Sunday , October 1 2023
Home / ଶିକ୍ଷା (page 54)

ଶିକ୍ଷା

ଜାତୀୟ ସେବା ଯୋଜନାର ଶିତ କାଳିନ ଅଧିବେଶନ ଉଦଘାଟିତ

ଲକ୍ଷ୍ମୀପୁର, ୨୪/୧୨/୨୦୨୨ (ଓଡ଼ିଶା ସମାଚାର)- ଆଜି ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ବିଭାଗର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ଚଳିତ ବର୍ଷର ଶୀତକାଳୀନ ସ୍ଵତନ୍ତ୍ର ଶିବିର ରଞ୍ଜିତ ଗୁଡା ଗ୍ରାମ ଠାରେ ଉଦଘାଟିତ ହୋଇଯାଇଛି।ଶିବିର ଆରମ୍ଭରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଠାକୁରଙ୍କ ନିକଟରେ ପୁଜାର୍ଚନା କରାଯାଇ ଅତୀତରେ ଆୟୋଜନ ହୋଇ ଥିବା ଶିବିର ବିଷୟରେ ବର୍ଣ୍ଣନା କରା ଯାଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜିପିଓ ସୁଧୀର କୁମାର ବେହେରା ସ୍ଵେଚ୍ଛାସେବୀ ମାନଙ୍କୁ ସେମାନଙ୍କ କାର୍ୟ୍ୟକାରିତା …

Read More »

ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ

କେନ୍ଦ୍ରାପଡ଼ା, ୨୪/୧୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ମେହେମୁଦାବାଦ ସ୍ଥିତ ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ଅଧ୍ୟକ୍ଷ ସେକ ଇନାମୁଲ ହକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡା. ସୟଦ ଆଉରଙ୍ଗଜେବ ଅଲ୍ଲୀ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏଥିସହିତ ଦେଶ ଓ ରାଜ୍ୟର ବିକାଶରେ ବିଜ୍ଞାନର ସଫଳ ଉପଯୋଗ କରି କିଭଳି ସାଧାରଣ ଜନତାଙ୍କ ସ୍ୱାର୍ଥରେ ତାହା ବିନିଯୋଗ ହୋଇପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । …

Read More »

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଭୁବନ ର ଦ୍ୱିତୀୟ ପର୍ଯ୍ୟାୟ ବନବିହାର ଅନୁଷ୍ଠିତ

ଭୁବନ ୨୪/୧୨/୨୦୨୨ (ଓଡ଼ିଶା ସମାଚାର)- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଭୁବନର ଦ୍ୱିତୀୟ ପର୍ଯ୍ୟାୟ ବନବିହାର କାର୍ଯ୍ୟକ୍ରମ ଢେଙ୍କାନାଳ ସ୍ଥିତ ସପ୍ତଶଯ୍ୟା ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ର ପୂର୍ଣ୍ଣ ସହଯୋଗ ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ଇନ୍ଦୁଲତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଂଚମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀ ,ସମସ୍ତ ଗୁରୁଜୀ , ଗୁରୁମା , ସେବିକା ଓ ବାହନଚାଳକ ଙ୍କ ସମେତ ସମୁଦାୟ ୧୩୦ ଜଣ ଯୋଗଦେଇଥିଲେ । ସଂଧ୍ୟା …

Read More »

ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “କାଭିସ୍” ଉଦଯାପିତ

ଭୁବନେଶ୍ୱର, ୨୪/୧୨/୨୦୨୨ (ଓଡ଼ିଶା ସମାଚାର)-ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “କାଭିସ୍” ଉଦ୍ୟାପିତ ହୋଇଯାଇଛି । ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ସହ ଡିଏଭି ଗାନପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ସାମୂହିକ ସଙ୍ଗୀତ ଗାନ ପରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର କୁଳପତି ଯୋଗଦାନ କରି ‘ସାମୂହିକ ସହଯୋଗ ଓ ଉଦ୍ୟମ ସଫଳତାର ମହାମନ୍ତ୍ର’ ବୋଲି …

Read More »

ଓଷ୍ଟା ପକ୍ଷରୁ ଷଡବିଂଶତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୨୪/୧୨/୨୦୨୨ (ଓଡ଼ିଶା ସମାଚାର)-ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଷଡବିଂଶତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ -୨୦୨୨ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇସ୍ଥିତ ମଧୁସାଗର ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲା ଓଷ୍ଟାର ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାକାଳପଡା ଓ ମାର୍ଶାଘାଇ ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରା, ମୁଖ୍ୟବକ୍ତା ଭାବେ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଅତୁଲ …

Read More »

ଉତ୍କଳ ବିଶ୍ବବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ

ପ୍ରତ୍ୟେକ ଛାତ୍ରଛାତ୍ରୀ ହେଉଛନ୍ତି ଅନନ୍ୟ, ସେମାନଙ୍କ ଭିତରେ ରହିଛି  ଅନନ୍ତ ସମ୍ଭାବନା ଓ ସାମର୍ଥ: ରାଜ୍ୟାପାଳ ୩ଜଣଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ ଭୁବନେଶ୍ୱର, ୨୩/୧୨/୨୦୨୨ (ଓଡ଼ିଶା ସମାଚାର)- ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ। ସେମାନେ ଭଲ ପରିବେଶ ଓ ପ୍ରୋତ୍ସାହନ ପାଇଲେ ସମୟ ଭିତ୍ତିକ ପ୍ରଦର୍ଶନ କରିପାରିବେ। ପ୍ରଯୁକ୍ତି ବିଦ୍ୟା ଚେତନାରେ ରୂପାନ୍ତରିତ ହେବା ଦରକାର। ଫଳରେ ଛାତ୍ରଛାତ୍ରୀମାନେ ସଫଳତାର ଅନ୍ତିମ ସୋପାନରେ ପହଞ୍ଚି ପାରିବେ। ମଣିଷ ଭୌତିକ ଜଗତରେ ବାସ କରୁଛି, କିନ୍ତୁ ତାର ଉତ୍ତରଣ …

Read More »

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ

କେନ୍ଦ୍ରାପଡ଼ା,୨୩/୧୨/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଗଣିତ ବିଭାଗରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗଣିତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଉପସ୍ଥିତ ଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ଅଶୋକ କୁମାର ଦାସ ଏହି ସଭାକୁ ପରିଚାଳନା କରିଥିଲେ । ପ୍ରାଧ୍ୟାପକ ଅଶୋକ କୁମାର ମିଶ୍ର ସଭାର ଉଦେଶ୍ୟ ଓ ଗଣିତଜ୍ଞ ରାମାନୁଜନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଅମରେନ୍ଦ୍ର ମଳିକ …

Read More »

ଜାତୀୟ ସେବା ଯୋଜନାରେ ସ୍ୱତନ୍ତ୍ର ଶିବିର

ମଳିପଡ଼ା, ୨୩/୧୨/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ କବି ପ୍ରସନ୍ନ ପାଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ଉଦଘାଟନ କରିବା ସହ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ପ୍ରୋଗ୍ରାମ ଅଫିସର ପ୍ରିୟଙ୍କା ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଉଚ୍ଚ ବିଦ୍ୟାଳୟର ସମସ୍ତ ଆଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦାନ …

Read More »

ସମସ୍ୟା ଘେରରେ ପୋଡାପଦର ପ୍ରାଥମିକ ବିଦ୍ୟାଳୟ

ଲକ୍ଷ୍ମୀପୁର,୨୩/୧୨/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ପଞ୍ଚାୟତ ଅନ୍ତର୍ଗତ ପୋଡାପଦର ପ୍ରାଥମିକ ବିଦ୍ୟାଳୟ ସମସ୍ୟା ଘେରରେ ରହିଛି।ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏଁ ସର୍ବ ମୋଟ ୧୭୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଡେ-ସ୍କଲାର ଭାବେ ୧୩୦ ଜଣ ଛାତ୍ରଛାତ୍ରୀ ଓ ହଷ୍ଟେଲରେ ୪୦ ଜଣ ଛାତ୍ର ରହି ପାଠ ପଢୁଛନ୍ତି। ସବୁଠୁ ଦୁଃଖର ବିଷୟ ବିଦ୍ୟାଳୟଟି ଏପରି ଜାଗାରେ ଅଛି ଜୋଉଠିକି ଜିବା ପାଇଁ ରାସ୍ତା ମଧ୍ୟ ନାହିଁ।ପୋଡାପଦର ଗ୍ରାମ ଠାରୁ ଗୋଟିଏ କିଲୋମିଟର ଦୂରରେ ବିଦ୍ୟାଳୟ …

Read More »

ଓଷ୍ଟା ପକ୍ଷରୁ ବ୍ଲକସ୍ତରୀୟ ଶିଶୁ ଉତ୍ସବ

 ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ମୂଳ ଲକ୍ଷ୍ୟ ନିରାକାରପୁର, ୨୨/୧୨/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକସ୍ତରୀୟ ଶିଶୁ ଉତ୍ସବ ଓଷ୍ଟା ଆନୁକୁଲ୍ୟରେ ଛଣଗିରି ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଧାନଶିକ୍ଷକ ଘନଶ୍ୟାମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା ଏହି ଶିଶୁ ଉତ୍ସବ କୁ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ଉପଦେଷ୍ଟା ସନ୍ତୋଷ କୁମାର କର , ଛଣଗିରି ସରପଂଚ ପୂର୍ଣ୍ଣିମା ମହାପାତ୍ର, ସମିତିସଭ୍ୟା ସୁମିତ୍ରା ବାରିସଲ, ଓଷ୍ଟା ବେଗୁନିଆ ବ୍ଲକ ସମ୍ପାଦକ …

Read More »