Thursday , June 30 2022
Breaking News
Home / ଶିକ୍ଷା (page 70)

ଶିକ୍ଷା

ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନବିଜ୍ଞାନ ମେଳା

ସାଲେପୁର ,୨୧/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସାଲେପୁରର ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଲକ୍ଷ୍ମୀପ୍ରିୟା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ  ଦେବେନ୍ଦ୍ର ନାଥ ପଣ୍ଡା ଶିଶୁମାନଙ୍କୁ ବିଜ୍ଞାନର ଉପାଦେୟତା ସମ୍ବନ୍ଧରେ  ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶଙ୍କର୍ଷଣ …

Read More »

ରମାଦେବୀ ବିଶ୍ୱବିଦ୍ୟାଳୟରୁ ଉଠିଯିବ ଜୁନିଅର କଲେଜ

  ଭୁବନେଶ୍ୱର , ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଜୁନିଅର କଲେଜ ଉଠାଯାଇ ୟୁନିଟ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ଏନେଇ ରମାବେଦୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି । ରମାଦେବୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ପରଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଦାବି କରାଯାଉଥିଲା । ବିଶ୍ୱବିଦ୍ୟାଳୟ ପରିସରରେ ଜାଗା କମ ଥିବାରୁ କ୍ଲାସରୁମ ସଂଖ୍ୟା ଅଧିକ ହୋଇପାରୁନାହିଁ …

Read More »

ମଧ୍ୟାହ୍ନ ଭୋଜନ ଖାଇ ୩୩ ଛାତ୍ରଛାତ୍ରୀ ଅସୁସ୍ଥ

ମାଲକାନଗିରି, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ପଂଚାୟତ ନିକଟ ଟେମ୍ପୋରାରୀ କଲୋନୀରେ ଥିବା ପ୍ରାଥମିକ ଆବାସିକ ବିଦ୍ୟାଳୟରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ୩୩ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥ ଛାତ୍ରୀ ମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେମାନେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ଭଜା ଖାଇଥିଲେ । ଅପରାହ୍ନ ୪ଟା ପରେ …

Read More »

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

କେନ୍ଦ୍ରାପଡା ୧୯/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ  ରବିବାର ବିଦ୍ୟାଳୟ ସ୍ଥରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ  ପ୍ରଧାନ ଆଚାର୍ଯ୍ୟ   ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଅବସର ପ୍ରାପ୍ତ ବିଜ୍ଞାନ ପରିଦର୍ଶକ  ନିରଞ୍ଜନ ଜେନା ଓ ସମ୍ମାନୀତ ଅତିଥି ଭାବେ ବିଜୟ କୁମାର ସାମଲ ଯୋଗଦେଇ ପ୍ରଦୀପ …

Read More »

ବନ୍ତଳା ପଂଚାୟତ ହାଇସ୍କୁଲରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଗରଦପୁର,୧୮/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ବନ୍ତଳା ପଂଚାୟତ ହାଇସ୍କୁଲରେ ସ୍ୱାଧୀନତା ଦିବସ ଅବସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ମଧୁସୂଦନ ଜେନା ସଭାପତିତ୍ୱ କରିଥିବାବେଳେ ସମାଜସେବୀ ଅନ୍ନଦା ପ୍ରସାଦ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲାପରିଷଦ ସଭ୍ୟ ତଥା ପ୍ରକୃତିବନ୍ଧୁ ସନ୍ତୋଷ ଜେନା ଯୋଗଦାନ କରିଥିବାବେଳେ ସମ୍ମାନୀୟ ଅତିଥି ଭାବେ ବନ୍ତଳା ପଂଚାୟତର ପୂର୍ବତନ …

Read More »

ପାଟକୁରା ହାଇସ୍କୁଲରେ ବୃତି ପରୀକ୍ଷା    

ଗରଦପୁର,୧୮/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ହାଇସ୍କୁଲରେ ଆଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ବୃତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପାଟକୁରା ପରିକ୍ଷା କେନ୍ଦ୍ରରେ ୧୦୫ ଜଣ ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା କରା ଯାଇଥିବାବେଳେ,ଏହି ପରୀକ୍ଷା କେନ୍ଦ୍ରରେ ମୋଟ ୯୨ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଂଟ୍ ମଳୟ କୁମାର ପାଣି ପ୍ରକାଶ କରିଛନ୍ତି । ସୁପରିଟେନଣ୍ଡେଂଟ୍  …

Read More »

ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା – ଅଧ୍ୟକ୍ଷଙ୍କ ବଦଳି ଓ ସାଏନଡାଏ ପ୍ରତ୍ୟାହାର ଦାବି

ରାଜକନିକା,୧୮/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଗତ ୧୦ ତାରିଖଠାରୁ ସାଏନଏ ଡ଼ାଏ ଘୋଷଣା ହୋଇଛି । ଏହି ଘଟଣାକୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ହୋଇପାରି ନାହିଁ । ଏ ନେଇ ଶନିବାର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିରହିଥିଲେ । ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର, ଧମକ ଦେବା ସହିତ ଜୋରଜବରଦସ୍ତ କୋର୍ଟ ପିନ୍ଧିବାକୁ ବାଧ୍ୟ …

Read More »

ସରସ୍ୱତୀଶିଶୁମନ୍ଦିରରେବିଜ୍ଞାନମେଳା ଅନୁଷ୍ଠିତ

ଭୁବନ,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଭୁବନ ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଲତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲବର୍ଗ, ଶିଶୁବର୍ଗ, କନିଷ୍ଠବର୍ଗରେ ସମୁଦାୟ ୫୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ମନିତା ସାହୁ, ନମିତା ମହାନ୍ତି, ନୂଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ରେଣୁବାଳା ସାହୁ ବିଚାରକଭାବେ ଯୋଗଦେଇ ପ୍ରକଳ୍ପ …

Read More »

ଓଡିଶା ଷ୍ଟେଟ୍ ବିଗ୍ରେଡ୍ ସ୍କୁଲ’ରେ ପୁରଷ୍କାର ବିତରଣ ଉତ୍ସବ 

ଗରଦପୁର ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ପରକଣା ଗ୍ରାମରେ ଥିବା ‘ଓଡିଶା ଷ୍ଟେଟ୍ ବିଗ୍ରେଡ୍ ସ୍କୁଲ’ରେ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ମେଧାବି ଛାତ୍ରଛାତ୍ରୀ, ନୃତ୍ୟ, ଦଳଗତ ନୃତ୍ୟ ଓ ଅନ୍ୟ ପ୍ରତିଭାଧାରୀ କୃତୀଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରମାଣ ପତ୍ର ଦିଆଯାଇ ପୁରଷ୍କୃତ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ପୁରଷ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟାରାଣୀ …

Read More »

ସାହାସପୁର ମହାବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଉତ୍ସବ

ବାଲିଚନ୍ଦ୍ରପୁର, ୧୭/୦୮/୨୦୧୯ (ଓଡିଶା ସମାଚାର / ଅମରେନ୍ଦ୍ର ସିଂହ) -ବାଲିଚନ୍ଦ୍ରପୁର ସ୍ଥିତ  ସାହସପୁର ମାହବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ମହାବିଦ୍ୟାଳୟ ପରିସରରେ  ପାଳିତ ହୋଇଯାଇଛି ।  ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ  ଅମର ପ୍ରସାଦ ଶତପଥୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ପ୍ରଧ୍ୟାପକ ମନୋରଞ୍ଜନ ମହାନ୍ତି, ସମ୍ମାନିତ …

Read More »