କେନ୍ଦ୍ରାପଡ଼ା, ୧୨/୦୪/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଅଳପୁଆ ନୋଡାଲ ହାଇସ୍କୁଲ ପରିସରରେ ୧୯୯୧ବ୍ୟାଚ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ବିଶ୍ୱଜିତ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଭଗବାନ ରାଉତ, ବିଶ୍ୱନାଥ ଦାସ, ବିଷ୍ଣୁ ଚରଣ ଧଳ, ନୀଳମଣି ଶତପଥୀ,ସୁଦର୍ଶନ ଦାସ, ଦାମୋଦର ଧଳ, କାର୍ତିକ ରାଉତ, ବାସୁଦେବ ବିଶ୍ୱାଳ, ମୁରଲୀଧର ନାଥଶର୍ମା, ଗୋବିନ୍ଦ ସାହୁ, ସୁରେନ୍ଦ୍ର ମହାନ୍ତି ଏବଂ ବର୍ତମାନର ଶିକ୍ଷକ ସୁକାନ୍ତି ନାଥଶର୍ମା, ଚିରଞ୍ଜିବି …
Read More »ଶିକ୍ଷା
ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ
ସାଲେପୁର, ୧୨/୦୪/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )-ରାଜ୍ୟ ରେ ଶିକ୍ଷା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାକୁ ସରକାର ଉଦ୍ୟମ କରୁଛନ୍ତି ,ଯଦ୍ୱାରା ଶିକ୍ଷା ସହିତ ନିଯୁକ୍ତି କ୍ଷେତ୍ର ରେ ଓଡିଶା ଦ୍ରୁତ ଆଗଭର ହୋଇପାରିବ ବୋଲି ଆଜି କଟକ ଜିଲ୍ଲା ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମତବ୍ୟକ୍ତ କରିଛନ୍ତି । ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ପରେ …
Read More »୧୬ ତାରିଖ ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ଭୁବନେଶ୍ୱର, ୧୧/୦୪/୨୦୨୩ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରୁ ଫେରି ରାଜ୍ୟରେ କୋଭିଡ଼ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହିତ ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଆସନ୍ତା କାଲି ଏପ୍ରିଲ ୧୨ ତାରିଖ ଠାରୁ ୧୬ ତାରିଖ ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ରଖିବାକୁ ଘୋଷଣା କରିଥିଲେ । ପାନୀୟ ଜଳ ସୁପରିଚାଳନା ଓ କୋଭିଡ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ …
Read More »ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ସମଲେଇପଦର ଉଚ୍ଚବିଦ୍ୟାଳୟ ର ଶତବାର୍ଷିକୀ ସମାରୋହରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ
ବରଗଡ, ୧୧/୦୪/୨୦୨୩ (ଓଡ଼ିଶା ସମାଚାର/ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ସମଲେଇପଦର ଗ୍ରାମସ୍ଥିତ ସମଲେଇପଦର ଉନ୍ନିତ ଉଚ୍ଚବିଦ୍ୟାଳୟ ର ଶତବାର୍ଷିକୀ ସମାରୋହ ପାଳନ ଦିର୍ଘ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ।ପ୍ରଥମେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବିଜେପୁର ନିକଟ କୁ ଲାଗି ରହିଥିବା ଏନଏସି ଖେଳ ପଡ଼ିଆରେ ରାଜ୍ୟପାଳ ହେଲିକେପ୍ଟର ଯୋଗେ ଅବତରଣ କରି ପୋଲିସର କଡା ସୁରକ୍ଷା ବଳୟ ଭିତରେ କାର ଯୋଗେ ସମଲେଇପଦର ସ୍କୁଲ …
Read More »ବିଦ୍ୟାଳୟ ଉଛେଦକୁ ଗ୍ରାମବାସୀଙ୍କ ବିରୋଧ: ଗଣ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ବାଲିଗୁଡ଼ା,୧୧/୪/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କମ୍ ଉପସ୍ଥାପନ ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ଉଚ୍ଛେଦ ହୋଇଛି । ଏହାକୁ ନେଇ ପୂର୍ବରୁ ଅନେକ ବିବାଦ ମଧ୍ୟ ହୋଇଛି । ବର୍ତ୍ତମାନ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରାଯାଇଥିବା ମିଡ଼ିଆକିଆ ଗ୍ରାମ ପଞ୍ଚାୟତର ସେନାପଡ଼ି ଓ ଚିଙ୍ଗିରି ଗାଁ, ଏହି ଦୁଇଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ …
Read More »ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦୮-୧୦ ବ୍ୟାଚ ବନ୍ଧୁମିଳନ
ଭୁବନେଶ୍ୱର, ୧୧/୦୪/୨୦୨୩ (ଓଡ଼ିଶା ସମାଚାର)- ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୦୮-୧୦ ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଏମ୍.କେ.ସି.ଜି. ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଅଛି । ବିଶ୍ୱବିଦ୍ୟାଳୟର କୁଳ ସଚିବ ଡଃ ଅଭୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଅବିଚ୍ଛେଦ ଅଙ୍ଗ । ବିଶ୍ୱବିଦ୍ୟାଳୟର ଉନ୍ନତି ଦିଗରେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇଥିଲେ । ୨୦୦୮-୧୦ ବ୍ୟାଚ୍ ର ଛାତ୍ର ସଂସଦ ସଭାପତି ତଥା ବର୍ତମାନ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ …
Read More »କାଲି ଠାରୁ ସକାଳୁଆ ସ୍କୁଲ
ଭୁବନେଶ୍ୱର, ୧୦/୦୪/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ଆସନ୍ତା କାଲି ୧୧ ଅପ୍ରେଲ ଠାରୁ ରାଜ୍ୟରେ ସକାଳୁଆ ସ୍କୁଲ ହେବ । ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ସକାଳ ୭ରୁ ସାଢେ ୧୧ଟା ଯାଏଁ ସ୍କୁଲ ଚାଲିବ। ବିଦ୍ୟାଳୟରେ ଯଥେଷ୍ଟ ପରିମାଣର ପାନୀୟ ଜଳ ଓ ଓଆରଏସ ବ୍ୟବସ୍ଥା କରିବାକୁ କୁହାଯାଇଛି । ସେହିପରି ମେ ମାସ ୫ ତାରିଖରୁ ଜୁନ ୧୭ ତାରିଖ ପର୍ୟ୍ୟନ୍ତ ଖରାଛୁଟି ଘୋଷଣା କରାଯାଇଛି । ଜିଲାପାଳମାନେ ନିଜ ନିଜ ଜିଲାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି …
Read More »ଶିକ୍ଷା ରଥ ଶୁଭାରମ୍ଭ
ଭୁବନ ୧୦/୦୪/୨୦୨୩ (ଓଡ଼ିଶା ସମାଚାର)- ଭୁବନ ଗୋଷ୍ଠୀ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ଶିକ୍ଷା ରଥ ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାମଲ ଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି , ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଏବଂ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପତାକା ଦେଖାଇ ଶିକ୍ଷା ରଥ ର ଶୁଭାରମ୍ଭ କରିଥିଲେ । ପରେ ସଚେତନତା …
Read More »ପିଲାମାନଙ୍କୁ ଭଲ ମଣିଷ କରାଇବାରେ “ମା” ମାନଙ୍କର ଭୂମିକା ଗୁରୁତ୍ୱପୁର୍ଣ୍ଣ-ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ଗରଦପୁର, ୧୦/୦୪/୨୦୨୩ (ଓଡ଼ିଶା ସମାଚାର)-ବାପା ମା ମାନେ ଅଜସ୍ର ଅର୍ଥ ବ୍ୟୟ କରି ସେମାନଙ୍କ ପିଲାମାନଙ୍କୁ ରୋଜଗାରକ୍ଷମ କରାଇଲେ ଯେ ସେମାନେ ବଡ ମଣିଷ ହୋଇଯିବେ ତାହା ନୁହେଁ , ଯଦି ପିଲାମାନଙ୍କ ମଧ୍ୟରେ ମଣିଷ ପଣିଆ ନଥିବ ତେବେ ତାହା ପରିବାର ଓ ସମାଜ ପ୍ରତି ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବ । ତେଣୁ ପିଲାମାନଙ୍କୁ ଭଲ ମଣିଷ କରାଇବାରେ ପ୍ରତ୍ୟକ ପରିବାରରେ “ମା” ମାନଙ୍କ ଭୂମିକା ଅତି ଗୁରୁତ୍ୱପୁର୍ଣ୍ଣ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ , ଖାଉଟିକଲ୍ୟାଣ ଓ ସମବାୟ …
Read More »ବିକୃତ ମାନସିକତା – ପରୀକ୍ଷା ଶେଷ ପରେ ୟୁନିଫର୍ମ ଚିରି ଫୋପଡ଼ିଲେ ଛାତ୍ର
ନିରାକାରପୁର,୧୦/୦୪/୨୦୨୩ (ଓଡ଼ିଶା ସମାଚାର)- ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ଉନ୍ମାଦନା ବଢିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ନିଜର ନୈତିକତା ଭୁଲି ବିଭିନ୍ନ ବିଚିତ୍ର ଓ ଅବାନ୍ତର କାର୍ଯ୍ୟକ୍ରମ ମାନ ଘଟାଉଛନ୍ତି। ଯାହା କି ଏବେ ଯୁକ୍ତ ଦୁଇ ପରୀକ୍ଷା ଶେଷ ଦିବସରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କଲେଜ ପରିସର ଓ ତାର ପାଖା ପାଖି ଅଞ୍ଚଳ ରେ ପଡ଼ିଥିବା ୟୁନିଫର୍ମ ଗୁଡ଼ିକ ଦେଖିଲେ ବେଶ୍ ଜଣାପଡୁଛି। ଏହି ବିକୃତ ମାନସିକତା ରଖିଥିବା ଛାତ୍ର ମାନେ ଯୁକ୍ତ ଦୁଇ ପରୀକ୍ଷା ଶେଷ ଦିନରେ ଘର କୁ ଯିବା ପୂର୍ବରୁ …
Read More »