Thursday , December 1 2022
Breaking News
Home / ଶିକ୍ଷା (page 73)

ଶିକ୍ଷା

୧୦ବର୍ଷ ବୟସ କମାଇ ସରକାରୀ ସ୍କୁଲରେ ଶିକ୍ଷକତା

ପାଠପଢ଼ା, ଜନ୍ମ ପ୍ରମାଣପତ୍ର ଦାଖଲ ନିର୍ଦ୍ଧେଶ ପରେ ବି ଯାଂଚ ହେଉନି -ସର୍ଭିସ ବୁକ୍ ପ୍ରମାଣପତ୍ର ମାଗିବାରୁ ଧରାପଡ଼ିଲା ଜାଲିଆତି କେନ୍ଦ୍ରାପଡ଼ା, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ଗଣଶିକ୍ଷକ ନିଯୁକ୍ତିକୁ ନେଇ ବିବାଦ ଥମିବାର ନାହିିଁ । କେତେବେଳେ ଆବଶ୍ୟକତା ଅନୁଯାଇ ଯୋଗ୍ୟତା ପୂରଣ ହେଉନଥିଲେ ବି ଚାକିରି ସ୍ଥାୟୀ କରିବାକୁ କାରସାଦି କରାଯାଉଛିତ ପୁଣି କେବେ ଜାଲିଆତି ହେଉଛି । ବୟସକୁ କମାଇ ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି କେତେ । ଚାକିରି ସମୟରେ ବୟସ କମ୍ ପକାଇ କଂସାର ନୋଡାଲ ହାଇସ୍କୁଲରେ …

Read More »

ଶୁଭେନ୍ଦୁ ସାହୁ ମୋ ସ୍କୁଲ ଅଭିଯାନ ରେ ଜିଲ୍ଲାପାଳ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ

  ଭୁବନ ୧୭/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ୟୁଥ ଆଇକନ ଭାବେ ପରିଚିତ ଯୁବ ସମାଜସେବୀ ଶୁଭେନ୍ଦୁ କୁମାର ସାହୁ (ମୁନ୍ନା) ମୋ ସ୍କୁଲ ଅଭିଯାନରେ ମୁଖ୍ୟ ପୁରୋଧା ସାଜି ପୁରାତନ ଛାତ୍ର ମାନଙ୍କ ଜରିଆରେ ସ୍କୁଲର ଉନ୍ନତି ପାଇଁ ଉଦ୍ୟମ କରୁଥିବାରୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ଙ୍କ ସମେତ ପିଡି ଡିଆରଡିଏ ନରୋତମ ବେହେରା,ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି ପ୍ରମୁଖ ଶୁଭେନ୍ଦୁ …

Read More »

ମୋ ସ୍କୁଲ ଅଭିଯାନ ଅନୁକୂଲ୍ୟରେ ମଣ୍ଡଳ ସ୍ତରୀୟ ଧନ୍ୟବାଦ ପତ୍ର ଅର୍ପଣ ଉତ୍ସବ

  ତାରପୁର, ୧୬/୦୪/୨୦୨୧(ଓଡ଼ିଶା ସମାଚାର)– ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଶରରେ ମଣ୍ଡଳ ସ୍ତରୀୟ ଧନ୍ୟବାଦ ପତ୍ର ଅର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଣ୍ଡଳ ଶିକ୍ଷାଅଧିକାରୀ ରାଜ୍ୟଶ୍ରୀ ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ରଘୁନାଥପୁର ସୁପରିଟେଣ୍ଡେ ଡଃ ସୁକାନ୍ତ କୁମାର ଦଳାଇ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନେ ସେମାନେ ପାଠପଢି ବଡ ହୋଇଥିବା ଶିକ୍ଷାନୁଷ୍ଠାନକୁ ସହାୟତାର ହାତ ବଢାଇବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ରଘୁନାଥପୁର …

Read More »

ବୋର୍ଡ଼ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୫/୦୪/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୧୯ ତାରିଖରୁ ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ବନ୍ଦ ରହିବ । ଏଥି ସହିତ ମାଟ୍ର୍ରିକ ଓ ଦ୍ୱାଦଶ ଶ୍ରେଣି ବୋର୍ଡ଼ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । କରୋନାର ବର୍ତମାନ ସ୍ତିତିରେ ପରୀକ୍ଷା କରାଯାଇ ପାରିବ ନାହିଁ । ଆସନ୍ତା ଜୁନ ମାସରେ ପରୀକ୍ଷା ନେଇ ସମୀକ୍ଷା ପରେ ନିଷ୍ପତି ଗ୍ରହଣ କରାଯିବ । ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶ ପରେ ସରକାର ଏହି ନିଷ୍ପତି ନେଇଛନ୍ତି । …

Read More »

ସର୍ବପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ଆଧୁନିକିକରଣ ହେବ

କେନ୍ଦ୍ରାପଡା,୧୪/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ଆଧୁନିକିକରଣ କରାଯିବ । ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତିଛବିକୁ ବହନ କରୁଥିବା ଏହି ହାଇସ୍କୁଲର ଶ୍ରେଣୀ ଗୃହ ଗୁଡିକୁ ଅତ୍ୟାଧୁନିକ ଜ୍ଞାନ କୈାଶଳରେ ନିର୍ମାଣ କରାଯାଇ ଜିଲ୍ଲାର ଏକ ଶ୍ରେଷ୍ଠ ମଡେଲ ସ୍କୁଲରେ ପରିଣତ କରାଯିବ । ରାଜ୍ୟ ସରକାରଙ୍କ ପ୍ରଣିତ ଯୋଜନା ଅନୁଯାଇ ଗୋଟିଏ ପବ୍ଳିକ ସ୍କୁଲର ସମସ୍ତ ସୁବିଧା ସୁଯୋଗ ଏଠାରେ ସ୍କୁଳର ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରାପଡା ସରକାରୀ ହାଇସ୍କୁଳକୁ ପୋଷ୍ୟ …

Read More »

ପାରାଦୀପ ମହାବିଦ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ

ପାରାଦୀପ ୧୨/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ମହାବିଦ୍ୟାଳୟ ରେ ଆଗାମୀ ୨୭ ତାରିଖ ରୁ  +୩ ୨ୟ ବର୍ଷ ର ପରୀକ୍ଷା ହେବାକୁ ଯାଉଛି । ଏହି ପରୀକ୍ଷା ଅଫଲାଇନ୍ ରେ ହେବାକୁ ଥିବା ବେଳେ ଏହା କୁ ବିରୋଧ କରିଛନ୍ତି ଏହି ଶ୍ରେଣୀ ର ଛାତ୍ରଛାତ୍ରିମାନେ । ପାରାଦୀପ ମହାବିଦ୍ୟାଳୟ ର +୩ ୨ୟ ବର୍ଷର ଛାତ୍ରଛାତ୍ରୀମାନେ ଅଫଲାଇନ୍ ପରୀକ୍ଷା ବାତିଲ କରିବା ଦାବି ରେ ସୋମବାର ଦିନ ଧାରଣା ଦେଇଥିଲେ । ସୋମବାର ଦିନ ଏହି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ବନ୍ଦ କରି …

Read More »

ସାଲେପୁର କଲେଜ ଓ ହାଇସ୍କୁଲ ରେ   ଉଦଘାଟନ ଓ ଶିଳାନ୍ୟାସଉତ୍ସବ :କୋଭିଡ କଟକଣା କୁ ଫୁ

ସାଲେପୁର:୦୮/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) -ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟ ର ନବୀକରଣ ଓ ଅଡ଼ିଟୋରିୟମ ର ଶୁଭ ଉଦଘାଟନ ଉତ୍ସବରେ  ଉଦଘାଟକ ଭାବେ ଆଇନ ମନ୍ତ୍ରୀ ପ୍ରତାପ ଜେନା,ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁଯୋଗ ଦେଇ ଥିବା ବେଳେ,  ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏହି ଉତ୍ସବ ରେ ସଭାପତିତ୍ୱ କରିଥିଲେ  । ସେହିପରି ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ର ଶୈଖିକ  ଭବନ,ଛାତ୍ରାବାସ ଶ୍ରେଣୀ ପ୍ରକୋଷ୍ଠ ର ସମ୍ପ୍ରସାରଣ ଓ ନବୀକରଣ ର ଶୁଭ ଶିଳାନ୍ୟାଶ ଉତ୍ସବ ରେ ମନ୍ତ୍ରୀ …

Read More »

ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ 

ଗରଦପୁର, ୦୭/୦୪/୨୦୨୧(ଓଡ଼ିଶା ସମାଚାର)-ସ୍ଥାନୀୟ ଗରଦପୁର ବ୍ଲକ୍ ଅନ୍ତର୍ଗତ ମାନବ ସମ୍ବଳ ବିକାଶ ମହିଳା ମହାବିଦ୍ୟାଳୟର ୪ ଜଣ ବିଦାୟୀ ଅଣଶିକ୍ଷକ କର୍ମଚାରୀମାନଙ୍କର ଅବସରକାରୀକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସର ଗ୍ରହଣ କରିଥିବା କନିଷ୍ଠ ସହାୟକ ଜିଷୁକୃଷ୍ଣ ନାୟକ, ଗ୍ରନ୍ଥାଗାର ସହାୟକ ବିନୋଦ ବିହାରୀ ଦାସ, ୪ର୍ଥ ଶ୍ରେଣୀ କର୍ମଚାରୀ ଉମାକାନ୍ତ କର ଓ ଗଗନ ବିହାରୀ ସାହୁ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ …

Read More »

୩୦ ତାରିଖ ପର୍ୟ୍ୟନ୍ତ ନବମ ଏବଂ ଏକାଦଶ ଶ୍ରେଣୀ ପାଠପଢା ବନ୍ଦ

ଭୁବନେଶ୍ୱର, ୦୭/୦୪/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଦୈନିକ ଆକ୍ରାନ୍ତ ଙ୍କ ସଂଖ୍ୟା ଧିରେ ଧିରେ ବଢ଼ି ଚିନ୍ତାଜନକ ସ୍ଥିତିକୁ ଆସିଗଲାଣି । ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖାକୁ ଦୃଷ୍ଟିରେ ରଖି ରାଜ୍ୟରେ ନବମ ଏବଂ ଏକାଦଶ ଶ୍ରେଣୀ ପାଠପଢା ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ନିର୍ଦ୍ଦେଶାନାମା ଅନୁଯାୟୀ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ପାଠପଢା ବନ୍ଦ ରହିବ। ଆସନ୍ତା କାଲି ଏପ୍ରିଲ ୮ …

Read More »

କେନ୍ଦ୍ରାପଡା ସରକାରୀ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ବିଧାୟକ

କେନ୍ଦ୍ରାପଡା, ୦୭/୦୪/୨୦୨୧(ଓଡ଼ିଶା ସମାଚାର)- ସର୍ବପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା । ଏହି ଅବସରରେ ସେ ସ୍କୁଲ ପରିଦର୍ଶନରେ ଯାଇ ସ୍କୁଲ ପରିସରକୁ ବୁଲି ଦେଖିଛନ୍ତି । ସ୍କୁଲ ପରିସରରେ ଥିବା ବହୁ ପୁରାତନ, ଅବ୍ୟବହୃତ ତଥା ବିପଦ ସୃଷ୍ଟି କରୁଥିବା ଶ୍ରେଣୀ ଗୃହ ଗୁଡିକୁ ଭଙ୍ଗାଯିବା ପରେ ସେହିସ୍ଥାନରେ ନୂତନ ଶ୍ରେଣୀଗୃହ ନିର୍ମାଣ କରାଯିବାକୁ ଉପସ୍ଥିତ ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ନିର୍ଦେଶ ଦେଇଥିବା ସୂଚନା …

Read More »