Thursday , December 1 2022
Breaking News
Home / ଶିକ୍ଷା (page 72)

ଶିକ୍ଷା

ଜୁନ ୩୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର,୦୮/୦୫/୨୦୨୧(ଓଡ଼ିଶା ସମାଚାର)- ଚଳିତ ମାଟ୍ରିକ ପରୀକ୍ଷା ରେଜଲ୍ଟ ଆସନ୍ତା ଜୁନ ୩୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି। କରୋନା ଲାଗି ପରୀକ୍ଷା ବାତିଲ ହୋଇଛି ।  ନ୍ୟାୟ ସଙ୍ଗତ ଓ ବିନା ପକ୍ଷପାତରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବିକଳ୍ପ ପଦ୍ଧତି ପ୍ରସ୍ତୁତ କରିଛି। ବୋର୍ଡ ପକ୍ଷରୁ ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାର ରେଜଲ୍ଟ ସହ ଦଶମ ଶ୍ରେଣୀର ୨ୟ , ୩ୟ …

Read More »

ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର,୦୫/୦୫/୨୦୨୧(ଓଡ଼ିଶା ସମାଚାର)- ଗଞ୍ଜାମ ଜିଲାର ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି । ବୁଧବାର ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିଛନ୍ତି।ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ପୁରାତନ ଓ ପ୍ରସିଦ୍ଧ ମହାବିଦ୍ୟାଳୟ । ଏହାର ବହୁ ପୁରାତନ ଛାତ୍ର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି । ଓଡ଼ିଶା ସମାଚାର

Read More »

ଡିଇଆଇଟି ଅଧ୍ୟକ୍ଷାଙ୍କୁ ଭାରମୁକ୍ତ କରି ନିର୍ଦେଶାଳୟରେ ଅବସ୍ଥାପିତ

କେନ୍ଦ୍ରାପଡ଼ା, ୦୫/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷା ମୀନାକ୍ଷି ମହାପାତ୍ରଙ୍କୁ  ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦେଶ କ୍ରମେ ଟି.ଇ. ଏବଂ ଏସ. ସି. ଇ. ଆର. ଟି. ର ନିର୍ଦେଶକ ବାଲିଆ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରୁ ଭାରମୁକ୍ତ କରିବା ସହ ନିର୍ଦେଶାଳୟରେ ଯୋଗଦେବାକୁ ନିର୍ଦେଶ ଦେଇଛନ୍ତି । ଶ୍ରୀମତୀ ମହାପାତ୍ରଙ୍କ ଠାରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷା ଭାବରେ ସମସ୍ତ କ୍ଷମତା ପ୍ରତ୍ୟାହାର କରିନିଆଯାଇଥିବା ସୂଚନା ମିଳିଛି । ଜିଲ୍ଲା …

Read More »

ଘରୋଇ ମହାବିଦ୍ୟାଳୟରେ ନାମ ଲେଖାଇବା ନାଁରେ ରାକେଟ ସକ୍ରିୟ : ବନ୍ଧକ ପଡିଛି ଭବିଷ୍ୟତ: ଷ୍ଟାଇପେଣ୍ଡ ଟଙ୍କା ଲୁଟୁଛି ମହାବିଦ୍ୟାଳୟ:

ବାଲିଗୁଡା, ୦୪/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରିବା ସହ ଅନେକ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ପ୍ରମାଣପତ୍ରକୁ ଘରୋଇ ମହାବିଦ୍ୟାଳୟର ମାଲିକ ବନ୍ଧକ ରଖିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆଉ ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଏବେ ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଅଞ୍ଚଳରେ। ପ୍ରମିଳାଦେବୀ ଘରୋଇ ମହାବିଦ୍ୟାଳୟର ମାଲିକ କୀର୍ତ୍ତି ଚନ୍ଦ୍ର ସାହୁ ଆଦିବାସୀ …

Read More »

ଛାତ୍ରମାନଙ୍କ ନାମରେ ଲଗାଯାଇଥିବା ଭିତିହୀନ ମାମଲା ପ୍ରତ୍ୟାହାର ସହ ଟାଉନ ଥାନା ଅଧିକାରୀଙ୍କ ବଦଳି ଦାବିକଲା କେନ୍ଦ୍ରାପଡା ଛାତ୍ର ସଂସଦ

କେନ୍ଦ୍ରାପଡ଼ା,୦୧/୦୫/୨୦୨୧(ଓଡ଼ିଶା ସମାଚାର)-ଛାତ୍ରମାନଙ୍କ ନାମରେ ଲଗାଯାଇଥିବା ଭିତିହୀନ ମାମଲା ପ୍ରତ୍ୟାହାର ସହ ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ତୁରନ୍ତ ବଦଳି ଦାବି କରିଛି କେନ୍ଦ୍ରାପଡା ଛାତ୍ର ସଂସଦ । ଗତ ବୁଧବାର କେନ୍ଦ୍ରାପଡା ଜିଲ୍ଲାର ପ୍ରାୟ ୧୪ଟି ଜୁନିଅର କଲେଜର ଶତାଧିକ ଛାତ୍ରଛାତ୍ରୀ +୨ ବୋର୍ଡ ପରୀକ୍ଷା ବାତିଲ ଦାବିରେ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରି ରାସ୍ତା ଉପରେ ବସିରହିଥିଲେ । ସେହି ଘଟଣାକୁ ନେଇ ଟାଉନ ଥାନା ପକ୍ଷରୁ ୧୨ଜଣ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ବହୁ ସଂଗୀନ ଦଫାରେ ମାମଲା ରୁଜୁ କରାଯାଇଛି …

Read More »

ମହଙ୍ଗା ପଡିଲା ଯୁକ୍ତ ୨ ଛାତ୍ରଙ୍କ ରାସ୍ତା ରୋକ ; ୧୨ ଜଣ ଛାତ୍ରଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ

କେନ୍ଦ୍ରାପଡ଼ା, ୩୦/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିବା ପାଇଁ ଆନ୍ଦୋଳନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏହି ଛାତ୍ରଛାତ୍ରୀମାନେ ହେଲେ ରାଜକିଶୋର ବେହେରା, ମୁକେଶ ରାଉତ, ସତ୍ୟଜିତ ଜେନା, ବ୍ରହ୍ମାନନ୍ଦ ମଲ୍ଲିକ, ପ୍ରଦୀପ କୁମାର ବିଶ୍ୱାଳ, ସତ୍ୟପ୍ରଜ୍ଞ ନାୟକ, ତୁଷାର କୁମାର ସାହୁ, ରାଜେଶ କୁମାର ସେଠୀ, ମୋନାଲିସା ବାରିକ ଓ ଅନ୍ୟ ତିନିଜଣ । ଅନ୍ୟ ତିନିଜଣଙ୍କ …

Read More »

ନିଗମାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ପୁରାତନ ଶିକ୍ଷାନୁଷ୍ଠାନ ନିଗମାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରସ୍ତାବିତ ଶତ ବାର୍ଷିକୀ ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ବରିଷ୍ଠ ଶିକ୍ଷାବୀତ ତଥା ପରିବେଶବିତ କାଶିନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ମହୋତ୍ସବ କୋଭିଡ କଟକଣା ଯୋଗୁଁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମହାକାଳପଡା ବିକାଶ ମଂଚର ପୃଷ୍ଠପୋଷକତାରେ ପରବର୍ତୀ ସମୟରେ ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାଇ ଅନୁଷ୍ଠିତ ହେବାକୁ …

Read More »

+୨ ପରୀକ୍ଷା ବାତିଲ ଦାବିରେ କେନ୍ଦ୍ରାପଡା ଛାତ୍ର ସଂଘ ପକ୍ଷରୁ ଗଣ ଆନ୍ଦୋଳନ ଓ କଟକ – ଚାନ୍ଦବାଲି ରାସ୍ତା ଅବରୋଧ

କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)- +୨ ୨ୟ ବର୍ଷ ବୋର୍ଡ ପରୀକ୍ଷା ବାତିଲ ଦାବିରେ କେନ୍ଦ୍ରାପଡା ଛାତ୍ର ସଂଘ ପକ୍ଷରୁ କେନ୍ଦ୍ରାପଡା ଜୁନିଅର କଲେଜ, କେନ୍ଦ୍ରାପଡା ଇଭିନିଂ କଲେଜ, ପଟ୍ଟାମୁଣ୍ଡାଇ ଜୁନିଅର କଲେଜ, ନିକିରାଇ ମହାବୀର ଜୁନିଅର କଲେଜ, ବୀରୂପା ଜୁନିଅର କଲେଜ, ଆୟବାର ସରକାରୀ ଜୁନିଅର ବିଜ୍ଞାନ କଲେଜ ସମେତ ଜିଲ୍ଲାର ୧୩ଟି ମହାବିଦ୍ୟାଳୟର ଶତାଧିକ ଛାତଛାତ୍ରୀ ବୁଧବାର ଗଣ ଆନ୍ଦୋଳନ କରିବା ସହିତ କଟକ – ଚାନ୍ଦବାଲି ରାସ୍ତାକୁ କେନ୍ଦ୍ରାପଡା କଲେଜ ସମ୍ମୁଖ ରାସ୍ତା ଉପରେ ବସିରହି ଅବରୋଧ କରିଥିଲେ । ସେମାନଙ୍କ …

Read More »

ଗରଦପୁର ବ୍ଲକ୍ ସ୍ତରୀୟ ମୋ ସ୍କୁଲ ସମ୍ମିଳନୀ ଓ ଆଲମୁନୀ ସମ୍ବର୍ଦ୍ଧନା ଉତ୍ସବ 

ଗରଦପୁର ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ସରକାରୀ ଉଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଗରଦପୁର ବ୍ଲକ୍ ସ୍ତରୀୟ ମୋ ସ୍କୁଲ ସମ୍ମିଳନୀ ଓ ଆଲୁମିନୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ  ଆୟୋଜିତ ଉତ୍ସବରେ ପ୍ରଦାନ ଶିକ୍ଷକ ମଳୟ କୁମାର ପାଣି ଅଧ୍ୟକ୍ଷତା କରିଥିଲେ । ମୋ ସ୍କୁଲ କମିଟିର ଅଧ୍ୟକ୍ଷ ତଥା ଗରଦପୁର ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ମୋ ସ୍କୁଲ କମିଟି ସଦସ୍ୟ ଶିକ୍ଷକ …

Read More »

ସୌନ୍ଧର୍ଯ୍ୟକରଣ ହୋଇଥିବା ଦୁତିଆଳ ଉଚ୍ଚପ୍ରାଥମିକ ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡା, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତ ପକ୍ଷରୁ ସରପଂଚ ପୁଷ୍ପଲତା ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସରକାରଙ୍କ ସ୍କୁଲ ସୌନ୍ଧର୍ଯ୍ୟକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦୁତିଆଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ । ସ୍କୁଲର ଶ୍ରେଣୀଗୃହ ଗୁଡିକୁ ଡିଜିଟାଲ ଶ୍ରେଣୀଗୃହରେ ପରିଣତ କରାଯାଇଥିବା ବେଳେ ସୌରଶକ୍ତି ମାଧ୍ୟମରେ ସ୍କୁଲ ପରିସରକୁ ଆଲୋକିତ କରାଯାଇ ସ୍କୁଲରେ ଟିଭି, ଆକୁଆଗାର୍ଡ, ଗ୍ରୀନବୋର୍ଡ ପ୍ରଭୃତି ଲଗାଯାଇଛି । ସ୍କୁଲ କାନ୍ଥକୁ ବିଭିନ୍ନ ରଙ୍ଗବେରଙ୍ଗରେ ଚିତ୍ରଣ କରାଯିବା ସହ ସ୍କୁଲକୁ …

Read More »