Thursday , December 1 2022
Breaking News
Home / ଶିକ୍ଷା (page 12)

ଶିକ୍ଷା

ନିରାକାରପୁର କଲେଜ ସ୍ଥାୟୀ ପଟ୍ଟା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନିରାକାରପୁର, ୨୯/୦୯/୨୦୨୨(ଓଡ଼ିଶା ସମାଚାର)- ବର୍ଷ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡ଼ିଏଭି ସର୍ବପୁରାତନ ବିଜ୍ଞାନ ମହାବିଦ୍ୟାଳୟର ସ୍ଥାୟୀ ଜମି ପଟ୍ଟା ପାଇଁ ଦାବି  ହେଉଥିବାବେଳେ ଗତ ୨୭ ତାରିଖରେ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଅତିଶୀଘ୍ର କଲେଜର ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି । ପ୍ରକାଶଥାଉ କି  ସରକାର ସ୍ୱତନ୍ତ୍ର କ୍ୟାବିନେଟରେ ଜାଗା ନଥିବା କଲେଜ,ସ୍କୁଲଗୁଡ଼ିକୁ ସ୍ଥାୟୀ ପଟ୍ଟା ଯୋଗାଇବାକୁ ନିର୍ଦ୍ଧେଶନାମା ଥିବାବେଳେ କିନ୍ତୁ ଅଦ୍ୟାବଧି ବହୁ ସଂଖ୍ୟାରେ ସ୍କୁଲ ,କଲେଜକୁ ପଟ୍ଟା ଯୋଗାଣ କରାଯାଇଥିଳେ …

Read More »

ଜୟୀପୁରା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

କେନ୍ଦ୍ରାପଡା, ୨୯/୦୯/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୧୧ନମ୍ବର ୱାର୍ଡର ଜୟୀପୁରା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବୀତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି, କାଉନସିଲର ପୁଷ୍ପାଞ୍ଜଳି ବସ୍ତିିଆ ମୁଖ୍ୟବକ୍ତା, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଦଳାଇ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ବିଶ୍ୱାଳ, ସି.ଆର.ସି.ସି. ଦେବାଶିଷ ସାହୁ, ମୋ ସ୍କୁଲ ସଭାପତି ହିରଣ୍ୟ କୁମାର ପଣ୍ଡା, ଶିକ୍ଷା କମିଟି ସଭାପତି …

Read More »

ଡିଇଓ ଓ ଡିପିସିଙ୍କ ଦୁଇ ଦିନିଆ ସମ୍ମିଳନୀ ଉଦଘାଟିତ

ଅତ୍ୟାଧୁନିକ ଭିତ୍ତିଭୂମିର ସୁପରିଚାଳନାକୁ ଗୁରୁତ୍ୱ ଭୁବନେଶ୍ୱର,୨୯/୦୯/୨୦୨୨ (ଓଡ଼ିଶା ସମାଚାର)- ସ୍କୁଲ ରୂପାନ୍ତରଣ ପରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରଥମେ ରୂପାନ୍ତରିତ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ  ଡିଜିଟାଲ୍ ପ୍ରଶିକ୍ଷଣ, ପରେ ଏଡିଇଓ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମ୍ମିଳନୀ ଓ ଏବେ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ମାନଙ୍କ ସମ୍ମିଳନୀ ଆରମ୍ଭ ହୋଇଛି। ଶିକ୍ଷକମାନଙ୍କ ପ୍ରଶିକ୍ଷଣ ପରେ ଏବେ ଅଧିକାରୀମାନଙ୍କୁ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥା ଓ ଅତ୍ୟାଧୁନିକ ଭିତ୍ତିଭୂମି ସମ୍ପର୍କରେ ଅବଗତ କରାଯାଉଛି। ଅତ୍ୟାଧୁନିକ …

Read More »

ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଏଲ.ଆର.ପି ତାଲିମକୁ ନେଇ ଶିକ୍ଷକମାନେ ଅସନ୍ତୁଷ୍ଟ

ଭୁବନେଶ୍ୱର,୨୮/୦୯/୨୦୨୨(ଓଡ଼ିଶା ସମାଚାର)- କୋଭିଡ଼ ମହାମାରୀ ଯୋଗୁଁ ପ୍ରାଥମିକ ଠାରୁ ଉଚ୍ଚ ଶ୍ରେଣୀରେ ୨ବର୍ଷ ଧରି ପାଠପଢା ବ୍ୟାହାତ ହୋଇଥିଲା । ସେଥିପାଇଁ ସରକାର ଆମ ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକର ଗ୍ରୀଷ୍ମ ଅବକାଶକୁ ବାତିଲ କରି ସେ ସମୟରେ ବିଦ୍ୟାଳୟରେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଶିକ୍ଷାଦାନ କରାଇଥିଲେ । କୋଭିଡ଼ ସମୟର (୨ବର୍ଷ) ପାଠପଢାକୁ ପୂରଣ କରିବା ପାଇଁ ଆମ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶିକ୍ଷକ ପରିପୂରଣ କାର୍ଯ୍ୟକ୍ରମ ବା ଏଲ.ଆର.ପି. । ଏଥିପାଇଁ ଶିକ୍ଷକମାନଙ୍କୁ ସ୍ୱେଚ୍ଛାସେବୀ ସଂଗଠନ (ଏନ.ଜି.ଓ) ଦ୍ୱାରା ତାଲିମ …

Read More »

ଦୁଇଦିନ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା: ଆଜି ପରୀକ୍ଷା ରୁ ବଂଚିତ ପିଲା, ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହ୍ରୁତ

ଟାଙ୍ଗି,୨୮/୦୯/୨୦୨୨ (ଓଡିଶା ସମାଚାର /ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଳକ ବୋଡଗଂରାପାଟଣା ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକରେ ଗତକାଲି ଠାରୁ ତାଲା ପକାଇଛନ୍ତି ଅଭିଭାବକ। ବଦଳି ହୋଇଥିବା ଶିକ୍ଷକ କିଶୋର କୁମାର ଦାଶଙ୍କ ପୁନଃ ନିଯୁକ୍ତି ଓ ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ପୁଷ୍ପଲତା ଶ୍ରୀଚନ୍ଦନଙ୍କୁ ଦାୟିତ୍ୱ ହସ୍ତାନ୍ତର ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଦାୟିତ୍ୱ ହସ୍ତାନ୍ତର ନହେବା ଫଳରେ ବିଦ୍ୟାଳୟ ର କୌଣସି ଉନ୍ନତିମୂଳକ କାର୍ୟ୍ୟ ହେଇପାରୁନାହିଁ। ବର୍ତମାନ …

Read More »

କନ୍ଧମାଳ ଜିଲ୍ଲାପାଳଙ୍କ ଦାରିଙ୍ଗବାଡ଼ି ଗସ୍ତ :

 ବିଭିନ୍ନ  ପର୍ଯ୍ୟଟନ ସ୍ଥଳୀ ବୁଲି  ପିଲାଙ୍କୁ ପାଠ ପଢାଇଲେ ବାଲିଗୁଡା,୨୭/୦୯/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାପାଳ ଡ଼ଃ ଆଶିଷ ଈଶ୍ୱର ପାଟିଲ ମଙ୍ଗଳବାର ଦାରିଙ୍ଗବାଡ଼ି ଗସ୍ତ କରି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ପ୍ରଥମେ ଇକୋ ରିଟ୍ରିଟ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । କଫି ବଗିଚା ପାଖରେ ରହିଥିବା ୨ ହେକ୍ଟର ଜମିରେ ନୂତନ ଭାବେ କଫି ରୋପଣ କାର୍ଯ୍ୟରେ ଯୋଗ ଦେଇଥିଲେ। କଫି ରୋପଣ କରିବା ସହ ଉକ୍ତ …

Read More »

ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଗ୍ରାମବାସୀଙ୍କ ଦାବି

କନ୍ଧମାଳ, ୨୭/୦୯/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ସଲାଗୁଡା ପଞ୍ଚାୟତର ପୁଲସରୁ ଠାରେ ଗ୍ରାମବାସୀଙ୍କ ଉଦ୍ୟମରେ ୧୯୯୬ ମସିହାରେ ଏକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ପରେ ୨୦୦୦ ମସିହାରେ ସରକାରଙ୍କ ଡିପିଇପି ଯୋଜନାରେ ଏହି ବିଦ୍ୟାଳୟକୁ ସ୍ବୀକୃତି ଦିଆଯାଇ ଇଜିଏସ ଶିକ୍ଷକ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ କିଛି ବର୍ଷ ପରେ ଗ୍ରାମବାସୀଙ୍କ ଅଜାଣତରେ ଏହି ବିଦ୍ୟାଳୟ ଅନ୍ୟ ଗ୍ରାମକୁ ଉଠାଇ ନିଆ ଯାଇଥିଲା । ଫଳରେ ପୁଲସରୁ ସମେତ ମାକୁବେଲା, ବୁଡେଲପଦର, ବିଲାପାଙ୍ଗା, ମିଲପାକେତା ଭଳି …

Read More »

ବଦଳି ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା

ଟାଗିଂ, ୨୭/୦୯/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ। ବଦଳି ହୋଇଥିବା ଶିକ୍ଷକ କିଶୋର କୁମାର ଦାଶଙ୍କ ପୁନଃ ନିଯୁକ୍ତି ଓ ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ପୁଷ୍ପଲତା ଶ୍ରୀଚନ୍ଦନଙ୍କୁ ଦାୟିତ୍ୱ ହସ୍ତାନ୍ତର ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଦାୟିତ୍ୱ ହସ୍ତାନ୍ତର ନହେବା ଫଳରେ ବିଦ୍ୟାଳୟ ର କୌଣସି ଉନ୍ନତିମୂଳକ କାର୍ୟ୍ୟ ହେଇପାରୁନାହିଁ। ବର୍ତମାନ ୫ ଟି …

Read More »

ସଉରୀଚରଣ ସଂସ୍କୃତ ମହାବିଦ୍ୟାଳୟରେ ଏନଏସଏସ ଦିବସ ପାଳିତ

ଛାତ୍ରଛାତ୍ରୀମାନଙ୍କ ଶ୍ରମ ବିନା ଦେଶର ସମୃଦ୍ଧି ଅସମ୍ଭବ ନିରାକାରପୁର, ୨୬/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲେଣ୍ଡୁ ପଂଚାୟତ ଆରେଡ଼ି ସାନଗୋବିନ୍ଦପୁରସ୍ଥିତ ସଉରୀ ଚରଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଏନଏସଏସ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଅଧ୍ୟକ୍ଷ ପ୍ରମୋଦ କୁମାର ଜେନାଙ୍କ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳ ବରିଷ୍ଠ ଉପସଭାନେତ୍ରୀ ତଥା କଲେଜ ପରିଚାଳନା କମିଟି ଅଧ୍ୟକ୍ଷା ବାସନ୍ତୀ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଶ୍ରମ ବିନା ଦେଶର …

Read More »

କେନ୍ଦ୍ରପଡା ମହାବିଦ୍ୟାଳୟରେ ୫ଟି ବିଷୟରେ ପି.ଜି. ଶ୍ରେଣୀ ପାଇଁ ଅନୁମତି ମିଳିଲା

କେନ୍ଦ୍ରାପଡ଼ା, ୨୬/୦୯/୨୦୨୨(ଓଡ଼ିଶା ସମାଚାର)-ଓଡିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୫ଟି ବିଷୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ସ୍ନାତକୋତର ସମ୍ନାନ(ପି.ଜି.) ଶ୍ରେଣୀ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଓଡିଆ, ମନସ୍ତତ୍ୱ, ଶିକ୍ଷା ଓ (ଏମ.ଏସ.ସି.) ରସାୟନ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ବିଷୟରେ ସେଲଫ ଫାଇନାନସିଂ ମୋଡରେ ଖୋଲାଯିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିଛି । ପ୍ରତ୍ୟେକ ବିଭାଗରେ ୧୬ଟି କରି ସିଟ ରହିବ ବୋଲି ଅନୁମତି ପତ୍ରରେ ଉଲ୍ଲେଖ ରହିଛି । ଉଚ୍ଚଶିକ୍ଷା …

Read More »