ନିରାକାରପୁର ୧୭/୧୨/୨୦୨୨ (ଓଡ଼ିଶା ସମାଚାର)- ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଷଡବିଂଶତମ ବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡାର ଉଦ୍ୟାପନ ଉତ୍ସବ କ୍ଷେତ୍ରବାସୀ ଡି.ଏ.ଭି ମହାବିଦ୍ୟାଳୟ ପ୍ରାଙ୍ଗଣରେ ମହା ସମାରୋହରେ ସମାପନ ହୋଇଯାଇଛି। ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ୟ୍ୟ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ଛାତ୍ର ଛାତ୍ରୀମାନେ କିପରି ଆଗାମୀ କାଲି ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ସେ ବିଷୟରେ ମତବ୍ୟକ୍ତ କରିଥିଲେ। …
Read More »ଶିକ୍ଷା
କନ୍ଧମାଳ ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟରେ ଅବହେଳା ଅଭିଯୋଗ ରେ ଶିକ୍ଷକ ନିଲମ୍ବିତ
କନ୍ଧମାଳ, ୧୬/୧୨/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡ଼ା ପଂଚାୟତ ଅନ୍ତର୍ଗତ ପିପଲମାଲ ବିଦ୍ୟାଳୟରେ ଗତ ୧୨ ତାରିଖରେ ଦେଖାଯାଇଥିବା ଅଭାବନିୟ ଘଟଣା ପ୍ରକାରେ ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବିହିତ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଫିରିଙ୍ଗିଆ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର। କେବଳ ସେତିକି ନୁହେଁ ,ଜନୈକ ଶିକ୍ଷକଙ୍କ ବିରୁଧରେ ବିଭିନ୍ନ ପ୍ରକାର ଅନିୟମିତତା ଅଭିଯୋଗ ଆସିଛି ,ତାହାର ମଧ୍ୟ ବିଧିବଧ ତଦନ୍ତ କରାଯିବ ବୋଲି …
Read More »ନେମାଳ ରେ ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ଥରୀୟ ବିଜ୍ଞାନ ମେଳା ,୧୬୬ ପ୍ରକଳ୍ପ ପ୍ରଦର୍ଶିତ
ସମସ୍ୟା ଘେରରେ ଚୁଚୁକଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଲକ୍ଷ୍ମୀପୁର, ୧୬/୧୨/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଅନେକ ବିଦ୍ୟାଳୟ ଗୁଡିକ ଏବେ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବେଳେ ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ବାଧା ଉପୁଜୁଛି।କେତେକ ବିଦ୍ୟାଳୟରେ ପାଣି ସମସ୍ୟାତ କେତେକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା, କୋଉଠି ପାଚେରି ନାହିଁତ କୋଉଠି କ୍ଲାସ ରୁମର ସମସ୍ୟା।ଏଇଭଳି କିଛି ନା କିଛି ସମସ୍ୟାରେ ଅନେକ ବିଦ୍ୟାଳୟ ରହି ଛି। ଏହା ବ୍ଲକର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଏହିଭଳି ଗୁଡାଏ ସମସ୍ୟା ମଧ୍ୟରେ ପଡି ରହିଛି …
Read More »ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ଥରୀୟ ବିଜ୍ଞାନ ମେଳା ରେ ୧୬୬ ପ୍ରକଳ୍ପ ପ୍ରଦର୍ଶିତ
ନିଶ୍ଚିନ୍ତକୋଇଲି, ୧୬/୧୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରୀ ଙ୍କ ଅଧୀନ ନେମାଳ ସ୍ଥିତ ଅଚ୍ୟୁତାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟ ଗୁଡିକରେ ବିଜ୍ଞାନ ମେଳା ଆୟୋଜନ କରାଯିବା ଦ୍ୱାରା ଛତ୍ର ଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ରେ ଏହା ସହାୟକ ହୋଇପାରିବ ବୋଲି …
Read More »ରାଜ୍ୟସ୍ତରୀୟ ଉତ୍ସବରେ ଶିକ୍ଷୟିତ୍ରୀ ଓ ଛାତ୍ର ପୁରସ୍କୃତ
ଯାଜପୁର, ୧୫/୧୨/୨୦୨୨ ( ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଆନୁକୁଲ୍ୟରେ ଆୟୋଜିତ ଓ ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତନ ବିଭାଗ ଅନ୍ତର୍ଗତ ପରିବେଶ ଶିକ୍ଷା କେନ୍ଦ୍ର ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ ଶକ୍ତି ସଂଗ୍ରକ୍ଷଣ ପ୍ରତିଯୋଗିତା ୨୦୨୨-୨୩ ରେ ସଫଳତା ଲାଭକରି ଯାଜପୁର ଜିଲ୍ଲାସ୍କୁଲର ଶିକ୍ଷୟିତ୍ରୀ ଓ ଛାତ୍ର ଭୁବନେଶ୍ୱରର ଲୋକସେବା ଭବନର ସଭାଗୃହରେ ଗତ ୧୪ ତାରିଖରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ ହୋଇଛନ୍ତି । ଉକ୍ତ ବିଦ୍ୟାଳୟରେ ପରିଚାଳିତ ଏନର୍ଜି କ୍ଲବର ଦାୟୀତ୍ୱରେ ଥିବା ଶିକ୍ଷୟିତ୍ରୀ କ୍ଷୀରୋଦମୟୀ …
Read More »ସମସ୍ୟା ଘେରରେ ବାରିଗାଁ ଆଶ୍ରମ ବିଦ୍ୟାଳୟ
ଲକ୍ଷ୍ମୀପୁର. ୧୪/୧୨/୨୦୨୨ ( ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତର ବାରିଗାଁ ଆଶ୍ରମ ବିଦ୍ୟାଳୟ ଠାରେ ପାନୀୟ ଜଳର ବଡ ସମସ୍ୟା ଦେଖା ଦେଇଛି।ସେଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଜାଏଁ ୨୪୩ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ସହେ ଜଣ ଛାତ୍ରୀ ଓ ଚାଳିଷି ଜଣ ଛାତ୍ର ଆଶ୍ରମରେ ରହି ପାଠ ପଢୁଥିବା ବେଳେ ୧୦୩ ଜଣ ଛାତ୍ର ଛାତ୍ରୀ ଡେ-ସ୍କଲାର ଭାବେ ପାଠ ପଢୁଛନ୍ତି।ଏତେ ସଂଖ୍ୟକ ଛାତ୍ର ଛାତ୍ରୀଙ୍କ ପାଇଁ ମାତ୍ର ଛଅଟି କ୍ଲାସ ରୁମ୍ ରହିଛି।ବିଦ୍ୟାଳୟରେ ଆବଶ୍ୟକ …
Read More »ଫଜଲହକ୍ ସରକାରୀ ଉଚ ବିଦ୍ୟାଳୟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ
ଗରଦପୁର, ୧୪/୧୨/୨୦୨୨ ( ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଫଜଲହକ୍ ସରକାରୀ ଉଚ ବିଦ୍ୟାଳୟରେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ଶକ୍ତି କ୍ଲବ୍ ଦ୍ୱାରା ଆୟୋଜିତ ହୋଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶକ୍ତି ବଂଚିଲେ ଦେଶ ବଂଚିବ , ଶକ୍ତି ସଂରକ୍ଷଣ ଆମର ଲକ୍ଷ ଆଦି ହାତରେ ବିଭିନ୍ନ ପ୍ଲାକାର୍ଡ଼ ଧରି ଓ ସ୍ଲୋଗାନ୍ ଦେଇ …
Read More »ବାଲିଗୁଡାରେ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ବାଲିଗୁଡା, ୧୨ /୧୨/୨୦୨୨ ( ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ବାଲିଗୁଡ଼ା ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ରବିନ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ତଥା ପ୍ରଧାନଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ତତ୍ତ୍ୱାବଧାନରେ , ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ , ସମ୍ମାନୀତ ଅତିଥି ଉପାଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ନାୟକ ପ୍ରମୁଖ ଯୋଗ ଦେଇ …
Read More »କେନ୍ଦ୍ରାପଡା ମହାବିଦ୍ୟାଳୟ ୧୯୯୩ବ୍ୟାଚର ବନ୍ଧୁମିଳନ
କେନ୍ଦ୍ରାପଡ଼ା,୧୨/୨୦୨୨ ( ଓଡ଼ିଶା ସମାଚାର)- କେନ୍ଦ୍ରାପଡା ମହାବିଦ୍ୟାଳୟ ୧୯୯୩ବ୍ୟାଚର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉସôବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସୁରେନ୍ଦ୍ର ନାଥ ଜେନାଙ୍କ ନେତୃତ୍ୱରେ ସ୍ଥାନୀୟ ଓଳାଶୁଣି ଗୁ¶ାରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବକୁ ଦାମୋଦର ପଣ୍ଡା, ହିମାଂଶୁ ରାଉତ, ଶାରଦା ସାହୁ, ବ୍ରଜ ଜେନା ପ୍ରମୁଖ ଆୟୋଜନ କରିଥିବା ବେଳେ ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ସେମାନଙ୍କର ସେହି ଅତିତ କଲେଜ ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିବା ସହିତ …
Read More »