Friday , June 9 2023
Home / ଶିକ୍ଷା (page 139)

ଶିକ୍ଷା

ଅଶ୍ଳୀଳ ଭିଡିଓ ଛାଡ଼ି କ୍ରୀଡ଼ାଶିକ୍ଷକ ନିଲମ୍ବିତ

ରଘୁନାଥପୁର, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଜିଲାଶିକ୍ଷା ବିଭାଗ ପକ୍ଷରୁ ଖୋଲାଯାଇଥିବା ହ୍ୱାଟସ ଆପ  ଗ୍ରୁପରେ ଅଶ୍ଲୀଳ ଭିଡିଓ ଛାଡି ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦକ୍ରାମନ୍ଦିରର କ୍ରୀଡ଼ାଶିକ୍ଷକ ଅକ୍ଷୟ କୁମାର ମହାନ୍ତି ନିଲମ୍ବିତ ହୋଇଛନ୍ତି । ଜଗତସିଂହପୁର ଜିଲାଶିକ୍ଷା ବିଭାଗ ନାମରେ ଖୋଲାଯାଇଥିବା ହ୍ୱାଟସ ଆପ ଗ୍ରୁପରେ ଶ୍ରୀ ମହାନ୍ତି ଅଶ୍ଳୀଳ ଭିଡିଓ ଛାଡିଥିବା ଅଭିଯୋଗ ହେବାପରେ ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ତେଣୁ ଶ୍ରୀ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି । …

Read More »

ଶୈଳେନ୍ଦ୍ର ନାରାୟଣ କଲେଜରେ ଛାତ୍ର ଅଶାନ୍ତି – ସାଇନ ଡାଏ ଘୋଷଣା

ରାଜକନିକା, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ରାଜକନିକା ସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଶନିବାର ଛାତ୍ରଅଶାନ୍ତି ଦେଖାଦେଇକ୍ତି । ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନିଛାତ୍ରୀ ଗୁରୁତର ହୋଇପଡିଥିଲେ । ଜଣେ ଛାତ୍ରୀଙ୍କ ଗୋଡ଼ ଭାଙ୍ଗିଯାଇ ଥିବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତିି କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଛାତ୍ରୀ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିର୍ି ହୋଇଛନ୍ତି । ଏହାସହିତ କଲେଜକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାଏନ୍ ଡ଼ାଏ ଘୋଷଣା କରାଯାଇଛି । ତେବେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଥିବା ବେଳେ ଏଭଳି ଆକସ୍ମିକ …

Read More »

ବିଜୁ ପଟ୍ଟନାୟକ କଲେଜର ସେମିନାର ଭବନ ଉଦଘାଟିତ

ମାର୍ଶାଘାଇ,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅନ୍ତେଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେମିନାର ଭବନ ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟଅତିଥି ସାଂସଦ ଅନୁଭବ ମହାନ୍ତି ଏବଂ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉଦଘାଟନ କରିଥିଲେ । ଯୁକ୍ତତିନି ସମ୍ମାନଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଉକ୍ତ ଭବନ ଅଧ୍ୟୟନରେ ବିଶେଷ ସହାୟକ ହେବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ । କଲେଜ ଅଧ୍ୟକ୍ଷ ଜଗନମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପରିଚାଳନା ବୋର୍ଡ଼ ସଦସ୍ୟ ଗଙ୍ଗାଧର ପରିଡ଼ା, …

Read More »

ତୁଳସୀ ମହିଳା ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ପୂର୍ତି ଦିବସ ପାଳିତ

କେନ୍ଦ୍ରାପଡ଼ା ୧୦/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ୪୦ତମ ପ୍ରତିଷ୍ଠା ଦିବସ ପୂର୍ତି କଲେଜ ଅଧ୍ୟକ୍ଷ ଡ଼ଃ ସ୍ମୃତିରଞ୍ଜନ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କଲେଜର ଛାତ୍ରୀମାନେ ବିଭିନ୍ନ ସ୍ୱେଛାସେବୀ ଓ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେବା ସହ ଅଧ୍ୟକ୍ଷଙ୍କ ସହ ନିୟମିତ ସମ୍ପର୍କ ରକ୍ଷା କରି କଲେଜର ସର୍ବାଙ୍ଗୀନ ଉନ୍ନତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସୁନାମଧନ୍ୟ କବି, ଗାଳ୍ପିକ ଓ ସ୍ତମ୍ଭକାର ତଥା ଅବସରପ୍ରାପ୍ତ …

Read More »

ପୋଷାକ ବିତରଣ ଉତ୍ସବ

ଗରଦପୁର ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଳସୁଧା ପଂଚାୟତର ପଳସୁଧା ଠାରେ ପ୍ରତିଷ୍ଠିତ ସରକାରୀ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଳସୁଧା ପଂଚାୟତର ସରପଂଚ ଅନୁଜ କୁମାର ମହାନ୍ତି,ଶେଖ ସବିର ଅଲୀ,ରଶ୍ମୀରେଖା ସିଂହ,ରାଜୀବ କୁମାର ସ୍ୱାଇଁ,ନୟନା ବିଶ୍ୱାଳ,ସିଆରସିସି ସୁକାନ୍ତ କୁମାର ବେହେରା,ବିଦ୍ୟାଳୟର ସଭାପତି ଶେଖ ହେପାଇତୁଲା,ସଭ୍ୟ / ସଭ୍ୟା ଶେଖ କମର ଅଲୀ,ଶେଖ ସୋଲତାନ,ଉପସଭାପତି ଦିଲିପ କୁମାର ସିଂହ, ଶେଖ …

Read More »

ମଧ୍ୟାହ୍ନ ଭୋଜନରେ ମୂଷା : ଅସୁସ୍ଥ ୧୯ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତି

ଭଦ୍ରକ, ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ଜିଲା ତିହିଡି ବ୍ଲକ୍ ଶିକ୍ଷା ଅଧିଖଣ୍ଡ ଅଧୀନସ୍ଥ ଚାରିତରଫ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ମୂଷା ପଡିଥିବାର ଅଭିଯୋଗ ହୋଇଛି । ଏବଂ ଏହି ଖାଦ୍ୟ ଖାଇ ବିଦ୍ୟାଳୟର ୧୯ଜଣ ଛାତ୍ରଛାତ୍ରୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେବା ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ତିହିଡି ବ୍ଲକ୍ ଚାରିତରଫ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୭୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଏହି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସମୟରେ ଏକ ଅପ୍ରିତିକର …

Read More »

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୂପେ ଏସସିଆରବିର ବରିଷ୍ଠ ଆଇ.ପି.ଏସ ଡ. ସୁଧାଂଶୁ ଷଡଙ୍ଗୀ ଯୋଗଦାନ କରିଥିଲେ । ସାମ୍ପ୍ରତିକ ସମାଜରେ ପ୍ରଯୁକ୍ତି ବିଦ୍ୟାର ଉକ୍ରର୍ଷତା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ମାନସିକ ଦକ୍ଷତାର ବିକାଶ ବଳରେ ଛାତ୍ର ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏତଦ ବ୍ୟତୀତ ନିଜ ଅଭିଜ୍ଞତାରୁ ଅନେକ ଦୃଷ୍ଟାନ୍ତ ପ୍ରତିପାଦନ କରି ଉପସ୍ଥିତ ବିଦ୍ୟାର୍ଥୀଙ୍କ …

Read More »

ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

ଭୁବନ ୦୯/୦୮/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ “ଅଗଷ୍ଟ କ୍ରାନ୍ତି ଦିବସ” ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ ରଂଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦୀର୍ଘ ୭୭ ବର୍ଷ ପୂର୍ବେ ଇଂରେଜ ସରକାର ଙ୍କ ବିରୁଦ୍ଧରେ ଆଜିର ଦିନରେ ଭାରତଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଆନ୍ଦୋଳନକୁ ତୀବ୍ରତର କରିବା ନିମନ୍ତେ “କର ବା ମର” ଡାକରା ଦିଆଯିବା ପରେ ଅସଂଖ୍ୟ ଆନ୍ଦୋଳନକାରୀ ଦେଶପ୍ରେମୀ ସହିଦ୍ ହୋଇଥିଲେ । ଓଡିଶାର …

Read More »

ମଠକରଗୋଳା ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ ଉତ୍ସବ

ଭୁବନ ୦୯/୦୮/୨୦୧୯(ଓଡ଼ିଶା ସମାଚାର /ସୁଶାନ୍ତ କୁମାର ପୋଥାଳ)-ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷଛାତ୍ରଛାତ୍ରୀ ଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ ରଂଜନ ଦାଶ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମସ୍ତ ଅଧ୍ୟାପକ.ଅଧ୍ୟାପିକା ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ନବାଗତ ଛାତ୍ରଛାତ୍ରୀ ଙ୍କୁ ମହାବିଦ୍ୟାଳୟର ନିୟମ କାନୁନ ସଂପର୍କରେ ଅବଗତ କରାଇ କଲେଜରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା, ନିୟମିତ କଲେଜ ଆସି ନିଜର ଉପସ୍ଥାନ ପକାଇବା ,ମହାବିଦ୍ୟାଳୟର ଲାଇବ୍ରେରୀ,ଇ-ଲାଇବ୍ରେରୀ, ଲାବୋରେଟୋରୀ ର …

Read More »

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବିକାଶ ନାମରେ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗର ସ୍ୱତନ୍ତ୍ର ଯାଂଚ ଆରମ୍ଭ

ସାଲେପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା)- ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର ହେବାନେଇ  ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଏହାନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଂଚ ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଡିଟର ଶିବଚରଣ ବେହେରା, ଅପୂର୍ବ କୁମାର ଶବର ଆଜି ପ୍ରଥମ ଦିନରେ କଲେଜରେ ପହଂଚି କଲେଜର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଂଟର ପାଶବୁକ ଯାଂଚ କରିଥିବା ଜଣାଯାଇଛି । ଯାଂଚ କାର୍ଯ୍ୟ ନସରିବା ପର୍ଯ୍ୟନ୍ତ ମହାବିଦ୍ୟାଳୟର କେତେ ଅର୍ଥ ହରିଲୁଟ୍ …

Read More »