Sunday , May 22 2022
Breaking News
Home / ଶିକ୍ଷା (page 68)

ଶିକ୍ଷା

ପୋଷାକ ବିତରଣ ଉତ୍ସବ

ଗରଦପୁର ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଳସୁଧା ପଂଚାୟତର ପଳସୁଧା ଠାରେ ପ୍ରତିଷ୍ଠିତ ସରକାରୀ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଳସୁଧା ପଂଚାୟତର ସରପଂଚ ଅନୁଜ କୁମାର ମହାନ୍ତି,ଶେଖ ସବିର ଅଲୀ,ରଶ୍ମୀରେଖା ସିଂହ,ରାଜୀବ କୁମାର ସ୍ୱାଇଁ,ନୟନା ବିଶ୍ୱାଳ,ସିଆରସିସି ସୁକାନ୍ତ କୁମାର ବେହେରା,ବିଦ୍ୟାଳୟର ସଭାପତି ଶେଖ ହେପାଇତୁଲା,ସଭ୍ୟ …

Read More »

ମଧ୍ୟାହ୍ନ ଭୋଜନରେ ମୂଷା : ଅସୁସ୍ଥ ୧୯ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତି

ଭଦ୍ରକ, ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ଜିଲା ତିହିଡି ବ୍ଲକ୍ ଶିକ୍ଷା ଅଧିଖଣ୍ଡ ଅଧୀନସ୍ଥ ଚାରିତରଫ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ମୂଷା ପଡିଥିବାର ଅଭିଯୋଗ ହୋଇଛି । ଏବଂ ଏହି ଖାଦ୍ୟ ଖାଇ ବିଦ୍ୟାଳୟର ୧୯ଜଣ ଛାତ୍ରଛାତ୍ରୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେବା ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ତିହିଡି ବ୍ଲକ୍ ଚାରିତରଫ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୭୭ଜଣ …

Read More »

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୂପେ ଏସସିଆରବିର ବରିଷ୍ଠ ଆଇ.ପି.ଏସ ଡ. ସୁଧାଂଶୁ ଷଡଙ୍ଗୀ ଯୋଗଦାନ କରିଥିଲେ । ସାମ୍ପ୍ରତିକ ସମାଜରେ ପ୍ରଯୁକ୍ତି ବିଦ୍ୟାର ଉକ୍ରର୍ଷତା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ମାନସିକ ଦକ୍ଷତାର ବିକାଶ ବଳରେ ଛାତ୍ର ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । …

Read More »

ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

ଭୁବନ ୦୯/୦୮/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ “ଅଗଷ୍ଟ କ୍ରାନ୍ତି ଦିବସ” ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ ରଂଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦୀର୍ଘ ୭୭ ବର୍ଷ ପୂର୍ବେ ଇଂରେଜ ସରକାର ଙ୍କ ବିରୁଦ୍ଧରେ ଆଜିର ଦିନରେ ଭାରତଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଆନ୍ଦୋଳନକୁ ତୀବ୍ରତର କରିବା ନିମନ୍ତେ “କର ବା ମର” …

Read More »

ମଠକରଗୋଳା ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ ଉତ୍ସବ

ଭୁବନ ୦୯/୦୮/୨୦୧୯(ଓଡ଼ିଶା ସମାଚାର /ସୁଶାନ୍ତ କୁମାର ପୋଥାଳ)-ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷଛାତ୍ରଛାତ୍ରୀ ଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ ରଂଜନ ଦାଶ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମସ୍ତ ଅଧ୍ୟାପକ.ଅଧ୍ୟାପିକା ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ନବାଗତ ଛାତ୍ରଛାତ୍ରୀ ଙ୍କୁ ମହାବିଦ୍ୟାଳୟର ନିୟମ କାନୁନ ସଂପର୍କରେ ଅବଗତ କରାଇ କଲେଜରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା, …

Read More »

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବିକାଶ ନାମରେ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗର ସ୍ୱତନ୍ତ୍ର ଯାଂଚ ଆରମ୍ଭ

ସାଲେପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା)- ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର ହେବାନେଇ  ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଏହାନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଂଚ ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଡିଟର ଶିବଚରଣ ବେହେରା, ଅପୂର୍ବ କୁମାର ଶବର ଆଜି ପ୍ରଥମ ଦିନରେ କଲେଜରେ ପହଂଚି କଲେଜର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଂଟର ପାଶବୁକ ଯାଂଚ କରିଥିବା …

Read More »

ଉପସ୍ଥାନରେ ଆଧାର ଲିଙ୍କ ସତ୍ୱେ ରୋକି ହେଉନି ଚାଉଳ ଚୋରି : ହଡପ ହେଉଛି ଶହ ଶହ କ୍ୱିଂଟାଲ ଚାଉଳ

ଭଦ୍ରକ,୦୮/୦୮/୨୦୧୯(ଓଡ଼ିଶା ସମାଚାର)- ସରକାର ମଧ୍ୟାହ୍ନ ଭୋଜନରେ ଚାଉଳ ଚୋରି ରୋକିବା ସକାସେ ଗତ ୨୦୧୬ ମସିହା ଠାରୁ ଛାତ୍ର ଉପସ୍ଥାନରେ ଆଧାର ଲିଙ୍କ ବାଧ୍ୟତାମୁଳକ କରିଛନ୍ତି । ହେଲେ ସବୁ ପିଲାମାନଙ୍କର ଆଧାରଲିଙ୍କ ହୋଇ ପାରିନଥିବା ଆଳରେ ମଧ୍ୟାହ୍ନ ଭୋଜନ ଯୋଗାଣ ରେ କାର୍ଯ୍ୟକାରୀ କରାଯାଉ ନାହିଁ ଆଧାରଲିଙ୍କ । ଫଳରେ କେତେକ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଚାଉଳ ବଂଟନ ଦାୟିତ୍ୱରେ ଥିବା ଠିକାଦାରଙ୍କ ଜରିଆରେ ହଡପ ହେଉଛି …

Read More »

ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ପ୍ରକାଶ ପାଇଲା – ପାସ ହାର ୪୩.୬୩ ପ୍ରତିଶତ

ଭୁବନେଶ୍ୱର , ୦୭/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ୨୬ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧ ହଜାର ୪୪୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯାହାକି ପାସ ହାର ୪୩.୬୩ ପ୍ରତିଶତ ।  ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବୋର୍ଡ଼ ସଭାପତି ଜାହାନ ଆରା ବେଗମ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ଜୁଲାଇ ୨୧ ତାରିଖରୁ …

Read More »

ପଟ୍ଟାମୁଣ୍ଡାଇ ଏମ.ଏନ.ହାଇସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

କେନ୍ଦ୍ରାପଡା,୦୬/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମନ୍ନଥନାଥ ହାଇସ୍କୁଲରେ ଜିଲ୍ଲାପାଳ ସମର୍ଥ ବର୍ମା ମଙ୍ଗଳବାର ପୂର୍ବାହ୍ନରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଥିବାର ଦେଖାଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା ସେହି ବିଦ୍ୟାଳୟରେ ଅନୁଷ୍ଠିତ ସେନସେକ୍ସ ବୈଠକରେ ଯୋଗଦେବା ନିମନ୍ତେ ପୂର୍ବାହ୍ନ ପ୍ରାୟ ସାଢେ ଦଶଟା ସମୟରେ ପହଁଚିଥିବା ବେଳେ ବୈଠକ ଶେଷ ହେବା ପରେ ସ୍କୁଲର ବିଭିନ୍ନ ସମସ୍ୟା ଓ ପିଲାମାନଙ୍କ ପାଠପଢା ସମ୍ପର୍କରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନଙ୍କ ସହ …

Read More »

ବାଲିଆ ନୋଡାଲ ହାଇସ୍କୁଲର ବିଶୃଙ୍ଖଳିତ ଷ୍ଟାଫଙ୍କୁ ବଦଳି ପାଇଁ ଦାବି

କେନ୍ଦ୍ରାପଡା, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ସରକାରୀ ନୋଡାଲ ହାଇସ୍କୁଲର ଜନୈକ ବିଶୃଙ୍ଖଳିତ ଶିକ୍ଷକ ଓ କିରାଣୀଙ୍କୁ ତୁରନ୍ତ ବଦଳି କରି ଜଣେ ଦକ୍ଷ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ମଦନମୋହନ ବେହେରା,ଭାଗବତପୁର ପଂଚାୟତର ଭାରପ୍ରାପ୍ତ ସରପଂଚ ମୀନତି ଦାସ, ପ୍ରମୋଦ କୁମାର ସାହୁ, ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ, ଦେବକିନନ୍ଦନ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଓଡ଼ିଶା ସମାଚାର

Read More »