Thursday , December 1 2022
Breaking News
Home / ଶିକ୍ଷା (page 13)

ଶିକ୍ଷା

ଫଜଲହକ୍ ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂଗଠନର ନୂତନ କର୍ମକର୍ତା ନିର୍ବାଚିତ 

ଗରଦପୁର,୨୬/୦୯/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଫଜଲହକ୍ ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂଗଠନର ଏକ ସାଧାରଣ ସଭା ରବିବାର  ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି ସାଧାରଣ ସଭାରେ ଡ଼ଃ ଅମରେନ୍ଦ୍ରନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ବିଗତ ବର୍ଷ ମାନଙ୍କରେ କରାଯାଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ପୂର୍ବରୁ ଦାୟୀତ୍ୱ ନ୍ୟସ୍ତ କରାଯାଇଥିବା ନିର୍ବାଚନ ଅଧିକାରୀ ଆଡ଼ଭୋକେଟ ହୃଦୟନିଧି ମହାନ୍ତି , ନୃସିଂହ ଚରଣ ବେହେରା ଓ କୈଳାଶ ଚନ୍ଦ୍ର ସ୍ୱାଇଁ ଙ୍କ ତତ୍ୱାବଧାନରେ ଆସନ୍ତା ଦୁଇ …

Read More »

ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ

ଭୁବନେଶ୍ୱର,୨୬/୦୯/୨୦୨୨ (ଓଡ଼ିଶା ସମାଚାର)- ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩-୨୪ ଶିକ୍ଷାବର୍ଷରୁ ରାଜ୍ୟର ୪୦ଟି ହାଇସ୍କୁଲରେ ଯୁକ୍ତଦୁଇ ଶ୍ରେଣୀ ଖୋଲିବ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଏକାଦଶ ଶ୍ରେଣୀରୁ ପାଠପଢା ଆରମ୍ଭ ହେବ।ଏଥିପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ । ଯେଉଁସ୍ଥାନରେ କଲେଜ ସୁବିଧା ନାହିଁ, ପିଲାମାନଙ୍କୁ ଯିବା ପାଇଁ ବାଟ ଦୂର ପଡୁଛି ସେହିଭଳି ଅଞ୍ଚଳରେ ଥିବା ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ । ପ୍ରଥମେ …

Read More »

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଦିବସ ପାଳିତ

କେନ୍ଦ୍ରାପଡା, ୨୫/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଲୟର ଭାଷା ଭବନ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ପ୍ରାଧ୍ୟାପକ ପ୍ରମୋଦ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଫେସର ଦେବେନ୍ଦ୍ରନାଥ ଗୋଛାୟତ ସ୍ୱେଛାସେବୀମାନଙ୍କୁ ସେବାର ପରିଭାଷା ସମ୍ପର୍କରେ ବୁଝାଇଥିଲେ । ମେଜର ମନୋରଞ୍ଜନ ମହାନ୍ତି ଜାତୀୟ ସେବା ସଂସ୍ଥାର ମଟୋ “ନଟ ମିଇ ବଟ …

Read More »

ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ଭୁବନ ୨୪/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ , ‘ସମାଜ ସେବା’ ଅନ୍ୟକୁ ସେବା ଦେବା ସହ ନିଜକୁ ଜଣେ ସଫଳ ବ୍ୟକ୍ତି ଭାବେ ପ୍ରସ୍ତୁତ କରିବାର ମାଧ୍ୟମ ହେଉ । ଯାହା ଦ୍ୱାରା ରାଷ୍ଟ୍ରର ଉନ୍ନତି ହୋଇପାରିବ ଓ ସମାଜରେ ଉତମ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । …

Read More »

ଆଇଆଇଟିରେ ଖୋଲିବ ଦୂର ନିରନ୍ତର ଶିକ୍ଷା

ଭୁବନେଶ୍ୱର,୨୪/୦୯/୨୦୨୨ (ଓଡ଼ିଶା ସମାଚାର)- କରୋନା ମହାମାରୀ ସ୍ଥିତି ପରଠାରୁ ଅନଲାଇନ ପାଠପଢ଼଼ାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଅନଲାଇନ୍ ଓ ଦୂର ନିରନ୍ତର ଶିକ୍ଷା(ଡିସଣ୍ଟାସ୍ )ରେ ନୂଆ ନୂଆ ବିଭାଗ ଖୋଲୁଛି। ପ୍ରଭାବିତ ଶିକ୍ଷା ବ୍ୟବସ୍ଥାର ସୁଧାର ଓ ବ୍ୟବସ୍ଥାକୁ ଗୁଣାତ୍ମକ କରିବା ପାଇଁ ବିଭିନ୍ନ ଆଇଆଇଟି(ଇଣ୍ଡିଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି) ପକ୍ଷରୁ ମଧ୍ୟ ବିଭିନ୍ନ ବିଭାଗରେ ନୂତନ କୋର୍ସ ଆରମ୍ଭ ହୋଇଛି। ଉଭୟ ଅନ୍ ଲାଇନ୍ ଓ ଅଫଲାଇନରେ କୋର୍ସ ଉପଲବ୍ଧ ହେବାକୁ ଥିବାବେଳେ ଏଥିରେ ପବ୍ଲିକ ପଲିସି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିଜାଇନ ଭଳି …

Read More »

ଶିକ୍ଷାନୁଷ୍ଠାନରେ ପାଳନ ହେବ ଆନ୍ତର୍ଜାତିକ ମିଲେଟ୍ ବର୍ଷ

ଭୁବନେଶ୍ୱର, ୨୪/୦୯/୨୦୨୨ (ଓଡ଼ିଶା ସମାଚାର)- ମିଲେଟ୍ ମିଶନ୍ ର ସଫଳ କାର୍ଯ୍ୟକାରୀତା ଦିଗରେ ଶିକ୍ଷାନୁଷ୍ଠାନ ସ୍ତରରେ ଆରମ୍ଭ ହେବ ସଚେତନତା। ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକର ଛାତ୍ରଛାତ୍ରୀ ଏନେଇ ସଚେତନ ହେବା ସହ ମିଲେଟ୍ ମିଶନର କ୍ୟାମ୍ପେନ୍ ପ୍ରତି ମଧ୍ୟ ଗୁରୁତ୍ୱ ଦେବେ। ଏଥି ପ୍ରତି ୟୁଜିସି ଗୁରୁତ୍ୱ ଦେବା ସହ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛି। ୟୁଜିସି ଦର୍ଶାଇଛି ଯେ, ଚଳିତ ବର୍ଷକୁ ବିଶ୍ୱ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଥିବାବେଳେ ଏହାର ସଚେତନତା ପ୍ରତି ଶିକ୍ଷାନୁଷ୍ଠାନ ସ୍ତରରେ …

Read More »

କଂସାର ସାହାସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବୀତରଣ ଉତ୍ସବ

କେନ୍ଦ୍ରାପଡ଼ା, ୨୩/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର କଂସାର – ସାହାସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କଂସାର ସରପଂଚ ସରୋଜିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ୨୭୬ଜଣ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନପୁର ସ୍କୁଲର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ରାଉତ, ରବିନ୍ଦ୍ର ନାଥ ପଣ୍ଡା, ଶିକ୍ଷା କମିଟି ଅଧ୍ୟକ୍ଷ ରମେଶ …

Read More »

ନିରାକାରପୁର କଲେଜ ସ୍ଥାୟୀ ପଟ୍ଟା ଦାବି ଜୋର ଧରିଲା

ନିରାକାରପୁର, ୨୩/୦୯/୨୦୨୨(ଓଡ଼ିଶା ସମାଚାର)- ବର୍ଷ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡ଼ିଏଭି ସର୍ବପୁରାତନ ବିଜ୍ଞାନ ମହାବିଦ୍ୟାଳୟର ସ୍ଥାୟୀ ଜମି ପଟ୍ଟା ପାଇଁ ଦାବି ହୋଇ ଆସୁଥିଲେ ବି ସତେ ଯେମିତି କେହି କର୍ଣ୍ରପାତ କରୁ ନଥିବା ଭଳି ମନେ ହେଉଛି । ଏହି କଲେଜର ସ୍ଥାୟୀ ପଟ୍ଟା ସମସ୍ୟାକୁ ନେଇ ସରକାର ସ୍ୱତନ୍ତ୍ର କ୍ୟାବିନେଟରେ ଜାଗା ନଥିବା କଲେଜ,ସ୍କୁଲଗୁଡ଼ିକୁ ସ୍ଥାୟୀ ପଟ୍ଟା ଯୋଗାଇବାକୁ ନିର୍ଦ୍ଧେଶନାମା ଥିବାବେଳେ କିନ୍ତୁ ଅଦ୍ୟାବଧି ବହୁ ସଂଖ୍ୟାରେ ସ୍କୁଲ ,କଲେଜକୁ ପଟ୍ଟା ଯୋଗାଣ କରାଯାଇଥିଳେ ବି ଏ …

Read More »

ବିଜୁ ଛାତ୍ର ଜନତା ଦଳର ବୈଠକ

କଟକ, ୨୨/୦୯/୨୦୨୨ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଜି ବିଜୁ ଛାତ୍ର ଜନତା ଦଳ , ଓଡ଼ିଶା ତରଫରୁ କଟକ ସର୍କିଟ୍ ହାଉସ୍ ଠାରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜ୍ୟର ୨ ଗୋଟି ପ୍ରମୁଖ ବିଶ୍ଵବିଦ୍ୟାଳୟ ଯଥା: ‘୧.ରେଭେନ୍ସା ବିଶ୍ଵବିଦ୍ୟାଳୟ ଓ ୨.ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ’ ଏବଂ ୪ ଗୋଟି ମହାବିଦ୍ୟାଳୟ ଯଥା: ‘୧. ଜାତୀୟକବି ବୀରକିଶୋର ସରକାରୀ ମହାବିଦ୍ୟାଳୟ, କଟକ ୨. ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟ, ଜଗତପୁର, ୩. ଚୌଦ୍ୱାର ସ୍ନାତକ ମହାବିଦ୍ୟାଳୟ, ଚୌଦ୍ୱାର, ୪. କଟକ ମହାବିଦ୍ୟାଳୟ, ବିଦ୍ୟାଧରପୁର’ ଗୁଡ଼ିକରେ …

Read More »

କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ଶ୍ରେଣୀର ନବାଗତଙ୍କୁ ସ୍ୱାଗତ

କେନ୍ଦ୍ରାପଡା, ୨୨/୦୯/୨୦୨୨(ଓଡ଼ିଶା ସମାଚାର)- ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶ କ୍ରମେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଘଟିକା ସମୟରେ କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯୁକ୍ତ୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା ସଞ୍ଜିବ କୁମାର ମହାନ୍ତି, ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ଡଃ. ଜ୍ଞାନୀନ୍ଦ୍ର ଦାଶ, ମେଜର ମନୋରଞ୍ଜନ ମହାନ୍ତି, ନମିତା ପାତ୍ର, ଅଶୋକ କୁମାର ଦାସ, ଡଃ. ରତ୍ନମଞ୍ଜରୀ ଦାଶ, ଡଃ. …

Read More »