ଭଦ୍ରକ,୦୮/୦୮/୨୦୧୯(ଓଡ଼ିଶା ସମାଚାର)- ସରକାର ମଧ୍ୟାହ୍ନ ଭୋଜନରେ ଚାଉଳ ଚୋରି ରୋକିବା ସକାସେ ଗତ ୨୦୧୬ ମସିହା ଠାରୁ ଛାତ୍ର ଉପସ୍ଥାନରେ ଆଧାର ଲିଙ୍କ ବାଧ୍ୟତାମୁଳକ କରିଛନ୍ତି । ହେଲେ ସବୁ ପିଲାମାନଙ୍କର ଆଧାରଲିଙ୍କ ହୋଇ ପାରିନଥିବା ଆଳରେ ମଧ୍ୟାହ୍ନ ଭୋଜନ ଯୋଗାଣ ରେ କାର୍ଯ୍ୟକାରୀ କରାଯାଉ ନାହିଁ ଆଧାରଲିଙ୍କ । ଫଳରେ କେତେକ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଚାଉଳ ବଂଟନ ଦାୟିତ୍ୱରେ ଥିବା ଠିକାଦାରଙ୍କ ଜରିଆରେ ହଡପ ହେଉଛି ମାସିକ ଶହ ଶହ କ୍ୱିଂଟାଲ ମଧ୍ୟାହ୍ନଭୋଜନ ଚାଉଳ । ସରକାର ପ୍ରଥମରୁ ୧୦ମ …
Read More »ଶିକ୍ଷା
ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ପ୍ରକାଶ ପାଇଲା – ପାସ ହାର ୪୩.୬୩ ପ୍ରତିଶତ
ଭୁବନେଶ୍ୱର , ୦୭/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ୨୬ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧ ହଜାର ୪୪୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯାହାକି ପାସ ହାର ୪୩.୬୩ ପ୍ରତିଶତ । ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବୋର୍ଡ଼ ସଭାପତି ଜାହାନ ଆରା ବେଗମ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ଜୁଲାଇ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ୧୨ ଟି ମୂଲ୍ୟାୟନ …
Read More »ପଟ୍ଟାମୁଣ୍ଡାଇ ଏମ.ଏନ.ହାଇସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ
କେନ୍ଦ୍ରାପଡା,୦୬/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମନ୍ନଥନାଥ ହାଇସ୍କୁଲରେ ଜିଲ୍ଲାପାଳ ସମର୍ଥ ବର୍ମା ମଙ୍ଗଳବାର ପୂର୍ବାହ୍ନରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଥିବାର ଦେଖାଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା ସେହି ବିଦ୍ୟାଳୟରେ ଅନୁଷ୍ଠିତ ସେନସେକ୍ସ ବୈଠକରେ ଯୋଗଦେବା ନିମନ୍ତେ ପୂର୍ବାହ୍ନ ପ୍ରାୟ ସାଢେ ଦଶଟା ସମୟରେ ପହଁଚିଥିବା ବେଳେ ବୈଠକ ଶେଷ ହେବା ପରେ ସ୍କୁଲର ବିଭିନ୍ନ ସମସ୍ୟା ଓ ପିଲାମାନଙ୍କ ପାଠପଢା ସମ୍ପର୍କରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲାପାଳ ସେହି ସ୍କୁଲର ଦଶମ ଶ୍ରେଣୀ ଗୃହରେ …
Read More »ବାଲିଆ ନୋଡାଲ ହାଇସ୍କୁଲର ବିଶୃଙ୍ଖଳିତ ଷ୍ଟାଫଙ୍କୁ ବଦଳି ପାଇଁ ଦାବି
କେନ୍ଦ୍ରାପଡା, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ସରକାରୀ ନୋଡାଲ ହାଇସ୍କୁଲର ଜନୈକ ବିଶୃଙ୍ଖଳିତ ଶିକ୍ଷକ ଓ କିରାଣୀଙ୍କୁ ତୁରନ୍ତ ବଦଳି କରି ଜଣେ ଦକ୍ଷ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ମଦନମୋହନ ବେହେରା,ଭାଗବତପୁର ପଂଚାୟତର ଭାରପ୍ରାପ୍ତ ସରପଂଚ ମୀନତି ଦାସ, ପ୍ରମୋଦ କୁମାର ସାହୁ, ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ, ଦେବକିନନ୍ଦନ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଓଡ଼ିଶା ସମାଚାର
Read More »ବରିଷ୍ଠ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ଗରଦପୁର ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ଚାଚାଜୀ ନୋଡାଲ ଉ.ପ୍ରା. ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ କିରଣବାଳା ସାହୁ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ବିଦ୍ୟାଳୟ ଓ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ପୁନ୍ଦାଳୋ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କୈଳାସ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବାବେଳେ ଗରଦପୁର ବ୍ଲକ ଶିକ୍ଷକ ସଂଘର ସଭାପତି ମହେଶ୍ୱର ପାଣି, ଶିକ୍ଷକ ଡମ୍ବରୁ ପଣ୍ଡା, ଶିଶିର ଚନ୍ଦ୍ର ଦାସ, ନବୀନ …
Read More »ନିଜ ଭାଷାରେ ପାଠପଢ଼ିବେ ଆଦିବାସୀ ଛାତ୍ରଛାତ୍ରୀ – ୧୪୮୫ସ୍କୁଲରେ ୨୧ଟି ଭାଷାରେହେଉଛି ଶିକ୍ଷାଦାନ
ଭୁବନେଶ୍ୱର, ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ଆଦିବାସୀ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଜ ଭାଷାରେ ସେମାନଙ୍କୁ ଶିକ୍ଷାଦାନ ଦେବା ଲାଗି ନିଷ୍ପତି ହୋଇଛି । ପୂର୍ବଭଳି ପ୍ରାଥମିକ ସ୍ତରରୁଓଡ଼ିଆ ବଦଳରେ ନିଜ ନିଜ ଅଞ୍ଚଳରେ କୁହାଯାଉଥିବାଭାଷାରେ ସେମାନଙ୍କୁ ପାଠପଢ଼ା ଯିବ । ଯାହାଦ୍ୱାରା ସେମାନେସାମ୍ନା କରୁଥିବା ଭାଷା ଜନିତ ସମସ୍ୟା ଆଉ ରହିବ ନାହିଁ । ପ୍ରାଥମିକ ସ୍ତରରେ ସେମାନଙ୍କୁ ନିଜ ଆଞ୍ଚଳିକ ଭାଷାରେପଢ଼ାଯିବା ସହିତ ଧୀରେଧୀରେ ଓଡ଼ିଆ ଭାଷା ଓ ପରବର୍ତୀ ସମୟରେ ସେମାନଙ୍କୁ ଇଂରାଜୀରେ ଦକ୍ଷ କରାଇବା ପାଇଁଯୋଜନା ପ୍ରସ୍ତୁତ …
Read More »ଯୁକ୍ତ ୨ ପାଇଁ ହେବ ଅଭିଭାବକ ବୈଠକ – କମିଟିରେ ରହିବେ ୨୫ ସଦସ୍ୟପ୍ରତି ୬ ମାସରେ ବଦଳିବ କମିଟି
ଭୁବନେଶ୍ୱର,୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ରାଜ୍ୟରେ ଏକାଦଶ ଏବଂ ଦ୍ୱାଦଶଶ୍ରେଣୀ ପାଠପଢ଼ା ଶୈଳୀରେ ସଂସ୍କାର ଆଣିବା ଲାଗି ଗଣଶିକ୍ଷା ବିଭାଗକେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି । ନିଷ୍ପତି ଅନୁଯାୟୀ, ଏଣିକିଏହି ୨ ଶ୍ରେଣୀ ଲାଗି ପ୍ରତି ମାସର ଶେଷ ଶନିବାର ଅଭିଭାବକଙ୍କୁନେଇ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସମ୍ପୃକ୍ତ ଜୁନିୟର କଲେଜଗୁଡ଼ିକର ଅଧ୍ୟକ୍ଷମାନେ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ସମସ୍ତଅଭିଭାବକଙ୍କୁ ନିମନ୍ତ୍ରିତ କରାଯିବ । ଏଥିରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ,ସେମାନଙ୍କର ପାଠପଢ଼ା କ୍ଷେତ୍ରରେ ମାସିକିଆ ଅଗ୍ରଗତି, ବ୍ୟବହାର,ତଥା କଲେଜରେ ସେମାନଙ୍କର କାର୍ଯ୍ୟଶୈଳୀ ସମ୍ପର୍କରେ …
Read More »ସ୍କୁଲ ଓ ଗଣଶିକ୍ଷା ବିଭାଗର ପୁଣି ଏକ ଅଭିନବ ପ୍ରୟାସ
ଏଣିକି ସ୍କୁଲପିଲାଙ୍କୁ ଏସ୍କର୍ଟ – ଏସ୍କର୍ଟରେ ନିଯୁକ୍ତ ବ୍ୟକ୍ତିଙ୍କୁ ମିଳିବ ଅଢ଼େଇ ହଜାର – ପ୍ରଥମ ପର୍ଯ୍ୟାୟରେ ୪୦୩୧ ଛାତ୍ରଛାତ୍ରୀ ହେବେ ସାମିଲ ଭୁବନେଶ୍ୱର,୦୫/୦୮/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟରେ ୬ରୁ୧୪ବର୍ଷ ପିଲାଙ୍କ ଉଭୟ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଆଉ ଏକ ଅଭିନବ ପ୍ରୟାସ ଆରମ୍ଭ ହେବାକୁ ଯାଉଛି । ଏଚ୍ଚିକି ରାଜ୍ୟର ଉପାନ୍ତ ଅଂଚଳ ତଥା ଘଂଚ ଜଙ୍ଗଲ ଏବଂ ବିପଦପୂର୍ଣ୍ଣ ପଥ ଦେଇ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାଲାଗି ଆରମ୍ଭ ହେବ …
Read More »ବାଲିଆ ପ୍ରାଥମିକ ସ୍କୁଲ ବନ୍ଦ କରାନଯିବା ପାଇଁ ମହିଳା ଅଭିଭାବିକା ଭେଟିଲେ ଜିଲ୍ଲାପାଳଙ୍କୁ
କେନ୍ଦ୍ରାପଡା ୦୩/୦୮/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ଗ୍ରାମପଂଚାୟୁତର ବାଲିଆ ପ୍ରାଥମିକ ବିଦ୍ୟାଳୟଟି ବନ୍ଦ କରାନଯିବା ପାଇଁ ଶନିବାର ପୂର୍ବାହ୍ନରେ ଗ୍ରାମ୍ୟ ଶିକ୍ଷା କମିଟିର ଅଧ୍ୟକ୍ଷ,ସଦସ୍ୟ/ସଦସ୍ୟା,ଛାତ୍ରାଭିଭାବକ ଓ ଗ୍ରାମର ମହିଳା ମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିବେଦନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ବାଲିଆ ପ୍ରାଥମିକ ସ୍କୁଲରେ ୧୪ଜଣ ଛାତ୍ରଛାତ୍ରୀ ନିୟମିତ ଭାବେ ଅଧ୍ୟୟନ କରୁଥିଲେ ମଧ୍ୟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାଇ ସେହି ସ୍କୁଲଟି ଆବଶ୍ୟକ ଛାତ୍ରଛାତ୍ରୀଙ୍କ ଅଭାବରୁ ଏବଂ ୧୧ରୁ କମ …
Read More »ସ୍କୁଲରୁ ଉଠିଯିବ ଏ’ ବି’ ସି’ ଡି’… ନଦୀ ଓ ମହାପୁରୁଷଙ୍କ ନାମରେ ହେବ ସେକ୍ସନ
ଭୁବନେଶ୍ୱର,୦୨/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଏଣିକି ଦଶମରେ କୌଣସିଶ୍ରେଣୀରେ ସେକ୍ସନକୁ ‘ଏ’, ‘ବି’, ‘ସି’, ‘ଡି’କିମ୍ବା ‘କ’, ‘ଖ’, ‘ଗ’, ‘ଘ’ ନାମରେ ନାମିତ କରାଯିବ ନାହିଁ । ଶ୍ରେଣୀଗୁଡ଼ିକର ଏପରି ନାମକରଣ ଦ୍ୱାରା ଭଲ ପିଲାଙ୍କ ଲାଗି ‘ଏ’ କିମ୍ବା‘କ’ ଶ୍ରେଣୀ ବୋଲି ଛାତ୍ରଛାତ୍ରୀଙ୍କ ମନରେ ଚାପସୃଷ୍ଟି ହେଉଛି । ତେଣୁ ସବୁ ଶ୍ରେଣୀକୁ ମହାପୁରୁଷଙ୍କ ନାମରେ କିମ୍ବା ଦେଶର ପ୍ରମୁଖନଦୀ ନାମରେ ନାମିତ କରିବାକୁ ସ୍କୁଲ ଓଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଥିବା ହାଇସ୍କୁଲଗୁଡ଼ିକରେ …
Read More »