Thursday , December 1 2022
Breaking News
Home / ଶିକ୍ଷା (page 24)

ଶିକ୍ଷା

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା କାଲି ପ୍ରକାଶ ପାଇବ

ଭୁବନେଶ୍ୱର,୨୬/୭/୨୦୨୨(ଓଡ଼ିଶା ସମାଚାର)- ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା କାଲି ୨୭ ତାରିଖ ବୁଧବାର ଅପରାହ୍ନ ୪ ଟା ବେଳେ ପ୍ରକାଶ ପାଇବ । ଏ ସମ୍ପର୍କରେ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାଶ ସୂଚନା ଦେଇଛନ୍ତି । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ । ସେହିପରି ଏକ ସପ୍ତାହ ମଧ୍ୟରେ ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା …

Read More »

  ହାଇସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ – ବଦଳିବ ୨୧୫୯ ସ୍କୁଲ ଚେହେରା-

ଗୁଣାତ୍ମକ ଶୈକ୍ଷିକ ପରିବେଶ ଓ ସୁଦୃଢ଼ ଭିତ୍ତିଭୂମିକୁ ଗୁରୁତ୍ୱ – ଆସନ୍ତା ଶିକ୍ଷା ବର୍ଷ ସୁଦ୍ଧା ୮ହଜାର ସ୍କୁଲ ରୂପାନ୍ତରଣ ଲକ୍ଷ୍ୟ –  ଦୁଇ ପର୍ଯ୍ୟାୟରେ ସରିଛି ୩୯୮୪ ସ୍କୁଲର ନବକଳେବର ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)- ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ବିଦ୍ୟାଳୟଗୁଡ଼ିକର ଲୋକାର୍ପଣ ଜୁନ୍ ମାସରେ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ସ୍କୁଲ  ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୨୧୫୯ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ ରଖାଯାଇଛି। ଏନେଇ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲାପାଳ ଓ …

Read More »

ପ୍ରତିକ୍ଷାର ଅନ୍ତ: ରୂପାନ୍ତରିତ ଯୋଜନାରେ ସାମିଲ ହେଲା ୭୪ ଵର୍ଷର ସର୍ବପୁରାତନ ଗୋପାଳ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ

କଟକ ସଦର, ୨୫ /୦୭/୨୦୨୨(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଦିନର ଦାବି ଓ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏଵେ କଟକ ସଦର ଅଞ୍ଚଳର ୧୯୪୮ ମସିହାରେ ସ୍ଥାପିତ ୭୪ ଵର୍ଷର ସର୍ବପୁରାତନ ତଥା ଓଡିଆ ଭାଷାକୋଷ ପ୍ରଣେତା ସ୍ୱର୍ଗତ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ତାଙ୍କ ଗ୍ରାମ ସିଦ୍ଧେଶ୍ୱରପୁରର ଗୋପାଳ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ସାମିଲ କରାଯାଇଥିବା ଜଣାପଡ଼ିଛି।ଏହା ଜଣାପଡିଵା ପରେ ଦୀର୍ଘ ଦିନର ପ୍ରତିକ୍ଷାର ଅନ୍ତ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ସ୍କୁଲର …

Read More »

କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗରେ ଆୟକର ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୪/୭/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଦ୍ୱାରା ଆୟକର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ. ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଚାଟାର୍ଡ ଆକାଉଁନ୍ଟାଟ ଆଶାରାମ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ କଥାର କୁହୁକ ଦ୍ୱାରା ଉପସ୍ଥିତ + ୩ ବାଣିଜ୍ୟ ବିଭାଗର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ମାଧ୍ୟମରେ ଆୟକର ସମ୍ବଦ୍ଧିତ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଅଧ୍ୟାପକ ବିକାଶ କୁମାର …

Read More »

ଫଜଲହକ୍ ହାଇସ୍କୁଲ ରେ ସାଇକେଲ ଷ୍ଟାଣ୍ଡ ନାହିଁ , ଖରା ବର୍ଷା ରେ ସାଇକେଲ ପଡ଼ୁଛି

ଗରଦପୁର ୨୪/୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଫଜଲହକ୍ ହାଇସ୍କୁଲ ଟି ଅଂଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ । ଏହି ଶିକ୍ଷାନୁଷ୍ଠାନଟି ୧୯୪୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା ତେବେ କିଛି ବର୍ଷ ହେଲା ଏହା ସରକାରୀ ହାଇସ୍କୁଲ ରେ ପରିଣତ ହୋଇଛି । ଏହି ହାଇସ୍କୁଲ ରେ ସହ ଶିକ୍ଷା ବା ବାଳକ ଓ ବାଳିକା ଏକାଠି ଅଧ୍ୟୟନ କରନ୍ତି । ୬ଷ୍ଠ ଶ୍ରେଣୀରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ରହିଛି । ଏହାର ୯ମ ଓ …

Read More »

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ମାମଲା

ବିଇଓଙ୍କୁ ଘେରିଲେ ଛାତ୍ରଛାତ୍ରୀ: ଅଭିଯୁକ୍ତ ଶିକ୍ଷକ ନିଲମ୍ବିତ କେନ୍ଦ୍ରାପଡ଼ା, ୨୩/୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗରରେ ଥିବା ଏକ ବିଦ୍ୟାଳୟରେ ଜନୈକ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ବିଜ୍ଞାନ ଶିକ୍ଷକଙ୍କ ବିରୁଦ୍ଧରେ ତଦନ୍ତ କରିବାକୁ ଆସିଥିବା ବ୍ଲକ ଶିକ୍ଷାଧିକାରୀ ତନ୍ମୟ କୁମାର ବେହେରାଙ୍କୁ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅଭିଭାବକ, ଛାତ୍ରଛାତ୍ରୀମାନେ ଘେରାଉ କରିଥିଲେ । ମୁଖ୍ୟ ଫାଟକକୁ ତାଲା ମଧ୍ୟ ପକାଇ ଦେଇଥିଲେ । ଏଥିସହିତ ବିଦ୍ୟାଳୟକୁ ଆସୁଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ବିଦ୍ୟାଳୟ ହତା ମଧ୍ୟକୁ ପୁରାଇ ଦେଇନଥିଲେ …

Read More »

ସି ବି ଏସ ଇ ବୋର୍ଡ ପରୀକ୍ଷା ରେ କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରାପଡା  ଛାତ୍ର ଛାତ୍ରୀ ଙ୍କ ଶତ ପ୍ରତିଶତ ସଫଳତା

କେନ୍ଦ୍ରାପଡ଼ା,୨୨/୭/୨୦୨୨(ଓଡ଼ିଶା ସମାଚାର)- ଚଳିତ ବର୍ଷର ସିବିଏସଇ  ବୋର୍ଡ  ପରୀକ୍ଷା ରେ କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରାପଡା ର ଛାତ୍ରଛାତ୍ରୀ ମାନେ ଦଶମ ଓ ଦ୍ଵାଦଶ ଶ୍ରେଣୀ ରେ ଶତ ପ୍ରତିଶତ ସଫଳତା ପାଇଛନ୍ତି। ଦଶମ ରେ  ସ୍ମିତଲ ସ୍ୱାଇଁ  ସର୍ବୋଚ୍ଚ ଶତକଡା  ୯୮.୪ ପାଇ ଥିବା ବେଳେ ଦ୍ଵାଦଶ ରେ ସୋମ୍ନା ସଂଜିବିତା ପୃଷ୍ଟୀ  ଶତକଡା ୯୩ ପାଇ ବିଦ୍ୟାଳୟ ର ନାମ ଉଜ୍ବଳ କରିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଭାଗ୍ୟରଥି ସାହୁ  ଏବଂ ବିଦ୍ୟାଳୟ ପରିବାର ତରଫରୁ ସମସ୍ତ …

Read More »

ମଳିପଡ଼ା ବାଙ୍ଗୁର ଶିକ୍ଷାସଦନ ୫-ଟିରେ ସାମିଲ

ନିରାକାରପୁର, ୨୨/୭/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ ବାଙ୍ଗୁର ଶିକ୍ଷାସଦନ ହାଇସ୍କୁଲ ୫-ଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡ଼ିଛି । କଂପୁର ପଂଚାୟତବାସୀ ତଥା ସରପଂଚ, ସମିତିସଭ୍ୟ , ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ୫-ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ସମସ୍ୟା ସମ୍ବନ୍ଧରେ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଅତିରିକ୍ତ ପ୍ରକଳ୍ପ ଦାବି ରଖାଯାଇଥିବାବେଳେ ଜିଲ୍ଲା ଶିକ୍ଷାଧିକାରୀ ଜଣାଇଥିଲେ କି ବିଦ୍ୟାଳୟକୁ ଖୁବ ଶୀଘ୍ର ୩ ଜଣ ନିୟମିତ ଶିକ୍ଷକ ସହ …

Read More »

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣା : ଥାନାରେ ହେଲା ଅଭିଯୋଗ

କେନ୍ଦ୍ରାପଡ଼ା, ୨୧/୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗରରେ ଥିବା ଏକ ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ପରିବାର ଲୋକେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ସେଠାରୁ କୌଣସି ନ୍ୟାୟ ମିଳିଲା ନାହିଁ । ତେଣୁ ପରିବାର ଲୋକେ ବାଧ୍ୟହୋଇ ବୁଧବାର ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଘଟଣାର ଅନୁସନ୍ଧାନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଖବର ଅନୁଯାୟୀ …

Read More »