ ହେବ ସମାଜ । ସେମାନେ ଆଗାମୀ ପିଢୀର ଭବିଷ୍ୟତ, ସେମାନଙ୍କ ଭବିଷ୍ୟତକୁ ସେମାନେ ବୃକ୍ଷରୋପଣ ସଂରକ୍ଷଣ କରି ସୁରକ୍ଷା ଦେବେ ବୋଲି ମତବ୍ୟକ୍ତ କରି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।  ଦୈନିକ ସକାଳର …

Read More »

ସରକାରୀ ନିୟମ ଉଲ୍ଲଂଘନ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ

କେନ୍ଦ୍ରାପଡ଼ା, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ସରକାରୀ ନିୟମ ଓ ଚାକିରୀ ସର୍ତାବଳୀକୁ ଖିଲାପ କରି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନସ୍ତ ଓଳାଭର ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀନିବାସ ଓଝା ବିଭାଗୀୟ କର୍ତୃପକ୍ଷଙ୍କ ଠାରୁ ଅନୁମତି ନନେଇ ଓଳାଭର ଯୁବକ ସଂଘର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ଏସମ୍ପର୍କରେ ଓଳାଭର ଯୁବକ ସଂଘର ଆଜୀବନ ସଦସ୍ୟ ନଳିନୀକାନ୍ତ ପୃଷ୍ଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ଅଭିଯୋଗ …

Read More »

ପାରାଦୀପ ମହାବିଦ୍ୟାଳୟର ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟର ଷ୍ଟଡି ସେଂଟର ଉଦଘାଟିତ

ପାରାଦୀପ,୧୬/୦୯/୨୦୨୧(ଓଡ଼ିଶା ସମାଚାର)- ବୁଧବାର ଅପରାହ୍ନରେ ପାରାଦୀପ ମହାବିଦ୍ୟାଳୟର ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟର ଷ୍ଟଡି ସେଂଟର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ଏ.କେ.ଦାଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଦିଲ୍ଲୀପ କୁମାର ନାୟକ ଯୋଗ ଦେଇଥିଲେ । ପାରାଦୀପ ପୌର ପରିଷଦର ପୂର୍ବତନ ପୌରପାଳ ବସନ୍ତ କୁମାର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହିପରି ଷ୍ଟଡି ସେଂଟର ଉଚ୍ଚ ଶିକ୍ଷା ପ୍ରସାରରେ ସହାୟକ …

Read More »

ଚଳିତ ଶିକ୍ଷାବର୍ଷରୁ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର ଖୋଲିଲା 

ବାଲିଗୁଡା, ୧୫/୦୯.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର ଖୋଲିଛି।ଏଥିରେ ସଂଯୋଜକ ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ.ବିଭୂତିଭୂଷଣ ଆଚାର୍ଯ୍ୟ, ସହ ସଂଯୋଜକ ଭାବେ ବାଣିଜ୍ୟ ବିଭାଗ ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ପାଠ୍ୟକେନ୍ଦ୍ରର ସହକାରୀ ଭାବେ ସୁବାସ ଚନ୍ଦ୍ର ଡାକୁଆ ନିଯୁକ୍ତି ପାଇଛନ୍ତି।ଏଠାରେ ଓଡ଼ିଆ ଇତିହାସ ରାଜନୀତି ବିଜ୍ଞାନ ବାଣିଜ୍ୟ ଅଧିସ୍ନାତକ ଶ୍ରେଣୀ ଖୋଲିବା ସହ ଓଡ଼ିଆ ଇତିହାସ, ରାଜନୀତି ବିଜ୍ଞାନ, ବାଣିଜ୍ୟ, ଇଂରାଜୀ ସ୍ନାତକ ସମ୍ମାନ ଶ୍ରେଣୀ ଖୋଲିଛି।ଇ- …

Read More »

ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷଙ୍କ ନିଯୁକ୍ତି ଜାଲିଆତି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୧୫/୦୯/୨୦୨୧(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠିଙ୍କ ନିଯୁକ୍ତିରେ ଜାଲିଆତିରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ)ଙ୍କ ଷ୍ଟେନୋଙ୍କ ସଂପୃକ୍ତି ଘଟଣାରେ ତଦନ୍ତ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୧୯୮୮ମସିହାରୁ ନାରୀମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ଉଦେଶ୍ୟରେ ପ୍ରତିଷ୍ଠା କରାଯାଇଥିବା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଗତ ୨୦୧୨ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ବିପିନ ବିହାରୀ ବାରିକଙ୍କ ସମୟରେ ଅସୁମାରୀ ଦୁର୍ନୀତି ଓ ନିଯୁକ୍ତିଗତ ଜାଲିଆତି ନେଇ କଲେଜର ଦୁର୍ନାମ ବଢିବା ସହ …

Read More »