Thursday , March 30 2023
Breaking News
Home / ଶିକ୍ଷା (page 108)

ଶିକ୍ଷା

 ବରିଷ୍ଠ ଶିକ୍ଷିୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ରଘୁନାଥପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅଧିନସ୍ଥ ରଘୁନାଥପୁର ଉ.ପ୍ରା ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତପତୀ ରାଣୀ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ମଣ୍ଡଳ ଶିକ୍ଷାଅଧିକାରୀ ରାଜଶ୍ରୀ ସାହୁ, ସମ୍ମାନିତ ଅତିଥି ଭାବେ ସରପଂଚ ପ୍ରମୋଦ କୁମାର ଜେନା, ପ୍ରାକ୍ତନ ମଣ୍ଡଳ ଶିକ୍ଷା ଅଧିକାରୀ ଶରତ କୁମାର ରାଉତରାୟ, ଶିକ୍ଷାବିତ୍ ଯଦୁନାଥ ଜେନା, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ, ଶିକ୍ଷକ ନେତା ଯତିନ୍ଦ୍ର …

Read More »

ନବକୃଷ୍ଣ ଚୌଧୁରୀ ଶିକ୍ଷା ଓ ବୈଶୟିକ ଶିକ୍ଷା ପ୍ରତିଷ୍ଠାନରେ ଏକାଦଶ ଶ୍ରେଣୀରେ ପାଠପଢା ଆରମ୍ଭ 

ରଘୁନାଥପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ତରିକୁନ୍ଦ ଠାରେ ଥିବା ଶିକ୍ଷା ଓ ବୈଶୟିକ ଶିକ୍ଷା ପ୍ରତିଷ୍ଠାନରେ ଏକାଦଶ ଶ୍ରେଣୀରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ କୋଭିଡ୍ ନିୟମ ଅନୁସାରେ ଶିକ୍ଷା ଦାନ ଆରମ୍ଭ କରାଯାଇଅଛି । ପ୍ରଥମେ ଛାତ୍ରଛାତ୍ରୀମାନେ କୋଭିଡ୍ କଟକଣା ଓ ମାସ୍କ ପରିଧାନ ଓ ହାତକୁ ସାଇଟାଇଜ କରିଥିଲେ । ଶ୍ରେଣୀ ଗୃହରେ ସାମାଜିକ ଦୂରତା ରକ୍ଷା କରି ଏକ ଅଭିନନ୍ଦନ ସଭା କରାଯାଇଥିଲା । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ବିରକିଶୋର ରାଉତରାୟ, କଲେଜ ଅଧ୍ୟକ୍ଷା, ଜୟନ୍ତୀ ମହାନ୍ତି, ଅଧ୍ୟାପକ ପ୍ରକାଶ ଚନ୍ଦ୍ର …

Read More »

ପାରାଦ୍ୱୀପ ମହାବିଦ୍ୟାଳୟ ଓ ପୋର୍ଟ ହାଇସ୍କୁଲ ଏନସିସି ପକ୍ଷରୁ କ୍ୟାନ୍ସର ସଚେତନତା ରାଲି

ପାରାଦ୍ୱୀପ ୦୪/୦୨/୨୦୨୧(ଓଡ଼ିଶା ସମାଚାର)-ପାରାଦ୍ୱୀପ ମହାବିଦ୍ୟାଳୟ ଏବଂ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ର ଏନସିସି କ୍ୟାଡେଟ୍ ମାନଙ୍କୁ ନେଇ ଏକ କ୍ୟାନ୍ସର ସଚେତନତା ରାଲି ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏନସିସି ଅଫିସର ଲେପ୍ଟନାଂଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର ଓ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ର ଏନସିସି ଅଫିସର ପ୍ରଦୀପ କୁମାର ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ରାଲିରେ କ୍ୟାନ୍ସର ରୋଗର ଦୂରୀକରଣ ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ରାଲି ପାରାଦ୍ୱୀପ ମହାବିଦ୍ୟାଳୟରୁ ବାହାରି ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ଅତିକ୍ରମ …

Read More »

ଗରଦପୁର ନୂତନ ସହ ଶିକ୍ଷାଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗରଦପୁର ୦୪/୦୨/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଯୋଗ ଦେଇଥିବା ସହ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗତିକୃଷ୍ଣ ଦାସ ଙ୍କୁ ଗରଦପୁର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ମହେଶ୍ୱର ପାଣି ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ, ଏବଂ ସଂଘ ର କର୍ମକର୍ତା ଓ ସି.ଆର.ସି.ସି ଶିକ୍ଷକ ବିବେକାନନ୍ଦ ମିଶ୍ର, ଗୌରାଙ୍ଗ ଚରଣ ରଥ, ଅଭୟ କୁମାର ଜେନା, ନିଗମାନନ୍ଦ ରାଉତରାୟ, …

Read More »

ରାଜ୍ୟେର ଥିବା ୩ଟି ନୂଆ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଉଚ୍ଚଶିକ୍ଷାବିଭାଗ ପକ୍ଷରୁ ରାଜ୍ୟର ତିନୋଟି ନୂଆ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କଟକ ମଧୁସୂଦନ ଆଇନ ୍ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀରରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ଫେବୃଆରି୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଏଥିପାଇଁ ଜଣେ ପ୍ରାର୍ଥୀଙ୍କର ବୟସ ୬୩ ବର୍ଷରୁ କମ୍ ହେବା ସହିତ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା ରହିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି …

Read More »

ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନମେଳା   

ତାରପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ମାନବ ସମାଜର କଲ୍ୟାଣ ପାଇଁ ବିଜ୍ଞାନକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଜଗତ୍ସିଂହପୁର ଜିଲ୍ଲାର ମାର୍କଣ୍ଡପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବନିର୍ମିତ ପରିଜା ବିଜ୍ଞାନଗାରକୁ ଜଗତ୍ସିଂହପୁର ଜିଲ୍ଲାପାଳ ସଂଗ୍ରାମ କେସରୀ ମହାପାତ୍ର ଉଦ୍ଘାଟନ କରି ଏହା କହିଥିଲେ । ଶ୍ରୀ ମହାପାତ୍ର ଆହୁରୀ କହିଲେ ଯେ, ଛାତ୍ରଛାତ୍ରୀ ମାନେ ଭାରତର ବିଶିଷ୍ଟ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଦେଶର ଶ୍ରେଷ୍ଟ ବୈଜ୍ଞାନକ ହୋଇ ପାରିବେ ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ …

Read More »

ସ୍କୁଲ ପଏନ୍ଟରେ ମଧ୍ୟାହ୍ନ ଭୋଜନ ଚାଉଳ ପହଂଚିବାରେ ଅହେତୁକ ବିଳମ୍ବ

ଗରଦପୁର, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲ ପଏନ୍ଟରେ ପହଂଚିବା ଅହେତୁକ ବିଳମ୍ବ ହେଉଛି । ଏଥିପାଇଁ ବିଦ୍ୟାଳୟ ପରିଚାଳନା କରୁଥିବା ଶିକ୍ଷକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ରେ ୧୮୬ ଟି ସ୍କୁଲ କୁ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଦାନ କରାଯାଉଥିଲା । ସେଥିମଧ୍ୟରୁ ୩୩ ଟି ସ୍କୁଲ କୁ ବନ୍ଦ କରିଦିଆଯାଇଥିବାରୁ ଏବେ ୧୫୩ ଟି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ …

Read More »

କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ବିଦ୍ୟାଳୟ ପୂର୍ଣ୍ଣାଙ୍ଗ ବିକାଶ ସମ୍ପର୍କିତ କର୍ମଶାଳା

କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ମୋ ସ୍କୁଲ ଅଭିଯାନ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ବିଦ୍ୟାଳୟ ପୂର୍ଣ୍ଣାଙ୍ଗ ବିକାଶ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବିଦ୍ୟାଳୟର ବାର୍ଷିକ ଛାତ୍ରଛାତ୍ରୀ ସଂଖ୍ୟା, ବୋର୍ଡ ପରୀକ୍ଷା ଫଳାଫଳ, କାର୍ଯ୍ୟରତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା, ଖାଲି ପଡିଥିବା ପଦବୀ ସଂଖ୍ୟା, ସ୍ମାର୍ଟ କ୍ଲାସ, ସ୍କୁଲ ଗୃହର ପୁର୍ନବିନ୍ୟାସ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ନୂତନ ସଭା ଗୃହ ନିର୍ମାଣ ଓ ସର୍ବୋପରି ବିଦ୍ୟାଳୟର ପୂର୍ଣ୍ଣାଙ୍ଗ ବିକାଶ ସମ୍ପର୍କିତ …

Read More »

କଲେଜର ସମସ୍ତ ରେକର୍ଡପତ୍ରକୁ ନିଜ ହେପାଜତରେ ରଖିବାକୁ ଲୋକାୟୁକ୍ତଙ୍କ ନିର୍ଦେଶ

କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଷ୍ଟାଫ ନିଯୁକ୍ତିରେ ହୋଇଥିବା ଅନିୟମିତତା ସମ୍ପର୍କରେ ଓଡିଶା ଲୋକାୟୁକ୍ତଙ୍କ ନିର୍ଦେଶ କ୍ରମେ ତାଙ୍କ ନିର୍ଦେଶକ କଲେଜକୁ ଆସି ତଦନ୍ତ କରି ଫେରିଯାଇଥିଲେ । ନିର୍ଦେଶକଙ୍କ ଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ଲୋକାୟୁକ୍ତ କଲେଜର ନିଯୁକ୍ତି ସଂକ୍ରାନ୍ତୀୟ ସମସ୍ତ ରେକର୍ଡପତ୍ର ନିଜ ହେପାଜତରେ ରଖିବାକୁ କଲେଜ ପରିଚାଳନା ସମିତିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏବଂ ସମ୍ପାଦକ ତଥା କଲେଜ ଅଧ୍ୟକ୍ଷ ଅଜୟ ନାୟକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି …

Read More »

ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ

ଭୁବନେଶ୍ୱର, ୨୭/୦୧/୨୦୨୧ (ଓଡ଼ିଶା ସମାଚାର)- ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ଅନୁଷ୍ଠାନ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଉନ୍ମୋଚନ କରିଛନ୍ତି । ୭୦୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାଟି ଛାତ୍ରଛାତ୍ରୀ ଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣାରେ ବଂଟନ କରାଯିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମାଗଣା ‘ପରୀକ୍ଷା ଦର୍ପଣ’ ପୁସ୍ତିକା ଦେବାକୁ ପୂର୍ବରୁ ଘୋଷଣା …

Read More »