Wednesday , September 28 2022
Breaking News
Home / ଶିକ୍ଷା (page 75)

ଶିକ୍ଷା

ଇଗ୍ନୋ ଅଧ୍ୟୟନ କେନ୍ଦ୍ର ସଂଯୋଜକ ସମୂହ ସମ୍ମିଳନୀ

କୋରାପୁଟ,୨୦/୧୦/୨୦୧୯(ଓଡ଼ିଶା ସମାଚାର)-କୋରାପୁଟ ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟମୁକ୍ତ ବିଶ୍ୱବିଦ୍ୟାଳୟର ଆଂଚଳିକ କେନ୍ଦ୍ରର ସଂଯୋଜକଙ୍କ ଦିନିକିଆ ସମ୍ମିଳନୀ ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ପୂର୍ବତନ ଜିଲାପାଳ ତଥା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଦାଧର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଇଗ୍ନୋ ଶିକ୍ଷାକେନ୍ଦ୍ର ଗ୍ରାମାଂଚଳ ଛାତ୍ରାଛାତ୍ରୀଙ୍କୁ ଶିକ୍ଷାଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ବର୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରକାଶ …

Read More »

ପ୍ରଜ୍ଞାରେଣୁ ଚଉରାରେ ମୃତିକା ସ୍ଥାପନ

ଡୁଙ୍ଗୁରିପାଲି,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ଡୁଙ୍ଗୁରିପାଲି ମହାବିଦ୍ୟାଳୟ ପରିସରସ୍ଥ ପ୍ରଜ୍ଞାରେଣୁ ଚଉରାରେ ଦେଶର ପୁଣ୍ୟ ଭୂମିଗୁଡିକରୁ ମାଟି ଆଣି ଏଠାରେ ସ୍ଥାପନ କରାଯାଇଛି । ନାଳନ୍ଦା ବିଶ୍ୱବିଦ୍ୟାଳୟ, ମାଉଂଟ ଆବୁ ପ୍ରଜ୍ଞାପତି ବ୍ରହ୍ମାକୁମାର ବିଶ୍ୱବିଦ୍ୟାଳୟ, ଶାନ୍ତି ନିକେତନ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ସାରନାଥ, ସତ୍ୟବାଦୀ ବନ ବିଦ୍ୟାଳୟ, ପଣ୍ଡିଚେରିର ଅରବିନ୍ଦ ଆଶ୍ରମ, ନେତାଜି ସୁବାଷଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ, ଗଙ୍ଗାଧର ମେହେର ଜନ୍ମସ୍ଥାନ, ଖଲିଆପାଲି ଭିମ ଭୋଇ ଆଶ୍ରମ, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ ସ୍ୱରାଜ ଆଶ୍ରମ, କନ୍ୟାକୁମାରୀ ପ୍ରଭୃତି ସ୍ଥାନର ମାଟି ଏହି ପ୍ରାଜ୍ଞରେଣୁ ଚଉରାରେ …

Read More »

 ବିଦ୍ୟାଳୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ 

ଗରଦପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତିକନପୁର ନୋଡାଲ ଉ.ପ୍ରା. ବିଦ୍ୟାଳୟ ପରିସରରେ ସାଧନକେନ୍ଦ୍ର ସ୍ତରୀୟ  ଶିଶୁ ମହୋତ୍ସବ ସୁରଭି-୨୦୧୯ ସାଧନକେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କରୁଣାକର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ରମାନାଥ ମାହାଳି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତିକନପୁର ହାଇସ୍କୁଲ ର ପ୍ରଧାନଶିକ୍ଷକ ମହେନ୍ଦ୍ର କୁମାର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଗତିକୃଷ୍ଣ ଦାସ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ଯୋଗ …

Read More »

କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ପାଟକୁରା,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ବିଭିନ୍ନ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହୁରାସାହି କ୍ଲଷ୍ଟରରେ ସିଆରସିସି ଗଙ୍ଗାଧର ଦଳାଇଙ୍କ ସଂଯୋଜନାରେ କ୍ଲଷ୍ଟର ଅଧିନସ୍ଥ ୧୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍‌, ସୃଜନଶୀଳ ଲିଖନ, ବକ୍ତୃତା, ସଂଗୀତ, ଶୃତଲିଖନ ସମେତ ମଧ୍ୟାହ୍ନଭୋଜନ ଉପରେ ଚିତ୍ରକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗିତା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଭାଗରେ ଜ୍ୟୋସ୍ନାରାଣୀ ସ୍ୱାଇଁ, ଋତୁପର୍ଣ୍ଣା ମିଶ୍ର, ଶୁଭଶ୍ରୀ ତ୍ରିପାଠୀ, ପ୍ରିୟାଂଶୁ ପାତ୍ର, …

Read More »

କଲେଜ କଲୋନୀ ପ୍ରାକଟିସିଂ ୟୁପି ସ୍କୁଲରେ ଅଭିଭାବକ ତାଲା ପକାଇଲେ

କେନ୍ଦ୍ରାପଡା, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କଲେଜ କଲୋନୀ ପ୍ରାକଟିସିଂ ୟୁ.ପି.ସ୍କୁଲରେ ଅଭିଭାବକମାନେ ତାଲା ପକାଇଦେଇଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା କଲେଜ କଲୋନୀ ପ୍ରାକଟିସିଂ ୟୁ.ପି.ସ୍କୁଲର ତିନୋଟି ଶ୍ରେଣୀ(୨ଟି ତଳମହଲା ଓ ଗୋଟିଏ ଉପର ମହଲାରେ)ଗୁହରେ ପୂର୍ବରୁ ୬ଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଚାଲୁଥିବା ବେଳେ ପ୍ରାୟ ୮ବର୍ଷ ହେବ ଉପର ମହଲା ଶ୍ରେଣୀ ଗୃହଟିକୁ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ଜୋରଜବରଦସ୍ତି ମିଟିଂ କରିବା ନିମନ୍ତେ ସ୍କୁଲରୁ ଚାବି ମାଗିନେଇ ସେହିଦିନ ଠାରୁ ମାଡି ବସିଛି …

Read More »

ଓଡ଼ିଶାର ଗର୍ବ ଓ ଗୌରବ ଶୁଭଶ୍ରୀ ମହାପାତ୍ର

ଲଣ୍ଡନ ବିଜିନେସ୍ ସ୍କୁଲରେ ହେଲେ ଯୋଗ୍ୟ ବିବେଚିତ ଭୁବନେଶ୍ୱର,୧୭/୧୦/୨୦୧୯ ( ଓଡ଼ିଶା ସମାଚାର)- ଓଡ଼ିଶାର ଗର୍ବ ଗୌରବ ଶୁଭଶ୍ରୀ ମହାପାତ୍ର ଲଣ୍ଡନ ବିଜିନେସ୍ ସ୍କୁଲରେ ଯୋଗ୍ୟ ବିବେଚିତ ହୋଇ କୃତୀତ୍ୱ ହାସଲ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ପରି ସେ ପୋଖରୀପୁଟ୍ ଡିଏଭି ସ୍କୁଲରେ ସିବିଏସଇ ୧୦ମ ଶ୍ରେଣୀରେ ସ୍କୁଲରେ ପ୍ରଥମ ହେବା ସହ ଓଡ଼ିଶାରେ ୬ଷ୍ଠ ସ୍ଥାନ ହାସଲ କରିଥିଲେ । ସେ ଡିଏଭିରେ ଦ୍ୱାଦଶ ଶ୍ରେଣୀ ପାସ୍ କରି ଆଇଆଇଟି କରିଥିଲେ । ପରେ ସେ ଲଣ୍ଡନ ବିଜିନେସ୍ …

Read More »

କଟକ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିରେ ତୃଟି ଯୋଗୁ  କନିଷ୍ଠ କିରାଣୀ ବଦଳି ହୋଇ ପାରୁନାହାନ୍ତି

ସାଲେପୁର,୧୬/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ଶିକ୍ଷାମଣ୍ଡଳ ଅଧିନ ଛାଣିପୁର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀଙ୍କ ବଦଳି ଆଦେଶରେ ତୃଟି ଥିବା ଯୋଗୁ ତାହା ୨୬.୦୯.୨୦୧୯ ରୁ ହୋଇଥିବା ବଦଳି ଆଦେଶ ୨୦ଦିନ ହେଲା କାର୍ଯ୍ୟକାରୀ ହୋଇନଥିବା ଜଣାପଡ଼ିଛି । ଛାଣିପୁର ହାଇସ୍କୁଲରେ କନିଷ୍ଠ କିରାଣୀ ଭାବେ ଅରୁଣ କୁମାର ପରିଡ଼ା କାର୍ଯ୍ୟକରୁଛନ୍ତି । ଶ୍ରୀ ପରିଡ଼ା ବିଭିନ୍ନ ଦୁର୍ନିତୀ ମୂଳକ କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କଟକ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ …

Read More »

ଆସନ୍ତା ୧୯ରେ ବୋର୍ଡ଼କୁ ଘେରିବେ ଶିକ୍ଷକ

ଭୁବନେଶ୍ୱର,୧୧/୧୦/୨୦୧୯ ( ଓଡ଼ିଶା ସମାଚାର)- ବର୍ତମାନ ଶେଷ ହୋଇଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)ର ପ୍ରଶ୍ନପତ୍ରରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସିଲାବସ ବାହାରୁ ପ୍ରଶ୍ନ ଦିଆଯାଇଥିବାରୁ ଓଟିଇଟି ପରୀକ୍ଷାର୍ଥୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଆଜି ସ୍ଥାନୀୟ ଖାରବେଳ ନଗରସ୍ଥିତ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର) ମହାସଂଘର ସଭାପତି ଶରତ ଚନ୍ଦ୍ର ନାଏକ ବିଭିନ୍ନ ଅଭିଯୋଗ ଆଣିଛନ୍ତି । ଗତ ୨୦୧୮ ମସିହାରେ ଓଟିଇଟି ପରୀକ୍ଷା କରାଯାଇଥିଲା । …

Read More »

ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ କଟକ ପାରାଦୀପ ରାସ୍ତା ଅବରୋଧ

ରଘୁନାଥପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଆର୍ଥିକ ଅନଗ୍ରସର ଜନ ଜାତି ଓ ଉପଜାତି ଛାତ୍ର ଛାତ୍ରୀଙ୍କ ୨୫ ପ୍ରତିଶତ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ ଆଜି ରଘୁନାଥପୁର ବ୍ଲକ ଷ୍ଟେଟ ଆଇଡ଼ିଆଲ ପବ୍ଲିକ୍ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ କଟକ ପାରାଦୀପ ରାସ୍ତାର ବର୍ତିଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା । ବ୍ଲକ୍ ଅଂଚଳରେ ଥିବା ବିଭିନ୍ନ ବେସରକାରୀ ବିଦ୍ୟାଳୟର ଅଭିଭାବକ ଓ ଶିକ୍ଷକମାନେ ଏଥିରେ ସାମିଲ ଥିଲେ । ବେସରକାରୀ ବିଦ୍ୟାଳୟ ଅଭିଭାବକ ଓ ଶିକ୍ଷକ ସଂଗଠନ ପକ୍ଷରୁ …

Read More »

ଉତ୍କଳମଣି ଜୟନ୍ତୀରେ ଛାତ୍ରସଙ୍ଘ ପକ୍ଷରୁ ଆଲୋଚନାଚକ୍ର

କେନ୍ଦ୍ରାପଡା ୦୯/୧୦/୨୦୧୯ ( ଓଡ଼ିଶା ସମାଚାର)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜନ୍ମତିଥିରେ ଅଖିଳ ଭାରତ ଛାତ୍ର ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ “ଦେଶର ଶିକ୍ଷା ବ୍ୟବସ୍ଥା ଓ ପ୍ରସ୍ତାବିତ ଶିକ୍ଷା ଆଇନ -୨୦୧୯”ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଛାତ୍ରନେତା ସୂର୍ଯ୍ୟକାନ୍ତି ରାଉତଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋପଛକ ଠାରେ ଆୟୋଜିତ ଆଲୋଚନାଚକ୍ରକୁ ଶିକ୍ଷକନେତା ପ୍ରାଧ୍ୟାପକ ଅଜୟ କୁମାର ସାମଲ ଉଦଘାଟନ କରିଥିଲେ । ସଂଗଠିତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବେସରକାରୀ କଲେଜ ଶିକ୍ଷକ ସଂଘର  ସହ ସମ୍ପାଦକ …

Read More »