Tuesday , September 27 2022
Breaking News
Home / ଶିକ୍ଷା (page 21)

ଶିକ୍ଷା

କେନ୍ଦ୍ରାପଡା କଲେଜରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳନ

କେନ୍ଦ୍ରାପଡା, ୦୧/୦୬/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥର ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ୪୦ ଜଣ ଏନସିସି କ୍ୟାଡେଟ ଏକ ର୍ୟାଲିରେ କଲେଜ ପରିସରରୁ ବାହାରି ରାସ୍ତାରେ ଜନ ସାଧାରଣଙ୍କୁ ତମ୍ବାଖୁ ସେବନର ଭୟାବହତା ଏବଂ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ ଅବଗତ କରାଇଥିଲେ …

Read More »

ଯୋଗାସନର ଉପାଦେୟତା ଉପରେ ୱେବିନାର

କେନ୍ଦ୍ରାପଡା, ୦୧/୦୬/୨୦୨୨( ଓଡ଼ିଶା ସମାଚାର )-ଯୋଗ ଶିକ୍ଷାର ଆବଶ୍ୟକତା ଓ ଶରୀର ଉପରେ ଏହାର ପ୍ରଭାବ ଉପରେ ଏକ ୱେବିନାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହାକୁ ଉଦ୍୍ଘାଟନ କରି ସ୍ୱାସ୍ଥ୍ୟରକ୍ଷା ଉପରେ ଏହାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମେଜର ମନୋରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟର ଯୋଗ ବିଜ୍ଞାନ ବିଭାଗର …

Read More »

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଅଧିକାର ଯାତ୍ରା-୩ ଓ ୪୭ତମ ଦିବସ ମହାସମାବେଶ

ଭୁବନେଶ୍ୱର , ୦୧/୦୬/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସଙ୍କ ନେତୃତ୍ୱରେ ଅଧିକାର ଯାତ୍ରା-୩ର ୪୭ତମ ଦିବସର ମହାସମାବେଶ ଏବଂ ଶୋଭାଯାତ୍ରା ଲୋୟର ପିଏମଜି ଧାରଣାସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଗୋଟିଏ ଦାବି ପ୍ରତି ସରକାର ବାରମ୍ବାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସଂଘ ତରଫରୁ ବିଭିନ୍ନ ସମୟରେ ଅଧିକାର ଯାତ୍ରା-୧, ଅଧିକାର ଯାତ୍ରା-୨ରେ ବହୁ କାର୍ଯ୍ୟକ୍ରମ ପୂର୍ବରୁ ହାତକୁ ନିଆଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଅଧିକାର-୩ …

Read More »

ବିଶ୍ୱ ତମାଖୁ ବର୍ଜନ ଦିବସ ରେ ସଚେତନତା ଅଭିଯାନ କାର୍ୟ୍ୟକ୍ରମ

ଜୁନାଗଡ଼, ୩୧/୦୫/୨୦୨୨( ଓଡ଼ିଶା ସମାଚାର/ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଲା ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ତମାଖୁ ବର୍ଜନ ଦିବସରେ ସଚେତନତା ଅଭିଯାନ କାର୍ୟ୍ୟକ୍ରମ ବିଦ୍ୟାଳୟ ର ଅଧକ୍ଷ ହିମାଂଶୁ ମୋହନ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ୫୦ ଜଣ ସ୍ୱେଚ୍ଛାସେବୀ ଯୋଗଦାନ କରି ହ।ବସପୁର ,କରଚଲା ,ଖୁରସେଲଗୁଡା ଗ୍ରାମକୁ ଯାଇ ତମାଖୁ ବର୍ଜନ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଲୋକଙ୍କୁ ସଚେତନତା ବାର୍ତା ପ୍ରଦାନ କରିଥିଲେ …

Read More »

ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ

ଗରଦପୁର,୩୧/୦୫/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଗୋବିନ୍ଦପୁର ସ୍ଥିତ ମାନବ ସମ୍ବଳ ବିକାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ ସଭାପତିତ୍ୱ କରି ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଡାକ୍ତର ବୈଲୋଚନ ଛାଟୋଇ ଯୋଗଦେଇ ଛାତ୍ରୀମାନଙ୍କୁ ତମାଖୁ ସେବନର ଅପକାରିତା ସଂପର୍କରେ ବୁଝାଇବା ସହିତ ତମାଖୁ ଠାରୁ ସଂପୂର୍ଣ୍ଣ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ …

Read More »

ଖେଳ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୁନାଗଡ଼, ୩୧/୦୫/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ କାର୍ୟ୍ୟ ରତ ଖେଳ ଶିକ୍ଷକ ନରେନ୍ଦ୍ର କୁମାର ନେଗୀ ଦୀର୍ଘ ୩୫ ବର୍ଷ କାଳ ଏହି ବିଦ୍ୟାଳୟରେ କାର୍ୟ୍ୟ କରୁଥିଲେ ।ସେ ଜଣେ ସରଳ ଏବଂ ମେଳାପୀ ବ୍ୟକ୍ତି ଥିଲେ ।ତାଙ୍କ ଅବସର ଗ୍ରହଣ ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁର୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଦ୍ୟାଳୟର ଶିକ୍ଷକ ଅମୁଲ୍ୟ …

Read More »

କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ୍‌  ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନ୍ଧମାଳ,୨୯/୦୫/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ଉଚ୍ଚବିଦ୍ୟାଳୟର ରୁପାନ୍ତରୀକରଣ କାମ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୂଜିଏଚ୍ଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ତି, ବିରୁପାକ୍ଷ ହାଇସ୍କୁଲ ବ୍ରାହ୍ମଣପାଦ ଓଏଭି ଚକାପାଦ ସରକାରୀ ହାଇସ୍କୁଲ ନେଡ଼ିଗୁଡ଼ା, ବିବି ହାଇସ୍କୁଲ ଲାଇନପଡ଼ା ଓ ସରକାରୀ ହାଇସ୍କୁଲ ଶଙ୍କରା ଖୋଲ ଏହିପରି ୭ଟି ଯାକ ହାଇସ୍କୁଲ ଗୁଡିକ ସ୍କାର୍ଟକ୍ଲାସ ରୁମ, ଇ-ଲାଇବ୍ରେରୀ, ବାଥରୁମ, ଗେଟ୍‌, ରଙ୍ଗ ମରା କାମ ସବୁ ସରିଯାଇଛି ବୋଲି ଚକାପାଦ ବିଡିଓ …

Read More »

ସାଲେପୁର ରେ ବିପର୍ୟ୍ୟସ୍ତ ଶିକ୍ଷା ବ୍ୟବସ୍ଥା : ୭ବର୍ଷ ହେଲା ମନ୍ଦିରବେଢା ରେ ଚାଲିଛି ପାଠ ପଢା

ସାଲେପୁର,୨୭/୦୫/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – କଟକ ଜିଲ୍ଲା ସାଲେପୁର ବ୍ଲକ ତରିତୋ ପଂଚାୟତ ମୁର୍କୁଣ୍ଡି ଗ୍ରାମରେ ଏଭଳି ଏକ ବିଦ୍ୟାଳୟ ରହିଛି, ଯେଉଁ ବିଦ୍ୟାଳୟ ୭ବର୍ଷ ହେଲା ଏକ ମନ୍ଦିର ବେଢାରେ ଚାଲିଛି ଜ୍ଝ ଏହାପୁଣି ସାଲେପୁର ଶିକ୍ଷା ବିଭାଗ ର ଜ୍ଞାତସାର ରେ ଚାଲିଛି । ବିଦ୍ୟାଳୟ ର ଘଣ୍ଟା ବଦଳରେ ବାଜୁଛି ମନ୍ଦିର ର ଘଣ୍ଟ, ଘଣ୍ଟା, ପୂଜା ଓ ମନ୍ତ୍ର୍ର ପାଠ ଭିତରେ ଚାଲିଛି ପିଲାଙ୍କ ପାଠ ପଢ଼ା। କଟକ ଜିଲ୍ଲା ସାଲେପୁର ବ୍ଲକ୍ ଶିକ୍ଷା ମଣ୍ଡଳ …

Read More »

କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ହେଲେ ଗୋପାଳ ଚନ୍ଦ୍ର ବେହେରା

କେନ୍ଦ୍ରାପଡ଼ା, ୨୬/୦୫/୨୦୨୨( ଓଡ଼ିଶା ସମାଚାର )-ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅନୁମୋଦନ କ୍ରମେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଜଣାପଡିଛି । ଏନେଇ କଲେଜ ପରିଚାଳନା ପରିଷଦର ପ୍ରସ୍ତାବକୁ ଉଚ୍ଚଶିକ୍ଷା ବିଭାଗ ଅନୁମୋଦନ କରିବା ସହ କଲେଜ ରାଜନୀତି ବିଜ୍ଞାନ ବିଭାଗର ରିଡର ଗୋପାଳ ଚନ୍ଦ୍ର ବେହେରାଙ୍କୁ ଗତ ଅପ୍ରେଲମାସ ୩୦ତାରିଖ ଠାରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ପାଦକ ଭାବରେ ନିଯୁକ୍ତି ପ୍ରଦାନ କରିଥିବା ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ …

Read More »

ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ପରେ ଏବେ ପ୍ଲାଷ୍ଟିକ ଚାଉଳ

ବାଲିଗୁଡ଼ା,୨୪/୦୫/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ପୋକରା ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କଣ ପିଲାଙ୍କୁ ପୌଷ୍ଟିକ ତତ୍ତ୍ୱ ମିଳିବ ? ଏଭଳି ଅପମିଶ୍ରିତ ଚାଉଳରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି କନ୍ଧମାଳରେ ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ …

Read More »