Sunday , January 29 2023
Breaking News
Home / ଶିକ୍ଷା (page 112)

ଶିକ୍ଷା

ସମୟାନୁବର୍ତିତା ସଫଳତାର ଚାବିକାଠି – ଜିଲ୍ଲାପାଳ

ମିଳିତ ଶିକ୍ଷକ ଓ କର୍ମଚାରୀ ସଙ୍ଘର ୨୩ତମ ବାର୍ଷିକ ଉତ୍ସବ କେନ୍ଦ୍ରାପଡା ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲାର ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ଶିକ୍ଷକମାନେ ସମୟାନୁବର୍ତିତା ପାଳନକଲେ ଶିକ୍ଷାର ସ୍ତର ସଫଳତାର ଶୀର୍ଷରେ ପହିଁଚି ପାରିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଆହ୍ୱାନ ଦେଇଛନ୍ତି । ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ (ୟୁଟିଆ)ପକ୍ଷରୁ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଆୟୋଜିତ ୨୩ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ବର୍ମା ଉସôବକୁ ଉଦଘାଟନ …

Read More »

ଆଧାର କାର୍ଡ ନଥିବାରୁ ପରୀକ୍ଷା ଦେବାପାଇଁ ଛାତ୍ର ହନ୍ତସନ୍ତ

କଳାହାଣ୍ଡି,୨୫/୦୮/୨୦୧୯(ଓଡ଼ିଶା ସମାଚାର)- ସରକାର ଆଦିବାସୀ ଛାତ୍ରାଛାତ୍ରୀ ମାନଙ୍କ ଶିକ୍ଷା କୁନେଇ ଯତ୍ନଶୀଳ ଥିବାବେଲେ ଏପଟେ ଆଧାର କାର୍ଡ ନଥିବାରୁ ପରୀକ୍ଷାରୁ ବାଦ ପଡିବେ ଛାତ୍ର । ଏମିତି ଏକ ଘଟଣା ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ପାଇକକେନ୍ଦୁମୁଣ୍ଡି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବିଜୟ କୁମାର ମାଝୀ ଆଧାର କାର୍ଡ ନଥିବାରୁ ଦଶମ ବୋର୍ଡ ପରୀକ୍ଷା ଦେବାରୁ ବଂଚିତ ହେବେ । ଆଧାର କାର୍ଡ ନଥିବାରୁ ଛାତ୍ରଙ୍କୁ ନବମ ଶ୍ରେଣୀରେ ସାଇକେଲ ମଧ୍ୟ …

Read More »

ପ୍ରାଥମିକ ସ୍କୁଲ ଲାଗି ପୁଣି ଏକ ଅଭିନବ କାର୍ଯ୍ୟକ୍ରମ

ଓଡ଼ିଆ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବେ ଆନ୍ଧ୍ର ପ୍ରଶିକ୍ଷକ – ପ୍ରଶିକ୍ଷକ ଟିମ୍ରେ ରହିବେ କର୍ଣ୍ଣାଟକ, ମହାରାଷ୍ଟ୍ର ଏକ୍ସପର୍ଟ -ଶିକ୍ଷକଙ୍କୁ ଦିଆଯିବ ‘ସମାଧାନ ସାଧନ ସମୀକ୍ଷା’ ପ୍ରଶିକ୍ଷଣ ଭୁବନେଶ୍ୱର,୨୫/୦୮/୨୦୧୯(ଓଡ଼ିଶା ସମାଚାର)- ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ହାତକୁ ନେଇଚାଲିଛନ୍ତି । ଏହି କ୍ରମରେ ପ୍ରାଥମିକ ସ୍କୁଲଗୁଡ଼ିକ ଲାଗି ପୁଣି ଏକ ଅଭିନବ ଲାଗୁ ହେବାକୁ ଯାଉଛି । ସ୍କୁଲର ସର୍ବାଙ୍ଗୀଣ ଉନ୍ନତି ଲାଗି ଏଚ୍ଚିକି ଶିକ୍ଷକଙ୍କୁ ସମାଧାନ, ସାଧନ ଏବଂ ସମୀକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବ …

Read More »

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ –

ଅଧିକ ଉତ୍ପାଦନ ବୃଦ୍ଧିଦିଗରେ ଗବେଷଣାର ଆବଶ୍ୟକତା ରହିଛି : କୃଷିମନ୍ତ୍ରୀ ଭୁବନେଶ୍ୱର ,୨୫/୦୮/୨୦୧୯(ଓଡ଼ିଶା ସମାଚାର)-କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ୬୦ ପ୍ରତିଶତରୁ ଊଦ୍ଧ୍ୱର୍ ଲୋକ ଜଡ଼ିତ ଥିବାରୁ କୃଷିର ଉନ୍ନତି କରି କୃଷକଙ୍କ ଆୟ ବହୁଗୁଣିତ କରିବା ଦିଗରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏ ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଚାଷୀମାନଙ୍କର ଆୟ ବୃଦ୍ଧି ସହିତ ସେମାନଙ୍କର କ୍ରୟ ଶକ୍ତି ବୃଦ୍ଧି ପାଇଲେ ଅର୍ଥନୈତିକ ମାନ୍ଦାବସ୍ଥା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ବୋଲି କୃଷି ଓ …

Read More »

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତି ବିରୁଦ୍ଧରେ ଏ.ଆଇ.ଡି.ଏସ୍.ଓ. ପକ୍ଷରୁ ଅଗଷ୍ଟ ୨୬ରେ ଆଇନ ଅମାନ୍ୟ ଆନ୍ଦୋଳନ

ଭୁବନେଶ୍ୱର ,୨୫/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ, ଡିଗ୍ରୀ କଲେଜ ତଥା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ପାଇଁ ଅଗଷ୍ଟ ୨୨ ତାରିଖରେ ଯେଉଁ ନିଷ୍ପତି ନିଆଯାଇଛି ତାହାକୁ ଏ.ଆଇ.ଡି.ଏସ୍.ଓ. ତରଫରୁ ଦୃଢ଼ ବିରୋଧ କରାଯିବା ସହ ପୂର୍ବଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଛାତ୍ର ସଂସଦ ଗଠନ କରିବା ଛାତ୍ର ଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର । ଶିକ୍ଷାନୁଷ୍ଠାନମାନଙ୍କରେ ଦେଖାଦେଉଥିôବା ସମସ୍ୟା ସମ୍ପର୍କରେ କର୍ତୃପକ୍ଷ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ …

Read More »

ପଟ୍ଟାମୁଣ୍ଡାଇ +୩ଡିଗ୍ରୀ କଲେଜ ଅଧ୍ୟକ୍ଷାଙ୍କ ଦ୍ୱାରା ୨ମାସରେ ୧ଲକ୍ଷ ୪୦ହଜାର ଟଙ୍କା ପାଠାଗାର ବହି କିଣାଯିବା ପାଇଁ ଉଠାଇ ହଡପ ଅଭିଯୋଗ

କେନ୍ଦ୍ରାପଡା ୨୪/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭକରି ବର୍ତମାନର ଅଧ୍ୟକ୍ଷାଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟାପକ ଦୁର୍ନିତୀ ଓ ଅନୀୟମିତତା କରିଥିବା ଅଭିଯୋଗ ହୋଇଛି । ଘଟଣା ଅନୁଯାଇ ପଟ୍ଟାମୁଣ୍ଡାଇ +୩ଡିଗ୍ରୀ ମହିଳା କଲେଜ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀ ଗତ ୨୦୧୮ମସିହା ସେପ୍ଟେମ୍ବରମାସ ୨୮ତାରିଖରେ କଲେଜର ସହକାରୀ ଲାଇବ୍ରେରୀଆନ ରତିରଞ୍ଜନ ନାୟକଙ୍କୁ କଟକରୁ କଲେଜ ଲାଇବ୍ରେରୀ ନିମନ୍ତେ ବହି କିଣିବାକୁ ଅଗ୍ରୀମ ଆକାରରେ ୭୦ହଜାର ଟଙ୍କା ପ୍ରଦାନ କରିବାକୁ ମଞ୍ଜୁରୀ ନିର୍ଦେଶ ଦେଇଥିଲେ ଓ ସେହି …

Read More »

ନିମଖଣ୍ଡି ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ

ବ୍ରହ୍ମପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ନିମଖଣ୍ଡି ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଅଙ୍କୁଲାଇ ଦିବ୍ୟଜୀବନ ସଂଘ ପ୍ରବଚକ କେ ସୂର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ କୃଷ୍ଣ ଙ୍କ ଜିବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତି ଡ଼ ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ଡ଼ ବିପିନ ବିହାରୀ ସାହୁ , ଯୁଗ୍ମ ସମ୍ପାଦକ ଅଭିରାମ ସାହୁ,କୋଷାଧ୍ୟକ୍ଷ ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଆଚାର୍ଯ୍ୟ ସ୍ୱାଗତ ଭାଷଣ …

Read More »

ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରତିବାଦରେ ଡ଼ିଏସଓ ର ବିକ୍ଷୋଭ

ବ୍ରହ୍ମପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଚଳିତ ବର୍ଷ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ନିର୍ବାଚନ ବାତିଲ କରାଯାଇଛି । ଯେଉଁଠି ଆବଶ୍ୟକ ସେଠାରେ ନିର୍ବାଚନ ବଦଳରେ ମନୋନୀତ କରାଯିବ । ଏହାର ପ୍ରତିବାଦ ଦେଖାଦେଇଛି । ଶୁକ୍ରବାର ଡ଼ିଏସଓ ଗଂଜାମ ଜିଲା ପକ୍ଷରୁ କମାପଲୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିର୍ବାଚନ ବଦଳରେ ମନୋନୀତ ପ୍ରତିନିଧି ପ୍ରକି୍ରୟା ଦ୍ୱାରା ସରକାରୀ ଦଳ ତଥା ଗୋଡ଼ାଣିଆ ବିଦ୍ୟାର୍ଥୀମାନେ ମନୋନୀତ ହେବେ ବୋଲି ସେମାନେ ଅଭିଯୋଗ କରିଥିଲେ । ଡ଼ିଏସଓ ଗଂଜାମ ଜିଲା ସଭାପତି …

Read More »

ଶ୍ରେଣୀଗୃହରୁ ନାଗସାପ ଉଦ୍ଧାର

ଭଦ୍ରକ, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ହଳଦୀଡ଼ିହ ବାଇପାସ ନିକଟବର୍ତୀ ମିର୍ଜାପୁର ନାଥସାହି ସ୍କୁଲରେ ସାପ ଆତଙ୍କ ଦେଖାଦେଇକ୍ତି । ବିଦ୍ୟାଳୟର ୫ମ ଶ୍ରେଣୀ ଗୃହ ମଧ୍ୟରୁ ଏକ ବଡ଼ ନାଗସାପକୁ ଉଦ୍ଧାର କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମୀପ୍ରଭା ସ୍ୱାଇଁଙ୍କ କହିବାନୁଯାୟୀ ଉକ୍ତ ବିଦ୍ୟାଳୟର ଏହି ଶ୍ରେଣୀଗୃହ ପୁରୁଣା ହୋଇଯାଇ ଥିବାବେଳେ, ଏହାର ଚଟାଣ ଭାଙ୍ଗିରୁଜି ଯାଇଛି । ଗତକାଲି ଅପରାହ୍ନରେ ପିଲାମାନେ ଚଟାଣ ମଧ୍ୟରେ କିଛି ଥିବା ଦେଖି ଏକ ବାଡ଼ି ଗାତରେ ପୁରାଇ ଦେବାରୁ ସାପଟି ଗର୍ଜନ କରି ବାହାରି …

Read More »

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ, ଥାନାରେ ଏତାଲା

ସାଲେପୁର,୨୩/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): -ସାଲେପୁର ବ୍ଲକ୍ ସୁଧୁଖଣ୍ଡ ପଂଚାୟତର ପାଣିମାଣ୍ଡୋ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ଚୋରୀ ହୋଇଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସ କିଶୋରନଗର ଥାନାରେ ଏତାଲା ଦେଇଥିବା ଜଣାପଡ଼ିଛି । ଏତାଲାରୁ ପ୍ରକାଶ  ବିଳମ୍ବିତ ରାତିରେ ବିଦ୍ୟାଳୟର ଗ୍ରୀଲ୍ ସହିତ ଶ୍ରେଣୀ ଗୃହର ତିନୋଟି ତାଲା ଭାଙ୍ଗି ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ଥିବା ୩ ବସ୍ତାରୁ ଅଧିକ ଚାଉଳ ଚୋରୀ ହୋଇଯାଇଛି । ଚାଉଳର ପରିମାଣ ୧୭୦ କି.ଗ୍ରା. ବୋଲି ଏତାଲାରେ ଉଲ୍ଲେଖ …

Read More »