Sunday , September 24 2023
Breaking News
Home / ଶିକ୍ଷା (page 141)

ଶିକ୍ଷା

ଫିସ୍ ବୃଦ୍ଧି ବିରୋଧି ଅନ୍ଦୋଳନର ବିଜୟରେ ଏ.ଆଇ.ଡି.ଏସ୍.ଓ.ର ଅଭିନନ୍ଦନ

ଭୁବନେଶ୍ୱର, ୩୧/୧୦/୨୦୧୯(ଓଡ଼ିଶା ସମାଚାର)-ଉତର ଓଡିଶା ବିଶ୍ୱବିଦ୍ୟାଳୟରେ ପି.ଜି. ଛାତ୍ର ଛାତ୍ରୀ ମାନଙ୍କର ବର୍ଦ୍ଧିତ ଫିସ୍ ବିରୁଦ୍ଧରେ ଚାଲିଥିବା ଛାତ୍ର ଆନ୍ଦୋଳନ ବିଜୟ ହୋଇଛି । ଶେଷରେ ଆନ୍ଦୋଳନରତ ଛାତ୍ର ଛାତ୍ରୀମାନଙ୍କ ପାଖକୁ ଆସି କୁଳପତି ନୋଟିସ ପ୍ରଦାନ କରି ବର୍ଦ୍ଧିତ ଫିସ ପ୍ରତ୍ୟାହାରର ଘୋଷଣା କରିଛନ୍ତି । ଏହି ବିଜୟରେ ଏ.ଆଇ.ଡି.ଏସ.ଓର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ, ମୟୁରଭଞ୍ଜ ଜିଲ୍ଲା ଆବାହକ ମଧୁସୂଦନ ନାଏକ, ଛାତ୍ର ନେତା ରାଜେଶ ରାଉତ ଉତର ଓଡିଶା ବିଶ୍ୱବିଦ୍ୟାଳୟର ଆନ୍ଦୋଳନରତ ଛାତ୍ର ଛାତ୍ରୀମାନଙ୍କୁ …

Read More »

ବିଦ୍ୟାଳୟକୁ ପୁରାତନ ଛାତ୍ରଙ୍କ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କଲେ

ମାର୍ଶାଘାଇ, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ମାର୍ଶାଘାଇ ସରକାରୀ ଉଚ୍ଚବିଦ୍ୟାଳୟର ‘ମୋ ବିଦ୍ୟାଳୟ ’ ଯୋଜନାରେ ସ୍କୁଲ ର ବିକାଶ ନିମନ୍ତେ ପୁରାତନ ଛାତ୍ର ଏନ୍ଆଇଟିର ଅବସରପ୍ରାପ୍ତ ଅଧ୍ୟାପକ ଡ଼.କପିଳ ଚରଣ ବାରିକ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ମୋ’ବିଦ୍ୟାଳୟ ଯୋଜନାରେ ପୁରାତନ ଛାତ୍ରଙ୍କ ଅନୁଦାନ ରାଶିର ୨ଗୁଣ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏହି ଅର୍ଥକୁ ମୋ’ ବିଦ୍ୟାଳୟ କମିଟି ଜମାଖାତାରେ ଜମାକରାଯାଇ ଜିଲାପାଳ ସମର୍ଥ ବର୍ମାଙ୍କୁ ଅବଗତ କରାଯାଇ ଦୁଇଗୁଣ ଅର୍ଥରାଶି ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି …

Read More »

ଇନ୍ଦୁପୁର କଲେଜରେ ‘ଆମ ଗାଁ ଆମ ସାହିତ୍ୟ ସଭା’

କେନ୍ଦ୍ରାପଡା, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ “ଆମ ଗାଁ ଆମ ସାହିତ୍ୟ” କାର୍ଯ୍ୟକ୍ରମକୁ ନେଇ ଏକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଇନ୍ଦୁପୁର ବିରୂପା ମହାବିଦ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀ ସଭ୍ୟ ଡଃ ବାସୁଦେବ ଦାସ ସଭାପତିତ୍ୱ କରି କହିଥିଲେ ଯେ ଓଡିଶା ସାହିତ୍ୟ ଏକାଡେମୀର ଆଭିମୁଖ୍ୟ ହେଉଛି ସାହିତ୍ୟକୁ ଗ୍ରାମାଭିମୁଖୀ କରିବା ଓ ଗାଁରେଥିବା ସାହିତ୍ୟିକଙ୍କୁ ପ୍ରୋତ୍ସାହନ ପ୍ରଦାନ କରି ସେମାନଙ୍କ ଭିତରେ ଓଡିଶା ସଂସ୍କୃତିକୁ ଉଦ୍ଜୀବିତ କରିବା । …

Read More »

ଇଗ୍ନୋ ପକ୍ଷରୁ ଅଧିଗ୍ରହଣ ଉତ୍ସବ

କୋରାପୁଟ, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ କୋଟ୍ସ ଇଗ୍ନୋ ପାଠ୍ୟକେନ୍ଦ୍ରରେ ନୂତନ ଛାତ୍ରଛାତ୍ରୀଙ୍କ ଅଧିଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଟ୍ସର ନିର୍ଦେଶକ ଡ. ଜଗବନ୍ଧୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲାପାଳ ଦେବେନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଗ୍ନୋ ପାଠ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଂକ୍ଷିପ୍ତ ସୂଚନା ଦେଇଥିଲେ । ଯେଉଁ ପାଠ୍ୟକ୍ରମ ମାଧ୍ୟମରେ ଗ୍ରାମାଂଚଳର ଶତାଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଅଧ୍ୟୟନର ସୁଯୋଗ ପାଇଥାନ୍ତି ବୋଲି ପ୍ରକାଶ କରିଥିଲେ । ଇଗ୍ନୋର ଉପନିର୍ଦେଶିକା ଡ. ଲତିକା ମିଶ୍ର, …

Read More »

ମନ୍ତ୍ରୀଙ୍କ ନିକଟରେ ପ୍ରାଥମିକ ଶିକ୍ଷକ ସଂଘ ର ଦାବି

ନବରଙ୍ଗପୁର, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ସର୍କିଟ ହାଉସ ରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରାଥମିକ ଶିକ୍ଷକ ଶିକ୍ଷା ଓ ଶିକ୍ଷାୟତନର ଅନେକ ସମସ୍ୟା ରହିଛି । ପ୍ରାଥମିକ ଶିକ୍ଷକଙ୍କୁ ବହୁ ପ୍ରତୀକ୍ଷିତ ପଦୋନ୍ନତି ଆଇନକୁ କାର୍ଯ୍ୟକାରୀ କରିବା । ଜିଲା ଶିକ୍ଷା ଅଧିକାରୀ ବହୁ ଶିକ୍ଷକଙ୍କ ଏମସିପି ଓ ଆରଏସିପିକୁ ଆଜିପର୍ଯ୍ୟନ୍ତ ମଞ୍ଜୁର କରିନାହାନ୍ତି । ଏହା ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଦାବିପତ୍ରରେ ଜଣାଇଛନ୍ତି । ନିଲମ୍ବନ ଶିକ୍ଷକ …

Read More »

କେନ୍ଦ୍ରାପଡା କଲେଜ ରସାୟନ ବିଭାଗ ଓ ଓଡିଶା ରସାୟନ ସମାଜର ୨୨ତମ ଆଂଚଳିକ ସମାବେଶ

କେନ୍ଦ୍ରାପଡା ୦୩/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟ ରସାୟନ ବିଭାଗ ଓ ଆଂଚଳିକ ରସାୟନ ସମାଜ ପକ୍ଷରୁ “ପରିବେଶ ସଙ୍କଟର ସମାଧାନ – ସବୁଜ ରସାୟନ”ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରସାୟନ ବିଜ୍ଞାନର ପ୍ରଫେସର ଡଃ.ଅଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି ସମସ୍ତଙ୍କୁ ସ୍ୱାଗତ ଅଭିନନ୍ଦନ ଜ୍ଞାପନ କରିଥିଲେ । ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ମହାବିଦ୍ୟାଳୟ ସମ୍ପର୍କରେ ତଥ୍ୟ ପ୍ରଦାନ …

Read More »

କେନ୍ଦ୍ରାପଡା ହାଇସ୍କୁଲ ପଡିଆର ଉନ୍ନତି କରଣ ନିମନ୍ତେ ୧କୋଟି ୫୦ଲକ୍ଷ ମଞ୍ଜୁର ହୋଇଥିବାରୁ ନଜୱାନ ୟୁନିଅନ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ୱାଗତ

କେନ୍ଦ୍ରାପଡା ୦୩/୧୧/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର କ୍ରୀଡାପ୍ରେମୀମାନଙ୍କ ବହୁ ବର୍ଷର ଦାବି ପୁରଣ ହୋଇଛି । ସରକାରୀ ହାଇସ୍କୁଲ ଖେଳ ପଡିଆର ଉନ୍ନତିକରଣ ନିମନ୍ତେ ୧ କୋଟି ଓ ଜିମ ପାଇଁ ୫୦ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ମଞ୍ଜୁର କରିଥିବାରୁ ନଜୱାନ ୟୁନିଅନ ପକ୍ଷରୁ ମୀର ମହମ୍ମଦ ଅମୀରଙ୍କ ନେତୃତ୍ୱରେ ପଦ୍ମନାଭ ସାହୁ, ଆଲ୍ଲାଉଦିନ ଆଜାହାରି, ସେକ ଅହେସାନ, ଅବରାର ହସରତ ଖାନ, ପୀର ମହମ୍ମଦ, ସେକ ଉମ୍ରାନ, ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଏନାମୁଲ ହକ, ସୈାକତ ଖାନ, …

Read More »

ଛାତ୍ରର ଭବିଷ୍ୟତ ସହିତ କଲେଜ କର୍ତୃପକ୍ଷଙ୍କ ଖେଳ

ସାଲେପୁର ୦୨/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ କଟକ ଜିଲ୍ଳା ମାହାଙ୍ଗା ବ୍ଲକ୍ ରେ ଥିବା ଏକ କଲେଜରେ ଜନୈକ ଛାତ୍ର ପ୍ରଥମ ବର୍ଷ ପାସ କରି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିବା ବେଳେ କଲେଜ କର୍ତୃପକ୍ଷ ଛାତ୍ରର ନାମ କଲେଜରେ ନଥିବା କହିବା ଯୋଗୁ ଛାତ୍ରର ଭବିଷ୍ୟତ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ହଟଚମଟ ସୃଷ୍ଟି …

Read More »

ଗରଦପୁର ବ୍ଲକ୍ ରେ ପରୀକ୍ଷା  ଆରମ୍ଭ

ଗରଦପୁର,୦୧/୧୧/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଆଜି ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ଷଢ଼ମାସିକ ପରୀକ୍ଷା ଆରମ୍ଭ କରାଯାଇଛି । ଆଜି ବ୍ଲକ୍ ରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୭୭୫୨ ସରକାରୀ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଥିବାବେଳେ ୭୫୯୫ ଜଣ ଛାତ୍ର ଛାତ୍ରୀ ଆଜି ପରୀକ୍ଷା ଦେଇଥିବା ଗରଦପୁର ଏବିଇଓ ଅଜୟ କୁମାର ବେହେରା ସୂଚନା ଦେଇଛନ୍ତି ।  ସରକାରଙ୍କ ତରଫରୁ ପ୍ରତି ବ୍ଲକ୍ କୁ ଛାତ୍ର ଛାତ୍ରୀଙ୍କ ଅନୁପାତରେ ପ୍ରଶ୍ନ ପତ୍ର ଯୋଗାଇ …

Read More »

ୱେଷ୍ଟର୍ଣ୍ଣ ଓଡିଶା ଆବାସିକ ବିଦ୍ୟାଳୟରେ ବିଜ୍ଞାନ ମେଳା

ଖଡିଆଳ,୦୧/୧୧/୨୦୧୯(ଓଡ଼ିଶା ସମାଚାର)-ନୂଆପଡା ଜିଲା ଖଡିଆଳ ସ୍ଥିତ ୱେଷ୍ଟର୍ଣ୍ଣ ଓଡିଶା ଆବାସିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ମୁଖ୍ୟଅତିଥି ଭାବରେ ଖଡିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ  । ଏଥିରେ ପ୍ରତିଯୋଗୀ ମାନଙ୍କର ମୁଲ୍ୟାଙ୍କନ ସକାଶେ ଅଧ୍ୟାପକ ତରୁଣ କୁମାର ପ୍ରଧାନ, ରାଜଲକ୍ଷ୍ମୀ ରଥ, ଯଶୋବନ୍ତ କୁମାର ହଂସ ଏବଂ ସୌମ୍ୟ ରଞ୍ଜନ ସିଂ ଯୋଗଦାନ କରିଥିଲେ  । ଏହି ବିଜ୍ଞାନ ମେଳାରେ ଅନ୍ୟମାନଙ୍କ ମଧ୍ୟରେ ସତୀଶ …

Read More »