କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ପୁରାତନ ଶିକ୍ଷାନୁଷ୍ଠାନ ନିଗମାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରସ୍ତାବିତ ଶତ ବାର୍ଷିକୀ ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ବରିଷ୍ଠ ଶିକ୍ଷାବୀତ ତଥା ପରିବେଶବିତ କାଶିନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ମହୋତ୍ସବ କୋଭିଡ କଟକଣା ଯୋଗୁଁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମହାକାଳପଡା ବିକାଶ ମଂଚର ପୃଷ୍ଠପୋଷକତାରେ ପରବର୍ତୀ ସମୟରେ ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାଇ ଅନୁଷ୍ଠିତ ହେବାକୁ …
Read More »ଶିକ୍ଷା
+୨ ପରୀକ୍ଷା ବାତିଲ ଦାବିରେ କେନ୍ଦ୍ରାପଡା ଛାତ୍ର ସଂଘ ପକ୍ଷରୁ ଗଣ ଆନ୍ଦୋଳନ ଓ କଟକ – ଚାନ୍ଦବାଲି ରାସ୍ତା ଅବରୋଧ
କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)- +୨ ୨ୟ ବର୍ଷ ବୋର୍ଡ ପରୀକ୍ଷା ବାତିଲ ଦାବିରେ କେନ୍ଦ୍ରାପଡା ଛାତ୍ର ସଂଘ ପକ୍ଷରୁ କେନ୍ଦ୍ରାପଡା ଜୁନିଅର କଲେଜ, କେନ୍ଦ୍ରାପଡା ଇଭିନିଂ କଲେଜ, ପଟ୍ଟାମୁଣ୍ଡାଇ ଜୁନିଅର କଲେଜ, ନିକିରାଇ ମହାବୀର ଜୁନିଅର କଲେଜ, ବୀରୂପା ଜୁନିଅର କଲେଜ, ଆୟବାର ସରକାରୀ ଜୁନିଅର ବିଜ୍ଞାନ କଲେଜ ସମେତ ଜିଲ୍ଲାର ୧୩ଟି ମହାବିଦ୍ୟାଳୟର ଶତାଧିକ ଛାତଛାତ୍ରୀ ବୁଧବାର ଗଣ ଆନ୍ଦୋଳନ କରିବା ସହିତ କଟକ – ଚାନ୍ଦବାଲି ରାସ୍ତାକୁ କେନ୍ଦ୍ରାପଡା କଲେଜ ସମ୍ମୁଖ ରାସ୍ତା ଉପରେ ବସିରହି ଅବରୋଧ କରିଥିଲେ । ସେମାନଙ୍କ …
Read More »ଗରଦପୁର ବ୍ଲକ୍ ସ୍ତରୀୟ ମୋ ସ୍କୁଲ ସମ୍ମିଳନୀ ଓ ଆଲମୁନୀ ସମ୍ବର୍ଦ୍ଧନା ଉତ୍ସବ
ଗରଦପୁର ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ସରକାରୀ ଉଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଗରଦପୁର ବ୍ଲକ୍ ସ୍ତରୀୟ ମୋ ସ୍କୁଲ ସମ୍ମିଳନୀ ଓ ଆଲୁମିନୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଦାନ ଶିକ୍ଷକ ମଳୟ କୁମାର ପାଣି ଅଧ୍ୟକ୍ଷତା କରିଥିଲେ । ମୋ ସ୍କୁଲ କମିଟିର ଅଧ୍ୟକ୍ଷ ତଥା ଗରଦପୁର ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ମୋ ସ୍କୁଲ କମିଟି ସଦସ୍ୟ ଶିକ୍ଷକ …
Read More »ସୌନ୍ଧର୍ଯ୍ୟକରଣ ହୋଇଥିବା ଦୁତିଆଳ ଉଚ୍ଚପ୍ରାଥମିକ ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ
କେନ୍ଦ୍ରାପଡା, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତ ପକ୍ଷରୁ ସରପଂଚ ପୁଷ୍ପଲତା ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସରକାରଙ୍କ ସ୍କୁଲ ସୌନ୍ଧର୍ଯ୍ୟକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦୁତିଆଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ । ସ୍କୁଲର ଶ୍ରେଣୀଗୃହ ଗୁଡିକୁ ଡିଜିଟାଲ ଶ୍ରେଣୀଗୃହରେ ପରିଣତ କରାଯାଇଥିବା ବେଳେ ସୌରଶକ୍ତି ମାଧ୍ୟମରେ ସ୍କୁଲ ପରିସରକୁ ଆଲୋକିତ କରାଯାଇ ସ୍କୁଲରେ ଟିଭି, ଆକୁଆଗାର୍ଡ, ଗ୍ରୀନବୋର୍ଡ ପ୍ରଭୃତି ଲଗାଯାଇଛି । ସ୍କୁଲ କାନ୍ଥକୁ ବିଭିନ୍ନ ରଙ୍ଗବେରଙ୍ଗରେ ଚିତ୍ରଣ କରାଯିବା ସହ ସ୍କୁଲକୁ …
Read More »୧୦ବର୍ଷ ବୟସ କମାଇ ସରକାରୀ ସ୍କୁଲରେ ଶିକ୍ଷକତା
ପାଠପଢ଼ା, ଜନ୍ମ ପ୍ରମାଣପତ୍ର ଦାଖଲ ନିର୍ଦ୍ଧେଶ ପରେ ବି ଯାଂଚ ହେଉନି -ସର୍ଭିସ ବୁକ୍ ପ୍ରମାଣପତ୍ର ମାଗିବାରୁ ଧରାପଡ଼ିଲା ଜାଲିଆତି କେନ୍ଦ୍ରାପଡ଼ା, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ଗଣଶିକ୍ଷକ ନିଯୁକ୍ତିକୁ ନେଇ ବିବାଦ ଥମିବାର ନାହିିଁ । କେତେବେଳେ ଆବଶ୍ୟକତା ଅନୁଯାଇ ଯୋଗ୍ୟତା ପୂରଣ ହେଉନଥିଲେ ବି ଚାକିରି ସ୍ଥାୟୀ କରିବାକୁ କାରସାଦି କରାଯାଉଛିତ ପୁଣି କେବେ ଜାଲିଆତି ହେଉଛି । ବୟସକୁ କମାଇ ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି କେତେ । ଚାକିରି ସମୟରେ ବୟସ କମ୍ ପକାଇ କଂସାର ନୋଡାଲ ହାଇସ୍କୁଲରେ …
Read More »ଶୁଭେନ୍ଦୁ ସାହୁ ମୋ ସ୍କୁଲ ଅଭିଯାନ ରେ ଜିଲ୍ଲାପାଳ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଭୁବନ ୧୭/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ୟୁଥ ଆଇକନ ଭାବେ ପରିଚିତ ଯୁବ ସମାଜସେବୀ ଶୁଭେନ୍ଦୁ କୁମାର ସାହୁ (ମୁନ୍ନା) ମୋ ସ୍କୁଲ ଅଭିଯାନରେ ମୁଖ୍ୟ ପୁରୋଧା ସାଜି ପୁରାତନ ଛାତ୍ର ମାନଙ୍କ ଜରିଆରେ ସ୍କୁଲର ଉନ୍ନତି ପାଇଁ ଉଦ୍ୟମ କରୁଥିବାରୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ଙ୍କ ସମେତ ପିଡି ଡିଆରଡିଏ ନରୋତମ ବେହେରା,ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି ପ୍ରମୁଖ ଶୁଭେନ୍ଦୁ …
Read More »ମୋ ସ୍କୁଲ ଅଭିଯାନ ଅନୁକୂଲ୍ୟରେ ମଣ୍ଡଳ ସ୍ତରୀୟ ଧନ୍ୟବାଦ ପତ୍ର ଅର୍ପଣ ଉତ୍ସବ
ତାରପୁର, ୧୬/୦୪/୨୦୨୧(ଓଡ଼ିଶା ସମାଚାର)– ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଶରରେ ମଣ୍ଡଳ ସ୍ତରୀୟ ଧନ୍ୟବାଦ ପତ୍ର ଅର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଣ୍ଡଳ ଶିକ୍ଷାଅଧିକାରୀ ରାଜ୍ୟଶ୍ରୀ ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ରଘୁନାଥପୁର ସୁପରିଟେଣ୍ଡେ ଡଃ ସୁକାନ୍ତ କୁମାର ଦଳାଇ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନେ ସେମାନେ ପାଠପଢି ବଡ ହୋଇଥିବା ଶିକ୍ଷାନୁଷ୍ଠାନକୁ ସହାୟତାର ହାତ ବଢାଇବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ରଘୁନାଥପୁର …
Read More »ବୋର୍ଡ଼ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର, ୧୫/୦୪/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୧୯ ତାରିଖରୁ ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ବନ୍ଦ ରହିବ । ଏଥି ସହିତ ମାଟ୍ର୍ରିକ ଓ ଦ୍ୱାଦଶ ଶ୍ରେଣି ବୋର୍ଡ଼ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । କରୋନାର ବର୍ତମାନ ସ୍ତିତିରେ ପରୀକ୍ଷା କରାଯାଇ ପାରିବ ନାହିଁ । ଆସନ୍ତା ଜୁନ ମାସରେ ପରୀକ୍ଷା ନେଇ ସମୀକ୍ଷା ପରେ ନିଷ୍ପତି ଗ୍ରହଣ କରାଯିବ । ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶ ପରେ ସରକାର ଏହି ନିଷ୍ପତି ନେଇଛନ୍ତି । …
Read More »ସର୍ବପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ଆଧୁନିକିକରଣ ହେବ
କେନ୍ଦ୍ରାପଡା,୧୪/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ଆଧୁନିକିକରଣ କରାଯିବ । ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତିଛବିକୁ ବହନ କରୁଥିବା ଏହି ହାଇସ୍କୁଲର ଶ୍ରେଣୀ ଗୃହ ଗୁଡିକୁ ଅତ୍ୟାଧୁନିକ ଜ୍ଞାନ କୈାଶଳରେ ନିର୍ମାଣ କରାଯାଇ ଜିଲ୍ଲାର ଏକ ଶ୍ରେଷ୍ଠ ମଡେଲ ସ୍କୁଲରେ ପରିଣତ କରାଯିବ । ରାଜ୍ୟ ସରକାରଙ୍କ ପ୍ରଣିତ ଯୋଜନା ଅନୁଯାଇ ଗୋଟିଏ ପବ୍ଳିକ ସ୍କୁଲର ସମସ୍ତ ସୁବିଧା ସୁଯୋଗ ଏଠାରେ ସ୍କୁଳର ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରାପଡା ସରକାରୀ ହାଇସ୍କୁଳକୁ ପୋଷ୍ୟ …
Read More »ପାରାଦୀପ ମହାବିଦ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ
ପାରାଦୀପ ୧୨/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ମହାବିଦ୍ୟାଳୟ ରେ ଆଗାମୀ ୨୭ ତାରିଖ ରୁ +୩ ୨ୟ ବର୍ଷ ର ପରୀକ୍ଷା ହେବାକୁ ଯାଉଛି । ଏହି ପରୀକ୍ଷା ଅଫଲାଇନ୍ ରେ ହେବାକୁ ଥିବା ବେଳେ ଏହା କୁ ବିରୋଧ କରିଛନ୍ତି ଏହି ଶ୍ରେଣୀ ର ଛାତ୍ରଛାତ୍ରିମାନେ । ପାରାଦୀପ ମହାବିଦ୍ୟାଳୟ ର +୩ ୨ୟ ବର୍ଷର ଛାତ୍ରଛାତ୍ରୀମାନେ ଅଫଲାଇନ୍ ପରୀକ୍ଷା ବାତିଲ କରିବା ଦାବି ରେ ସୋମବାର ଦିନ ଧାରଣା ଦେଇଥିଲେ । ସୋମବାର ଦିନ ଏହି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ବନ୍ଦ କରି …
Read More »