Saturday , June 19 2021
Breaking News
Home / ଶିକ୍ଷା

ଶିକ୍ଷା

ସମସ୍ୟା ଘେରରେ ଆୟବା ପ୍ରାଥମିକ ବିଦ୍ୟାଳୟ

ଭିତିଭୂମିର ବିକାଶ ଉପରେ ନିର୍ଭର କରେ କୁନି ପିଲାଙ୍କ ଭବିଷ୍ୟତ କେନ୍ଦ୍ରାପଡ଼ା,୧୦/୦୬/୨୦୨୧(ଓଡ଼ିଶା ସମାଚାର)-ସମସ୍ୟା ଘେରରେ ଥିବା ସର୍ବପୁରାତନ ବିଦ୍ୟାଳୟଟିର ଭିତିଭୂମିର ଆବଶ୍ୟକତା ରହିଛି । ଛାତ୍ରାଛାତ୍ରୀଙ୍କ ସଂଖ୍ୟା ବହୁ ଅଧିକ ଥିଲେବି ଶ୍ରେଣୀଗୃହର ଆବଶ୍ୟକତାକୁ ପୁରଣ ଦିଗରେ ନା ଜନ ପ୍ରତିନିଧି ନା ପ୍ରଶାସନ କେହିବି ଧ୍ୟାନଦେଉନଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଆୟବା ପ୍ରାଥମିକ ବିଦ୍ୟାଳୟ ୧୮୯୫ମସିହାରେ ସ୍ଥାପନ କରାଯାଇଥିଲା । …

Read More »

ନବ ନିଯୁକ୍ତ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ

କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପଦୋନ୍ନତି ପାଇଥିବା ୧୨ଜଣ ନବ ନିଯୁକ୍ତ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କୁ ବୃକ୍ଷ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ପରିବେଶବୀତ ପାର୍ଥସାରଥୀ ବେହେରା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପଦୋନ୍ନତି ପାଇଥିବା ୧୨ ଜଣ ନିବ ନିଯୁକ୍ତ ଶିକ୍ଷକଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂଙ୍କୁ ଉତରୀୟ,ପୁଷ୍ପଗୁଛ ଓ …

Read More »

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଐକ୍ୟବଦ୍ଧ ସଂଗ୍ରାମ ଲୋଡା 

କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ଶିକ୍ଷକ ଆନ୍ଦୋଳନର ଅପ୍ରତିଦ୍ୱନ୍ଦୀ ଯୋଦ୍ଧା ସ୍ୱର୍ଗତ ଅବନୀ ବରାଳଙ୍କ ପାଇଁ ଶିକ୍ଷକମାନେ ପାଇ ପାରିଥିଲେ ନିଜର ସାମାଜିକ ସମ୍ମାନ ସହ ଜୀବିିକାର ଗ୍ୟାରେଂଟି । ବିଶ୍ୱ ଶିକ୍ଷକ ସଂଗଠନର ଉପ ସଭାପତି ଥିବା ସ୍ୱର୍ଗତ ବରାଳ ବିଭିନ୍ନ ଦେଶର ଶିକ୍ଷା ବ୍ୟବସ୍ଥାର ଅନୁଶୀଳନ କରିଥିବା କାରଣରୁ ଦୁର୍ବାର ଶିକ୍ଷକ ଆନ୍ଦୋଳନ ମାଧ୍ୟମରେ ରାଜ୍ୟ ତଥା ଜତୀୟ ଶିକ୍ଷା ବ୍ୟବସ୍ଥାରେ ଆଣି ପାରିଥିଲେ ଉପଯୋଗୀ ପରିବର୍ତନ । …

Read More »

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସ୍ୱାଗତ ଜଣାଇଛି । ଏକ ପ୍ରେସ ବାର୍ତ୍ତାରେ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନ କହିଛନ୍ତି, ଯେ, ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲ କରିବା ସମୟର ଆହ୍ୱାନ ଥିଲା । ସାମାନ୍ୟ ବିଳମ୍ବରେ …

Read More »

ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

କେନ୍ଦ୍ରାପଡ଼ା, ୦୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦୁମୁକା ପଂଚାୟତର କାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରାଧାନ ଶିକ୍ଷକ ପ୍ରମୋଦ କୁମାର ରାଉତରାୟ ବୁଧବାର ଅବସରଗ୍ରହଣ କରିଛନ୍ତି । ଏହି ଅବସରରେ ଦୁମୁକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧାନ ଶିକ୍ଷକ ସନ୍ତୋଷ କୁମାର ଜେନାଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସେଥିରେ ଅତିଥି ଭାବେ ମାର୍ଶାଘାଇ ମଣ୍ଡଳ ଶିକ୍ଷା ଅଧିକାରୀ ଶତୃଘନ ବେହେରା, ସହକାରୀ …

Read More »

ନୂତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଯୋଗଦାନ

କେନ୍ଦ୍ରାପଡ଼ା, ୦୩/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନୂତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଶୁଭଲକ୍ଷ୍ମୀ ନାୟକ ଯୋଗଦେଇଛନ୍ତି । ସେ ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକର ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ କାର୍ଯ୍ୟରତ ଥାଇ  ପଦୋନ୍ନତି ପରେ ଏଠାରେ ଯୋଗଦେଇଛନ୍ତି । ସେହିଭଳି କଟକ ଜିଲ୍ଲାର ଚୌଦ୍ୱାର ପୌରସଂସ୍ଥା  ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁରମା ମହାପାତ୍ର ପଦୋନ୍ନତି ପାଇ କେନ୍ଦ୍ରାପଡାର ନୂତନ ଅତିରିକ୍ତ ଜିଲ୍ଲା …

Read More »

କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଲୟର କରୋନା ସଚେତନତା ୱେବିନାର

କେନ୍ଦ୍ରାପଡ଼ା,୦୨/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା(ଏନଏସଏସ) ଆନୁକୁଲ୍ୟରେ ଭର୍ଚୁଆଲ ମୋଡରେ ଜିଲ୍ଲାସ୍ତରୀୟ କରୋନାର ଦ୍ୱିତୀୟ ଲହରୀ ସଂପର୍କିତ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ଅଧିକାରୀ ମୃତୁ୍ୟଞ୍ଜୟ ମହାନ୍ତି ପରିଚାଳନା କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମଧୂସୁଦନ କାମିଲା ଏହି ୱେବିିନାରର ଉଦ୍ଧେଶ୍ୟ ସଂପର୍କରେ ମତ ରଖିଥିଲେ । ଏହି ୱେବିନାର …

Read More »

ଇତିହାସ ବିଭାଗ ପକ୍ଷରୁ ଜାତୀୟ ସ୍ଥରୀୟ ଅନଲାଇନ୍ ଆଲୋଚନା ଚକ୍ର

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ‘ଏପିଡେମିକସ୍ ଓ ପାଣ୍ଡେମିକସ୍ ଓ ଇତିହାସରୁ ଶିକ୍ଷା’ ଶୀର୍ଷକ ଉପରେ ଏକ ଜାତୀୟ ସ୍ଥରର ଅନଲାଇନ୍ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଡଃ ନିଗମାନନ୍ଦ ଦାସ, ଆସାମ ବିଶ୍ୱବିଦ୍ୟାଳୟର ଦଫୁକ୍ୟାମ୍ପସର୍ ସହକାରୀ ପ୍ରଫେସର ଡଃ ବିକାଶ ଚନ୍ଦ୍ର ଦାସ ଓ ମୁଗପାଳ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ  ସିର୍ଦ୍ଧାର୍ଥ ଶଙ୍କର ରଥ ଯୋଗଦେଇ …

Read More »

ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

 ବାଲିଗୁଡା,୨୨/୦୫/୨୦୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ ଆଜି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି, ଆସି ବାଲିଗୁଡା ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ ପରିସରରେ ଚାଲିଥିବା ୫-ଟି ମାଧ୍ୟମରେ ହେଉଥିବା  ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କରିଥିଲେ। କାମ କେମିତି ଚାଲିଛି ଓ ନିର୍ଦ୍ଧାରିତ  ଦିନ ମଧ୍ୟରେ ସରିବ କି ନାହିଁ ଆଦି ସବୁ ଉପରେ ପଚାରି ବୁଝିଥିଲେ। ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ  …

Read More »

କରୋନା ମହାମାରୀ ସମ୍ବନ୍ଧରେ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଆଲୋଚନାଚକ୍ର

ଭୁବନେଶ୍ୱର,୨୨/୦୫/୨୦୨୧(ଓଡ଼ିଶା ସମାଚାର)-କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକଦିବସୀୟ କରୋନା ମହାମାରୀ ବିଷୟରେ ଏକ ଆଭାସି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ଇଏନଟି ବିଶେଷଜ୍ଞ ଡ. ନୀଳମାଧବ ପୃଷ୍ଟି ପ୍ରଶିକ୍ଷକ ଭାବରେ ଯୋଗଦେଇ ମାସ୍କ ବ୍ୟବହାର, ସ୍ୱଚ୍ଛତା ରହିବା, ପରସ୍ପର ସହ ୬ ଫୁଟ ଦୂରତା ରକ୍ଷା କରିବା, ମହାମାରୀ ପାଇଁ ଦିଆଯାଇଥିବା ଇେଞ୍ଜକସନ ନେବାର ଗୁରୁତ୍ୱ ବିଷୟରେ ଛାତ୍ରୀମାନଙ୍କୁ …

Read More »