Sunday , March 26 2023
Breaking News
Home / ଶିକ୍ଷା (page 127)

ଶିକ୍ଷା

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ ଉତ୍ସବ

ଭୁବନ ୧୪/୦୮/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷଛାତ୍ରଛାତ୍ରୀ ଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସଯୋଗଦେଇ ରାଷ୍ଟ୍ରଗଠନରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ । ନାରୀମାନେ ଶିକ୍ଷିତ ହେଲେ ଦେଶର ତଥା ସମାଜର ଉନ୍ନତି ହୋଇପାରିବ । ତେଣୁ ଉତମ ସୁଶିକ୍ଷା ଚରିତ୍ରଗଠନ କରିବା ସହିତ ଏକ ମଜବୁତ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥରଲେ । ନୂତନ ଶିକ୍ଷା ପଦ୍ଧତି …

Read More »

ଯକ୍ଷ୍ମା ରୋଗ ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ରଘୁନାଥପୁର,୧୪/୮/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଜୁନିଅର କଲେଜ ଛାତ୍ର ଛାତ୍ରୀଙ୍କୁ ଯକ୍ଷ୍ମାରୋଗ ସମ୍ପର୍କରେ ସଚେତନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଗତସିଂହପୁର ଜିଲା ଯକ୍ଷ୍ମା କେନ୍ଦ୍ର ପକ୍ଷରୁ ପିପିଏମ ସଂଯୋଜକ ଏମ ଡ଼ି ୱାକର ଅଲୀ ଉପସ୍ଥିତ ରହି ଏହି ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଟିବି ଚମ୍ପିଆନ ସେକ୍ ସହାୟକ ଅଲୀ ଯେକି ଯକ୍ଷ୍ମା ରୋଗରୁ ଆରୋଗ୍ୟ ଲାଭ କରି ସୁସ୍ଥ ଜୀବନ ବିତାଉଥିବା ନିଜର …

Read More »

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ 

ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର)-ଯୁବ ମସ୍ତିସ୍କରେ ବୈଜ୍ଞାନିକ, ପରିକଳ୍ପନା ଏବଂ ଅଭିନବ ଚିନ୍ତାଧାରା ପ୍ରବେଶ କରାଇବାର ଅଭିଯାନ ସ୍ୱରୂପ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ୟୁଏଆଇଏଲ (ଉକ୍ରଳ ଆଲୁମିନା ଇଂଟରନ୍ୟାସନାଲ୍ ଲିମିଟେଡ୍) କ୍ୟାମ୍ପସରେ ଆନ୍ତଃ ସ୍କୁଲ ବିଜ୍ଞାନ, ଗଣିତ ଓ ସାମାଜିକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ସିବିଏସଇ ହବ୍ ସ୍କୁଲ ପକ୍ଷରୁ ବିଭିନ୍ନ ପ୍ରକାର ଅଭିଯାନ ଶୃଙ୍ଖଳାର ଏହା ପ୍ରଥମ କାର୍ଯ୍ୟକ୍ରମ ଯେଉଁଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜରେ ବୈଜ୍ଞାନିକ ମୂଲ୍ୟବୋଧ ଓ ଅନୁମାନକୁ ଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି …

Read More »

ଜୟଦେବ ଭବନରେ ରାଜ୍ୟସ୍ତରୀୟ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ଭୁବନେଶ୍ୱର , ୧୩/୦୮/୨୦୧୯(ଓଡ଼ିଶା ସମାଚାର)-ଶିକ୍ଷା ହିଁ ସମାଜର ଆଲୋକବର୍ତିକା ଯାହାର ପ୍ରଗତି ନିମନ୍ତେ ପାଠାଗାର ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ରାଜ୍ୟ ସୂଚନା ଭବନରେ ପାଠାଗାର ଆନ୍ଦୋଳନର ଜନକ ଡଃ ଏସ୍,ଆର , ରଙ୍ଗନାଥନ୍ ଜୟନ୍ତୀ ଉତ୍ସବ ତଥା ରାଜ୍ୟ ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳନ ଅବସରରେ ମୁଖ୍ୟଅତିଥିଭାବରେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏହା ପ୍ରକାଶ କରିଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ସଂଘର ସଭାପତି ଅନନ୍ତ …

Read More »

ରାଜକନିକା ଏସ.ଏନ କଲେଜ +୩ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୱେଷ୍ଟ କୋର୍ଟ ପ୍ରଚଳନ ଓ କଲେଜ ଅଧ୍ୟକ୍ଷଙ୍କ ର୍ଦୁବ୍ୟବହାର ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ୧୩/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର +୩ ଶେଷ ବର୍ଷର ଛାତ୍ରଛାତ୍ରୀମାନେ ସେମାନଙ୍କ ନିମନ୍ତେ ୱେଷ୍ଟ କୋର୍ଟର ପ୍ରଚଳନ ଓ କଲେଜ ଅଧ୍ୟକ୍ଷଙ୍କ ର୍ଦୁବ୍ୟବହାର ପ୍ରତିବାଦରେ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କଲେଜ ଅଧ୍ୟକ୍ଷ ବୈକୁଣ୍ଠ ନାଥ ପରିଡା ଏକ ନୋଟିସ ମାଧ୍ୟମରେ ଜଣାଇଥିଲେ ଯେ କଲେଜର ସମସ୍ତ ଛାତ୍ରଛାତ୍ରୀ ଚଳିତମାସ …

Read More »

ନାଲିବର ହାଇସ୍କୁଲ ୧୯୮୪ ବ୍ୟାଚ ପକ୍ଷରୁ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ସ୍ୱାସ୍ଥ୍ୟ ସଚେତନତା 

ରଘୁନାଥପୁର,୧୩/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ନାଲିବର ସରକାରୀ ଉଚ ବିଦ୍ୟାଳୟ ୧୯୮୪ ବ୍ୟାଚ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଚଳିତ ବର୍ଷ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ଛାତ୍ରୀ ଅଳକା ପ୍ରିୟଦର୍ଶିନୀ ପରିଡ଼ାଙ୍କୁ  ସମ୍ବର୍ଦ୍ଧିତ କରିବା ସହ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା । ବିଗତ ୪ ବର୍ଷ ଧରି ଏହି ବ୍ୟାଚ ପକ୍ଷରୁ କାର୍ଯ୍ୟ କ୍ରମ କରାଯାଉଛି । ଛାତ୍ରୀ ପରିଡ଼ା ୫୨୦ ନମ୍ବର ରଖି ବିଦ୍ୟାଳୟର ଗୌରବ ବଢ଼ାଉଥିବାବେଳେ ତାଙ୍କୁ ୨ ହଜାର …

Read More »

ଗଣିତ, ଇଂରାଜୀ ଓ ବିଜ୍ଞାନ ଉପରେ ଫୋକସ : ୪୫ ମିନିଟ ବଦଳରେ ଦେଢ଼ ଘଂଟିଆ ପିରିୟଡ଼

ଭୁବନେଶ୍ୱର,୧୩/୦୮/୨୦୧୯(ଓଡ଼ିଶା ସମାଚାର)- ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପୁଣି ଏକ ନୂଆ ନିଷ୍ପତି । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ୩ ଟି ବିଷୟରେ ଭଲ କରୁନାହାନ୍ତି । ସାଧାରଣଭାବେ ଗଣିତ, ଇଂରାଜୀ ଓ ବିଜ୍ଞାନ ବିଷୟରେ ଛାତ୍ର ଛାତ୍ରୀମାନେ ଭଲ କୁନଥିବା ଦେଖାଯାଉଥିବାରୁ ସେହି ୩ ଟି ବିଷୟକୁ ଫୋକସ କରାଯିବ । ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ଏହି ୩ ଟି ବିଷୟରେ ଏଣିକି ୪୫ ମିନିଟ ପରିବର୍ତେ ଦେଢ଼ଘଂଟା ପିରିୟଡ଼ ରେ ଶିକ୍ଷା ଦାନ କରାଯିବ ବୋଲି …

Read More »

ପାରାଦ୍ୱୀପ ମହାବିଦ୍ୟାଳୟରେ ୪୫ତମ ପ୍ରତିଷ୍ଠା ଦିବସ ପାଳିତ

  ପାରାଦ୍ୱୀପ ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ କଲେଜର ୪୫ତମ ପ୍ରତିଷ୍ଠା ଦିବସ ସୋମବାର ଦିନ କଲେଜ ପରିସରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ  ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ କଲେଜ ପରିଚାଳନା ସମିତିର  ସଭାପତି ଡ.ଦାମୋଦର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ବକ୍ତାଭାବେ ଯୋଗଦେଇ କଲେଜ ଓ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତି ଓ ଭବିଷ୍ୟତ ବିଷୟରେ ବକ୍ତବ୍ୟ ରଖିôଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିିଥି ମାନେ ସମ୍ମାନିତ …

Read More »

ଓଟିଇଟି ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟିକୁ ବିରୋଧ କରି ସହକାରୀ ଶିକ୍ଷକ ମହାସଂଘର ଆନ୍ଦୋଳନ ପାଇଁ ସଜବାଜ

ଭୁବନେଶ୍ୱର ,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାର ଓଟିଇଟି ପରୀକ୍ଷା ନିୟନ୍ତ୍ରଣ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କୁ ଦାୟିତ୍ୱ ଦେଇଛନ୍ତି । ବର୍ଷକୁ ୨ଥର ଓଟିଇଟି ପରୀକ୍ଷା ହେବାକୁ ନିୟମ ଥିବାବେଳେ ପରୀକ୍ଷା କେବେ ହେଉଛି ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ । ଏପଟେ ରାଜ୍ୟରେ ଗଣଶିକ୍ଷକ, ଶିକ୍ଷା ସହାୟକମାନେ ଓଟିଇଟି ଯୋଗ୍ୟତା ହାସଲ କଲେ ନିୟମିତ ଶିକ୍ଷକ ହେବା ପାଇଁ ନିର୍ଦ୍ଦେଶ ଥିବାରୁ ସେମାନେ ନିୟମିତ ହେବାରୁ ବଂଚିତ ହୋଇଛନ୍ତି । ଓଟିଇଟି ପରୀକ୍ଷାର କୌଣସି ନିର୍ଦ୍ଦିଷ୍ଟତା ନଥିବା ବେଳେ ଦୀର୍ଘ …

Read More »

ଜଗତସିଂହପୁରରେ ବିଜ୍ଞାନ ପଦଯାତ୍ରା

ଜଗତସିଂହପୁର, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଠାରେ ବିଜ୍ଞାନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଜଗତସିଂହପୁର କଲେଜଛକ ଠାରୁ ବାହାରି ବଙ୍ଗଳାଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ବିଜ୍ଞାନପ୍ରେମୀଙ୍କୁ ବୈଜ୍ଞାନିକ ଡଃ ଶଶିକାନ୍ତ ଆଚାର୍ଯ୍ୟ, ଶିକ୍ଷାବିତ ବିଶ୍ୱାବସୁ ଦାସ, ଅଧ୍ୟାପକ ମନୋଜ କୁମାର ଲେଙ୍କା, ଗବେଷକ ଅମରେନ୍ଦ୍ର ନାୟକ, ଅମ୍ବିକା ମହାନ୍ତି, ଆଇନଜୀବୀ ରଞ୍ଜିତ ମହାନ୍ତି, ପ୍ରଦୀପ୍ତ ରାମ ପ୍ରମୁଖ ଉଦବୋଧନ ଦେଇଥିଲେ । ଛାତ୍ର ପ୍ରତିନିଧି ଭାବେ ବିକାଶ ରଞ୍ଜନ ମୁଦୁଲି, ଶୁଭାଙ୍ଗିନୀ ବସ୍ତିଆ, ରୁଦ୍ରପ୍ରସାଦ …

Read More »