Thursday , June 30 2022
Breaking News
Home / ବ୍ୟବସାୟ ବାଣିଜ୍ୟ (page 31)

ବ୍ୟବସାୟ ବାଣିଜ୍ୟ

ସୌରଶକ୍ତି ବ୍ୟବହାରର ବିକାଶ ପାଇଁ ଟାଟା ପାୱାର୍ସର ଅଭିଯାନ

ପୁରୀ,୧୧/୦୮/୨୦୧୯(ଓଡ଼ିଶା ସମାଚାର)-ଏଣିକି ବାହାରର ବିଦ୍ୟୁତ ଶକ୍ତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ । ନିଜ ଛାତରେ ଖଞ୍ଜାଯାଇଥିବା ସୋଲାର ପ୍ୟାନେଲରୁ ମିଳିବ ଅବଶ୍ୟକ ପରିମାଣର ବିଦ୍ୟୁତଶକ୍ତି । ଏହି ବିଦ୍ୟୁତ ବ୍ୟବସ୍ଥା ଦ୍ୱାରା ବିଦ୍ୟୁତଶକ୍ତି ବାବଦରେ ବାର୍ଷିକ ୫୦ହଜାର ଟଙ୍କା ସଞ୍ଜୟ କରାଯାଇପାରିବ । ପୁରୀ ସହରର ଅଧିବାସୀମାନଙ୍କ ପାଇଁ ଭାରତର ସର୍ବବୃହତ ସୌରଶକ୍ତି କମ୍ପାନୀ ଟାଟା ପାୱାର୍ସ ପକ୍ଷରୁ ଆରମ୍ଭ କରାଯାଇଛି ଆବାସିକ ସୋଲାର ରୁଫଟପ …

Read More »

ଭାରତ ମସଲା ରାମଦାସପୁର ପ୍ଲାଂଟ ଲୋକାର୍ପିତ

କଟକ, ୧୧/୦୮/୨୦୧୯(ଓଡ଼ିଶା ସମାଚାର)- କଟକସ୍ଥିତ ରାମଦାସପୁର ପ୍ଲାଂଟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଅତ୍ୟାଧୁନିକ କ୍ରାୟୋଜେନିକ ଗ୍ରାଇଣ୍ଡିଂ ଟେକ୍ନୋଲୋଜିରେ ନିର୍ମିତ ଏହି ପ୍ଲାଂଟ ଗ୍ରାହକଙ୍କୁ ଦେବ ଶୁଦ୍ଧ ଓ ମହକଭରା ଶିଳବଟା ମସଲାର ସ୍ୱାଦ । ୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଂଟରେ ଏହି ଟେକ୍ନୋଲୋଜି ପ୍ରଥମ କରି ରାମଦାସପୁର ପ୍ଲାଂଟରେ ଉପଯୋଗ କରାଯାଇଛି । ଏଡି ପ୍ଲାଂଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ …

Read More »

ଡଟର୍ସ ଡେ’ ପାଇଁ ମଂଟେ କାର୍ଲୋର ସ୍ୱତନ୍ତ୍ର ପୋଷାକ ସମ୍ଭାର

ଭୁବନେଶ୍ୱର,୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଚଳିତ ବର୍ଷର ଡଟର୍ସଡେ’ (ଝିଅ ଦିବସ)କୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ ପୋଷାକ କଂପାନି ମଂଟୋ କାର୍ଲୋ ପକ୍ଷରୁ ସ୍ୱତନ୍ତ୍ର ପୋଷାକ ସମ୍ଭାରକୁ ଉନ୍ମୋଚନ କରାଯାଇଛି । ଡଟର୍ସ ଡେ’ରେ ନିଜ ଝିଅକୁ କେଉଁଉପହାର ଦେବେ ତାହାକୁ ନେଇ ଚିନ୍ତିତଥିବା ଅଭିଭାବକମାନଙ୍କ ଚିନ୍ତା ଦୂରକରିବା ଲାଗି କଂପାନି ଏହି ସମ୍ଭାର ପ୍ରସ୍ତୁତ କରିଛି । ଅଲୀଅଳି ଝିଅମାନଙ୍କପାଇଁ ମଟେଂ କାର୍ଲୋ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଧରଣର ଟପସ୍, …

Read More »

ହୁଣ୍ଡାଇ ପକ୍ଷରୁ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ ର ବଜାର ପ୍ରବେଶ

ଭୁବନେଶ୍ୱର , ୦୯/୦୮/୨୦୧୯(ଓଡ଼ିଶା ସମାଚାର)-ହୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. ଭାରତର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ କମ୍ପାନୀ ପକ୍ଷରୁ ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି କାର୍ର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍ ବୈଶିଷ୍ଟ୍ୟ ଗୁଡିକ ଯୁବ ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହି ଅବସରରେ ହୁଣ୍ଡାଇ …

Read More »

ପୂର୍ବ ଭାରତ ତୈଳ ବିଶୋଧନାଗାର ପରିବାର ପକ୍ଷରୁ ଆଇଏସିଏଲ ଫାଟକ ସମୁଖରେ ଧାରଣା

ପାରାଦ୍ୱୀପ ୦୯/୦୮/୨୦୧୯(ଓଡ଼ିଶା ସମାଚାର)-ତୈଳ ବିଶୋଧନାଗାର ଫାଟକ ନିକଟରେ ଧାରଣା ରେ ବସିଲେ ପୂର୍ବ ଭାରତ ତୈଳ ବିଶୋଧନାଗାର ପରିବାର କଲ୍ୟାଣ ସମିତି । ଆଇଏସିଏଲ୍ ର ପାରାଦ୍ୱୀପ ତୈଳ ବିଶୋଧନାଗାର ପାଇଁ ସ୍ଥାନୀୟ ଫତେପୁର , ଅଭୟଚାନ୍ଦପୁର , ଖାସୁଲିଡିଆ , ଉଦୟଚାନ୍ଦପୁର ଭଳି ଗ୍ରାମରୁ ପ୍ରାୟ ୧୪୩ ପରିବାର ନିଜର ଭିଟାମଟି ହରାଇ ବିସ୍ଥାପିତ ହୋଇଛନ୍ତି । ଜମି ଅଧିଗ୍ରହଣ ବେଳେ କମ୍ପନୀ କାର୍ଯ୍ୟକ୍ଷମ ହେବା ପରେ ଏହି …

Read More »

ଇଣ୍ଡିଆନ ଅଏଲର ଅର୍ଥ ନିର୍ଦ୍ଦେଶକ ଭାବେ ସନ୍ଦିପ ଗୁପ୍ତାଙ୍କ  ଦାୟିତ୍ୱ ଗ୍ରହଣ

  ପରାଦ୍ୱୀପ ୦୬/୦୮/୨୦୧୯(ଓଡ଼ିଶା ସମାଚାର)-ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) କେନ୍ଦ୍ରୀୟ ବୋର୍ଡରେ ସନ୍ଦିପ କୁମାର ଗୁପ୍ତା ଅର୍ଥ ର୍ନିର୍ଦ୍ଦଶକ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଇଣ୍ଡିଆନ ଅଏଲ କର୍ପୋରେଟ୍ ଅଫିସର କର୍ପୋରେଟ ଫାଇନାନ୍ସ ରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ଥିଲେ । ଦୀର୍ଘ ବର୍ଷ ଶ୍ରୀ ଗୁପ୍ତା ଇଣ୍ଡିଆନ ଅଏଲର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ସଂସ୍ଥାର ଆର୍ଥିକ ଉନ୍ନୟନ କ୍ଷେତ୍ରରେ ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ …

Read More »

ଭାରତର ଜିଡ଼ିପିରେ ବେଦାନ୍ତର ଯୋଗଦାନ ୨.୨ ପ୍ରତିଶତ ହୋଇ ୩.୭୪ ଲକ୍ଷ କୋଟି ଛୁଇଁଛି: ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପିଟେଟିଭ୍ନେସ୍

ନୂଆଦିଲ୍ଲୀ / ଭୁବନେଶ୍ୱର,୦୬/୦୮/୨୦୧୯(ଓଡ଼ିଶା ସମାଚାର)-ଭାରତର ଜିଡ଼ିପିରେ ବେଦାନ୍ତର ଯୋଗଦାନ ୨.୨ ପ୍ରତିଶତ ରହିଛି । ଏହାର ପରିମାଣ ୩.୭୪ ଲକ୍ଷ କୋଟି ଟଙ୍କା ଛୁଇଁଥିବା ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପିଟେଟିଭ୍ନେସ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ବେଦାନ୍ତର ପରିଚାଳନା ମାଧ୍ୟମରେ ପ୍ରତ୍ୟେକ୍ଷ ଭାବେ ୦.୪୦ ଯୋଗଦାନ ଜିଡ଼ିପିକୁ ଯାଇଥାଏ । କମ୍ପାନୀର ସପ୍ଲାଏ ନେଟୱାର୍କର ଯୋଗଦାନ ଜିଡ଼ିପିରେ ୧ ପ୍ରତିଶତ ରହିଛି । ଦେଶର ଆର୍ଥିକ ବିକାଶ, ନିଯୁକ୍ତି ସୁଯୋଗ …

Read More »

ଅଣ୍ଢରା ମହାବୀର ମାର୍କେଟ ଉଛେଦ ନକରିବାକୁ ଦାବି

କେନ୍ଦ୍ରାପଡା, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ମହାବୀର ମାର୍କେଟକୁ ଉଛେଦ ନକରାଯିବାକୁ ଜିଲ୍ଲାପାଳଙ୍କ  ନିକଟରେ ଦାବି ହୋଇଛି । ସେହି ମାର୍କେଟ କମ୍ପେ୍ଲକ୍ସ ଉପରେ ୨୫ଜଣ ବେକାର ଯୁବକ,ଯୁବତୀ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବାରୁ  ତାହାକୁ ଉଛେଦ ନକରିବାକୁ ଶରତ ଚନ୍ଦ୍ର ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଭାଗ୍ୟରଞ୍ଜନ ମଲ୍ଲିକ, ଅରୁଣ ଦୋରା, ସନ୍ତୋଷ ମଲ୍ଲିକ, ସଞ୍ଜୀବ ନାୟକ, ଭାଷ୍କର ସାହୁ, ରବିନ୍ଦ୍ର ବାରିକ, ସତ୍ୟବ୍ରତ …

Read More »

କୋଇଲା ସଙ୍କଟ ଯୋଗୁଁ ଅନ୍ଧାର ହେବ ଓଡ଼ିଶା !

ଟିଟିପିଏସ୍ର ୫ଟି ୟୁନିଟ୍ ବନ୍ଦ୍ ଅନୁଗୁଳ , ୦୫/୦୮/୨୦୧୯(ଓଡ଼ିଶା ସମାଚାର)- ତାଳଚେର ଭରତପୁର କୋଇଲା ଖଣିରେ ଶ୍ରମିକ ମୃତ୍ୟୁକୁ ନେଇ ଆନ୍ଦୋଳନ ଯୋଗୁଁ ୧୪ ଦିନ ହେଲା ତାଳଚେରର ସମସ୍ତ ୮ଟି କୋଇଲା ଖଣି ବନ୍ଦ ରହିଛି । ଫଳରେ ବିଦ୍ୟୁତ ଉତ୍ପାଦନରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । କଣିହାଁସ୍ଥିତ ଏନ୍ଟିପିସି ପରେ ଏବେ ତାଳଚେରସ୍ଥିତ ଟିଟିପିଏସ୍ରେ ସମସ୍ୟା ଦେଖା ଦେଇଛି । ଏନ୍ଟିପିସିରେ କୋଇଲା ଅଭାବରୁ …

Read More »

ସାର ସଂରକ୍ଷଣରେ ଅବହେଳାକୁ ନେଇ ପିଆଇସିଟି ବିରୁଦ୍ଧରେ ଆନ୍ତର୍ଜାତିକ ମାନବାଧିକାର ପରିଷଦ ଅଭିଯୋଗ

ପାରାଦ୍ୱୀପ ୦୩/୦୮/୨୦୧୯ ( ଓଡ଼ିଶା ସମାଚାର / ଦୀପକ କୁମାର ଦାସ)-ପାରାଦ୍ୱୀପ ବନ୍ଦର ୫ନମ୍ବର ଗେଟ୍ ମଧ୍ୟରେ ଥିବା ପାରାଦ୍ୱୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି) ଓଡିଆ ଚାଷୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବାର ଏକ ସଙ୍ଗିନ୍ ଅଭିଯୋଗ ଆନ୍ତର୍ଜାତିକ ମାନବାଧିକାର ପରିଷଦ ଜଗତସିଂହପୁର ଜିଲ୍ଲା ଶାଖା ସଭାପତି ସତ୍ୟପ୍ରକାଶ ମହାନ୍ତି ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସତ୍ୟପ୍ରକାଶଙ୍କ ଅଭିଯୋଗ ଅନୁସାରେ ଏହି କମ୍ପାନୀ ଗତ କିଛି …

Read More »