କେନ୍ଦ୍ରାପଡା ୧୩/୦୯/୨୦୧୯(ଓଡ଼ିଶା ସମାଚାର)- ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ୫୨ଟି ସ୍ୱତନ୍ତ୍ର (ଭିନ୍ନକ୍ଷମ)ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଅନୁମତି (ରେକଗନିସନ) ମିଳିଥିବା ବେଳେ ସେଥି ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ୪ଟି ସ୍ୱତନ୍ତ୍ର ବିଦ୍ୟାଳୟ ରହିଛି । ଜିଲ୍ଲାରେ ଥିବା ୪ଟି ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଶୁକ୍ରବାର ଅପରାହ୍ନରେ ଏକ ଜିଲ୍ଲା ସ୍ତରୀୟ ସିଲେକସନ କମିଟି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେହି ୪ଟି …
Read More »ଶିକ୍ଷା
ଛାତ୍ରଙ୍କୁ ବିଦ୍ୟାଳୟରେ ତାଲା ପକାଇବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
ବାଲେଶ୍ୱର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ପ୍ରଥମ ଶ୍ରେଣୀର ପଢ଼ୁଥିବା ଜଣେ ଛାତ୍ର ପାଇଖାନା ଯାଇଥିବାବେଳେ ବିଦ୍ୟାଳୟରେ ତାଲା ପକାଯିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଘଟଣାଟି ମଠସାହି ଉପ୍ରା ବିଦ୍ୟାଳୟରେ ଘଟିଥିଲା । ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଭୋଇ ସାହି ଅଂଚଳର ବାଙ୍ଗୁରୁ ସିଂଙ୍କ ପୁତ୍ର ଅମର ସିଂ(୫) ଅପରାହ୍ନ ୪ଟା ବେଳେବିଦ୍ୟାଳୟ ପରିସରସ୍ଥ ପାଇଖାନାକୁ ଯାଇଥିଲେ । ଏହ ସମୟରେ ବିଦ୍ୟାଳୟ ଛୁଟି ହୋଇଯିବା ସହ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଅନ ଗେଟ୍ ରେ ତାଲାପକାଇ ଘରକୁ ଚାଲି …
Read More »ସ୍କୁଲ ବ୍ୟାଗ ଓଜନ ଯାଂଚ କଲା ସ୍ୱତନ୍ତ୍ର ସ୍କ୍ୱାର୍ଡ
ଭୁବନେଶ୍ୱର, ୧୩/୦୯/୨୦୧୯(ଓଡ଼ିଶା ସମାଚାର)-ବୟସ କମ ଥିବାବେଳେ ସ୍କୁଲ ବ୍ୟାଗର ଓଜନ ପିଲାଙ୍କ ଓଜନଠାରୁ ଅଧିକହୋଇ କୋମଳମତି ସେମାନଙ୍କ ପାଇଁ ବୋଝସାଜୁଛି । ସ୍କୁଲ ପିଲାଙ୍କ ବସ୍ତାନି ବୋଝ ନେଇଆରମ୍ଭ ହୋଇଛି ତତ୍ପରତା । ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ପହଂଚି ସ୍କୁଲପିଲାଙ୍କ ବ୍ୟାଗ ଓଜନ ପରଖୁଥିବା ଜଣାପଡ଼ିଛି ।ସ୍କୁଲ ପିଲାଙ୍କ ବ୍ୟାଗ ଓଜନକୁ କମ କରିବା ଦିଗରେ ଭୁବନେଶ୍ୱରରେ ଗୁରୁବାର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଟିମ ଦୁଇଟି ପ୍ରତିଷ୍ଠିତ ଘରୋଇ ବିଦ୍ୟାଳୟରେ ପହଂଚିଛନ୍ତି । ସେଠାରେ ପହଂଚି ପିଲାଙ୍କ ସ୍କୁଲ ବ୍ୟାଗର ଓଜନ ପରଖିଥିବା …
Read More »ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷାଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ଜାଲିଆତି ଅଭିଯୋଗ
ଏଡିଏମଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଘଟଣାର ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କେନ୍ଦ୍ରାପଡା୧୨/୦୯/୨୦୧୯(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଦିନକୁଦିନ ବେଆଇନ ନିଯୁକ୍ତି ଓ ଗୁରୁର ଅନୀୟମିତତା ସମ୍ପର୍କରେ ତଥ୍ୟ ମିଳିବାରେ ଲାଗିଛି । ପ୍ରଥମେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜଣେ କିରାଣୀକୁ ଦୁଇ ଦୁଇ ଥର ନିଯୁକ୍ତି ପ୍ରଦାନକରି ଏକକାଳିନ ଏକମାତ୍ର କଲେଜର ଷ୍ଟାଫ ଭାବରେ ତାଙ୍କୁ ୫୬ହଜାର ୪୩୯ଟଙ୍କା ଦରମା ପ୍ରଦାନ କରିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଦ୍ୱିତୀୟରେ କଲେଜ ପାଠାଗାର ନିମନ୍ତେ ବହି କିଣିବାକୁ ୨ ମାସ …
Read More »ମଠକରଗୋଳା ମହାବିଦ୍ୟାଳୟ ରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ
ଭୁବନ ୧୨/୦୯/୨୦୧୯(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଆନୁକୂଲ୍ୟରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି ।ଅଧ୍ୟକ୍ଷ ଚିତ ରଂଜନ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ତାଲିମ ଶିବିର କୁ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ରଶ୍ମି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଛାତ୍ରୀ ମାନେ ଆତ୍ମରକ୍ଷା ପ୍ରଶିକ୍ଷଣ ଦ୍ୱାରା ବିଭିନ୍ନ କୌଶଳ ଶିକ୍ଷାକରି ନିଜକୁ ସୁରକ୍ଷିତ ରଖିପାରିବେ ବୋଲି …
Read More »ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ନିରାକାରପୁର କଲେଜ ପରିଦର୍ଶନ: କଲେଜ ଜାଗାକୁ ରେକର୍ଡ଼ଭୁକ୍ତ ପାଇଁ ପ୍ରତିଶ୍ରୁତି
ନିରାକାରପୁର, ୧୧/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି ଅପରାହ୍ନ ୩ଟା ୫୦ ମିନିଟରେ ହଠାତ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡ଼ିଏଭି କଲେଜ ପରିଦର୍ଶନ କରିବାକୁ ପହଂଚିଥିଲେ । ମନ୍ତ୍ରୀଙ୍କୁ ଦେଖିବା କ୍ଷଣି ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଉତ୍ସାହର ସହିତ ମନ୍ତ୍ରୀଙ୍କୁ କଲେଜ ପରିସରକୁ ପାଛୋଟି ନେଇଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ବିଭିନ୍ନ ବିଭାଗ ବୁଲିସାରି କଲେଜ କମନରୁମରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରେ ବେଶ କିଛି ସମୟ କଟାଇ କଲେଜର …
Read More »ଡିସେମ୍ବରରୁ ସ୍କୁଲ ପିଲାଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା
ଭୁବନେଶ୍ୱର,୧୧/୦୯/୨୦୧୯(ଓଡ଼ିଶା ସମାଚାର)-ପୂର୍ବରୁ ରାଜ୍ୟରେ କେବଳ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା । ତେବେ ଗତବର୍ଷଠାରୁ ରାଜ୍ୟରେ ସାମଗ୍ରିକ ଯୋଜନା ଆରମ୍ଭ ହେବା ପରେ ପ୍ରଥମରୁ +୨ ପର୍ଯ୍ୟନ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଷ୍ପତି ହୋଇଛି । ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥିଲେ ବି ସେମାନେ ଏହାକୁ ଅଣଦେଖା କରିଥାନ୍ତି । ଫଳରେ ସେମାନଙ୍କର ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ବିଶେଷକରି ବହୁ ଗରିବ ଛାତ୍ରଛାତ୍ରୀ ଏପରି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ …
Read More »ଶିକ୍ଷୟିତ୍ରୀଙ୍କୁ ସର୍ବପଲ୍ଲୀ ସମ୍ମାନ
ଗରଦପୁର, ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ବସନ୍ତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା କୁମାରୀ ତ୍ରିପାଠୀ ଙ୍କୁ ସର୍ବପଲ୍ଲୀ ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ କଟକ ସାରଳା ଭବନରେ ଓଡ଼ିଶା ବିଦ୍ୟା ବିକାଶ ପରିଷଦ ଆନୁକୂଲ୍ୟରେ ସର୍ବପଲ୍ଲୀ ସମ୍ମାନ ୨୦୧୯ ଆୟୋଜିତ ହୋଇଥିଲା । ଉତ୍ସବରେ ଇଂ ପ୍ରଭାକର ସ୍ୱାଇଁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ଼ ଶୁକଦେବ ନନ୍ଦ ଓ ସମ୍ମାନୀୟ ଅତିଥି …
Read More »ପାଟକୁରା ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ
ଗରଦପୁର ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ପାଟକୁରା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ କେନ୍ଦ୍ରାପଡା ଜିଲା ସ୍ତରୀୟ ବିଜ୍ଞାନ ମେଳା ଗତକାଲି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ତଥା କେନ୍ଦ୍ରାପଡା ଜିଲା ସଂଯୋଜକ ଲକ୍ଷ୍ମୀଧର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷା ବିକାଶ ସଂସ୍ଥାନର କଟକ ଜିଲା ପ୍ରଭାରୀ ଧରଣୀଧର ବେହେରା ,କେନ୍ଦ୍ରାପଡା ଜିଲାର ପ୍ରଭାରୀ ପ୍ରଦୀପ୍ କୁମାର ନାୟକ ମୂଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବାବେଳେ, …
Read More »କିଟ ବିଶ୍ୱବିଦ୍ୟାଳୟକୁ ‘ଇନଷ୍ଟିଚୁ୍ୟଟ ଅଫ ଏମିନେନସ’ ମାନ୍ୟତା
ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କିଟ ବିଶ୍ୱବିଦ୍ୟାଳୟକୁ ‘ଇନଷ୍ଟିଚୁ୍ୟଟ ଅଫ ଏମିନେନସ’ ମାନ୍ୟତା ପ୍ରଦାନ କରାଯାଇଛି । ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କିଟ ଓ କିସ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କହିଛନ୍ତି, ଭାରତର କେତେକ ଅଗ୍ରଣୀ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ବିଶ୍ୱର ଅନ୍ୟ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ସହ ସମକକ୍ଷ କରାଇବା ପାଇଁ ଦୂରଦୃଷ୍ଟି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରୟାସ ଆରମ୍ଭ କରିଥିଲେ । ଏହି ପ୍ରକିୟାରେ ଦେଶର ଯେଉଁସବୁ ଅଗ୍ରଣୀ ଶିକ୍ଷାନୁଷ୍ଠାନ …
Read More »