ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)-ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୋରାପୁଟ ଗସ୍ତରେ ଯାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏବଂ ପୂଜାରୀପୁଟ ୟୁପି ସ୍କୁଲ ଅଚାନକ ପରିଦର୍ଶନ କରିଥିଲେ । କୋରାପୁଟ ଜିଲ୍ଲା ସଦର ମହକୁମା ସଦଭାବନା ଗୃହରେ ଅନୁଷ୍ଠିତ ହେଉଥିବା ମାଧ୍ୟମିକ ଶିକ୍ଷା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକରେ ଯୋଗଦେଇ ଶିକ୍ଷାର ସୁପରିଚାଳନା, ଠିକ୍ ସମୟରେ ରେଜଲ୍ଟ ପ୍ରକାଶ ଆଦି ସମ୍ପର୍କରେ ଉପସ୍ଥିତ ବିଭାଗୀୟ କର୍ମକର୍ତା ପ୍ରମୁଖଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ …
Read More »ଶିକ୍ଷା
କେନ୍ଦ୍ରାପଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
କେନ୍ଦ୍ରାପଡା ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”ଇଚ୍ଛାପୁର ଉଚ୍ଚବିଦ୍ୟାଳୟ ପରିସରରେ ବୁଧବାର ପୂର୍ବାହ୍ନରେ ମଣ୍ଡଳ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମି ନାୟକଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା । ଆଶୁକବି ହେମନ୍ତ କୁମାର ଜେନାଙ୍କ ପରିଚାଳନାରେ ପ୍ରାୟୋଜିତ ସୁରଭି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଶିଶୁମାନଙ୍କ ପ୍ରତିଭାର ସାମଗି୍ରକ ବିକାଶ ପାଇଁ ଶିକ୍ଷା ବିଭାଗ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବା ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ବେହେରା କହିଥିଲେ । …
Read More »ମଠକରଗୋଳା ମହାବିଦ୍ୟାଳୟ ଦର୍ଶନ ବିଭାଗ ଛାତ୍ରୀ ଅବନ୍ତୀ ସାମଲ ଙ୍କ ସଫଳତା
ଭୁବନ,୨୯/୧୦/୨୦୧୯(ଓଡ଼ିଶା ସମାଚାର)-ଭୁବନ ବ୍ଳକ ଅର୍ନ୍ତଗତ ମଠକରଗୋଳା ମହାବିଦ୍ୟାଳୟ ଚଳିତ ଶିକ୍ଷାବର୍ଷରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପ୍ରଥମ ଦଶ ଜଣିଆ (ଟପ୍ ଟେନ୍ ) ତାଲିକାରେ ଦର୍ଶନ ( ସମ୍ମାନ )ବିଭାଗର ଛାତ୍ରୀ ଅବନ୍ତୀ ସାମଲ ଚତୁର୍ଥ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି । ମହାବିଦ୍ୟାଳୟ ପାଇଁ ଗୈାରବ ଆଣିଥିବା ଛାତ୍ରୀ ସୁଶ୍ରୀ ସାମଲ ଙ୍କୁ ମହାବିଦ୍ୟାଳୟର ଅଧକ୍ଷ, ଦର୍ଶନ ବିଭାଗର ପ୍ରାକ୍ତନ ପ୍ରଧ୍ୟାପକ ହୃଷିକେଶ ସାହୁ, ଅଧ୍ୟାପକ ସୁରେନ୍ଦ୍ର କୁମାର ସିଂହ, ଅଧ୍ୟାପିକା ପ୍ରମୋଦିନୀ ପରିଡ଼ା, ପ୍ରମୁଖ ଅଭିନନ୍ଦନ ଜଣାଇବା ସହିତ …
Read More »ସମସ୍ୟା ଘେରରେ ବୋଇଲ ସ୍ୱପ୍ନେଶ୍ୱର ବାଳାଶ୍ରମ : ଆବଶ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ଦାବି
ସାଲେପୁର ୨୯/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା: ସଲେପୁର ବ୍ଲକ୍ ଅନ୍ତର୍ଗତ ରଟିଲୋ ପଂଚାୟତ ବୋଇଲୋ ଗ୍ରାମରେ ଅବସ୍ଥିତ ସ୍ୱପ୍ନେଶ୍ୱର ବାଳାଶ୍ରମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ୧୯୮୫ ମସିହାରୁ ସ୍ଥାପିତ ଏହି ବାଳାଶ୍ରମ ଦୀର୍ଘ ୩୪ ବର୍ଷ ହେଲା ଏଠାରେ ବିଭିନ୍ନ ଘାତ ପ୍ରତିଘାତ ଦେଇ ଚାଲି ରହିଛି । ଏଠାରେ କଟକ ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳରୁ ଶିଶୁମାନଙ୍କୁ ଆବାସିକ ଶିକ୍ଷା ପ୍ରଦାନ ସହ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଏହି ଅନୁଷ୍ଠାନ ବହନ କରିଥାଏ । ଦୀର୍ଘ ବର୍ଷ ଧରି ଏହି …
Read More »କେନ୍ଦ୍ରାପଡା କଲେଜରେ ଇନ୍ଦିରାଗାନ୍ଧି ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ନବାଗତ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ
କେନ୍ଦ୍ରାପଡା,୨୯/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଇନ୍ଦିରାଗାନ୍ଧି ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ଚଳିତ ବର୍ଷ ନୂଆ କରି ଯୋଗଦେଇଥିବା ଶିକ୍ଷାର୍ଥୀଙ୍କ ଉଦେଶ୍ୟରେ ରବିବାର ପୂର୍ବାହ୍ନରେ ପ୍ରବେଶ ଓ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପାଠ୍ୟକ୍ରମରେ ଥିବା ଡିଗ୍ରୀ,ଡିପ୍ଲୋମା,ଏମ.ଏ.,ଏମ.ଏସସି. ଓ ଏମ.କମ. ସହିତ ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପାଇଁ ଖାଦ୍ୟ,ପୋଷକ ତତ୍ୱ ଓ ସ୍ୱାସ୍ଥ୍ୟ ପରାମର୍ଶ ଉପରେ ସାର୍ଟିଫିକେଟ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଏହି ଉସôବରେ ନୂତନ ଇଗ୍ନୋ ଛାତ୍ରଛାତ୍ରୀ, ଅଙ୍ଗନୱାଡି ଓ ଆଶାକର୍ମୀଙ୍କୁ ନେଇ ୫ଶହରୁ …
Read More »ମଧ୍ୟାହ୍ନଭୋଜନରେ ଝିଟିପିଟି, ୫୭ ଛାତ୍ରଛାତ୍ରୀ ଅସୁସ୍ଥ – ମେଡିକାଲ ପରିସରରେ ଉତେଜନା, ପ୍ରଧାନଶିକ୍ଷକଙ୍କୁ ଠେଲାପେଲା
ଭଦ୍ରକ,୨୭/୧୦/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ୫୭ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । ବିଧାୟକ ସଞ୍ଜୀବ ମଲ୍ଲିକ, ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ, ଭଦ୍ରକ ବିଡିଓ ଉମେଶ ଚନ୍ଦ୍ର ମଲ୍ଲିକ, କେଦାରପୁର ସରପଂଚ ଭରତ ତ୍ରିପାଠୀ ଓ ପୂର୍ବତନ ଜିଲା ପରିଷଦ ସଭ୍ୟ ଯୋଗେନ୍ଦ୍ର ଘଡ଼େଇ ପ୍ରମୁଖ ଡାକ୍ତରଖାନାରେ ପହଂଚି ପିଲାଙ୍କ …
Read More »କୋରୋ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
କେନ୍ଦ୍ରାପଡା ୨୬/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅନ୍ତର୍ଗତ କୋରୋ ପଂଚାୟତ ନୋଡାଲ ହାଇସ୍କୁଲରେ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ ମୁଖୟ ଅତିଥି ,ଆଶୁକବି ତଥା ଶିକ୍ଷକ ହେମନ୍ତ ଜେନା ମୁଖ୍ୟବକ୍ତା,ଶିକ୍ଷାବିତ ହରେକୃଷ୍ଣ ସିଂହ,ପୂର୍ଣ୍ଣଚନ୍ଦ୍ର ପଲାଇ,ବସନ୍ତ କୁମାର ନାୟକ ପ୍ରମିଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ବିମଳ ପ୍ରସାଦ ପରିଡାଙ୍କ ସଂଯୋଜନାରେ ପରିଚାଳିତ ଉଦଘାଟନି …
Read More »ଶିଶୁ ମହୋତ୍ସବ ‘ସୁରଭି’
ଡାବୁଗାଁ, ୨୬/୧୦/୨୦୧୯(ଓଡ଼ିଶା ସମାଚାର)- ଶିଶୁ ମହୋତ୍ସବ ‘ସୁରଭି’ ୨୦୧୯ ଅନୁଷ୍ଠିତ ହୋଇଛି । ପିଲାଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ପ୍ରଚେଷ୍ଟା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଆଦି ବିଭିନ୍ନ ବିଭାଗରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ବିଭିନ୍ନ କ୍ଲଷ୍ଟରରେ ପ୍ରତିଯୋଗିତା ଗୁଡିକରେ ଯେଉଁମାନେ ପ୍ରଥମସ୍ଥାନ ଅଧିକାର କରିଛନ୍ତି ସେମାନେ ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ଜିଲାସ୍ତରରେ ଭାଗ ନେବେ ବୋଲି ଜଣାପଡିଛି । କୃତୀ …
Read More »ପାଚିକାଙ୍କୁ ଅପବାଦ ଦେଇ ସ୍କୁଲରୁ ତଡିଦେବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସପରିବାର ଅନଶନ
କେନ୍ଦ୍ରାପଡା,୨୫/୧୦/୨୦୧୯(ଓଡ଼ିଶା ସମାଚାର)-ଜନୈକ ସ୍କୁଲ ପାଚିକାଙ୍କୁ ମିଥ୍ୟା ଆରୋପ ଓ ଅପବାଦ ଦେଇ ସ୍କୁଲରୁ ତଡିଦେଇଥିବା ପ୍ରତିବାଦରେ ସେ ସପରିବାର ଶୁକ୍ରବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ କରିଥିବାର ଦେଖାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ପଂଚାୟତର ବଡମଙ୍ଗରାଜପୁର ଗ୍ରାମର ସୂର୍ଗତ ବାଇଧର ବେହେରାଙ୍କ ବିଧବା ପତ୍ନୀ ଝରଣା ବେହେରା ଅଭିଯୋଗ କରିଛନ୍ତି ଯେ ସେହି ବ୍ଲକ ଅନ୍ତର୍ଗତ ଡିଆପାଟଣା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ୨୨ବର୍ଷରୁ ଉଦ୍ଧ୍ୱର୍ ହେବ ପାଚିକା ଭାବେ କାର୍ଯ୍ୟ କରି ଆସୁଥିବା …
Read More »କେନ୍ଦ୍ରାପଡା କଲେଜ ସ୍ଥିତି ସମୀକ୍ଷା କଲେ ଉଚ୍ଚଶିକ୍ଷା ବିଭାଗର ୨ ନୋଡାଲ ଅଧିକାରୀ
କେନ୍ଦ୍ରାପଡା ୨୫/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କଲେଜର ସ୍ଥିତି ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ୨ ନୋଡାଲ ଅଧିକାରୀ । କଲେଜର ସାମ୍ପ୍ରତିକ ସ୍ଥିତି ଆକଳନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ରଞ୍ଜିତା ରଥ ଓ ଉପ ଶାସନ ସଚିବ ସ୍ନିଗ୍ଧା ଚମ୍ପତିରାୟ ଗୁରୁବାର କେନ୍ଦ୍ରାପଡାରେ ପହଁଚି କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସହାୟତାରେ ପ୍ରତିକୂଳ ପାଗ ସତ୍ୱେ କଲେଜର ବିଭିନ୍ନ ବିଭାଗକୁ ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ ତନ୍ନ ତନ୍ନ କରି ଯାଂଚ କରିଥିଲେ । ପ୍ରଥମେ କଲେଜର ଜମିଜମା କାଗଜପତ୍ରକୁ …
Read More »