Thursday , December 1 2022
Breaking News
Home / ଶିକ୍ଷା (page 16)

ଶିକ୍ଷା

ବଲସକୁମ୍ପା ହାଇସ୍କୁଲରେ ସ୍ୱେଚ୍ଛାସେବୀ ଅନ୍ୱେଷଣ କାର୍ଯ୍ୟକ୍ରମ

କନ୍ଧମାଳ,୧୦/୦୯/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରୀପଡା ବ୍ଲକର ବଲସକୁମ୍ପା ପଞ୍ଚାୟତ ଅନ୍ତର୍ଗତ ବଲସକୁମ୍ପା ହାଇସ୍କୁଲରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱେଚ୍ଛାସେବୀ ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ବେହେରା, ବନ୍ଦନା ପଟ୍ଟନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଦଳବେହେରା ଏବଂ ନେହରୁ ଯୁବକେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ, ରୀତିମା ବାଘ, ସୋନାଲି ଦିଗାଲ, ମେଘାରାଣୀ ମହାପାତ୍ର, …

Read More »

ଫୋରଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଂଟନ

କେନ୍ଦ୍ରାପଡ଼ା, ୦୯/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ଫୋରଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତରଞ୍ଜନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କଂସାର ପଂଚାୟତର ସରପଂଚ ସରୋଜିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଓ ମୋଜା ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ହେମନ୍ତ କୁମାର ଜେନା, ଗ୍ରାମ୍ୟ ଶିକ୍ଷା କମିଟି ଅଧ୍ୟକ୍ଷ ଶଙ୍କର୍ଷଣ ଜେନା, ଗଜେନ୍ଦ୍ର …

Read More »

ବାଜିରାଉତ କଲେଜ ରେ ଗୁଣାତ୍ମକ ଓ ସଂସ୍କାରଧର୍ମୀ ଶିକ୍ଷା ଉପରେ ଆଲୋଚନା

ଭୁବନ ୦୯/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ‘ ମୋ କଲେଜ ଅଭିଯାନ’ ତରଫରୁ ଗୁଣାତ୍ମକ ଓ ସଂସ୍କାରଧର୍ମୀ ଶିକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଅଜିତ କୁମାର ବେହେରା ଅଧ୍ୟକ୍ଷତା କରି କହିଥିଲେ ଯେ , ଚରିତ୍ର ଓ ସଂସ୍କାର ବିନା ଶିକ୍ଷାର କୌଣସି ମୂଲ୍ୟ ନଥାଏ । ଶିକ୍ଷାନୁଷ୍ଠାନ ମାନଙ୍କରେ ନୈତିକ ଶିକ୍ଷା ବାଧ୍ୟତାମୂଳକ କରାଯିବା ଉଚିତ । ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଥିଲେ …

Read More »

ପ୍ରଫେସର ପ୍ରଭାତ କୁମାର ରାଉଳ ଓୟୁଏଟିର ନୂଆ କୁଳପତି

ଭୁବନେଶ୍ୱର,୦୯ /୦୯/୨୦୨୨(ଓଡ଼ିଶା ସମାଚାର)- ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ରେ ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଓୟୁଏଟିର ନୂଆ କୁଳପତି ଭାବେ ପ୍ରଫେସର ରାଉଳଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। କୁଳପତି ଭାବେ ଯୋଗଦେବା ଠାରୁ ପ୍ରଫେସର ରାଉଳ ଏହି ପଦବିରେ ତିନି ବର୍ଷ ପାଇଁ କାମ କରିବେ। ପ୍ରଫେସର ରାଉଳ ବର୍ତ୍ତମାନ ଏପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଛନ୍ତି।

Read More »

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବ-ଅସୁବିଧା ପ୍ରସଂଗ

ବର୍ତ୍ତମାନର ସ୍ଥିତି ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ,୦୯/୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଦ୍ୟାଳୟରେ ନାନା ଅଭାବ-ଅସୁବିଧା ତଥା ଅବ୍ୟବସ୍ଥା ରହିଥିବା ପ୍ରସଂଗରେ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପଡେଟ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧ସୁଦ୍ଧା ଏହି ସତ୍ୟପାଠ ଦାଖଲ ହେବ। ସେହିପରି ନଭେମ୍ବର …

Read More »

ମା’ଙ୍କ ହାତରେ ରୂପାନ୍ତରିତ ସ୍କୁଲର ରକ୍ଷଣାବେକ୍ଷଣ

ଓସେପା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁଙ୍କୁ ଚିଠି – ଏସ୍ ଏଚ୍ ଜ ଜିଙ୍କୁ  ମିଳିବ ନିଯୁକ୍ତି ସୁଯୋଗ – ମୋସ୍କୁଲ ପାଣ୍ଠିରୁ ମିଳିବ ପାରିଶ୍ରମିକ ଭୁବନେଶ୍ୱର,୦୯/୦୯/୨୦୨୨(ଓଡ଼ିଶା ସମାଚାର)- ଏଣିକି ମା’ମାନଙ୍କ ହାତରେ ରହିବ ସରକାରୀ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ଭାର। ସ୍କୁଲ ହତାର ସୁରକ୍ଷା, ଆସବାବପତ୍ରର ଯତ୍ନ ଦାୟିତ୍ୱ ନେବେ ସ୍ୱୟଂ ସହାୟକ ଗୋଷ୍ଠୀ। ସ୍କୁଲକୁ ପରିଷ୍କାର ପରିଛନ୍ନ ରଖିବା, ଆସବାବପତ୍ରର ରକ୍ଷାଣାବେକ୍ଷଣ, ସ୍କୁଲ ହତାକୁ ସୁରକ୍ଷା ଆଦି ଦାୟିତ୍ୱ ଏସଏଚଜି ଉପରେ ନ୍ୟସ୍ତ୍ୟସ୍ତ କରାଯିବ। ରାଜ୍ୟର ସମସ୍ତ ବିଦ୍ୟାଳୟର ଏହାକୁ ଲାଗୁ କରାଯିବ। ରାଜ୍ୟ …

Read More »

କେନ୍ଦ୍ରପଡା ମହାବିଦ୍ୟାଳୟରେ ୪ଟି ବିଷୟରେ ପି.ଜି. ଶ୍ରେଣୀ ପାଇଁ ଅନୁମତି ମିଳିଲା

କେନ୍ଦ୍ରାପଡ଼ା, ୦୭/୦୯/୨୦୨୨(ଓଡ଼ିଶା ସମାଚାର)- ଓଡିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୪ଟି ବିଷୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ସ୍ନାତକୋତର ସମ୍ନାନ(ପି.ଜି.) ଶ୍ରେଣୀ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଅର୍ଥନୀତି, ରାଜନୀତି ବିଜ୍ଞାନ, (ଏମ.କମ.)ବାଣିଜ୍ୟ(ଇନକମ ଟ୍ୟାକ୍ସ) ଓ (ଏମ.ଏସ.ସି.) ପଦାର୍ଥ ବିଜ୍ଞାନ ବିଷୟରେ ସେଲଫ ଫାଇନାନସିଂ ମୋଡରେ ଖୋଲାଯିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିଛି । ପ୍ରତ୍ୟେକ ବିଭାଗରେ ୧୬ଟି କରି ସିଟ ରହିବ ବୋଲି ଅନୁମତି ପତ୍ରରେ ଉଲ୍ଲେଖ ରହିଛି । ଉଚ୍ଚଶିକ୍ଷା …

Read More »

କେନ୍ଦ୍ରପଡା ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଶିବିର

କେନ୍ଦ୍ରାପଡ଼ା,୦୬/୦୯/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଅବସରପ୍ରାପ୍ତ ଶିକ୍ଷକମାନଙ୍କ ପ୍ରୋଭିଜନାଲ ପେନସନ, ଫାଇନାଲ ପେନସନ, ଭବିଷ୍ୟନିଧି ପାଣ୍ଠି, ଗ୍ରାଚୁଇଟି, ଛୁଟି ମଞ୍ଜୁରୀ, ବକେୟା ଅର୍ଥ ପ୍ରଦାନ ବାବଦ ସମସ୍ୟା ଏବଂ ଚାକିରୀ କରିଥିବା ଶିକ୍ଷକମାନଙ୍କ ଛୁଟି ମଞ୍ଜୁରୀ ଓ ବିଚାରଧିନ ବିଷୟ ଗୁଡିକର ତୁରନ୍ତ ସମାଧାନ ଉଦ୍ଧେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମାଧାନ ଶିବିର ପଟ୍ଟାମୁଣ୍ଡାଇର ନୂତନ ଅଡିଟୋରିୟମରେ ଆସନ୍ତା ୧୧.୯.୨୦୨୨ରିଖ ରବିବାର ସକାଳ୧୦ଘଟିକା ସମୟରେ ଅନୁଷ୍ଠିତ ହେବ । ସୂଚନା ଯୋଗ୍ୟ ଯେ ଶିକ୍ଷକ ନିଯୁକ୍ତି ଓ ବଦଳି ସମ୍ପର୍କରେ ଥିବା ସମସ୍ୟାକୁ ସେହି ଶିବିରରେ …

Read More »

ସାଲେପୁର ରେ ଗୁରୁ ପ୍ରତିଭା ସମ୍ମାନ ସମାରୋହ ୨୦୨୨ଅନୁଷ୍ଠିତ

ସାଲେପୁର,୦୬/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ଠାରେ ଗୁରୁଦିବସ ରେ ଗୁରୁ ପ୍ରତିଭା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରଶାନ୍ତ କୁମାରବେହେରା ଯୋଗଦାନ କରି, ଗୁରୁ ମାନେ ହିଁ ଶ୍ରେଷ୍ଠ ପଥପ୍ରଦର୍ଶକ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥିଭାବେ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ସାଲେପୁର ଆଇ ଆଇ ସି ଗିରିଜା ପଟ୍ଟନାୟକ ଯୋଗ …

Read More »

ଦେଉଳିପଡ଼ାରେ ଗୁରୁଦିବସ ପାଳିତ

ମହାକାଳପଡ଼ା,୦୬ /୦୯/୨୦୨୨(ଓଡ଼ିଶା ସମାଚାର)-ମହାକାଳପଡ଼ା ବ୍ଲକ ଦେଉଳପଡ଼ା ଗଜେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁପୂଜା ପରିଷଦ ପକ୍ଷରୁ ଗୁରୁ ପୂଜନ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଉତ୍ସବ ରେ ଗୁରୁପୂଜା ପରିଷଦ ସଭାପତି ରତ୍ନାକର ସ୍ୱାଇଁ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ମାଧବ ଚରଣ …

Read More »