Saturday , June 3 2023
Breaking News
Home / ଶିକ୍ଷା (page 67)

ଶିକ୍ଷା

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗରେ ପ୍ରଫେସର ଗିରଫ

ବ୍ରହ୍ମପୁର, ୩୦/୬/୨୦୨୨(ଓଡ଼ିଶା ସମାଚାର)- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତର ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକ ଗିରଫ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଜଣେ ଛାତ୍ରୀ ପ୍ରଫେସର ଶ୍ରୀ ନାୟକଙ୍କ ବିରୁଦ୍ଧରେ ଅଶ୍ଳୀଳ ଆଚରଣ ନେଇ ଅଭିଯୋଗ କରିଥିଲେ ।  ୨ ଜଣ ଛାତ୍ର ମଧ୍ୟ ପ୍ରଫେସର ଶ୍ରୀ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସମ୍ପୃକ୍ତ ୨ ଛାତ୍ର ଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ପ୍ରଫେସର ଶ୍ରୀ ନାୟକ ଓ ତାଙ୍କୁ ଆକ୍ରମଣ କରିଥିବା ୨ ଛାତ୍ର ଙ୍କୁ …

Read More »

  କେନ୍ଦ୍ରାପଡା କଲେଜରେ ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ

କେନ୍ଦ୍ରାପଡ଼ା, ୨୯/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ମହାବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ଅଧ୍ୟାପକ ରଞ୍ଜିତ କୁମାର ଦାସ, ଅଧ୍ୟାପକ ଜ୍ଞାନେନ୍ଦ୍ର ଦାଶଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା,  କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ବେହେରା ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ …

Read More »

କନ୍ଧମାଳ ଜିଲା କଲ୍ୟାଣ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ

କନ୍ଧମାଳ,୨୯/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ନେଡ଼ିପଦର ସ୍ଥିତ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବାଳିକା ବିଦ୍ୟାଳୟ ଠାରେ ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଅନୁବନ୍ଧିତ କନ୍ଧମାଳ ଜିଲା କଲ୍ୟାଣ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ରମେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଭାପତି ବିଶିକେସନ ବାଘଙ୍କ ସମେତ ରାଜ୍ୟ ସଂଘର ପ୍ରମୋଦ ହରିଚନ୍ଦନ, ରେବା …

Read More »

ଶିଶୁମନ୍ଦିରରେ ସଙ୍କୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ

ଭୁବନ,୨୮/୬/୨୦୨୨(ଓଡ଼ିଶା ସମାଚାର)- ଭୁବନ ସରସ୍ୱତୀ ଶିଶୁମନ୍ଦିରେ ସୋମବାର ସନ୍ଧ୍ୟାରୁ   ଆରମ୍ଭ ହୋଉଥିବା ୪ ଦିନିଆ ସଙ୍କୁଳ ଆଚାର୍ଯ୍ୟ କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀକାଳାଂଶ ଅବସରରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଖ୍ୟବକ୍ତାଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଭାଗ ଧର୍ମଜାଗରଣ ପ୍ରମୁଖ ଶରତ ପାଣିଗ୍ରାହୀ ଯୋଗଦେଇ  ପୂଣ୍ୟଭୂମି ଭାରତ ଉପରେ ସାରଗର୍ଭକ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ପଟ୍ଟନାୟକ ,ସଂପାଦକ …

Read More »

ସ୍କୁଲ ମିଶ୍ରଣକୁ ବିରୋଧ କରି ବଇଓ ଅଫିସ ସମ୍ମୁଖରେ ଧାରଣା 

ରଘୁନାଥପୁର, ୨୮/୬/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ଶିକ୍ଷା ମଣ୍ଡଳ ଅଧିନରେ ଥିବା ଗୁଆଳିପୁର ପଂଚାୟତ ପାଟେଣି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ୍ରକୁ ସେହି ପଂଚାୟତ ରାଧାନଗର ସରକାରୀ  ଉଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ବିରୋଧ କରି ସ୍କୁଲ ର ଛାତ୍ର ଛାତ୍ରୀ ଅଭିଭାବକ ଓ ଅଭିଭାବିକା , ଅରଙ୍ଗ ଓ ପାଟେଣି ଗାଁ ଦୁଇଗୋଟି ଗ୍ରାମର ଶତାଧିକ ବ୍ୟକ୍ତି ରଘୁନାଥପୁର ବିଇଓ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହିତ ଏହି ନିଷ୍ପତିକୁ ପୁନର୍ବିଚାର କରିବା ପାଇଁ ଜଗତସିଂହପୁର ଜିଲାପାଳଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ …

Read More »

ବେଦପ୍ରକାଶ ଅଗ୍ରୱାଲା ମେମୋରିଆଲ ବିଲଡ଼ିଂ ର ଶିଳାନ୍ୟାସ 

ଗରଦପୁର, ୨୮/୬/୨୦୨୨(ଓଡ଼ିଶା ସମାଚାର)- କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ପରିସରରେ ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ଙ୍କ ସ୍କୃତି ଉଦେଶ୍ୟରେ ଏକ ନୂତନ ବିଲଡ଼ିଂ ର ଆଜି ଶିଳାନ୍ୟାସ କରାଯାଇଛି । ଏଥିରେ ବିଜେଡ଼ି ର କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ନୂତନ ବିଲଡ଼ିଂ ର ଶିଳାନ୍ୟାସ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଶ୍ରୀ ଅଗ୍ରୱାଲା ପ୍ରଥମ ପର୍ଯ୍ୟାୟରେ …

Read More »

ପାଖଡ଼ ହାଇସ୍କୁଲ ର ପ୍ରତିଷ୍ଠା ଦିବସ ପାଳିତ  

  ଗରଦପୁର, ୨୬/୬/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ହାଇସ୍କୁଲ ର ୪୩ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ଇଂ ଫକୀର ମୋହନ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପ୍ରତିଷ୍ଠା ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଶ୍ରୀ ସେନାପତି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟରେ ଶୈଖିକ ପରିବେଶ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର …

Read More »

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଫେରୁଛି ଶୈକ୍ଷିକ ବାତାବରଣ

କେନ୍ଦ୍ରାପଡ଼ା, ୨୫/୬/୨୦୨୨(ଓଡ଼ିଶା ସମାଚାର)-କରୋନା ବେଳେ ପାଠ ପଢା ବ୍ୟାଘାତ ହୋଇଥିଲା । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମାନସିକତା ଉପରେ ପ୍ରଭାବ ପଡିଥିଲା । କରୋନା କଟକଣା ଉଠିଯିବା ପରେ ଛାତ୍ରଛାତ୍ରୀମାନେ ପାଠ ପଢାରେ ବିଶେଷ ଭାବେ ମନ ଦେଉ ନଥିଲେ । କିନ୍ତୁ ଏବେ ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରୁଛି ବୋଲି ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା କହିଛନ୍ତି । ସେ କହିଛନ୍ତି ଯେ ଏବେ ସବୁ କ୍ଲାସ ହେଉଛି । ମୁଁ ନିଜେ କ୍ଲାସ ହେଉଛି କି ନାହିଁ ତାହାର …

Read More »

ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ପାଟେଣୀଗାଁ ବିଦ୍ୟାଳୟ ସମ୍ମୁଖରେ ଧାରଣା

 ରଘୁନାଥପୁର, ୨୫/୬/୨୦୨୨(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକର ୬ଗୋଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣକୁ ନେଇ ଗ୍ରାମବାସୀ, ଅଭିଭାବକ ଜାଣିଲା ପରେ ସରକାରଙ୍କ ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରିଛନ୍ତି । ଏହି ବିରୋଧ ଦେଖିବାକୁ ମିଳିଛି, ଗୁଆଳିପୁର ପଂଚାୟତ ପାଟେଣି ଗାଁ ବିଦ୍ୟାଳୟରେ । ଶତାଧିକ ଗ୍ରାମବାସୀ, ଅଭିଭାବକ, ଛାତ୍ରଛାତ୍ରୀମାନେ ସାମିଲ ହୋଇ ପାଟେଣି ଗାଁ ବିଦ୍ୟାଳୟକୁ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବ ନାହିଁ ବିଦ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ କରିଛନ୍ତି । ପ୍ରକାଶଥାଉକି, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା …

Read More »