Saturday , October 8 2022
Breaking News
Home / ଶିକ୍ଷା (page 10)

ଶିକ୍ଷା

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୮୭ପ୍ରତିଶତ,ବିଭୁ ପ୍ରସାଦ ଶତପଥୀ କଲେଜ ଟପ୍ପର 

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ଶନିିବାର ପ୍ରକାଶ ପାଇଛି । ଏଥିରେ ଯୁକ୍ତ ୩ ବିଜ୍ଞାନ ବିଭାଗ ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ର ବିଭୁ ପ୍ରସାଦ ଶତପଥୀ କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି କଳା ବିଭାଗ ଶିକ୍ଷା ସମ୍ମାନର ଛାତ୍ରୀ ସୁପ୍ରଭା ପାତ୍ର କଳା ବିଭାଗରେ ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ବିଭାଗ ସମ୍ମାନ ଛାତ୍ରୀ ଶକ୍ତିମୟୀ ପ୍ରଧାନ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି । ବିଜ୍ଞାନ ବିଭାଗର ଛାତ୍ର ବିଭୁ …

Read More »

ମହିଳା ମହାବିଦ୍ୟାଳୟ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ

ଭୁବନ , ୧୩/୦୮/୨୦୨୨(ଓଡ଼ିଶା ସମାଚାର)- ଭୁବନ ମହିଳା ମହାବିଦ୍ୟାଳୟ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଆନୁଷ୍ଠାନିକଭାବେ ଏହାକୁ ଉଦଘାଟନ କରିବା ପରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେନ୍ଦ୍ର ପୋଥାଳ ଙ୍କ ତତ୍ୱାବଧାନରେ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା, କର୍ମଚାରୀ ,ଏନସିସି ,ସ୍କାଉଟ ଆଣ୍ଡ ଗାଇଡ, ୟୁଥ ରେଡକ୍ରସ ଛାତ୍ରୀମାନେ ହାତରେ ତ୍ରିରଙ୍ଗା ଧରି କଲେଜ ପରିସରରୁ ବାହାରି ଭାରତ ମାତାକି ଜୟ ,ବନ୍ଦେ ମାତରମ ନାରାବାଜି କରି ସହର ପରିକ୍ରମା କରିଥିଲେ । …

Read More »

ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ଟି ଦୀପଦାନ ଓ ଜାତୀୟ ସଙ୍ଗୀତ ଗାନ 

ବାଲିଗୁଡ଼ା,୧୩/୦୮/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ୭୫ଟି ଦୀପଦାନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ଉତ୍ସବ ପାଳନ କମିଟିର ଯୁଗ୍ମ ସମ୍ପାଦକ ତଥା ଶିକ୍ଷକ ତୀର୍ଥବାସୀ ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ …

Read More »

କନ୍ଧମାଳ : କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ

କନ୍ଧମାଳ,୧୩/୦୮/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନାହାର ସିଂ ମୀନା କାର୍ଯ୍ୟକ୍ରମ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ। ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସାଧାରଣଙ୍କୁ ସଚେତନ କରିବା …

Read More »

ଲିପସା ଦାସ କମ୍ପୁ୍ୟଟର ସାଇନ୍ସ ସମ୍ମାନରେ ପ୍ରଥମ

କେନ୍ଦ୍ରାପଡ଼ା,୧୩/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବିଜ୍ଞାନ ବିଭାଗର କମ୍ପୁ୍ୟଟର ସାଇନ୍ସ ସମ୍ମାନର ଛାତ୍ରୀ ଲିପସା ଦାସ ମୋଟ ୨୬୦୦ମାର୍କରୁ ୨୨୨୦ମାର୍କ ଅର୍ଥାତ ୮୫.୩୮ ପ୍ରତିଶତ ମାର୍କରଖି ବିଭାଗରେ ପ୍ରଥମ ହୋଇଛନ୍ତି । ଲିପସା ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭ୍ରମରଦିଆପାଟଣା ଗ୍ରାମର ଗୁଲନଗର ପଂଚାୟତର ସ୍ମିତା ଦାସଙ୍କ ଏକମାତ୍ର କନ୍ୟା । ତାଙ୍କ ସଫଳତାରେ ସହପାଠୀମାନଙ୍କ ସହ ସେ ଅଂଚଳର ବହୁ ବିଶିଷ୍ଟବ୍ୟକ୍ତି ଲିପସାଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି । ଲିପସା ଭବିଷ୍ୟତରେ ଜଣେ ସଫ୍ଟୱେୟାର ଇଞ୍ଜିନିଅର ହେବାକୁ ଲକ୍ଷ୍ୟ ରଖିଥିବା …

Read More »

ଯୁକ୍ତ ୨ କଳାରେ ଚମେଳି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮୩ ପ୍ରତିଶତ ପରୀକ୍ଷା ଫଳ

ଜୁନାଗଡ଼ ,୧୧/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ସ୍ଥାନୀୟ ଚମେଳିଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷ ଯୁକ୍ତ ୨ କଳା ପରୀକ୍ଷା ଫଳ ୮୩ ପ୍ରତିଶତ ହେଇଛି ।ଏହି ମହାବିଦ୍ୟାଳୟ ରେ ମୋଟ ୧୧୪ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୯୪ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀ ରେ ୪ ଜଣ, ଦ୍ବିତୀୟ ଶ୍ରେଣୀ ରେ ୧୩ ଜଣ ଓ ତୃତୀୟ ଶ୍ରେଣୀ ରେ ୭୭ ଜଣ କୃତକାର୍ୟ୍ୟ ହୋଇଛନ୍ତିତ । ଚଳିତ ବର୍ଷ ପ୍ରମିତା ନାଏକ …

Read More »

ଡିଏଭି ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

କେନ୍ଦ୍ରାପଡ଼ା, ୧୦/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ କୁନି କୁନି ଛାତ୍ରଛାତ୍ରୀମାନେ ନିଜେ ପ୍ରସ୍ତୁତ କରିଥିବା ରାକ୍ଷୀକୁ ତାଙ୍କ ସହପାଠୀଙ୍କ ହାତରେ ବାନ୍ଧିଥିଲେ । ପରମ୍ପରା ଅନୁଯାୟୀ ଧୂପ, ଦୀପରେ ବନ୍ଦାପନା କରିବା ସହ ମୁଣ୍ଡରେ ଚନ୍ଦନର ତିଲକ ଲଗାଇଦେଇ  ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ । ଆଧୁନିକ ସମାଜରେ ପାରମ୍ପରିକ ପ୍ରଥା ପ୍ରତି ବିଦ୍ୱେଶ ଭାବ ଜାଗ୍ରତ ହେଉଥିବା …

Read More »

ପୂର୍ବ ନିଷ୍ପତି ବଦଳିଲା , ସ୍ୱାଧୀନତା ଦିବସ ଉତ୍ସବରେ ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ

ଭୁବନେଶ୍ୱର,୧୦/୦୮/୨୦୨୨(ଓଡ଼ିଶା ସମାଚାର)- ଦେଶ ସ୍ୱାଧିନ ହେବାର ୭୫ ବର୍ଷ ପୂର୍ତି ଅବସରରେ ଦେଶ ପାଳୁଛି ଆଜାଦିକା ଅମୃତ ମହୋତ୍ସବ । ଏଥିପାଇଁ ଏକ ବର୍ଷ ହେଲା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିଲା । ଏଥି ସହିତ ଅଗଷ୍ଟ ୧୧ ତାରିଖ ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯିବ । ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯିବ । ଏଥିପାଇଁ ଶିକ୍ଷାନୁଷ୍ଠାନରେ ସମାରୋହରେ ଏହାକୁ ପାଳନ …

Read More »

ଯୁକ୍ତ୨ କଳା ପରୀକ୍ଷା ଫଳ ପ୍ରକାଶିତ: କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟରେ ଫଳାଫଳ ୯୬.୫ପ୍ରତିଶତ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଯୁକ୍ତ୨ କଳା ପରୀକ୍ଷା ଫଳ ସୋମବାର ସନ୍ଧ୍ୟାରେ ପ୍ରାକାଶ ପାଇଛି । କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟରେ ୯୬.୫ପ୍ରତିଶତ ଫଳାଫଳ ହୋଇଥିବା କଲେଜ ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟରେ ମୋଟ ୨୫୭ଜଣ ଛାତ୍ରଛାତ୍ରୀ ଯୁକ୍ତ୨ କଳା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୮ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୩ଜଣ ୯୦ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୧୮୭ଜଣ, ଦ୍ୱିତୀୟ ଶ୍ରେଣୀରେ ୩୨ଜଣ ଓ ତୃତୀୟ ଶ୍ରେଣୀରେ ୨୯ଜଣ ପାସ …

Read More »