ଭୁବନେଶ୍ୱର,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାକୁ ଲକ୍ଷ କରି ଶୁକ୍ରବାର ୧୦ ଟି ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ରହିବ । ଉକ୍ତ ଜିଲାର ଜିଲାପାଳମାନେ ଶୁକ୍ରବାର ଏହି ୧୦ ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ିକୁ ଉଚଟି ଘୋଷଣା କରିଛନ୍ତି । ଏହି ଜିଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଗଂଜାମ, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ ଓ ଯାଜପୁର । କିନ୍ତୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସ୍କୁଲ ରେ ଉପସ୍ଥିତ ରହିବେ । …
Read More »ଶିକ୍ଷା
ପୌରାଂଚଳ ସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ଅନୁଷ୍ଠିତ
କେନ୍ଦ୍ରାପଡା , ୨୪/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକବିଦ୍ୟାଳୟ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଜଇପୁରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ବଳଦେବ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ହେମନ୍ତ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ହେଉଛି ଏହି ସୁରଭି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସହକାରୀ …
Read More »ସଂକ୍ଷେପରେ ତାଜା ଖବର : ଗଂଜାମ ଜିଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା
ଗଂଜାମ ,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ଲଘୁଚାପ ଜନିତ ଅନବରତ ବର୍ଷା ଯୋଗୁ ଗଂଜାମ ଜିଲାରେ ରାସ୍ତା ଘାଟ ସବୁ ବୁଡ଼ିଯାଇଛି । ଅନେକ ସ୍ଥାନରେ ଲୋକେ ଜଳବନ୍ଦି ହୋଇଛନ୍ତି । ବର୍ଷାର ପ୍ରକୋପ ବୃଦ୍ଧିକୁ ଲକ୍ଷକରି ଗୁରୁବାର ଜିଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ବିଦ୍ୟାଳୟ ଗୁଡ଼ିକ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଇ ପାରେ । …
Read More »ଖୋଖୋ ଟୁର୍ଣ୍ଣାମେଂଟ ରେ ତିର୍ତୋଲ କଲେଜର କୃତିତ୍ୱ
ତିର୍ତୋଲ, ୨୩/୧୦/୨୦୧୯(ଓଡ଼ିଶା ସମାଚାର)-ବାଙ୍କି ଠାରେ ଚାଲିଥବା ଉକ୍ରଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ମହିଳା ଖୋଖୋ ଟୁର୍ଣ୍ଣାମେଂଟରେ ଆଦିକବି ସାରଳାଦାସ ମହାବିଦ୍ୟାଳୟ ତିର୍ତୋଲର ମହିଳା ଖୋଖୋ ଟିମ ଆୟୋଜକ ବାଙ୍କି ମହାବିଦ୍ୟାଳୟକୁ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । କ୍ୟାପଟେନ ସସ୍ମିତା ନାଥଶର୍ମାଙ୍କ ନେତୃତ୍ୱରେ ଲୋପାମୁଦ୍ରା ସ୍ୱାଇଁ, ଜିନୁ ସ୍ୱାଇଁ, ରୂପାଲି ସୂତାର, ସନ୍ତୋଷୀ ପ୍ରୀୟଦର୍ଶିନୀ, ଗାୟତ୍ରୀ ଦାସ, ଶ୍ରଦ୍ଧାଞ୍ଜଳି ସାହୁ, ସୋନାଲି ସାମଲ, ମୋନାଲିସା ମହାନ୍ତି, ସରୋଜିନୀ ମଲ୍ଲିକ, ଚୁମାଲି ସ୍ୱାଇଁ ପ୍ରମୁଖ ପ୍ରତିଯୋଗ ବାଙ୍କି ସ୍ୱୟଂସାସିତ ମହାବିଦ୍ୟାଳକୁ ହରାଇ ଚମ୍ପିଆନ ଟ୍ରଫି …
Read More »ଯାଂଚହେବ +୨ ଓ ୮ମରୁ ୧୦ମ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରିପୋର୍ଟ – ୭୫%ରୁ କମ୍ ରହିଲେ କାର୍ଯ୍ୟାନୁଷ୍ଠାନ – ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଂଚପାଇଁ ନିଷ୍ପତି
ଭୁବନେଶ୍ୱର,୨୩/୧୦/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଶ୍ରେଣୀରେ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ମଧ୍ୟ ନଜର ରଖାଯାଇଛି । ସେଥିପାଇଁ +୨ ଓ ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯାଂଚ କରିବାକୁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଅଗଷ୍ଟରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ୩ମାସର ଉପସ୍ଥାନ ଯାଂଚ କରାଯିବ । ହାରାହାରି ଉପସ୍ଥାନ ୭୫ପ୍ରତିଶତରୁ …
Read More »କୁସମ୍ବୀ ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ଚକ୍ଷୁ ଚିକିତ୍ସା ଶିବିର – ଚକ୍ଷୁ ମଣିଷର ଅମୂଲ୍ୟ ଅଙ୍ଗ
ସାଲେପୁର, ୨୦/୧୦/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା): ସାଲେପୁର ଶିକ୍ଷାଜିଲ୍ଳା ଅଧିନ ରାଇସୁଙ୍ଗୁଡ଼ା ସ୍ଥିତ କୁସମ୍ବୀ ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ରାଜ୍ୟ ସରକାରଙ୍କର ସୁନେତ୍ର ଯୋଜନାରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇସୁଙ୍ଗୁଡ଼ା, ସିଢ଼ୋ, ପିକୋଳ, କୁସୁପୁର କ୍ଲଷ୍ଟର ଅଧିନରେ ଥିବା ପ୍ରଥମରୁ ଦଶମ ଶ୍ରେଣୀ ପଢ଼ୁଥିବା ୧୮୪ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୮୦ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଦେବା ପାଇଁ ସ୍ଥିର କରାଯାଇଥିବା ବେଳେ ୪ଜଣ ଛାତ୍ରଙ୍କ ଆଖିକୁ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡ଼ିଛି …
Read More »ପୋଷାକ ବିତରଣ ଉତ୍ସବ
ଗରଦପୁର, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ପଳସୁଧା ପଂଚାୟତ ଅନ୍ତର୍ଗତ ରାଏସର ଖରିସାଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ପୋଷାକ ବିତରଣ ଉତ୍ସବରେ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୫୬ ଜଣ ବାଳକ ଓ ବାଳିକା ଛାତ୍ର ଛାତ୍ରୀଙ୍କୁ ୨ ହଳ ପୋଷାକ ଓ ୧ହଳ ଯୋତା ବଂଟନ କରାଯାଇଥିଲା । ଏହି ପୋଷାକ ବିତରଣ ଉତ୍ସବରେ ସ୍ଥାନୀୟ ପଳସୁଧା ପଂଚାୟତ ର ସରପଂଚ ଅନୁଜ କୁମାର ମହାନ୍ତି , ବିଦ୍ୟାଳୟର ସଭାପତି ସୁଧାଂଶୁ …
Read More »ଇଗ୍ନୋ ଅଧ୍ୟୟନ କେନ୍ଦ୍ର ସଂଯୋଜକ ସମୂହ ସମ୍ମିଳନୀ
କୋରାପୁଟ,୨୦/୧୦/୨୦୧୯(ଓଡ଼ିଶା ସମାଚାର)-କୋରାପୁଟ ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟମୁକ୍ତ ବିଶ୍ୱବିଦ୍ୟାଳୟର ଆଂଚଳିକ କେନ୍ଦ୍ରର ସଂଯୋଜକଙ୍କ ଦିନିକିଆ ସମ୍ମିଳନୀ ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ପୂର୍ବତନ ଜିଲାପାଳ ତଥା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଦାଧର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଇଗ୍ନୋ ଶିକ୍ଷାକେନ୍ଦ୍ର ଗ୍ରାମାଂଚଳ ଛାତ୍ରାଛାତ୍ରୀଙ୍କୁ ଶିକ୍ଷାଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ବର୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରକାଶ …
Read More »ପ୍ରଜ୍ଞାରେଣୁ ଚଉରାରେ ମୃତିକା ସ୍ଥାପନ
ଡୁଙ୍ଗୁରିପାଲି,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ଡୁଙ୍ଗୁରିପାଲି ମହାବିଦ୍ୟାଳୟ ପରିସରସ୍ଥ ପ୍ରଜ୍ଞାରେଣୁ ଚଉରାରେ ଦେଶର ପୁଣ୍ୟ ଭୂମିଗୁଡିକରୁ ମାଟି ଆଣି ଏଠାରେ ସ୍ଥାପନ କରାଯାଇଛି । ନାଳନ୍ଦା ବିଶ୍ୱବିଦ୍ୟାଳୟ, ମାଉଂଟ ଆବୁ ପ୍ରଜ୍ଞାପତି ବ୍ରହ୍ମାକୁମାର ବିଶ୍ୱବିଦ୍ୟାଳୟ, ଶାନ୍ତି ନିକେତନ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ସାରନାଥ, ସତ୍ୟବାଦୀ ବନ ବିଦ୍ୟାଳୟ, ପଣ୍ଡିଚେରିର ଅରବିନ୍ଦ ଆଶ୍ରମ, ନେତାଜି ସୁବାଷଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ, ଗଙ୍ଗାଧର ମେହେର ଜନ୍ମସ୍ଥାନ, ଖଲିଆପାଲି ଭିମ ଭୋଇ ଆଶ୍ରମ, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ ସ୍ୱରାଜ ଆଶ୍ରମ, କନ୍ୟାକୁମାରୀ ପ୍ରଭୃତି ସ୍ଥାନର ମାଟି ଏହି ପ୍ରାଜ୍ଞରେଣୁ ଚଉରାରେ …
Read More »ବିଦ୍ୟାଳୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ
ଗରଦପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତିକନପୁର ନୋଡାଲ ଉ.ପ୍ରା. ବିଦ୍ୟାଳୟ ପରିସରରେ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୯ ସାଧନକେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କରୁଣାକର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ରମାନାଥ ମାହାଳି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତିକନପୁର ହାଇସ୍କୁଲ ର ପ୍ରଧାନଶିକ୍ଷକ ମହେନ୍ଦ୍ର କୁମାର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଗତିକୃଷ୍ଣ ଦାସ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ଯୋଗ …
Read More »