Tuesday , September 27 2022
Breaking News
Home / ଶିକ୍ଷା (page 11)

ଶିକ୍ଷା

କଲେଜ ପରିସର ପ୍ଲାଷ୍ଟିକ ମୁକ୍ତ କଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା,୦୨/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ସଫେଇ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଭୟ ବାଳକ ଓ ବାଳିକା ବିଭାଗର କାର୍ଯ୍ୟକାରୀ ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତିଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସର ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ମହାବିଦ୍ୟାଦ୍ୟାଳୟ ପରିସରକୁ ପ୍ଲାଷ୍ଟିକ ଓ ଆବର୍ଜନାମୁକ୍ତ କରିବା। ଉକ୍ତ କାର୍ଯ୍ୟକୁ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶିଶିର କାନ୍ତ ମହାପାତ୍ର ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ପରିବେଶର ସୁରକ୍ଷା ସମ୍ପର୍କରେ ସ୍ୱେଚ୍ଛାସେବୀ ଙ୍କୁ ଅବଗତ …

Read More »

ଶିକ୍ଷକତାକୁ ଚାକିରି ନୁହେଁ, ସଂକଳ୍ପ ଭାବେ ଗ୍ରହଣ କରି କାମ କରିବାକୁ ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୦୧/୦୮/୨୦୨୨(ଓଡ଼ିଶା ସମାଚାର)- ଶିକ୍ଷା ରୂପାନ୍ତରଣ କ୍ଷେତ୍ରରେ ଯୋଡି ହୋଇଯାଇଛି ଆଉ ଏକ ନୂଆ ଫର୍ଦ୍ଦ । ନବନିଯୁକ୍ତ ୬ ହଜାର ୮୯୧ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ କଳିଙ୍ଗ ଷ୍ଟାଡିୟମରେ ଏକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନବନିଯୁକ୍ତ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଥିଲେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାତା, ଜାତିର ଗୌରବ । ୩ବର୍ଷ ଭିତରେ ୧୪ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । …

Read More »

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନିରାକାରପୁର, ୩୧/୭/୨୦୨୨(ଓଡ଼ିଶା ସମାଚାର)- ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ କାଇପଦରରେ ଅଧ୍ୟକ୍ଷ ତଥା ଇତିହାସ ବିଭାଗୀର ମୁଖ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ରାୟସିଂହ ଓ ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଭାଗିରଥୀ ସାହୁ ଆଜି ତାଙ୍କ କାର୍ଯ୍ୟରୁ ଅବସର ନେଇଥିବାରୁ ଏହି ଉଦ୍ଧେଶ୍ୟରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଅଧ୍ୟାପକ ଶ୍ରୀଯୁକ୍ତ ତରୁଣକାନ୍ତି ରାୟଙ୍କ ସଭାପତିତ୍ୱରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ପରିସରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡ. ଜଗମୋହନ ପଟ୍ଟନାୟକ …

Read More »

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ଗ୍ରାମପଂଚାୟତ ଅଧିନସ୍ଥ ପଲ୍ଲୀ ଶିକ୍ଷାଶ୍ରମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେବାନିବୃତ ସହକାରୀ ଶିକ୍ଷୟତ୍ରୀ ମୀନା କୁମାରୀ ଦେଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମା’ମଙ୍ଗଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ପର୍ବରେ ମଣ୍ଡଳ ସହ ଶିକ୍ଷା ଅଧିକାରୀ କୁମୁଦିନୀ ଦେଇ ଓ ଅଞ୍ଜନା ସ୍ୱାଇଁ, ପ୍ରଧାନ ଶିକ୍ଷକ ରାଧାକାନ୍ତ ମିଶ୍ର, ବିମ୍ବାଧର ବେହେରା, ମା’ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଂଚଳିକ ସାଧନକେନ୍ଦ୍ରର …

Read More »

ବାଜିରାଉତ କଲେଜକୁ ସ୍ୱୟଂଶାସିତ କରିବାକୁ ଦାବି

ଭୁବନ, ୩୧/୭/୨୦୨୨(ଓଡ଼ିଶା ସମାଚାର)- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଘୋଷଣା କରିବାକୁ କେନ୍ଦ୍ର ଶିକ୍ଷା , ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନିକଟରେ ଏବିଭିପି ଦାବି କରିଛି । ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ , ଭୁବନ ଶାଖା ତରଫରୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଙ୍କୁ ଡାକବଙ୍ଗଳାଠାରେ ଭେଟି ଏହି ଦାବି କରାଯାଇଥିଲା । ଓଡ଼ିଶା ସମାଚାର

Read More »

ପିକେ ଗୁରୁକୂଳ ଆଶ୍ରମରେ ସମ୍ବର୍ଦ୍ଧନା ଉତ୍ସବ 

ଗରଦପୁର, ୩୧/୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ନିଶ୍ଚିନ୍ତା ଶାସନସ୍ଥିତ ପିକେ ଗୁରୁକୂଳ ଆଶ୍ରମ ବିଦ୍ୟାଳୟ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ ଶିବ ପ୍ରସାଦ ସିଂ, ମୁଖ୍ୟ ବକ୍ତା ଭାବେ ଯୋଗଗୁରୁ ଅନାମ ମୁନୀ , ସମ୍ମାନୀୟ ଅତିଥି ଭାବେ କେନ୍ଦ୍ରାପଡ଼ା ଆନନ୍ଦମାର୍ଗ ଯୋଗ ଆଶ୍ରମର ସନ୍ୟାସୀ ବିକାଶ ନନ୍ଦ ଅବଧୂତ , ପ୍ରାକ୍ତନ ଶିକ୍ଷକ …

Read More »

ଲୋକନାଥ ମହାବିଦ୍ୟାଳୟ ଭାଷା ସାହିତ୍ୟ ବିଭାଗର ସମ୍ପାନ ଓ ବିଦାୟ ଉତ୍ସବ 

ଗରଦପୁର, ୩୧/୭/୨୦୨୨(ଓଡ଼ିଶା ସମାଚାର)- ଲୋକନାଥ ମହାବିଦ୍ୟାଳୟ, ପାଟକୁରା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସମ୍ପାନ ଓ ବିଦାୟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ବିଭାଗର ମୁଖ୍ୟ ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲାବେଳେ ଅଧ୍ୟକ୍ଷ ଡ଼ ପ୍ରଦୀପ କୁମାର ପ୍ରଧାନ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ  କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର , ଗାଳ୍ପିକ ଡ଼ ଗିରିଶ ଚନ୍ଦ୍ର …

Read More »

ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ , ପଢ଼ାଇବା ପାଇଁ ନାହାନ୍ତି ଶିକ୍ଷକ

ବାଲିଗୁଡା,୩୦/୦୭/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ମାର୍ଟ ହେଲା ସ୍କୁଲ। ଆଉ ଗୁଣାତ୍ମକ ଶିକ୍ଷା ପାଇଁ ସବୁପ୍ରକାଶ ଉଦ୍ୟମ କରାଗଲା। ଏଥିପାଇଁ ବିଦ୍ୟାଳୟ ପିଛା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଲା। ହେଲେ ଶିକ୍ଷକ ଅଭାବ ସମସ୍ୟା ପୂର୍ବ ଭଳି ସମାନ ରହିଲା। ଏହିପରି ଆବଶ୍ୟକ ଶିକ୍ଷକ ନଥାଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ଚାଲିଛି ପାଠପଢ଼ା।ସ୍କୁଲର ସମସ୍ୟା ନେଇ ବୁଡ଼ାଗୁଡା ଗ୍ରାମବାସୀ ଓ ପରିଚାଳନା କମିଟି ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ସଚିବ, ଘୁ ଉଦୟଗିରି …

Read More »

କନ୍ଧମାଳ :ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

କନ୍ଧମାଳ,୩୦/୦୭/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ୟ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଶିଶୁ ବୋଧ ଠାରୁ ଦଶମ ପର୍ୟ୍ୟନ୍ତ ୧୬୬ ଜଣ ଶିଶୁ ବିଜ୍ଞାନି ମାନେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯ଜଣ ବିଚାରକ ମଣ୍ଡଳୀ ତଥା ନିହାର ରଞ୍ଜନ …

Read More »

ପାରାଦ୍ୱୀପ ସରକାରୀ ଆଇ.ଟି.ଆଇ ରେ ଛାତ୍ରଛାତ୍ରୀ ଙ୍କର ନାମଲେଖା

ଜଗତସିଂହପୁର ୩୦/୭/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ଏକମାତ୍ର ସରକାରୀ ଆଇ.ଟି.ଆଇ(ଶିଳ୍ପ ତାଲିମ ଅନୁଷ୍ଠାନ) ପାରାଦ୍ୱୀପ ଠାରେ ଚଳିତ ଶିକ୍ଷାବର୍ଷ ନିମନ୍ତେ ନାମଲେଖା କାର୍ଯ୍ୟ ଜାରୀ ରହିଛି । ଏହି ଅନୁଷ୍ଠାନରେ ଇଲେକ୍ଟ୍ରିକାଲ୍ରେ ୪୦,ଫିଟର ନିମନ୍ତେ ୨୦,ଆଟେଣ୍ଡାଣ ଅପରେଟର ୨୦ ଓ ଆସିଷ୍ଟାଣ ସି.ପି ନିମନ୍ତେ ୨୪ ଟି କୁ ମିଶାଇ ମୋଟ୍ ୧୦୪ ଟି ସିଟ୍ ରେ ନାମଲେଖା ଜାରୀ ରହିଛି । ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ବୈଷୟିକ ଶିକ୍ଷା ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ମାନଙ୍କୁ ଶିଳ୍ପ ପ୍ରଯୁଜ୍ୟ,ଦକ୍ଷ ଓ କୁଶଳୀ …

Read More »