Tuesday , February 7 2023
Breaking News
Home / ଶିକ୍ଷା (page 50)

ଶିକ୍ଷା

ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ଓ ଅଧିକ ଶିକ୍ଷକ ନିଯୁକ୍ତି ଦାବି କରି ବିଦ୍ୟାଳୟରେ ତାଲା  

  ରଘୁନାଥପୁର, ୦୨/୦୬/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଙ୍କ ବଦଳି ଓ ଅଧିକ ଶିକ୍ଷକ ନିଯୁକ୍ତି ଦାବି କରି ଆଜି ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ସୂଚନା ଯୋଗ୍ୟ କି ଏରଡଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୫ଗୋଟି ଶ୍ରେଣୀରେ ୪୦ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ନିଯୁକ୍ତ ଅଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ନିନିୟମିତ ବିଦ୍ୟାଳୟକୁ ଆସୁଥିବା …

Read More »

ରାଢ଼ଙ୍ଗ ଉଚ ପ୍ରାଥମିକ ବିଦ୍ୟାଳୟରେ ଅବସର ସମ୍ବର୍ଦ୍ଧନା ଉତ୍ସବ

 ରଘୁନାଥପୁର, ୦୨/୦୬/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ଶିକ୍ଷା ମଣ୍ଡଳ ଅଧିନରେ ଥିବା ରାଢ଼ଙ୍ଗ ଉଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁ୍େଠିତ ହୋଇ ଯାଇଛି । ରାଢ଼ଙ୍ଗ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀରଂଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତ, ମୁଖ୍ୟ ବକ୍ତା ସ୍ଥାନୀୟ ସରପଂଚ ସୁଶିଳ କୁମାର ବାରିକ, ସମ୍ମାନୀତ ଅତିଥି ଭାବେ ଆଂଚଳିକ ସାଧନ କେନ୍ଦ୍ର ସାଂଯୋଜକ ତରୁଣ କୁମାର ଜେନା ଯେଗଦେଇ …

Read More »

କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଟଳ ଟିଙ୍କରିଙ୍ଗ୍ ଲାଵୋରେଟୋରୀ ଉଦ୍ଘାଟିତ

କଟକ ସଦର, ୦୨/୦୬/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଦଫାରେ ୧୨ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନିର୍ମିତ ‘ ଅଟଳ ଉଦ୍ଭାବନ ବିଜ୍ଞାନାଗାର’ କୁ ଆଜି ଗୁରୁବାର କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେସ୍ୱର ଟୁଡୁ ଉଦ୍ଘାଟନ କରିଛନ୍ତି।ଏହି ଉପଲକ୍ଷେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଫୁଲ୍ଲ ଚନ୍ଦ୍ର କରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କେନ୍ଦ୍ର ମନ୍ତ୍ରୀ ଙ୍କ ସମେତ ଓଡିଶା ଶିକ୍ଷା ବିକାଶ ସମିତି ସଭାପତି …

Read More »

କେନ୍ଦ୍ରାପଡା କଲେଜରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳନ

କେନ୍ଦ୍ରାପଡା, ୦୧/୦୬/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥର ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ୪୦ ଜଣ ଏନସିସି କ୍ୟାଡେଟ ଏକ ର୍ୟାଲିରେ କଲେଜ ପରିସରରୁ ବାହାରି ରାସ୍ତାରେ ଜନ ସାଧାରଣଙ୍କୁ ତମ୍ବାଖୁ ସେବନର ଭୟାବହତା ଏବଂ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ ଅବଗତ କରାଇଥିଲେ …

Read More »

ଯୋଗାସନର ଉପାଦେୟତା ଉପରେ ୱେବିନାର

କେନ୍ଦ୍ରାପଡା, ୦୧/୦୬/୨୦୨୨( ଓଡ଼ିଶା ସମାଚାର )-ଯୋଗ ଶିକ୍ଷାର ଆବଶ୍ୟକତା ଓ ଶରୀର ଉପରେ ଏହାର ପ୍ରଭାବ ଉପରେ ଏକ ୱେବିନାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହାକୁ ଉଦ୍୍ଘାଟନ କରି ସ୍ୱାସ୍ଥ୍ୟରକ୍ଷା ଉପରେ ଏହାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମେଜର ମନୋରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟର ଯୋଗ ବିଜ୍ଞାନ ବିଭାଗର …

Read More »

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଅଧିକାର ଯାତ୍ରା-୩ ଓ ୪୭ତମ ଦିବସ ମହାସମାବେଶ

ଭୁବନେଶ୍ୱର , ୦୧/୦୬/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସଙ୍କ ନେତୃତ୍ୱରେ ଅଧିକାର ଯାତ୍ରା-୩ର ୪୭ତମ ଦିବସର ମହାସମାବେଶ ଏବଂ ଶୋଭାଯାତ୍ରା ଲୋୟର ପିଏମଜି ଧାରଣାସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଗୋଟିଏ ଦାବି ପ୍ରତି ସରକାର ବାରମ୍ବାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସଂଘ ତରଫରୁ ବିଭିନ୍ନ ସମୟରେ ଅଧିକାର ଯାତ୍ରା-୧, ଅଧିକାର ଯାତ୍ରା-୨ରେ ବହୁ କାର୍ଯ୍ୟକ୍ରମ ପୂର୍ବରୁ ହାତକୁ ନିଆଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଅଧିକାର-୩ …

Read More »

ବିଶ୍ୱ ତମାଖୁ ବର୍ଜନ ଦିବସ ରେ ସଚେତନତା ଅଭିଯାନ କାର୍ୟ୍ୟକ୍ରମ

ଜୁନାଗଡ଼, ୩୧/୦୫/୨୦୨୨( ଓଡ଼ିଶା ସମାଚାର/ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଲା ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ତମାଖୁ ବର୍ଜନ ଦିବସରେ ସଚେତନତା ଅଭିଯାନ କାର୍ୟ୍ୟକ୍ରମ ବିଦ୍ୟାଳୟ ର ଅଧକ୍ଷ ହିମାଂଶୁ ମୋହନ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ୫୦ ଜଣ ସ୍ୱେଚ୍ଛାସେବୀ ଯୋଗଦାନ କରି ହ।ବସପୁର ,କରଚଲା ,ଖୁରସେଲଗୁଡା ଗ୍ରାମକୁ ଯାଇ ତମାଖୁ ବର୍ଜନ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଲୋକଙ୍କୁ ସଚେତନତା ବାର୍ତା ପ୍ରଦାନ କରିଥିଲେ …

Read More »

ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ

ଗରଦପୁର,୩୧/୦୫/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଗୋବିନ୍ଦପୁର ସ୍ଥିତ ମାନବ ସମ୍ବଳ ବିକାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ ସଭାପତିତ୍ୱ କରି ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଡାକ୍ତର ବୈଲୋଚନ ଛାଟୋଇ ଯୋଗଦେଇ ଛାତ୍ରୀମାନଙ୍କୁ ତମାଖୁ ସେବନର ଅପକାରିତା ସଂପର୍କରେ ବୁଝାଇବା ସହିତ ତମାଖୁ ଠାରୁ ସଂପୂର୍ଣ୍ଣ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ …

Read More »

ଖେଳ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୁନାଗଡ଼, ୩୧/୦୫/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ କାର୍ୟ୍ୟ ରତ ଖେଳ ଶିକ୍ଷକ ନରେନ୍ଦ୍ର କୁମାର ନେଗୀ ଦୀର୍ଘ ୩୫ ବର୍ଷ କାଳ ଏହି ବିଦ୍ୟାଳୟରେ କାର୍ୟ୍ୟ କରୁଥିଲେ ।ସେ ଜଣେ ସରଳ ଏବଂ ମେଳାପୀ ବ୍ୟକ୍ତି ଥିଲେ ।ତାଙ୍କ ଅବସର ଗ୍ରହଣ ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁର୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଦ୍ୟାଳୟର ଶିକ୍ଷକ ଅମୁଲ୍ୟ …

Read More »