କେନ୍ଦ୍ରାପଡ଼ା, ୩୧/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜାତୀୟ କ୍ରୀଡାଦିବସ ଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୬୦ଜଣ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ପରିସରରୁ ସାଇକେଲ ଯୋଗେ ବାହାରି ସିଦ୍ଧ ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଫେରିଆସିିଥିଲେ । ପ୍ରଥମେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ସେହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା …
Read More »ଶିକ୍ଷା
ଦୀନବନ୍ଧୁ ସାହୁ ଲ’ କଲେଜ ଆଲୁମିନି ଆସୋସିଏସନ ଗଠିତ
କେନ୍ଦ୍ରାପଡ଼ା, ୩୧/୦୮/୨୦୨୨(ଓଡ଼ିଶା ସମାଚାର)- ଦୀନବନ୍ଧୁ ସାହୁ ଲ’ କଲେଜ ଆଲୁମିନି ଆସୋସିଏସନର ପ୍ରଥମ ବୈଠକ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଲ’ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୀନବନ୍ଧୁ ସାହୁ ଲ’ କଲେଜ ଅଧ୍ୟକ୍ଷ ଡକ୍ଟର ରବିନ୍ଦ୍ର କୁମାର ବଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୁରାତନ ଛାତ୍ର ସଂସଦ ଗଠନର ରୂପରେଖ, କାର୍ଯ୍ୟପନ୍ଥା, କଲେଜ ବିକାଶରେ ଭୂମିକା ଏବଂ ଦେଶ ବିଦେଶରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସଂଗଠନ ସହିତ ଯୋଡିବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ …
Read More »କେନ୍ଦ୍ରାପଡା କଲେଜରେ ନାମଲେଖା ଦେୟ ହ୍ରାସ ପାଇଁ ବିଧାୟକଙ୍କୁ ସ୍ୱାଗତ
କେନ୍ଦ୍ରାପଡା, ୩୧/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ୨ ଓ ଯୁକ୍ତ ୩ ପ୍ରଥମ ବର୍ଷରେ ନାମଲେଖା ଦେୟ ବୃଦ୍ଧି ପାଇଥିଲା । ଏହି ଘଟଣାକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ଓ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବିରୋଧ କରାଯିବା ପରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇ କଲେଜ କର୍ତୃପକ୍ଷ ନାମଲେଖା ଦେୟକୁ ହ୍ରାସ କରିଥିଲେ । ଆଜି ସେହି ଘଟଣାକୁ ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କୁ କଲେଜ ମୁଖ୍ୟ ଫାଟକ ନିକଟରେ ପୁଷ୍ପଗୁଛ ପ୍ରଦାନ …
Read More »ଦୁଇ ବର୍ଷ ପରେ ବିଦ୍ୟାଳୟରେ ଗଣେଶ ପୂଜା ହେଲା,ହେଲେ ଭୋଜି ନହେଵାରୁ ପିଲା ଅସୁଖି
କଟକ ସଦର ୩୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କରୋନା ପାଇଁ ଦୁଇ ବର୍ଷ ହେଲା ବିଦ୍ୟାଳୟ ବନ୍ଦ ଥିଵାରୁ ନା ଗଣେଶ ପୂଜା ନା ସରସ୍ଵତୀ ପୂଜା ପିଲା କରିପାରିଥିଲେ।ହେଲେ କରୋନା ପରିସ୍ଥିତି ସ୍ବାଭାବିକ ହେଵାରୁ ସ୍କୁଲ ଖୋଲିଛି। ଦୁଇ ବର୍ଷ ପରେ ପିଲାଏ ଖୁସିରେ ସ୍କୁଲରେ ଗଣେଶ ପୂଜା କରି ଭୋଜି ଖାଇବାକୁ ଆଶା ରଖିଥିଵା ଵେଳେ ଅନେକ ବିଦ୍ୟାଳୟରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଭୋଜି ବନ୍ଦ ହେଵାର କାରଣ ସମ୍ପର୍କରେ ଜାଣିବାକୁ ଅନୁସନ୍ଧାନ କରିଵାରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ …
Read More »କାଳିଆଘାଇ ନଟବର ହାଇସ୍କୁଲରେ ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା
ଗରଦପୁର, ୩୦/୦୮/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମ୍ମୁଦା ଗ୍ରାମରେ ଥିବା ‘ହେମଲତା-ନଟବର ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ଆଜି କାଳିଆଘାଇ ନଟବର ହାଇସ୍କୁଲର ଚଳିତ ମାଟ୍ରିକ ପରିକ୍ଷାରେ ଏ-୧ ଶ୍ରେଣୀରେ ଉତିର୍ଣ୍ଣ ହୋଇଥିବା ତିନିଜଣ ମଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିିତ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ହେମଲତା-ନଟବର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଦ୍ୟାଳୟ ପରିଚାଳନା କମିଟର ସଭାପତି ଅନାଦୀ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବରେ ଗରଦପୁର ବ୍ଲକ୍ ର ବିଡିଓ ରଞ୍ଜିତ୍ କୁମାର …
Read More »ଓଡିଶା ଆଦର୍ଶ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କଲେ
ଭୁବନେଶ୍ୱର,୩୦/୦୮/୨୦୨୨(ଓଡ଼ିଶା ସମାଚାର)-ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ଅନୁଷ୍ଟିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି। ଓଡିଶାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଲକ୍ରେ ତଥା ଭୁବନେଶ୍ବରରେ ଗୋଟିଏ ଆଇକନିକ ଆଦର୍ଶ ସ୍କୁଲ ରହିଛି । ସିବିଏସ୍ଇ ଢାଞ୍ଚାରେ ଏହି ସ୍କୁଲ ମାନଙ୍କରେ ହଷ୍ଟେଲ ସୁବିଧା ସହିତ ପାଠ ପାଢାଯାଉଛି। ଆଜି ସମ୍ବର୍ଦ୍ଧିତ ହୋଇଥିବା କୃତୀ ଛାତ୍ରଛାତ୍ରୀମାନେ ହେଲେ ମୟୁରଭଂଜ ଜିଲ୍ଲାର ଝରଗାଁ …
Read More »ଛାତ୍ରକୁ ମାଡ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ
ରଘୁନାଥପୁର, ୨୮/୦୮/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ବିଦ୍ୟାଧର ପଂଚାୟତ ଅଧିନ ଗୋରେଖନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ଅଂଶୁମାନ ମଲ୍ଲିକଙ୍କୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ସରୋଜିନୀ ମହାନ୍ତି ମାଡମାରିଥିବା ଅଭିଯୋଗରେ ଅଂଶୁମାନ ମଲ୍ଲିକଙ୍କ ପିତା ଅଶୋକ ମଲ୍ଲିକ ତିର୍ତୋଲ ଥାନା ଓ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୨୬ତାରିଖ ଦିନ ଅଂଶୁମାନ ମଲ୍ଲିକଙ୍କୁ କାରଣ ନଥାଇ ଅଫିସ୍ ଗୃହକୁ ଡାକି ଏକ ଶକ୍ତ ବେତରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସରୋଜିନୀ ମହାନ୍ତି ମାଡ ମାରିଥିଲେ …
Read More »ଗୋପୀନାଥ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ
ଗୋପୀନାଥ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ
ନିଶ୍ଚିନ୍ତକୋଇଲି , ୨୭/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ନିଶ୍ଚିନ୍ତକୋଇଲି ବ୍ଲକ ର ଜନାର୍ଦ୍ଦନ ପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶନିବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭାରେ ଶିକ୍ଷାବିତ ତଥା ପ୍ରାକ୍ତନ ଶିକ୍ଷାଧିକାରୀ ପ୍ରଭାତ କୁମାର ନାୟକ ଯୋଗଦାନ କରି, ଛାତ୍ର ଛାତ୍ରୀ ମାନେ ବାଲ୍ୟ କାଳରୁ ପାଠ ପଢ଼ାରେ ଧ୍ୟାନ ଦେଲେ ଜଣେ ଜଣେ ଉତ୍ତମ ନାଗରିକ ହୋଇପାରିବେ । ଏଥିପାଇଁ ସରକାର ପିଲାମାନଙ୍କୁ ପୋଷାକ, ମଧ୍ୟାହ୍ନ ଭୋଜନ ଓ …
Read More »ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭/୦୮/୨୦୨୨(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗସିପ୍ ପଦକ୍ଷେପ ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ ଆରମ୍ଭ କରିଛନ୍ତି । ଏଥିରେ ୬୦ ଦିନ ମଧ୍ୟରେ ୩୦ ଟି ଜିଲ୍ଲାର ୧୦୦ ରୁ ଅଧିକ ଶିକ୍ଷାନୁଷ୍ଠାନ ଅନ୍ତର୍ଭୁକ୍ତ ହେବ । ତୃଣମୂଳ ସ୍ତରର ଉଦ୍ଭାବକ, ମହିଳା ଉଦ୍ୟୋଗୀ ମାନଙ୍କୁ ସ୍କାଉଟ୍ କରିବା ଏବଂ ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଯୁବ ମନକୁ ଏକ …
Read More »