Thursday , March 30 2023
Breaking News
Home / ବ୍ୟବସାୟ ବାଣିଜ୍ୟ (page 38)

ବ୍ୟବସାୟ ବାଣିଜ୍ୟ

ବେଦାନ୍ତ ଲାଞ୍ଜିଗଡ ରିଫାଇନାରି ନବୀକରଣ  ତଥା ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ସାରା ଅଂଚଳର ଉନ୍ନତି କରିପାରିଛି

ଶତ ପ୍ରତିଶତ ଫ୍ଲାଏ ଆସ ର ବ୍ୟବହାର । ବାହ୍ୟ ବସ୍ତୁକୁ ବ୍ୟବହାର କରି  ବେଦାନ୍ତର ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ନୂତନ ନିଯୁକ୍ତି, ଉଦ୍ୟୋଗକାରି ଏବଂ ଉଦ୍ୟୋଗ  ସୃଷ୍ଟି କରିବା ଲକ୍ଷ ଅଟେ । ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ନୂତନ ଭାବନା ହେଉଛି ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡର ସଫଳତାର  ମୂଳଦୁଆ ଅଟେ । ଭାରତୀୟ ଆଲୁମିନିୟମ କ୍ଷେତ୍ରରେ  ନିଜର କାର୍ଯ୍ୟ ଆରମ୍ଭ କରିବା ଠାରୁ ବେଦାନ୍ତ, ଲାଞ୍ଜିଗଡ ରିଫାଇନାରି ପ୍ରଯ୍ୟୁକ୍ତି ବିଦ୍ୟା ତଥା ରାଜ୍ୟ ବିକାଶରେ ସାମିଲ …

Read More »

ରୟାଲ ପାମ ଭିଲେଜ୍ : ସାତଶଙ୍ଖ ଠାରେ ଏସ ଜେ ଡେଭଲପର୍ସର ବିଳାସପୂର୍ଣ୍ଣ ଭ୍ୟାକେସନ୍ ହୋମ୍ ଏବଂ ରିସୋର୍ଟ 

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)-  ଓଡିଶାର ଅଗ୍ରଣୀ ରିୟଲଇଷ୍ଟେଟ୍ ସଂସ୍ଥା ଏସ ଜେ ଡେଭଲପର୍ସ ନିଜର ବିଶ୍ୱସ୍ତରୀୟ ବିଳାସପୂର୍ଣ୍ଣ ଭ୍ୟାକେସନ୍ ହୋମ୍ ଓ ରିସୋର୍ଟ ପ୍ରୋଜେକ୍ଟ ‘ରୟାଲ ପାମ୍ ଭିଲେଜ୍’ ଆରମ୍ଭ ବିଷୟ ଘୋଷଣା କରିଛି । ଏସ ଜେ ଡେଭଲପର୍ସର ଏହି ପ୍ରକଳ୍ପ ସାତଶଙ୍ଖ ପୁରୀଠାରେ ୧୮.୫ଏକର ଜାଗାରେ ଏବଂ ସବୁଜ ପରିବେଶ ମଧ୍ୟରେ ପରିବ୍ୟାପ୍ତ । ଏହି ଅବସରରେ ଏସ ଜେ ଡେଭଲପର ସ ପକ୍ଷରୁ ରୟାଲ ଭିଲେଜ୍ ରିସୋର୍ଟରେ ଥିବା କନଭେସନ୍, ସ୍ପା ଓ ରିସୋର୍ଟର ପରିଚାଳନା ନିମନ୍ତେ ମେଫେୟାର …

Read More »

କେଂଟକୋ କମ୍ପାନୀର ଶ୍ରମିକ ମାରଣ ନୀତି

    ୩୬୦ଶ୍ରମିକ ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ପାରାଦ୍ୱୀପ ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପରେ ଶିଳ୍ପ ଉପରେ ଶିଳ୍ପମାନ ଗଢି ଚାଲିଛି ସତ ଶିଳ୍ପରେ କାର୍ଯ୍ୟରତ ଶ୍ରମିକ ମାରଣ ନୀତି ମଧ୍ୟ ବଢି ଚାଲିଛି । ଶେଷରେ ନିଜର ହକ୍ ପାଇଁ ଆନ୍ଦୋଳନକୁ ଓହ୍ଳାଇଛନ୍ତି ଶ୍ରମିକମାନେ । ପାରାଦ୍ୱୀପରେ ଥିବା ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି କାର୍ଯ୍ୟରତ ଶ୍ରମିକମାନେ । ପାରାଦ୍ୱୀପରେ ଥିବା ପିଆଇସିଟି କମ୍ପାନୀ ଅଧିନରେ କାର୍ଯ୍ୟକରୁଥିବା କେଂଟକୋ କମ୍ପାନୀରେ ପ୍ରାୟ ୩୬୦ଶ୍ରମିକ ଦୀର୍ଘଦିନ ଧରି …

Read More »

ବେଦାନ୍ତ ଦୁର୍ଘଟଣା ର ତଦନ୍ତ କରାଯିବ

ଭୁବନେଶ୍ୱର,୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମ୍ କାରଖାନାରେ ଦୁର୍ଘଟଣା ର ତଦନ୍ତ କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସାମ୍ବାଦିକଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଏହା କହିଛନ୍ତି । ପ୍ରକାଶ ଥାଉ କି, ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ବେଦାନ୍ତର ୨ ନଂ ପ୍ଲାଂଟରେ ଦୁର୍ଘଟଣା ଘଟିଥିଲା । ଏଥିରେ ଜଣେ ମେସିନ ଅପରେଟରଙ୍କ ସମେତ ମୋଟ୍ ୭ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ବେଦାନ୍ତ ପରିସରରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା …

Read More »

ଇମ୍ଫା ପକ୍ଷରୁ ବିଶ୍ୱ ପରିବେଶ ଦିବସ

କାଳିଆପାଣି, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)-  ସୁକିନ୍ଦା ଖଣି ଅଚଂଳରେ ଇମ୍ଫା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷ ବିଶ୍ୱ ପରିବେଶ ଦିବସର ବାର୍ତା ‘ବାୟୁ ପ୍ରଦୂଷଣ ରୋକିବା’ ଉପରେ ଧ୍ୟାନ ଦିଆଯାଇଛି । ଅଂଚଳର ୮ଟି ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଚାରାରୋପଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଏକ ଭ୍ରାମ୍ୟମାଣ ଗାଡି ବିଭିନ୍ନ ଗ୍ରାମରେ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲା । …

Read More »

ଆରଏସପିର ବୃକ୍ଷରୋପଣ ଉତ୍ସବ – ୬୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଯୋଗଦାନ

ରାଉରକେଲା, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)-  ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସେକ୍ଟର ୪ ନର୍ସରୀ ନିକଟରେ ଜୁଲାଇ ୫ ତାରିଖରେ ଆୟୋଜିତ ଗଣ ପରିବେଶ ସଚେତନତା ଓ ବୃକ୍ଷରୋପଣ ଉତ୍ସବ ଇସ୍ପାତ ସହରର ବିଭିନ୍ନ ବିଦ୍ୟାଳୟର ୬୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଉତ୍ସାହ ସହକାରେ ଭାଗ ନେଇଥିଲେ । ଏହି ଉତ୍ସବରେ ଆରଏସପିର ସିଇଓ ଶ୍ରୀ ଦୀପକ ଚଟ୍ଟରାଜ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଲିଙ୍ଗରାଜ ଓତା,   କାର୍ମିକ …

Read More »

ଏନ୍.ଟି.ପି.ସି କଣିହାଁରେ ରଥଯାତ୍ରା ପାଳିତ

ତାଳଚେର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ଏନ୍.ଟି.ପି.ସି ତାଳଚେର କଣିହାଁଠାରେ ଧର୍ମୀୟ ଭାବନା ତଥା ଆନନ୍ଦ ଉଲ୍ଲାସ ସହକାରେ ପବିତ୍ର ରଥଯାତ୍ରା ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରଦ୍ଧାଳୁମାନେ ତିନି ଠାକୁର ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ବିଗ୍ରହଙ୍କୁ ପହଣ୍ଡି ଯାତ୍ରାରେ ମନ୍ଦିରରୁ ରଥକୁ ନେଇଥିଲେ । ପରମ୍ପରା ଅନୁସାରେ ପ୍ରକଳ୍ପ ମୁଖ୍ୟ ରମେଶ ବାବୁ ଭି. ରଥ ପରିସରରେ ଛେରାପହଁରା କାର୍ଯ୍ୟ ସମ୍ପାଦନା କରିଥିଲେ । ଏନ୍.ଟି.ପି.ସି ଟାଉନସିପ୍ ଏବଂ ଆଖପାଖ ଗ୍ରାମଞ୍ଚଳର ହଜାର ହଜାର ଭକ୍ତ …

Read More »

ବଜେଟ୍ ବିକାଶ ଆଣିବ: ନାଲ୍କୋ ଅଧ୍ୟକ୍ଷ

ଭୁବନେଶ୍ୱର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)-ଏହି ବଜେଟ୍ ନୂତନ ଭାରତର ଗଠନ ପାଇଁ ପଥ ଉନ୍ମୁକ୍ତ କରିବ । ଭିତିଭୂମି ପ୍ରକଳ୍ପର ବୃଦ୍ଧି ତଥା ଏମ୍ଏସ୍ଏମ୍ଇଗୁଡ଼ିକୁ ପ୍ରୋତ୍ସାହନ ଦେବା ସହ ଏହି ବଜେଟ୍ଟି ଏକ ପୁଞ୍ଜିନିବେଶକ-ଆଧାରିତ ବଜେଟ୍ ଅଟେ, ଯାହା କି ଆଗାମୀ ଦିନରେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ଏବଂ ଆଞ୍ଜେଲ୍ ଟ୍ୟାକ୍ସ ଭଳି ଇନ୍ସେଂଟିଭ୍ ଏବଂ ଷ୍ଟାର୍ଟ୍- ଅପ୍ଗୁଡ଼ିକ ପାଇଁ ୨ ପ୍ରତଶତ ସୁଧହାରରେ ଆର୍ôଥକ ସହାୟତା ପ୍ରଦାନ ଆଦି ବ୍ୟବସ୍ଥା ଦୀଘକାଳୀନ …

Read More »

ରଥଯାତ୍ରାରୁ ଡାଲମିଆ ସିମେଂଟର ଓଡ଼ିଶାର ପୁନଃ ନିର୍ମାଣରେ ସହଯୋଗର ଶୁଭାରମ୍ଭ

ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ସାତ ଦଶନ୍ଧିରୁ ଭାରତର ଏକ ଅଗ୍ରଣୀ ସିମେଂଟ କମ୍ପାନୀ ଭାବେ ଖ୍ୟାତିଲାଭ କରିଥିବା ଡାଲମିଆ ସିମେଂଟ (ଭାରତ) ଲିମିଟେଡ, ଚଳିତ ରଥଯାତ୍ରାରେ  ‘ରିସର୍ଜେଂଟ ଓଡ଼ିଶା’ ବିଷୟବସ୍ତୁକୁ ଉପସ୍ଥାପନ କରିଛି । ପୁରୀ ବେଳାଭୁମିରେ ନିର୍ମିତ ଏକ ଅଭିନବ ସ୍ଥାପନା ମାଧ୍ୟମରେ କମ୍ପାନୀ ପ୍ରଳୟଙ୍କାରୀ ବାତ୍ୟା ‘ଫନୀ’ର ବିଭିଷିକା ପରେ ଅଂଚଳର ପୁନଃନିର୍ମାଣ ପାଇଁ ଡାଲମିଆ ସିମେଂଟ ଲିମିଟେଡ ଏବଂ ଓଡ଼ିଶାବାସୀ କିଭଳି ହାତକୁ ହାତ ମିଳାଇ ଠିଆ ହୋଇଛନ୍ତି ତାହା ଦର୍ଶାଯାଇଛି । ଏହା ଜରିଆରେ ବାତ୍ୟା ମୁକାବିଲାରେ ଓଡ଼ିଶା …

Read More »

କଂଠ ଶିଳ୍ପୀ ଭିକାରୀ ମହମ୍ମଦ ଓ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ରୁଚି ଶିଳ୍ପୋଦ୍ୟୋଗର ୪୪ତମ ସ୍ୱନକ୍ଷତ୍ର କଟକ, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ରୁଚି ଉଦ୍ୟୋଗର ସଫଳତା ଓ ଉକ୍ରର୍ଷତା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ । ଏହି ଅନୁଷ୍ଠାନର ସାମାଜିକ ଓ ଲୋକକଲ୍ୟାଣ ଅଭିମୁଖୀ କାର୍ଯ୍ୟକ୍ରମ ସବୁବେଳେ ଅନ୍ୟମାନଙ୍କୁ ପ୍ରେରଣା ଦେଇ ଆସିଛି ବୋଲି ମୁଖ୍ୟଅତିଥି ଭାବେ ଚୌଦ୍ୱାର- କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଏକ ଗୌରବମୟ ସ୍ଥାନ ଅଧିକାର କରିଥିବା ରୁଚି ଶିଳ୍ପୋଦ୍ୟୋଗର ୪୪ତମ ସ୍ୱନକ୍ଷତ୍ର ଉତ୍ସବ ପବିତ୍ର ରଥଯାତ୍ରା ତିଥିରେ ମଧୁପାଟଣା ଶିଳ୍ପାଂଚଳସ୍ଥିତ ମୁଖ୍ୟାଳୟଠାରେ …

Read More »