Sunday , January 29 2023
Breaking News
Home / ଶିକ୍ଷା (page 111)

ଶିକ୍ଷା

ଚାଉଳିଆ ବାମରା ହାଇସ୍କୁଲରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର

ପାଟକୁରା,୦୧/୦୯/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ର ଚାଉଳିଆ ବାମରା ହାଇସ୍କୁଲ ପରିସରରେ ବ୍ଲକ୍ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା ପାଠଚକ୍ରକୁ ଉଦଘାଟନ କରିଥିଲେ । ବ୍ଲକର ନୋଡାଲ ସଂଯୋଜକ ତଥା ପ୍ରଧାନଶିକ୍ଷକ ମଳୟ କୁମାର ପାଣି ପାଠଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ବିଜ୍ଞାନଶିକ୍ଷକ ମନୋଜ କୁମାର ଶତପଥୀ ଯୋଗଦାନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଅଶୋକ …

Read More »

କେନ୍ଦ୍ରାପଡା କଲେଜର ବିଭିନ୍ନ ସମ୍ମାନ ବିଭାଗରେ ସ୍ୱାଗତ ଉତ୍ସବ

କେନ୍ଦ୍ରାପଡା,୨୯/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମାଜବିଜ୍ଞାନ, ଇତିହାସ, ଇଂରାଜୀ, ହିନ୍ଦି, ଜୀବବିଜ୍ଞାନ ଓ  ଉଦ୍ଭିଦ ବିଜ୍ଞାନ ସମ୍ମାନ ଶ୍ରେଣୀମାନଙ୍କରେ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିପୁଳ ଉତ୍ସାହ ଓ  ଉଲ୍ଲାସ ମଧ୍ୟରେ ସ୍ୱାଗତ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଇତିହାସ ସମ୍ମାନ ଶ୍ରେଣୀରେ ଉଦବୋଧନଦେଇ କହିଥିଲେ ଯେ  ସତୁରୀ ଦଶକକୁ ରାଜନୀତି, ଇତିହାସ  ଓ  ଅର୍ଥନୀତିର ସମ୍ମାନ ଶ୍ରେଣୀ ରାଜକୀୟ ବିଭାଗ ରୂପେ ଗଣ୍ୟ ହେଉଥିଲା  ।    …

Read More »

ବୋର୍ଡ଼କୁ ଦିଆଗଲା ୧୦ ଦିନର ମହଲତ – ସମାଧାନ କର, ନଚେତ୍ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର ,୨୯/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ସରକାର ଓଟିଇଟି ପରୀକ୍ଷା ନିୟନ୍ତ୍ରଣ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କୁ ଦାୟିତ୍ୱ ଦେଇଛନ୍ତି । ବର୍ଷକୁ ୨ଥର ଓଟିଇଟି ପରୀକ୍ଷା ହେବାକୁ ନିୟମ ଥିବାବେଳେ ପରୀକ୍ଷା କେବେ ହେଉଛି ତାହାର କୌଣସି ନିର୍ଦ୍ଧିଷ୍ଟତା ନାହିଁ । ଏପଟେ ରାଜ୍ୟରେ ଗଣଶିକ୍ଷକ, ଶିକ୍ଷା ସହାୟକମାନେ ଓଟିଇଟି ଯୋଗ୍ୟତା ହାସଲ କଲେ ନିୟମିତ ଶିକ୍ଷକ ହେବା ପାଇଁ ନିର୍ଦ୍ଦେଶ ଥିବାରୁ ସେମାନେ ନିୟମିତ ହେବାରୁ ବଂଚିତ ହୋଇଛନ୍ତି । ଓଟିଇଟି ପରୀକ୍ଷାର କୌଣସି ନିର୍ଦ୍ଧିଷ୍ଟତା ନଥିବା ବେଳେ ଦୀର୍ଘ ଦୁଇବର୍ଷ …

Read More »

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା  ଉକ୍ରଳ ବିଶ୍ୱବିଦ୍ୟାଳୟ ସିନେଟ୍ ସଭ୍ୟ ଭାବେ ନିର୍ବାଚିତ

ସାଲେପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ଉକ୍ରଳ ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ ଓଡ଼ିଶା ବିଧାନସଭା ଚିଠି ନଂ୩୬୦, ତା.୦୯ ।୦୮ ।୨୦୧୯ରିଖ ଅନୁଯାୟୀ ଗତ ତା.୦୩ ।୦୮ ।୧୯ରିଖରେ ବିଧାନସଭା ଗୃହରେ   ଉକ୍ରଳ ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ୩ଜଣଙ୍କ ନାମ ଘୋଷଣା କରାଯାଇଥିଲା । ପ୍ରଶାନ୍ତ କୁମାର ବେହେରା ସିନେଟ୍ ସଭ୍ୟ ଭାବେ ନିଦ୍ଧ୍ୱର୍ନ୍ଦରେ ନିର୍ବାଚିତ …

Read More »

ସ୍କୁଲ ପିଲାଙ୍କୁ ବ୍ୟାଗ ଓ ବହି ବଂଟନ

ଛତ୍ରପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର)- ଇଣ୍ଡିଆନ୍ ରେଆର ଆର୍ଥ ପକ୍ଷରୁ କଣମଣା ପଂଚାୟତ ର ଟାକିରିଆ ବ୍ରହ୍ମପୁର,ତରେଇ ପାଟପୁର,କଣମଣା,ଚଷାକଣମଣା,ମାଟିଖାଲ ଆଦି ଗାଁ ରେ ଥିବା ସ୍କୁଲ ରେ ଛାତ୍ର ଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ଓ ବହି ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ରେଆର ଆର୍ଥ ର ସିଜିଏମ ଏ ଜେ ଜନାର୍ଦନ ଓ ତାଙ୍କ ପତ୍ନୀ ରମା ଲକ୍ଷ୍ମୀ,କଣମଣା ସରପଂଚ ଏସ ଚକ୍ରପାଣି ରେଡ଼ି,ସମିତି ସଭ୍ୟା ରଶ୍ମିତା ବେହେରା, ଇଣ୍ଡିଆନ୍ ରେଆର ଆର୍ଥ ର ଜି କେ ନାୟକ,ଏ କେ ପାଣି ,ଏସ …

Read More »

ଗଂଜାମ ଜିଲାରେ ଡ଼ିଜିଟାଲ ପାଠପଢ଼ା : ଗୁରୁଦିବସ ରୁ ଆରମ୍ଭ ହେବ ମଧୁ ଆପ୍

ଛତ୍ରପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଗଂଜାମ ଜିଲାର ସମସ୍ତ ଓଡ଼ିଆ  ମାଧ୍ୟମ ସ୍କୁଲ  ର  ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା ପାଇଁ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପ୍ ର ନାମ ମଧୁ ଆପ୍ ରଖାଯାଇଛି । ଆସନ୍ତା ଗୁରୁଦିବସ ଅର୍ଥାତ ସେପ୍ଟେମ୍ବର ୫ ତାରିଖ ଦିନ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗଣିତ ଓ ବିଜ୍ଞାନ  ବିଷୟର ୨୫ ଟି ଭିଡ଼ିଓ ଅପଲୋଡ଼୍ କରାଯିବ । ଅଗଷ୍ଟ ମାସରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷାଦାନ ବେଳେ ରେକଡ଼ିଂ କରାଯାଇଛି । …

Read More »

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତି ବିରୁଦ୍ଧରେ ଏ.ଆଇ.ଡି.ଏସ.ଓ. ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ

ଭୁବନେଶ୍ୱର , ୨୭/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ, ଡିଗ୍ରୀ କଲେଜ ତଥା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି, ତାକୁ ଏ.ଆଇ.ଡି.ଏସ.ଓ ରାଜ୍ୟ ପରିଷଦ ପକ୍ଷରୁ ଦୃଢ଼ ବିରୋଧ କରିବା ସହ ପୂର୍ବଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ସୋମବାର ଦିନ  ବିଧାନସଭା ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପରାଧିନ ଭାରତବର୍ଷରେ ନେତାଜୀ ସୁଭାଷ ଚନ୍ଦ୍ରଙ୍କ ନେତୃତ୍ୱରେ ବି୍ରଟିଶ ବିରୋଧି …

Read More »

ପଟ୍ଟାମୁଣ୍ଡାଇ ମହିଳା କଲେଜରେ କିରାଣି ନିଯୁକ୍ତି ଘଟଣା: ସାକ୍ଷାତକାରରେ ଯୋଗଦେଇନଥିବା କହିଲେ ଏକ୍ସପୋର୍ଟ ଅଧ୍ୟାପକ

ଗୋଟିଏ ପରେ ଗୋଟିଏ ଦୁର୍ନିତିର ପର୍ଦ୍ଧାଫାସ ହେଉଛି କେନ୍ଦ୍ରାପଡା,୨୭/୦୮/୨୦୧୯(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜଣେ କିରାଣୀକୁ ଦୁଇ ଦୁଇ ଥର ନିଯୁକ୍ତି ପ୍ରଦାନକରି ଏକକାଳିନ  ଏକମାତ୍ର କଲେଜର ଷ୍ଟାଫ ଭାବରେ ତାଙ୍କୁ ୫୬ହଜାର ୪୩୯ଟଙ୍କା ଦରମା ବାବଦ ପ୍ରଦାନ କରିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ  ପାଲଟିଥିବା ବେଳେ ଦ୍ୱିତୀୟରେ କଲେଜ ପାଠାଗାର ନିମନ୍ତେ ବହି କିଣିବାକୁ  ୨ମାସ ମଧ୍ୟରେ ଦୁଇ ଦୁଇ ଥର ୭୦ହଜାର କରି ଏକଲକ୍ଷ ୪୦ହଜାର ଟଙ୍କାର ଅଗ୍ରୀମ ପ୍ରଦାନ କରିବାକୁ ଅଧ୍ୟକ୍ଷାଙ୍କ ମଞ୍ଜୁରୀ  ନିର୍ଦେଶ ପରେ ଏବେ …

Read More »

  ହାଇସ୍କୁଲ ପରିସରରୁ  ପାଂଚ ଫୁଟ୍ ଲମ୍ବର ବୋଡା ସାପ ଉଦ୍ଧାର 

ଗରଦପୁର,୨୬/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ଅନ୍ତେଇ ହାଇସ୍କୁଲ ପରିସର ମଧ୍ୟରୁ ଆଜି ଏକ ପାଂଚ ଫୁଟ୍ ଲମ୍ବର ବିଷଧର ବୋଡା ସାପକୁ ଉଦ୍ଧାର କରାଯାଇଛି । ପ୍ରକାଶ ଯେ, ଅନ୍ତେଇ ହାଇସ୍କୁଲ ମଧ୍ୟରେ ଛାତ୍ରଛାତ୍ରୀମାନେ ପୂର୍ବାହ୍ନରେ ପ୍ରାର୍ଥନା କରବା ପାଇଁ ଯାଉଥିବାବେଳେ, ବୋଡା ସାପଟି ବିଦ୍ୟାଳୟ ପରିସର ମଧ୍ୟରେ ବୁଲୁଥିବାର ଦେଖିବାକୁ ପାଇଥିଲେ । ସ୍କୁଲ କର୍ତୃପକ୍ଷ ସାପଟିକୁ ଧରିବା ପାଇଁ ତୁରନ୍ତ ନିକଟସ୍ଥ ସାପ ଧରାଳି ପ୍ରକୃତିମିତ୍ର ଉଦୟନାଥ ଚୌଧୁରୀଙ୍କୁ ଖବର ଦେଇଥିଲେ । ଉଦୟନାଥ ସେଠାରେ ପହଂଚି କୌଷଳକ୍ରମେ ସାପଟିକୁ ଧରିବା  …

Read More »

ବକେୟା ଦରମା, ଘରଭଡ଼ା ଓ ପୋଷାକ ଭତା ଦେବାକୁ  ପ୍ରାଥମିକ ଶିକ୍ଷକ ସଂଘର ଦାବି

ଭୁବନେଶ୍ୱର ,୨୬/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଘରଭଡ଼ା, ୬୦% ବକେୟା ଓ ପୋଷାକ ଭତା ତୁରନ୍ତ ପ୍ରଦାନ କରିବାକ ନୂତନ ପେନସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ ଦାବି କରିଛନ୍ତି । ଯଦି ସରକାର ଖୁବ୍ ଶୀଘ୍ର ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛନ୍ତି । ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ …

Read More »